Jump to content

ଶାହଜାହାନ

ଉଇକିପିଡ଼ିଆ‌ରୁ
(Shah Jahanରୁ ଲେଉଟି ଆସିଛି)
ଶାହଜାହାନ
5th Mughal Emperor
ପୂର୍ବାଧିକାରୀ ଜାହାଙ୍ଗୀର
ଉତ୍ତରାଧିକାରୀ ଆଉରଙ୍ଗଜେବ
ସ୍ୱାମୀ/ସ୍ତ୍ରୀ ମୁମତାଜ ମହଲ
ଆକବରବାଦୀ ମହଲ
କାନ୍ଦାହାରୀ ମହଲ
ସନ୍ତାନସନ୍ତତିଗଣ
Jahanara Begum
Dara Shikoh
Shah Shuja
Roshanara Begum
Aurangzeb
Murad Baksh

Gauhara Begum
Others

ବଂଶ Timurid dynasty
ବାପା ଜାହାଙ୍ଗୀର
ଜନ୍ମ (1592-01-05)୫ ଜାନୁଆରୀ ୧୫୯୨
Lahore, Mughal Empire(now in Pakistan)
ମୃତ୍ୟ ୨୨ ଜାନୁଆରୀ ୧୬୬୬(1666-01-22) (ବୟସ ୭୪)
ଆଗ୍ରା, ମୋଗଲ ସାମ୍ରାଜ୍ୟ(ବର୍ତ୍ତମାନର ଉତ୍ତର ପ୍ରଦେଶ, ଭାରତ)
ଧର୍ମ ଇସଲାମ
ଶାହଜାହାନ

ସମ୍ରାଟ ଜାହାଙ୍ଗୀରଙ୍କ ତୃତୀୟ ସନ୍ତାନ ଶାହଜାହାନ ୧୫୯୨ ମସିହା ଜାନୁଆରୀ ୫ତାରିଖରେ ଜନ୍ମଗ୍ରହଣ କରିଥିଲେ । ଜାହାଙ୍ଗୀରଙ୍କ ମୃତ୍ୟୁପରେ ନିଜର ସବୁ ଭାଇଙ୍କୁ ହତ୍ୟା କରି ସେ ୧୬୨୮ ଫେବୃଆରୀ ୪ ତାରିଖରେ ସିଂହାସନ ଆରୋହଣ କରିଥିଲେ । ତାଙ୍କର ୩ ପତ୍ନୀ ମଧ୍ୟରୁ, ଦ୍ୱିତୀୟ ଥିଲେ ମମତାଜ, ମମତାଜଙ୍କ ସହ ତାଙ୍କ ବିବାହ୧୬୧୨ ମସିହାରେ ହୋଇଥିଲା । ୧୬୩୧ରେ ମମତାଜଙ୍କ ମୃତ୍ୟୁ ପରେ, ତାଙ୍କ ସ୍ମୃତିରେ ସେ ତାଜମହଲ ନିର୍ମାଣ କରିଥିଲେ । ଦିଲ୍ଲୀର ଜାମା ମସଜିଦ ଓ ଆଗ୍ରାର ମୋତି ମସଜିଦ ମଧ୍ୟ ତାଙ୍କଦ୍ୱାରା ନିର୍ମିତ ହୋଇଥିଲା । ଶାହଜାହାନାବାଦ ନାମରେ ସେ ଏକ ନୂଆ ରାଜଧାନୀ ଗଢ଼ିଥିଲେ । ୧୬୫୮ ମସିହାରେ ଶାହଜାହାନଙ୍କ ପୁତ୍ର ଆଉରଙ୍ଗଜେବ ତାଙ୍କୁ ବନ୍ଦୀ କରି ସିଂହାସନ ଆରୋହଣ କରିଥିଲେ । ଦୀର୍ଘ ୮ବର୍ଷ ବନ୍ଦୀ ଜୀବନ ବିତାଇବାପରେ ୨୨ ଜାନୁଆରୀ ୧୬୬୬ରେ ତାଙ୍କର ମୃତ୍ୟୁ ଘଟିଥିଲା ।

ସିଂହାସନ ଆରୋହଣ

[ସମ୍ପାଦନା]

