ଜାହାଙ୍ଗୀର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଜାହାଙ୍ଗୀର
Flag of the Mughal Empire.svg ୪ର୍ଥ ମୋଗଲ ସମ୍ରାଟ
Reign 15 October 1605 – 8 November 1627
Coronation 24 October 1605
Predecessor ଆକବର
Successor ଶାହା ଜାହାନ
Spouse ନୂରଜାହାନ ଓ ତାଜ ବିବି ବିଲକିସ ମକାନୀଙ୍କ ସମେତ ୨୪ ଜଣ
Issue
Khusraw
Khurram
Shahryar Parvez
Others
House House of Timur
Father ଆକବର
Mother Mariam
Born ୩୧ ଅଗଷ୍ଟ ୧୫୬୯
ଫତେହପୁର ସିକ୍ରି
Died ୮ ନଭେମ୍ବର, ୧୬୨୭ (୫୮ ବର୍ଷ)
କାଶ୍ମୀର
Burial Tomb of Jahangir
Religion ଇସଲାମ ଧର୍ମ

୧୬୦୫ ଖ୍ରୀଷ୍ଟାବ୍ଦରେ ଆକବରଙ୍କର ମୃତ୍ୟୁପରେ ତାଙ୍କର ପୁତ୍ର ସେଲିମ ନୁରଉଦ୍ଦିନ ମହମ୍ମଦ ଜାହାଙ୍ଗୀର ଉପାଧୀ ଧାରଣ କରି ସିଂହାସନରେ ବସିଥିଲେ ।[୧]

ଖୁସ୍ରୁଙ୍କ ବିଦ୍ରୋଦ[ସମ୍ପାଦନା]

ଜାହାଙ୍ଗୀରଙ୍କର ଜ୍ୟେଷ୍ଠ ପୁତ୍ର ଗୁଣବାନ ଓ ଲୋକପ୍ରିୟ ଖୁସ୍ରୁ ଆକବରଙ୍କ ପରେ ସମ୍ରାଟ ହେବେ ବୋଲି ଆଶାକରିଥିଲେ । ଜାହାଙ୍ଗୀର ସିଂହାସନ ଆରୋହଣ କରିବା ପରେ ସେ ପଞ୍ଜାବକୁ ପଳେଇଯାଇ ସେଠାରେ ସେ ବିଦ୍ରୋହ ଘୋଷଣା କରିଥିଲେ । ଶିଖମାନଙ୍କର ପଞ୍ଚମ ଗୁରୁ ଅର୍ଜୁନ ସିଂହ ତାଙ୍କଉ ଅର୍ଥ ସାହାଯ୍ୟ କରିଥିଲେ । ଜାହାଙ୍ଗୀର ସୈନ୍ୟ ପଠେଇ ଖୁସ୍ରୁଙ୍କୁ ପରାସ୍ତ ଓ ବନ୍ଦୀ କଲେ । ତାଙ୍କର ଚକ୍ଷୁ ନଷ୍ଟ କରିଦିଆଗଲା । ପରେ ସାନଭାଇ ଶାହା ଜାହାନ ତାଙ୍କୁ ହତ୍ୟା କରିଥିଲେ । ଅର୍ଜୁନ ସିଂହ ଖୁସ୍ରୁଙ୍କୁ ସାହାଯ୍ୟ କରିଥିବାରୁ ମୃତ୍ୟୁଦଣ୍ଡ ପାଇଥିଲେ ।[୨]

ନୂରଜାହାନ[ସମ୍ପାଦନା]

