Jump to content

କୁଜି ବାଟହଣା ପକ୍ଷୀ

ଉଇକିପିଡ଼ିଆ‌ରୁ
(Small pratincoleରୁ ଲେଉଟି ଆସିଛି)

କୁଜି ବାଟହଣା ପକ୍ଷୀ
ଭାରତରେ ଉଠାଯାଇଥିବା ଫଟୋ ଚିତ୍ର
Scientific classification Edit this classification
Kingdom: Animalia
Phylum: Chordata
Class: Aves
Order: Charadriiformes
Family: Glareolidae
Genus: Glareola
Species:
G. lactea
Binomial name
Glareola lactea
କୋନ୍ରାଡ଼୍ ଜାକବ୍ ଟେମିଂକ୍, ୧୮୨୦

କୁଜି ବାଟହଣା ପକ୍ଷୀ (ଇଂରାଜୀ ଭାଷାରେ small pratincole ବା little pratincole ବା small Indian pratincole, ଜୀବବିଜ୍ଞାନ ନାମ Glareola lactea) ଏକ କ୍ଷୁଦ୍ରାକାର ପକ୍ଷୀ ଯାହା ଗ୍ଲେରିଓଲିଡାଏ ପରିବାରର ସଦସ୍ୟ । ଏହି ପକ୍ଷୀମାନେ ଜଳାଶୟ ନିକଟରେ ବସବାସ କରିଥାନ୍ତି ।

ଭୌଗୋଳିକ ବିତରଣ

[ସମ୍ପାଦନା]

ଭାରତ, ପଶ୍ଚିମ ପାକିସ୍ତାନ, ବଙ୍ଗଳାଦେଶ, ବ୍ରହ୍ମଦେଶ, ଲାଓସ, କାମ୍ବୋଡିଆ, ଶ୍ରୀଲଙ୍କାଥାଇଲାଣ୍ଡ ପ୍ରଭୃତି ଦେଶରେ ଏହି ପକ୍ଷୀ ମୂଳ ନିବାସୀ ଓ ସେଠାରେ ନିଜ ବଂଶ ବିସ୍ତାର କରି ଆସୁଛନ୍ତି । ଡିସେମ୍ବରରୁ ନେଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏମାନଙ୍କ ପ୍ରଜନନ ଋତୁ । ଏମାନେ ସମୁଦ୍ର ଓ ହ୍ରଦ ଇତ୍ୟାଦି ଜଳାଶୟ ତଟର ଗୋଡ଼ିପୂର୍ଣ୍ଣ ମାଟିରେ କିମ୍ବା ବାଲି ପଠାରେ ୨ରୁ ୪ ଗୋଟି ଅଣ୍ଡା ଦିଅନ୍ତି । ଭାରତରେ ଉତ୍ତର କର୍ଣ୍ଣାଟକର ହେମବତୀ ନଦୀ ତଟରେ ଓ ରାଇଚୁର ଅଞ୍ଚଳରେ ଏମାନେ ପ୍ରତିବର୍ଷ ପ୍ରଜନନ କରୁଥିବା ଲିପିବଦ୍ଧ କରାଯାଇଥିଲା ।[]) ଉତ୍ତର କେରଳର କନ୍ନୁର୍ ଅଞ୍ଚଳରେ ମଧ୍ୟ ଏମାନେ ପ୍ରତିବର୍ଷ ପ୍ରଜନନ କରୁଥିବା ବିଷୟ ଜଣା ପଡ଼ିଥିଲା ।


କୁଜି ବାଟହଣା[] ପକ୍ଷୀର ଶରୀର ମାତ୍ର ୧୬.୫-୧୮.୫ ସେଣ୍ଟିମିଟର ଦୀର୍ଘ । ଖୋଲା ଥିବା ବେଳେ ଦୁଇ ଡେଣାର ପ୍ରଶସ୍ତି ପ୍ରାୟ ୪୨-୪୮ ସେଣ୍ଟିମିଟର । ଅତି ଛୋଟ ଆକାରର ହୋଇଥିବାରୁ କୁଜି ବାଟହଣାକୁ ଦେଖିଲେ ବେଳେବେଳେ ଚଟିଆ ବା ଗିଳାପକ୍ଷୀ ବୋଲି ଭ୍ରମ ସୃଷ୍ଟି ହୁଏ ।

