ଶିଶିର ବେହେରା

ଉଇକିପିଡ଼ିଆ‌ରୁ
(Sisira Beheraରୁ ଲେଉଟି ଆସିଛି)
ଶିଶିର ବେହେରା
Born୧୯୮୭
ଗୋବିନ୍ଦପୁର, ସିଦ୍ଧିଗିରି, ଟାଙ୍ଗୀ, କଟକ
Nationalityଭାରତୀୟ
Educationପିଏଚଡ଼ି
Alma materରେଭେନ୍ସା ବିଶ୍ୱବିଦ୍ୟାଳୟ, ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ ଛତିଆ
Parentଜଗନ୍ନାଥ ବେହେରା
ଟିମି ବେହେରା[୧]
Awardsକେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୧୯[୨]

ଶିଶିର ବେହେରା, ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ସାହିତ୍ୟିକ ।[୩] ସମାଲୋଚନା ପୁସ୍ତକ ‘ବିମୁଗ୍ଧ ଉଚ୍ଚାରଣ’ ନିମନ୍ତେ ଶିଶିର ୨୦୧୯ ମସିହାରେ ଏହି ପୁରସ୍କାର ଲାଭ କରିଥିଲେ ।[୪] ସେ ବୃତ୍ତିରେ ଜଣେ ଶିକ୍ଷାବିତ୍ ଓ ଗବେଷକ । ବର୍ତ୍ତମାନ ସେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ସହକାରୀ ପ୍ରଫେସର ଭାବରେ କାର୍ଯ୍ୟ କରୁଛନ୍ତି ।

ଜୀବନୀ[ସମ୍ପାଦନା]

ଶିଶିର ୧ ମଇ ୧୯୮୭ ମସିହାରେ କଟକ ଜିଲ୍ଲାର ଟାଙ୍ଗୀ ଅନ୍ତର୍ଗତ ଗୋବିନ୍ଦପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଜଗନ୍ନାଥ ବେହେରା ଓ ମାତାଙ୍କ ନାମ ଟିମି ବେହେରା । ପିଲାଦିନ ତାଙ୍କର ଦାରିଦ୍ରରେ କଟିଛି । ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକ ଓ ଏମଫିଲ ଶ୍ରେଣୀରେ ପ୍ରଥମ ସ୍ଥାନ ଲାଭ କରିଥିଲେ । ତାଙ୍କର ୧୩ଖଣ୍ଡ ପୁସ୍ତକ ପ୍ରକାଶ ପାଇସାରିଛି । ସେଗୁଡିକ ମୁଖ୍ୟତଃ ପ୍ରବନ୍ଧ, ଅନୁବାଦ ଓ ସମାଲୋଚନା ମୂଳକ ପୁସ୍ତକ ।[୫]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର - ୨୦୧୯ (ବିମୁଗ୍ଧ ଉଚ୍ଚାରଣ ପାଇଁ)[୬]

ଆଧାର[ସମ୍ପାଦନା]

  1. "ନୂଆପିଢ଼ି ସମୟର ସୁବିନିଯୋଗ କରନ୍ତୁ: ଡ.ଶିଶିର ବେହେରା". localwire.me. localwire.me. Retrieved 19 June 2019.
  2. "Sahitya Akademi Yuva Puraskar 2019" (PDF). sahitya-akademi.gov.in. Sahitya Akademi. Retrieved 19 June 2019.
  3. "ସାହିତ୍ୟ ଅକାଦେମିର ଘୋଷଣା: ବୀରେନ୍ଦ୍ର ସାମନ୍ତରାୟ ପାଇବେ ବାଲ୍‌ ସାହିତ୍ୟ ପୁରସ୍କାର, ଶିଶିରଙ୍କୁ ଯୁବ ପୁରସ୍କାର". sambad.in. Eastern Media. Retrieved 19 June 2019.
  4. "ସାହିତ୍ୟ ସମାଲୋଚନା ପୁସ୍ତକ 'ବିମୁଗ୍ଧ ଉଚ୍ଚାରଣ' ପାଇଁ ଶିଶିର ବେହେରାଙ୍କୁ ଯୁବ ପୁରସ୍କାର". pib.nic.in. Govt of India. Retrieved 19 June 2019.
  5. "ଯୁବ ପିଢ଼ିକୁ ଅଧିକରୁ ଅଧିକ ପଢ଼ନ୍ତୁ, ବହୁତ ରତ୍ନ ମିଳିବେ: ଶିଶିର ବେହେରା". www.odishalink.com. odishalink. Retrieved 19 June 2019.
  6. "'ବିମୁଗ୍ଧ ଉଚ୍ଚାରଣ' ପାଇଁ ଶିଶିର ବେହେରାଙ୍କୁ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର". www.odishaherald.com. Odisha Herald. Archived from the original on 1 November 2019. Retrieved 19 June 2019.