ଡର୍ମାଟୋଫାଇଟୋସିସ

ଉଇକିପିଡ଼ିଆ‌ରୁ
ଡର୍ମାଟୋଫାଇଟୋସିସ
ଇଂରାଜୀ ପ୍ରତିଶବ୍ଦ - ringworm, tinea
ଯାଦୁ ହୋଇଥିବା ମାନବ ଗୋଡ଼ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିDermatology
ଆଇସିଡ଼ି-୧୦B35.0-B36.
ଆଇସିଡ଼ି-୯-ସିଏମ୍110.9
ରୋଗ ଡାଟାବେସ17492
ମେଡ଼ିସିନ-ପ୍ଲସ001439
ଇ-ମେଡ଼ିସିନemerg/592
Patient UKଡର୍ମାଟୋଫାଇଟୋସିସ
MeSHD003881

ଡର୍ମାଟୋଫାଇଟୋସିସ, ଓଡ଼ିଆ ଭାଷାରେ ଯାଦୁ (ଇଂରାଜୀ ଭାଷାରେ Dermatophytosis ବା tinea, କଥିତ ଇଂରାଜୀ ଭାଷାରେ ringworm) ରୋଗ ଏକ କବକ ବା ଫିମ୍ପି ସଂକ୍ରମଣ (fungal infection) ଯୋଗୁ ଚର୍ମରେ (skin) ହୋଇଥାଏ ।[୧] ଏଥିରେ ସ୍ୱାଭାବିକ ଭାବରେ ଲାଲ, ଗଲୁକାରୀ, କାତି ସମ୍ପନ୍ନ ଗୋଲାକାର ରାସ ହୁଏ । ରୋଗ ହୋଇଥିବା ସ୍ଥାନରେ ବାଳ ଉପୁଡ଼ିଯାଏ । ସଂକ୍ରମିତ ହେବାର ୪ରୁ ୧୪ଦିନ ପରେ ଏହାର ଲକ୍ଷଣ ଦେଖାଯାଏ ।[୨] ଦେହର ଏକାଧିକ ସ୍ଥାନରେ ଏହି ରୋଗ ହୋଇପାରେ ।[୩]

ପ୍ରାୟ ୪୦ ପ୍ରକାର କବକ ଏହି ଯାଦୁ ରୋଗ ସୃଷ୍ଟି କରିପାରନ୍ତି । ଏଗୁଡ଼ିକ ସାଧାରଣତଃ ଟ୍ରାଇକୋଫାଇଟନ (Trichophyton), ମାଇକ୍ରୋସ୍ପୋରମ (Microsporum), ବା ଏପିଡର୍ମୋଫାଇଟନ (Epidermophyton) ଶ୍ରେଣୀର କବକ ।[୧] ଜନ ସାଧାରଣ ବ୍ୟବ‌ହୃତ ସ୍ନାନାଗାରରେ ଗାଧୋଇଲେ, ଦେହ ସଂସ୍ପର୍ଷରେ ଆସୁଥିବା କ୍ରୀଡ଼ା ଯେପରିକି କୁସ୍ତିରେ ଭାଗ ନେଲେ, ଅତ୍ୟଧିକ ଝାଳ ବୋହିଲେ, ମୋଟାପଣ ଥିଲେ ଓ ଇମ୍ମ୍ୟୁନିଟି ଅଭାବ ଥିଲେ ଏହି ରୋଗ ସଙ୍କଟ ରହେ ।[୪][୩] ପଶୁଠାରୁ ଓ ମଣିଷ-ମଣିଷ ମଧ୍ୟରେ ଏ ରୋଗ ବ୍ୟାପେ ।[୪] ଏହାର ବାହ୍ୟ ଆକୃତି ଓ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ । ରୋଗାକ୍ରାନ୍ତ ସ୍ଥାନରୁ ଚର୍ମ ସାମ୍ପଲ ନେଇ କଲଚର (culturing) କରି ବା ଅଣୁବୀକ୍ଷଣ ଯନ୍ତ୍ରରେ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୫]

ଚର୍ମ ଓଦା ନ ରଖିଲେ, ଖାଲି ପାଦରେ ନ ଚାଲିଲେ ଓ ଅନ୍ୟର ବ୍ୟକ୍ତିଗତ ପଦାର୍ଥ ବ୍ୟବ‌ହାରର ଭାଗୀଦାର ନ ହେଲେ ଏହି ରୋଗ ପ୍ରତିରୋଧ କରିହୁଏ । [୪] କ୍ଲୋଟ୍ରାଇମାଜୋଲ (clotrimazole) ବା ମିକୋନାଜୋଲ (miconazole) ଭଳି ଆଣ୍ଟିଫଙ୍ଗାଲ କ୍ରିମ (antifungal cream) ଲଗେଇ ଚିକିତ୍ସା କରାଯାଏ । ସ୍କାଲ୍ପ/ଖପୁରୀ ଆବରଣରେ ରୋଗ ହୋଇଥିଲେ ଫ୍ଲୁକୋନାଜୋଲ (fluconazole) ପାଟିରେ ଖାଇବାକୁ ଦିଆଯାଏ ।[୬]

ଜନସଂଖ୍ୟାର ପ୍ରାୟ ୨୦% ଲୋକ ଏହି ଯାଦୁ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ।[୭] ପୁରୁଷମାନଙ୍କରେ ଜଙ୍ଘ ମୂଳରେ ସାଧାରଣତଃ ଅଧିକ ଦେଖାଯାଏ ଓ ପୁରୁଷ ତ‌ଥା ମହିଳାଙ୍କର ଦେହ ତ‌ଥା ଖପୁରୀ ଆବରଣରେ ଏ ରୋଗ ହୁଏ ।[୩] ଖପୁରୀ ଆବରଣ ସଂକ୍ରମଣ ପିଲାଙ୍କର ଅଧିକ ହୁଏ ଓ ଜଙ୍ଘ ମୂଳ ସଂକ୍ରମଣ ସାଧାରଣତଃ ବୟସ୍କ ଲୋକଙ୍କର ଅଧିକ ହୁଏ ।[୩] ଯାଦୁର ବର୍ଣ୍ଣନା ପୁରାତନ ଇତିହାସରେ (ancient history) ଦେଖିବାକୁ ମିଳେ ।[୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Definition of Ringworm". CDC. December 6, 2015. Retrieved 5 September 2016.
  2. "Symptoms of Ringworm Infections". CDC. December 6, 2015. Retrieved 5 September 2016.
  3. ୩.୦ ୩.୧ ୩.୨ ୩.୩ Domino, Frank J.; Baldor, Robert A.; Golding, Jeremy (2013). The 5-Minute Clinical Consult 2014 (in ଇଂରାଜୀ). Lippincott Williams & Wilkins. p. 1226. ISBN 9781451188509.
  4. ୪.୦ ୪.୧ ୪.୨ "Ringworm Risk & Prevention". CDC. December 6, 2015. Retrieved 5 September 2016.
  5. "Diagnosis of Ringworm". CDC. December 6, 2015. Retrieved 5 September 2016.
  6. "Treatment for Ringworm". CDC. December 6, 2015. Retrieved 5 September 2016.
  7. Mahmoud A. Ghannoum; John R. Perfect (24 November 2009). Antifungal Therapy. CRC Press. p. 258. ISBN 978-0-8493-8786-9.
  8. Bolognia, Jean L.; Jorizzo, Joseph L.; Schaffer, Julie V. (2012). Dermatology (in ଇଂରାଜୀ) (3 ed.). Elsevier Health Sciences. p. 1255. ISBN 0702051829.