ଟିନିଆ କ୍ରୁରିସ

ଉଇକିପିଡ଼ିଆ‌ରୁ
Tinea cruris
Ringworm of the groin,[୧] eczema marginatum,[୧] crotch itch, crotch rot, dhobi itch, gym itch, jock itch, jock rot, scrot rot[୨][୩]
ଫାଇଲ:TineaCrurisNZ.jpg
Case of tinea cruris[୪]
ବିଭାଗDermatology
ଲକ୍ଷଣItchy and red groin rash[୫]
ଅବଧିProlonged[୧]
କାରଣDermatophytes[୬]
ବିପଦ କାରକExcessive sweating, tight fighting clothing, contact sports, diabetes, poverty[୬]
ରୋଗ ନିର୍ଣ୍ଣୟ ପଦ୍ଧତିMicroscopy, culture[୪]
ସଠିକ ରୋଗ ନିର୍ଣ୍ଣୟCandidal intertrigo, erythrasma, inverse psoriasis, seborrhoeic dermatitis[୪]
ପ୍ରତିକାରTreat other fungal infections, keep groin dry, avoid tight clothing, losing weight if obese[୭]
ଔଷଧAntifungal medication[୧]
ପୁନଃପୌନିକCommon[୫]

ଟିନିଆ କ୍ରୁରିସ, (ଇଂରାଜୀ ଭାଷାରେ Tinea cruris ବା ଜକ୍ ଇଚ୍) ଏକ ପ୍ରକାର ଫିମ୍ପି ସଂକ୍ରମଣ ଯାହା ଚର୍ମରେ ହୁଏ ।[୬] ଏଥିରେ ସାମାନ୍ୟ ଉପରକୁ ଉଠିଥିବା ରାସ ହୁଏ ଯାହା ଦେଖିବାକୁ ଲାଲ ରଙ୍ଗ, କାତି ଭଳି, ବଙ୍କିମ ସୀମା ରେଖା ଥାଏ ଓ ଗଲୁ ହୁଏ | [୧] [୫] ସାଧାରଣତଃ ଏହା ଜଙ୍ଘର ଉପର ଓ ଭିତର ପାଖରେ ହୁଏ | [୫]

ଡର୍ମାଟୋଫାଇଟ ନାମକ ଏକ ପ୍ରକାର ଫିମ୍ପି ଦଳଦ୍ୱାରା ଏହି ରୋଗ ହୁଏ | [୬] ବିପଦ କାରକ ମଧ୍ୟରେ ଅତ୍ୟଧିକ ଝାଳ ବୋହିବା, ଚିପା ଲଢ଼ୁଆ ପୋଷାକ, ସ୍ପର୍ଶ କ୍ରୀଡ଼ା, ମଧୁମେହ ଏବଂ ଦାରିଦ୍ର୍ୟ ଉଲ୍ଲେଖନୀୟ | [୬] ଖେଳୁଆଡ଼ ପାଦ, ଫମ୍ପି ନ‌ଖ ସଂକ୍ରମଣ, ସଂକ୍ରମିତ ତଉଲିଆ କିମ୍ବା ଅନ୍ୟାନ୍ୟ ପୋଷାକରୁ ଜଙ୍ଘକୁ ବ୍ୟାପିପାରେ | [୫] [୧] ଅଣୁବୀକ୍ଷଣ ସାହାଯ୍ୟରେ କିମ୍ବା ଚର୍ମ ସ୍କ୍ରାପିଙ୍ଗର କଲଚର କରି ରୋଗ ନିର୍ଣ୍ଣୟ ନିଶ୍ଚିତ ହୋଇପାରେ। [୪] ଏକା ଭଳି ଦେଖାଯାଉଥିବା ଅନ୍ୟନ୍ୟ ରୋଗମାନଙ୍କର ନାମ ଯଥାକ୍ରମେ କାଣ୍ଡିଡାଲ ଇଣ୍ଟରଟ୍ରିଗୋ, ଏରିଥ୍ରାସ୍ମା, ଇନଭର୍ସ ସୋରିଆସିସ ଓ ସେବୋରିକ୍ ଡର୍ମାଟାଇଟିସ୍[୪]