ଜାହାଙ୍ଗୀରଙ୍କ ମୃତ୍ୟୁ ବେଳକୁ ଶାହାଜାହାନ ଦାକ୍ଷିଣାତ୍ୟରେ ଥିଲେ । ସେତେ ବେଳକୁ ଜାହାଙ୍ଗୀରଙ୍କର ଦୁଇ ପୁତ୍ର ଖୁସ୍ରୁ ଓ ପାରଭେଜ ମୃତ୍ୟୁମୁଖରେ ପଡ଼ିଥିଲେ ମଧ୍ୟ ତାଙ୍କର କନିଷ୍ଠ ପୁତ୍ର ଶାହାରିୟର ଜୀବିତ ଥିଲେ । ଶାହାରିୟର ଜାହାଙ୍ଗୀରଙ୍କର ଜାମାତା ଥିବାରୁ ଜାହାଙ୍ଗୀରଙ୍କ ମୃତ୍ୟୁପରେ ନିଜକୁ ସମ୍ରାଟ ବୋଲି ଘୋଷଣା କଲେ । ନୃରହାଜାନଙ୍କ ଭାଇ ମୋଗଲ ସେନାପତି ଆସଫ ଖାଁ ଶାହାଜାହାନଙ୍କର ଶଶୁର ଥିବାରୁ ସେ ଶାହାଜାହାନଙ୍କୁ ସିଂହାସନରେ ବସାଇବା ପାଇଁ ଚେଷ୍ଟାକରୁଥିଲେ । ପରିଶେଷରେ ଶାହାଜାହାନ ୧୬୨୭ରେ ଆଗ୍ରାଠାରେ ନିଜକୁ ସମ୍ରାଟ ବୋଲି ଘୋଷଣା କଲେ । [] ସେ ଶାହାରିୟର ଓ ମୋଗଲ ବଂଶର କେତେକ ରାଜପୁତ୍ରଙ୍କୁ ହତ୍ୟା କରିଥିଲେ । ଏହି ରକ୍ତପାତର ପରିଣତି ଜୀବନର ଶେଷ ଭାଗରେ ତାଙ୍କୁ ଭୋଗ କରିବାକୁ ପଡ଼ିଥିଲା । []

ବିଦ୍ରୋହ ଦମନ

[ସମ୍ପାଦନା]

ସିଂହାସନ ଆରୋହଣ ପରେ ଶାହାଜାହାନ ଦକ୍ଷତାର ସହିତ ଶାସନ ଚଳାଇଥିଲେ । ସେ ବୁନ୍ଦେଲ ନେତା ଜୁଝାର ସିଂହ ଓ ଆଫଗାନ ନେତା ଖାଁଜାହାନ ଲୋଦୀଙ୍କର ବିଦ୍ରୋହ ଦମନ କରିଥିଲେ । ସେତେବେଳେ ହୁଗୁଳିଠାରେ ପର୍ତ୍ତୁଗୀଜମାନେ ନାନା ଅବୌଧ କାର୍ଯ୍ୟରେ ଲିପ୍ତଥିବାରୁ ଶାହାଜାହାନ ସୈନ୍ୟ ପଠାଇ ହୁଗୁଳି ଦଖଲ କରିଥିଲେ । ଅନେକ ପର୍ତ୍ତୁଗୀଜ ନିହତ ଓ ବନ୍ଦୀ ହେଲେ ।[]

ଶାହାଜାହାନଙ୍କ ଶାସନ କାଳରେ ଦାକ୍ଷିଣାତ୍ୟ ଓ ଗୁଜରାଟରେ ଭୀଷଣ ଦୁର୍ଭିକ୍ଷ ପଡ଼ିଥିଲା । ଶାହାଜାନଙ୍କ ସାହାଯ୍ୟ ସତ୍ତ୍ୱେ ଏଥିରେ ବହୁ ଲୋକ ପ୍ରାଣ ହରେଇଥିଲେ ।

କାନ୍ଦାହର ଅଭିଯାନ

[ସମ୍ପାଦନା]

ଶାହାଜାହାନ ପାରସ୍ୟ ସମ୍ରାଟଙ୍କଠାରୁ କାନ୍ଦାହାର ମୁକୁଳେଇବା ପାଇଁ ବାରମ୍ବାର ଚେଷ୍ଟା କରି ବିଫଳ ହୋଇଥିଲେ । ଏହାଦ୍ୱାରା ମୋଗଲ ଶକ୍ତି ଦୁର୍ବଳ ବୋଲି ଜଣାପଡ଼ିଲା ଓ ଉତ୍ତର-ପଶ୍ଚିମ ସୀମାନ୍ତ ଦୁର୍ବଳ ଅବସ୍ଥାରେ ରହିଲା । ଶାହାଜାହାନ ମଧ୍ୟ-ଏସିଆରେ ଥିବା ନିଜ ପିତୃ-ପୁରୁଷମାନଙ୍କର ରାଜ୍ୟଗୁଡିକ ଅଧିକାର କରିବା ପାଇଁ ବହୁ ସୈନ୍ୟ ବାରମ୍ବାର ପ୍ରେରଣ କରିଥିଲେ । ସେଠାରେ ପ୍ରତିକୂଳ ଜଳବାୟୁ, ଭୂପ୍ରକୃତି ଓ ଅଧିବାସୀମାନଙ୍କର ଆକ୍ରମଣ ଫଳରେ ମୋଗଲ ସୈନ୍ୟମାନେ ବହୁ ଧନ-ଜନ ହରାଇ ଫେରିଆସିବାକୁ ବାଧ୍ୟ ହୋଇଥିଲେ ।

