ପିଟିରିଆସିସ ଭର୍ସିକଲର

ଉଇକିପିଡ଼ିଆ‌ରୁ
Jump to navigation Jump to search
Tinea versicolor, dermatomycosis furfuracea,[୧] tinea flava[୧]
Tinea versicolor1.jpg
Light areas of the skin on the chest due to pityriasis
ବିଭାଗDermatology, infectious diseases[୨]
ଲକ୍ଷଣDark or light slightly scaly marks on skin[୨]
କାରଣMalassezia[୩]
ବିପଦ କାରକWarm, humid environment, pregnancy, immunodeficiency[୩]
ରୋଗ ନିର୍ଣ୍ଣୟ ପଦ୍ଧତିUsually based on appearance[୩]
ସଠିକ ରୋଗ ନିର୍ଣ୍ଣୟVitiligo, secondary syphilis[୩]
ଚିକିତ୍ସାAntifungals (selenium sulfide, clotrimazole, ketoconazole)[୩]
PrognosisBenign[୩]
ପୁନଃପୌନିକCommon[୩]

ପିଟିରିଆସିସ ଭର୍ସିକଲର, ଅନ୍ୟ ନାମ ଟିନିଆ ଭର୍ସିକୋଲର, ଏକ ପ୍ରକାର କବକ ସଂକ୍ରମଣ ଯାହାକୁ ଇଷ୍ଟ ବା ଖମୀର ମଧ୍ୟ କୁହାଯାଏ, ଯେଉଁଥିରେ ଚର୍ମରେ ନାଲି-ବାଦାମୀ, ଗାଢ଼ କିମ୍ବା ଫିକା କାତି ଭଳି ଦାଗ ହୁଏ ।[୪] ଏହା ସାଧାରଣତ ଉପର ବାହୁ, ଗୋଡ଼, ଛାତି, ପିଠି ଏବଂ ବେକକୁ ପ୍ରଭାବିତ କରିଥାଏ । [୫] ଚିହ୍ନଗୁଡିକ ଅଲଗା ହୋଇପାରେ କିମ୍ବା ମିଶ୍ରିତ ହୋଇପାରେ ଏବଂ ଗଲୁ କରିପାରେ । [୩]

ଏହା ଇଷ୍ଟ ମାଲାସେଜିଆ ନାମକ ଖମୀରଦ୍ୱାରା ଘଟିଥାଏ, ଯାହାର ପୂର୍ବ ନାମ ପିଟିରୋସ୍ପୋରମ୍ ଥିଲା ।[୫] ଏହି ଖମୀର ସାଧାରଣତ ମାନବ ଚର୍ମରେ ଦେଖାଯାଏ ଏବଂ ଉଷ୍ମ ଏବଂ ଆର୍ଦ୍ର ପରିବେଶରେ ଅସୁବିଧାଜନକ ହୋଇଯାଏ | [୩] ଗର୍ଭଧାରଣ ଏବଂ ଇମ୍ମ୍ୟୁନିଟି ଅଭାବ ଥିଲେ ଏହି ରୋଗ ସଙ୍କଟ ରହେ । [୩] ଏହି ରୋଗ ମଣିଷଠାରୁ ମଣିଷକୁ ବ୍ୟାପି ନ ଥାଏ ।[୩]