ବିବରଣୀ

[ସମ୍ପାଦନା]

କୁଜି ବାଟହଣାର ଗୋଡ଼ଗୁଡ଼ିକ ଓ ଲାଞ୍ଜ ଛୋଟ । ଏହାର ଡେଣା ଲମ୍ବା ଓ ମୁନିଆ । ଉଡ଼ନ୍ତା ଅବସ୍ଥାରେ ଖାଇବା ପାଇଁ ଏହାର ଛୋଟ ଥଣ୍ଟ ଅତ୍ୟନ୍ତ ଉପଯୋଗୀ ହୋଇଥାଏ । ଏହାର ଦେହର ରଙ୍ଗ ଅବସନ୍ନ ପାଉଁଶିଆ ରଙ୍ଗର ହୋଇଥିବାରୁ ଏହାର ଜୀବବିଜ୍ଞାନ ନାମରେ ଲାକ୍ଟିଆ (lacteal) – ଅର୍ଥାତ୍ “ଦୁଧିଆ” ଶବ୍ଦ ବ୍ୟବହୃତ ହୋଇଛି । ଏହାର ମୁଣ୍ଡର ଉପର ପଟ ମାଟିଆ ରଙ୍ଗର ।

ଏହି ପକ୍ଷୀର ପ୍ରାଥମିକ ଡେଣାପର କଳା ରଙ୍ଗର । ଡେଣା ଉପର ପଟ ପାଉଁଶିଆ ରଙ୍ଗର । ଡେଣାର ତଳ ପଟେ କଳା ଓ ଧଳା ଗାର ରହିଥାଏ । ଡେଣାର ଭିତର ପଟର ପର ମୁଖ୍ୟତଃ କଳା ରଙ୍ଗର । ଏହାର ଲାଞ୍ଜରେ ଧଳା ପର ଥାଏ ଓ ଲାଞ୍ଜର ଅଗଟି କଳା ରଙ୍ଗର ହୋଇଥାଏ । ଏହାର ପେଟ ଧଳା ରଙ୍ଗର ହୋଇଥାଏ ।

ପରିସଂସ୍ଥା

[ସମ୍ପାଦନା]

କୁଜି ବାଟହଣା ପକ୍ଷୀର ଏକ ବୈଚିତ୍ର୍ୟ ଏହି ଯେ – ଯଦିଓ ଏହି ପକ୍ଷୀ ୱେଡର୍ (ଜଳାଶୟ ତଟବର୍ତ୍ତୀ ପକ୍ଷୀ) ଶ୍ରେଣୀରେ ପରିଗଣିତ ହୁଏ, କିନ୍ତୁ ଅନ୍ୟ ଗିଳାପକ୍ଷୀଙ୍କ ପରି ଏହା ନିଜର ଅଧିକାଂଶ ଶିକାର ଉଡ଼ନ୍ତା ଅବସ୍ଥାରେ କରିଥାଏ । ଏମାନେ ଭୂମି ଉପରେ ବୁଲି ମଧ୍ୟନିଜର ଆହାର ଖୋଜିବା ଦେଖାଯାଏ ।

ଖୋଲା ଅଞ୍ଚଳରେ ଏହି ପକ୍ଷୀ ଅଧିକ ବିଚରଣ କରନ୍ତି । ସନ୍ଧ୍ୟା ସମୟରେ ପାଣି ନିକଟରେ ଏମାନେ ନିଜର ଶିକାର ଖୋଜି ବୁଲୁଥିବା ଦେଖାଯାଏ ।

ଚିତ୍ର ଗ୍ୟାଲେରି

[ସମ୍ପାଦନା]
  1. BirdLife International (2012). "Glareola lactea". Retrieved 26 November 2013. {{cite journal}}: Cite journal requires |journal= (help); Invalid |ref=harv (help)
  2. Worth, C Brooke (1953). "Ecological notes on a colony of Small Swallow-Plovers in Mysore State". J. Bombay Nat. Hist. Soc. 51 (3): 608–622.
  3. ଡଃ ଚନ୍ଦ୍ରଶେଖର କର, ଡଃ ସଂଜତ କୁମାର ସାହୁ, ଶାରଦା ପତି, ଡଃ ବି. କେ. ସେନାପତି(୧୯୯୯) ପକ୍ଷୀ ନିରୀକ୍ଷଣ ପୁସ୍ତକ