ଶିଶିର ବେହେରା
ଦେଖଣା
ଶିଶିର ବେହେରା | |
---|---|
ଜନ୍ମ | ୧୯୮୭ |
ଜାତୀୟତା | ଭାରତୀୟ |
ଶିକ୍ଷା | ପିଏଚଡ଼ି |
ଶିକ୍ଷାନୁଷ୍ଠାନ | ରେଭେନ୍ସା ବିଶ୍ୱବିଦ୍ୟାଳୟ, ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ ଛତିଆ |
ପିତାମାତା | ଜଗନ୍ନାଥ ବେହେରା ଟିମି ବେହେରା[୧] |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୧୯[୨] |
ଶିଶିର ବେହେରା, ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ସାହିତ୍ୟିକ ।[୩] ସମାଲୋଚନା ପୁସ୍ତକ ‘ବିମୁଗ୍ଧ ଉଚ୍ଚାରଣ’ ନିମନ୍ତେ ଶିଶିର ୨୦୧୯ ମସିହାରେ ଏହି ପୁରସ୍କାର ଲାଭ କରିଥିଲେ ।[୪] ସେ ବୃତ୍ତିରେ ଜଣେ ଶିକ୍ଷାବିତ୍ ଓ ଗବେଷକ । ବର୍ତ୍ତମାନ ସେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ସହକାରୀ ପ୍ରଫେସର ଭାବରେ କାର୍ଯ୍ୟ କରୁଛନ୍ତି ।
ଜୀବନୀ
[ସମ୍ପାଦନା]ଶିଶିର ୧ ମଇ ୧୯୮୭ ମସିହାରେ କଟକ ଜିଲ୍ଲାର ଟାଙ୍ଗୀ ଅନ୍ତର୍ଗତ ଗୋବିନ୍ଦପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଜଗନ୍ନାଥ ବେହେରା ଓ ମାତାଙ୍କ ନାମ ଟିମି ବେହେରା । ପିଲାଦିନ ତାଙ୍କର ଦାରିଦ୍ରରେ କଟିଛି । ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକ ଓ ଏମଫିଲ ଶ୍ରେଣୀରେ ପ୍ରଥମ ସ୍ଥାନ ଲାଭ କରିଥିଲେ । ତାଙ୍କର ୧୩ଖଣ୍ଡ ପୁସ୍ତକ ପ୍ରକାଶ ପାଇସାରିଛି । ସେଗୁଡିକ ମୁଖ୍ୟତଃ ପ୍ରବନ୍ଧ, ଅନୁବାଦ ଓ ସମାଲୋଚନା ମୂଳକ ପୁସ୍ତକ ।[୫]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର - ୨୦୧୯ (ବିମୁଗ୍ଧ ଉଚ୍ଚାରଣ ପାଇଁ)[୬]
ଆଧାର
[ସମ୍ପାଦନା]- ↑ "ନୂଆପିଢ଼ି ସମୟର ସୁବିନିଯୋଗ କରନ୍ତୁ: ଡ.ଶିଶିର ବେହେରା". localwire.me. localwire.me. Retrieved 19 June 2019.
- ↑ "Sahitya Akademi Yuva Puraskar 2019" (PDF). sahitya-akademi.gov.in. Sahitya Akademi. Retrieved 19 June 2019.
- ↑ "ସାହିତ୍ୟ ଅକାଦେମିର ଘୋଷଣା: ବୀରେନ୍ଦ୍ର ସାମନ୍ତରାୟ ପାଇବେ ବାଲ୍ ସାହିତ୍ୟ ପୁରସ୍କାର, ଶିଶିରଙ୍କୁ ଯୁବ ପୁରସ୍କାର". sambad.in. Eastern Media. Retrieved 19 June 2019.
- ↑ "ସାହିତ୍ୟ ସମାଲୋଚନା ପୁସ୍ତକ 'ବିମୁଗ୍ଧ ଉଚ୍ଚାରଣ' ପାଇଁ ଶିଶିର ବେହେରାଙ୍କୁ ଯୁବ ପୁରସ୍କାର". pib.nic.in. Govt of India. Retrieved 19 June 2019.
- ↑ "ଯୁବ ପିଢ଼ିକୁ ଅଧିକରୁ ଅଧିକ ପଢ଼ନ୍ତୁ, ବହୁତ ରତ୍ନ ମିଳିବେ: ଶିଶିର ବେହେରା". www.odishalink.com. odishalink. Retrieved 19 June 2019.
- ↑ "'ବିମୁଗ୍ଧ ଉଚ୍ଚାରଣ' ପାଇଁ ଶିଶିର ବେହେରାଙ୍କୁ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର". www.odishaherald.com. Odisha Herald. Archived from the original on 1 November 2019. Retrieved 19 June 2019.