ଏହାକୁ ଦେଖି ସାଧାରଣତଃ ରୋଗ ନିର୍ଣ୍ଣୟ କରାଯାଏ । [୫] ଉଡ୍ସ ଲ୍ୟାମ୍ପ ଆଗରେ ରଖିଲେ ଫ୍ଲୋରିସ ହଳଦିଆ ଦେଖାଯାଏ ।[୩] ସିଧାସଳଖ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିଲେ ସ୍ପୋରଗୁଡ଼ିକ ସର୍ଟ ଫିଲାମେଣ୍ଟ ଗୁଡ଼ିକ "ସ୍ପାଗେଟି ଏବଂ ମାଂସବଲ୍" ଭଳି ଦେଖାଯାଇପାରେ ।[୪] ଭିଟିଲିଗୋ ଏବଂ କ୍ଲୋଆଜ୍ମା ଭଳି ଦେଖାଗଲେ ମଧ୍ୟ ଏଗୁଡ଼ିକରେ ପିଟିରିଆସିସ ଭର୍ସିକଲର ଭଳି କାତି ନଥାଏ । [୬] ଚିକିତ୍ସା ବିକଳ୍ପଗୁଡ଼ିକରେ ସେଲେନିୟମ୍ ସଲଫାଇଡ୍ ସାମ୍ପୋ, ଏବଂ ଆଣ୍ଟିକବକ ଥିବା ଅନ୍ୟାନ୍ୟ କ୍ରିମ୍ ଯେପରିକି କ୍ଲୋଟ୍ରିମାଜୋଲ୍ ୧% କିମ୍ବା କେଟୋକୋନାଜୋଲ୍ ୨% ଦିଆଯାଇପାରେ । [୩] ଏହା ପ୍ରଭାବଶାଳୀ ନ ହେଲେ ପାଟିରେ ଆଣ୍ଟିଫଙ୍ଗାଲ୍ ଔଷଧ ବ୍ୟବହାର କରାଯାଇପାରେ । [୩] ଏହି ରୋଗ ଗୁରୁତର ନଥିଲେ ମଧ୍ୟ ଏହାର ପୁନରାବୃତ୍ତି ହୋଇପାରେ। [୩]

ପିଟିରିଆସିସ ଭର୍ସିକଲର ଏକ ସାଧାରଣ ରୋଗ ଅଟେ । [୫] ଟ୍ରପିକାଲ୍ ଦେଶଗୁଡିକରେ ଏହାର ହାର ୫୦% ହୋଇପାରେ ।[୩] ଗ୍ରୀଷ୍ମ ସମୟରେ ଏହା ଅଧିକ ଦେଖାଯାଏ | [୭] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ପ୍ରଭାବିତ ହୁଅନ୍ତି । [୩] [୮] ପ୍ରଥମେ ୧୮୪୬ ମସିହାରେ ଏହି ରୋଗ ପ୍ରଥମେ ଚିହ୍ନଟ ହୋଇଥିଲା । ଭର୍ସିକୋଲର୍ ଲାଟିନ୍ ଭାଷାରୁ ଆସିଛି, versāre ଅର୍ଥ “ଟର୍ନ୍” (ବଦଳିବା) ଏବଂ “ରଙ୍ଗ” ।

ଆଧାର[ସମ୍ପାଦନା]

  1. ୧.୦ ୧.୧ Rapini, Ronald P; Bolognia, Jean L.; Jorizzo, Joseph L (2007). Dermatology: 2-Volume Set. St Louis: Mosby. pp. Chapter 76. ISBN 1-4160-2999-0.
  2. ୨.୦ ୨.୧ Johnstone, Ronald B. (2017). "25. Mycoses and Algal infections". Weedon's Skin Pathology Essentials (2nd ed.). Elsevier. p. 447. ISBN 978-0-7020-6830-0. Archived from the original on 2021-05-25. Retrieved 2021-07-17.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ ୩.୧୬ Karray, M; McKinney, WP (January 2021). "Tinea Versicolor". PMID 29494106. Cite journal requires |journal= (help)
  4. ୪.୦ ୪.୧ Johnstone, Ronald B. (2017). "25. Mycoses and Algal infections". Weedon's Skin Pathology Essentials (2nd ed.). Elsevier. p. 447. ISBN 978-0-7020-6830-0. Archived from the original on 2021-05-25. Retrieved 2021-07-17.
  5. ୫.୦ ୫.୧ ୫.୨ ୫.୩ Karray, M; McKinney, WP (January 2021). "Tinea Versicolor". PMID 29494106. Cite journal requires |journal= (help)
  6. Saunte, Ditte M. L.; Gaitanis, George; Hay, Roderick James (2020). "Malassezia-Associated Skin Diseases, the Use of Diagnostics and Treatment". Frontiers in Cellular and Infection Microbiology (in English). 0. doi:10.3389/fcimb.2020.00112. ISSN 2235-2988. PMID 32266163. Archived from the original on 2020-05-06. Retrieved 2021-06-21.CS1 maint: unrecognized language (link)
  7. "Pityriasis versicolor". dermnetnz.org (in ଇଂରାଜୀ). Archived from the original on 3 March 2021. Retrieved 3 August 2021.
  8. Inamadar AC, Palit A (2003). "The genus Malassezia and human disease". Indian J Dermatol Venereol Leprol. 69 (4): 265–70. PMID 17642908.