ଏହାର ଚିକିତ୍ସାରେ ଫିମ୍ପି ବିରୋଧୀ ବା ଆଣ୍ଟିଫଙ୍ଗାଲ କ୍ରିମ ଦିଆଯାଏ ଯାହା ଲକ୍ଷଣ ଆରମ୍ଭ ହେବା ସଙ୍ଗେ ସଙ୍ଗେ ଦେଲେ ଶୀଘ୍ର ଉପଶମ ହୁଏ | [୧] ରୋଗ ଅଧିକ ହୋଇଥିଲେ ପାଟି ବାଟେ ଟରବିନାଫାଇନ ଦିଆଯାଏ । [୧] ଲକ୍ଷଣର ଉନ୍ନତିକୁ ସ୍ଟିରଏଡ କ୍ରିମ୍ ତ୍ୱରାନ୍ୱିତ କରିପାରେ | [୪] ରୋଗର ପୁନରାବୃତ୍ତିକୁ ପ୍ରତିରୋଧ କରିବା ନିମନ୍ତେ ଅନ୍ୟ ଫିମ୍ପି ରୋଗ ଚିକିତ୍ସା ଏବଂ ଜଙ୍ଘ ସନ୍ଧି ଶୁଖିଲା ରଖିବା, ଚିପା ବସ୍ତ୍ର ଏଡ଼ାଇବା, ଏବଂ ମୋଟାପା ଥଲେ ଓଜନ କମେଇବା ଇତ୍ୟାଦି ଚିକିତ୍ସା କରାଯାଏ । [୭]

ଟିନିଆ କ୍ରୁରିସ ଏକ ସାଧାରଣ ରୋଗ ଅଟେ | [୫] ଏହି ରୋଗରେ ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ଏବଂ ଏହା ସାଧାରଣତଃ ଉଷ୍ମ-ଆର୍ଦ୍ର ଜଳବାୟୁରେ ଦେଖାଯାଏ | [୬] ପିଲାମାନେ କ୍ୱଚିତ୍ ପ୍ରଭାବିତ ହୁଏ | [୫] ଏହି ରୋଗ ୩୦ ମସିହାରେ ପ୍ରଥମେ ଅଲୁସ କର୍ନେଲିଅସ ସେଲସସ ବର୍ଣ୍ଣନା କରିଥିଲେ। [୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Hay, Roderick J.; Morris-Jones, Rachel; Bleiker, Tanya O. (2016). "32. Fungal Infections". In Griffiths, Christopher; Barker, Jonathan; Bleiker, Tanya O.; Chalmers, Robert; Creamer, Daniel (eds.). Rook's Textbook of Dermatology, 4 Volume Set. John Wiley & Sons. p. 47. ISBN 978-1-118-44119-0.
  2. Rapini, R. P.; Bolognia, J. L.; Jorizzo, J. L. (2007). Dermatology. St. Louis: Mosby. ISBN 978-1-4160-2999-1.
  3. James, W. D.; Berger, T. G.; et al. (2006). Andrews' Diseases of the Skin: Clinical Dermatology. Saunders Elsevier. ISBN 0-7216-2921-0.:303
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Tinea cruris | DermNet NZ". dermnetnz.org. 2003. Retrieved 15 November 2020.{{cite web}}: CS1 maint: url-status (link)
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ Libby Edwards; Peter J. Lynch (2010). Genital Dermatology Atlas. Lippincott Williams & Wilkins. p. 67. ISBN 978-1-60831-079-1.
  6. ୬.୦ ୬.୧ ୬.୨ ୬.୩ ୬.୪ ୬.୫ Pippin, MM; Madden, ML (January 2020). "Tinea Cruris". PMID 32119489. {{cite journal}}: Cite journal requires |journal= (help)
  7. ୭.୦ ୭.୧ Wiederkehr, Michael (11 September 2020). "Tinea Cruris". Medscape.
  8. Cox, Rebecca A. (1989). Immunology of the Fungal Diseases (in ଇଂରାଜୀ). CRC Press. p. PR5-IA1. ISBN 978-1-000-14184-9.