ଦାକ୍ଷିଣାତ୍ୟ ଅଭିଯାନ

[ସମ୍ପାଦନା]

ଆହମ୍ମଦନଗରର ବିଖ୍ୟାତ ମନ୍ତ୍ରୀ ମାଲିକ ଅମ୍ବରଙ୍କର ମୃତ୍ୟୁ ପରେ ତାଙ୍କ ପୁତ୍ର ଫତେ ଖାଁ ଆହମ୍ମଦନଗରର ସୁଲତାନଙ୍କୁ ମାରି ତାଙ୍କ ପୁତ୍ର ହୁସେନ ଶାହଙ୍କୁ ସିଂହାସନରେ ବସେଇ ସମସ୍ତ କ୍ଷମତା ନିଜହାତରେ ରଖିଲେ । ଏହିପରି ସମୟରେ ଶାହାଜାହାନ ଫତେ ଖାଁଙ୍କୁ ପ୍ରଚୁର ଉତ୍କୋଚଦେଇ ଆହମ୍ମଦନଗରର ରାଜଧାନୀ ଦୌଲତାବାଦକୁ ଦଖଲ କରିଥିଲେ । ୧୬୩୩ ଖ୍ରୀଷ୍ଟାବ୍ଦରେ ଆହମ୍ମଦାନଗର ମୋଗଲ ସାମ୍ରାଜ୍ୟରେ ମିଶିଲା ଓ ନିଜାମଶାହୀ ବଂଶ ଲୋପ ପାଇଲା । ସେହି ବଂଶର ପୁନରୁଦ୍ଧାର ଓ ଆହମ୍ମଦାନଗରର ସ୍ୱାଧୀନତା ଫେରେଇଆଣିବା ପାଇଁ ମରହଟ୍ଟା ନେତା ଶାହାଜୀ ବହୁ ଚେଷ୍ଟାକରି ବିଫଳ ହୋଇଥିଲେ ।

ଗୋଲକୁଣ୍ଡାରବିଜାପୁରର ଶାସକମାନେ ଗୋପନରେ ଶାହାଜୀଙ୍କୁ ସାହାଯ୍ୟ କରୁଥିବାରୁ ୧୬୩୬ରେ ଶାହାଜାହାନ ସେମାନଙ୍କୁ ଶାସ୍ତିଦେବା ପାଇଁ ଦାକ୍ଷିଣାତ୍ୟ ଅଭିମୂଖେ ଯାତ୍ରା କରିଥିଲେ । ଭୟରେ ଗୋଲକୁଣ୍ଡାର ସୁଲତାନ ବଶତା ସ୍ୱୀକାର କଲେ । ବିଜାପୁର ବଶତା ସ୍ୱୀକାର କରିବା ପାଇଁ ବାରଣ କରିବାରୁ ମୋଗଲସେନା ବିଜାପୁର ଆକ୍ରମଣ କଲେ ଏବଂ ବିଜାପୁର ଶାହାଜାହାନଙ୍କ ବସତା ସ୍ୱୀକାର କଲା । ଆଉରଙ୍ଗଜେବ ଦାକ୍ଷିଣାତ୍ୟର ଶାସନକର୍ତ୍ତା ହେଲେ । ସେ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇ ଦ୍ୱିତୀୟବାର ଦାକ୍ଷିଣାତ୍ୟର ଶାସନକର୍ତ୍ତା ନିଯୁକ୍ତ ହେଲେ । ସେ ସୁନ୍ନିମୁସଲମାନ ଥିବାରୁ ବିଜାପୁର ଓ ଗୋଲକୁଣ୍ଡାର ସିହା ଶାସକମାନେ ସମୂଳେ ଧ୍ୱଂସ କରିବାକୁ ଇଛା କରିଥିଲେ । ସେ ଗୋଲକୁଣ୍ଡା ଓ ବିଜାପୁର ଯଥାକ୍ରମେ ଆକ୍ରମଣ କରି ବିଜୟ ହାସଲ କରିବାକୁ ଯାଉଥିବା ବେଳେ ଶାହାଜାହାନଙ୍କ ଆଦେଶରେ ସେଥିରୁ ନିବୃତ୍ତ ହୋଇଥିବାରୁ କ୍ରୋଧଜର୍ଜରିତ ହୋଇଥିଲେ । ଏହି ସମୟରେ ଶାହାଜାହାନ ଗୁରୁତର ଭାବରେ ପୀଡ଼ିତ ଥିବାର ଖବର ପାଇ ଆଉରଙ୍ଗଜେବ ସିଂହାସନ ଲାଭ ଆଶାରେ ଆଗ୍ରା ଅଭିମୂଖେ ଯାତ୍ରା କରିଥିଲେ । []

ଶାହାଜାହାନଙ୍କ କୀର୍ତ୍ତି

[ସମ୍ପାଦନା]

ବାହାର ତଥ୍ୟ

[ସମ୍ପାଦନା]