Jump to content

ସର୍ଟ ବାୱେଲ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
(Short bowel syndromeରୁ ଲେଉଟି ଆସିଛି)
ସର୍ଟ ବାୱେଲ ସିଣ୍ଡ୍ରୋମ
ଇଂରାଜୀ ପ୍ରତିଶବ୍ଦ - short gut syndrome, short gut, intestinal failure
ଅପରେଶନ କରି ବାହାର କରିଥିବା ଗୋଟିଏ ଛୋଟ ରୋଗାକ୍ରାନ୍ତ ଇଲିଅମ (କ୍ଷୁଦ୍ରାନ୍ତ୍ରର ଏକ ଅଂଶ) ଖଣ୍ଡ ।
ବିଭାଗgastroenterology[*]
ଆଇସିଡ଼ି-୧୦K91.2{{{2}}}.{{{3}}}
ଆଇସିଡ଼ି-୯-ସିଏମ୍579.3
ରୋଗ ଡାଟାବେସ12026
ମେଡ଼ିସିନ-ପ୍ଲସ000237
ଇ-ମେଡ଼ିସିନmed/2746 ped/2088
MeSHD012778

ସର୍ଟ ବାୱେଲ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Short bowel syndrome ବା SBS ବା short gut) ଏକ ବେମାରୀ ଯେଉଁଥିରେ କାର୍ଯ୍ୟକ୍ଷମ କ୍ଷୁଦ୍ରାନ୍ତ୍ରର ଅଭାବ ଯୋଗୁ କୁପରିଶୋଷଣ/ମାଲ‌ଆବସର୍ପସନ (malabsorption) ହୁଏ ।[] ଏହାର ମୂଖ୍ୟ ଲକ୍ଷଣ ତରଳ ଝାଡ଼ା ହେବା ଫଳରେ ନିର୍ଜଳନ (dehydration), ଅପ‌ପୁଷ୍ଟି (malnutrition) ଓ ଓଜନ ହାନୀ (weight loss) ହୁଏ । ଅନ୍ୟ ଲକ୍ଷଣ ମଧ୍ୟରେ ପେଟ ଭର୍ତ୍ତି ଥିବା ଲାଗେ, ଛାତି ଜ୍ୱାଳା (‌heartburn), ଥକ୍କା ଅନୁଭବ, ଲାକ୍ଟୋଜ ଇନଟୋଲେରାନ୍ସ (lactose intolerance) ଓ ଦୁର୍ଗନ୍ଧ‌ଯୁକ୍ତ ମଳ ଇତ୍ୟାଦି ଦେଖାଯାଏ । [] ରୋଗ ଜଟିଳ ହେଲେ ଆନିମିଆବୃକ୍‌କ ପଥର ରୋଗ ହୋଇପାରେ । []

ଅଧିକାଂଶ କ୍ଷେତ୍ରରେ କୌଣସି କାରଣ ବଶତଃ ଗୋଟିଏ ବଡ଼ ଖଣ୍ଡ କ୍ଷୁଦ୍ରାନ୍ତ୍ର ଅପରେଶନ କରି କାଢ଼ିଦିଆଗଲା ଏହି ରୋଗ ହୁଏ । [] ବୟଃପ୍ରାପ୍ତ ଲୋକଙ୍କର କ୍ରନ୍ ରୋଗ ଓ ବଡ଼ପିଲାଙ୍କର ନେକ୍ରୋଟାଇଜିଙ୍ଗ ଏଣ୍ଟେରୋକୋଲାଇଟିସ (necrotising enterocolitis) ହେଲେ ଏହି ଅପରେଶନ ଦରକାର ହୁଏ । [] ଜନ୍ମରୁ ଛୋଟ ଅନ୍ତନଳୀ ଥିଲେ ବା ଆଘାତପ୍ରାପ୍ତ ହେଲେ ମଧ୍ୟ ଏହି ପରିସ୍ଥିତି ଉପୁଜେ । [] ସାଧାରଣତଃ ୨ମିଟରରୁ (୬.୬ ଫୁଟ) କମ ଅନ୍ତନଳୀ ଥିଲେ ଏହି ବେମାରୀ ହୁଏ । [][]

ନିର୍ଦ୍ଦିଷ୍ଟ ଖାଦ୍ୟ, ଔଷଧ ଓ ଅପରେଶନ କରି ଏହି ରୋଗର ଚିକିତ୍ସା କରାଯାଏ । ଓଆରଏସ, ଭିଟାମିନ, ଅଳ୍ପ ଖାଦ୍ୟ ଅଧିକ ଥର ଖାଇବା ଓ ଅଧିକ ଚର୍ବିଯୁକ୍ତ ଖାଦ୍ୟ ଏଡ଼େଇ ଏହାର ସମସ୍ୟା ସମାଧାନ କରାଯାଏ । ବେଳେବେଳେ ଶିରାଭ୍ୟନ୍ତର ଲାଇନରେ ପୋଷକ ଦିଆଯାଏ ଯାହାକୁ ପାରେଣ୍ଟେରାଲ ନ୍ୟୁଟ୍ରିସନ (parenteral nutrition) କୁହାଯାଏ । ଆଣ୍ଟିବାୟୋଟିକ, ଆଣ୍ଟାସିଡ, ଲୋପେରାମାଇଡ, ଟେଡୁଗ୍ଲୁଟାଇଡ (teduglutide) ଓ ଗ୍ରୋଥ ହରମୋନ (growth hormone) ଇତ୍ୟାଦି ଔଷଧ ଦିଆଯାଏ । ଅନ୍ତନଳୀ ପ୍ରତିରୋପଣ ସ‌ହ ଅନ୍ୟ କେତେକ ଅପରେଶନ କେତେକ ଲୋକଙ୍କୁ ସାହାଯ୍ୟ କରେ । []

ପ୍ରତିବର୍ଷ ପ୍ରାୟ ୩ ନିୟୁତ ଲୋକଙ୍କର ସର୍ଟ ବାୱେଲ ସିଣ୍ଡ୍ରୋମ ରୋଗ ହୁଏ । [] କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ୧୫,୦୦୦ରୋଗୀ ଥିବା ହିସାବରୁ ଜଣାଯାଏ । [] ୟୁରୋପିଆନ ମେଡିସିନ ଏଜେନ୍ସି (European Medicines Agency) ଏହି ରୋଗକୁ ବିରଳ ରୋଗ (rare disease) ଶ୍ରେଣୀଭୁକ୍ତ କରିଛନ୍ତି ।[] ଅନ୍ତନଳୀର ପରିମାଣ ଓ ଏହାର ବୃହଦନ୍ତ୍ର ସ‌ହ ସଂଯୋଗ ଉପରେ ଚିକିତ୍ସା ଫଳାଫଳ ନିର୍ଭର କରେ ।[]

  1. 1 2 Pironi, L (April 2016). "Definitions of intestinal failure and the short bowel syndrome". Best practice & research. Clinical gastroenterology. 30 (2): 173–85. PMID 27086884.
  2. 1 2 3 4 5 6 "Short Bowel Syndrome". NIDDK. July 2015. Archived from the original on 20 October 2016. Retrieved 20 October 2016.
  3. 1 2 3 4 Ferri, Fred F. (2014). Ferri's Clinical Advisor 2015: 5 Books in 1 (in ଇଂରାଜୀ). Elsevier Health Sciences. p. 1074. ISBN 9780323084307.
  4. "Short bowel syndrome", orphanet, February 2012, retrieved November 16, 2012