ସୁଲକୋନାଜୋଲ
ଦେଖଣା
(Sulconazoleରୁ ଲେଉଟି ଆସିଛି)
Clinical data | |
---|---|
Trade names | Exelderm |
AHFS/Drugs.com | monograph |
MedlinePlus | a698018 |
Routes of administration | Topical |
Identifiers | |
| |
Chemical and physical data | |
Formula | C18H15Cl3N2S |
Molar mass | ୩୯୭.୭୪ g·mol−1 |
3D model (JSmol) | |
| |
| |
(verify) |
ସୁଲକୋନାଜୋଲ (ଇଂରାଜୀ ଭାଷାରେ Sulconazole), ଏକ୍ସେଲଡର୍ମ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଖେଳୁଆଡ଼ ପାଦ, ରିଙ୍ଗୱର୍ମ, ଟିନିଆ କ୍ରୁରିସ ଏବଂ ପିଟିରିଆସିସ୍ ଭର୍ସିକଲୋରର ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଚର୍ମରେ କ୍ରିମ୍ କିମ୍ବା ଦ୍ରବଣ ଆକାରରେ ପ୍ରୟୋଗ କରାଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମ କୁଣ୍ଡେଇ ହେବା, ଜ୍ୱାଳା ଏବଂ ଚର୍ମ ଲାଲ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କଣ୍ଟାକ୍ଟ ଡର୍ମାଟାଇଟିସ୍ ଅନ୍ତର୍ଭୁକ୍ତ ହୋଇପାରେ | [୧] ଏହା ଇମିଡାଜୋଲ ଶ୍ରେଣୀର ଏକ କବକରୋଧୀ ଔଷଧ ।[୧] ଏହା କବକର କୋଷ ଆବରଣ ପରିବର୍ତ୍ତନ କରି କାମ କରୁଥିବା ବିଶ୍ୱାସ କରାଯାଏ ।[୧]
୧୯୮୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ସୁଲକୋନାଜୋଲ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୨୦୨୧ ମସିହାରେ ଏକ ୬୦ ଗ୍ରାମ ଟ୍ୟୁବ ଔଷଧର ମୂଲ୍ୟ ପ୍ରାୟ ୫୭୦ ଡଲାର ଥିଲା ।[୨]