ମୂଳ ଲେଖା: ନୂରଜାହାନ

ଜାହାଙ୍ଗୀରଙ୍କର ନୂରଜାହାନଙ୍କ ସହିତ ବିବାହ ତାଙ୍କ ରାଜତ୍ଵର ଏକ ଉଲ୍ଲେଖଯୋଗ୍ୟ ଘଟଣା । ନୂରଜାହାନଙ୍କର ପିଲାଦିନର ନାମ ଥିଲା ମେହେର-ଉନ୍ନିସା । ତାନକ ପିତା ମିର୍ଜା ଗିୟାସ ବେଗ ଆକବରଙ୍କ ରାଜତ୍ଵ କାଳରେ ପାରସ୍ୟ ଦେଶରୁ ଭାରତକୁ ପଳେଇଆସି ଆକବରଙ୍କ ଦରବାରରେ ଚାକିରି କଲେ ।[୩] ବୟଃପ୍ରାପ୍ତ ହେଲାପରେ ମେହେର-ଉନ୍ନିସାଙ୍କୁ ଆଲିକୁଲି ନାମକ ଜଣେ ବ୍ୟକ୍ତିଙ୍କ ସହିତ ବିବାହ କରେଇଦିଆଗଲା । ଜାହାଙ୍ଗୀରଙ୍କ ରାଜତ୍ଵର ଆରମ୍ଭରେ ଆଲିକୁଲି ବର୍ଦ୍ଧମାନଙ୍କର ଜାଗିରଦାର ନିଯୁକ୍ତି ହେଲେ ଓ ତାଙ୍କର ଉପାଧୀ ଶେର ଆଫଗାନ ରଖାଗଲା । ଶେର ଆଫଗାନ ବିଦ୍ରୋହ ପାଇଁ ପ୍ରସ୍ତୁତ ହେଉଛନ୍ତି ଶୁଣି ଜାହାଙ୍ଗୀର ତାଙ୍କୁ ଦମନ କରିବା ପାଇଁ ବଙ୍ଗର ଶାସନକର୍ତ୍ତା କୁତବୁଦ୍ଦିନଙ୍କୁ ପଠେଇଲେ । ଶେର ଆଫଗାନ କୁତବୁଦ୍ଦିନଙ୍କୁ ହତ୍ୟା କଲେ ମଧ୍ୟ କୁତବୁଦ୍ଦିନଙ୍କର ଅନୁଚରମାନଙ୍କ ଦ୍ଵାରା ନିହତ ହେଲେ । ମେହେର-ଉନ୍ନିସା ଓ ତାଙ୍କ କ୍ନ୍ୟାଙ୍କୁ ରାଜଧାନୀକୁ ନିଆଯାଇ ମୋଗଲ ରାଜପ୍ରସାଦରେ ରଖାଗଲା। ଏହାର ଚାରିବର୍ଷ ପରେ ଜାହାଙ୍ଗୀର ୧୬୧୧ ଖ୍ରୀଷ୍ଟାବ୍ଦରେ ମେହେର-ଉନ୍ନିସାଙ୍କର ଅସାମାନ୍ୟ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ତାହାଙ୍କୁ ବିବାହ କରିଥିଲେ ।[୪] ବିବାହ ପରେ ଜାହାଙ୍ଗୀର ମେହେର-ଉନ୍ନିସାଙ୍କ ନାମ ନୁରମହଲ (ପ୍ରାସାଦର ଆଲୋକ) ରଖିଲେ । [୩] ପରେ ତାଙ୍କୁ ନୂରଜାହାନ ( ଜଗତର ଖ୍ୟାତି) ନାମ ଦିଆଗଲା। [୫]

ରାଜତ୍ଵ କାଳରେ ଯୁଦ୍ଧ[ସମ୍ପାଦନା]

ଜାହାଙ୍ଗୀର ବଙ୍ଗଦେଶର ବିଦ୍ରୋହୀ ଆଫଗାନମାନଙ୍କୁ ଦମନ କରିଥିଲେ । ରାଣାପ୍ରତାପଙ୍କ ପରେ ତାଙ୍କର ପୁତ୍ର ଅମର ସିଂହ ମିବାରର ରାଣା ହୋଇଥିଲେ । ସେ ପିତାଙ୍କ ପରି ଦୃଢ଼ପ୍ରତିଜ୍ଞ ନଥିବାରୁ ଜାହାଙ୍ଗୀରଙ୍କର ବଶତା ସ୍ଵୀକାର କରିଥିଲେ । ଜାହାଙ୍ଗୀର ପିତାଙ୍କ ପରି ରାଜପୁତମାନଙ୍କ ପ୍ରତି ଉଦାର ନୀତି ଅବଲମ୍ବନ କରିଥିଲେ ।

ଦାକ୍ଷିଣାତ୍ୟରେ ଆହମ୍ମଦନଗରର ସୁଦକ୍ଷ ମନ୍ତ୍ରୀ ମାଲିକ ଅମ୍ବର ଆହମ୍ମଦନଗରର ସୈନ୍ୟମାନଙ୍କୁ ଶୃଙ୍ଖଳାଶିକ୍ଷା ଦେଇ ଆକବରଙ୍କ ସମୟରେ ହରାଇଥିବା ରାଜ୍ୟମାନ ପୁନଃଦଖଲ କରିବା ପାଇଁ ଲାଗିପଡ଼ିଥିଲେ । ଫଳରେ ମୋଗଲ ସେନା ଖାନ୍ଦେଶର ରାଜଧାନୀ ବରହାନପୁରକୁ ଫେରି ଗଲେ । ୧୬୧୬ ରେ ରାଜପୁତ୍ର ଖୁରମ ମାଲିକ ଅମ୍ବରଙ୍କର ଅଗ୍ରଗତିକୁ ପ୍ରତିହତ କରିଥିଲେ ଏବଂ ଆହମ୍ମଦନଗରର କେତେକ ଅଂଶ ପୁନର୍ବାର ଦଖଲ କଲେ । ଖୁରମଙ୍କର ବୀରତ୍ଵରେ ମୁଗ୍ଧ ହୋଇ ଜାହାଙ୍ଗୀର ତାଙ୍କୁ ଶାହା ଜାହାନ (ପୃଥିବୀର ରାଜା) ଉପାଧି ପ୍ରଦାନ କରିଥିଲେ । ୧୬୨୦ରେ ଜାହାଙ୍ଗୀର ପଞ୍ଜାବର ପାର୍ବତ୍ୟ କାଙ୍ଗ୍ରାଦୁର୍ଗ ଅଧିକାର କରିଥିଲେ । ୧୬୨୨ ରେ ପାରସ୍ୟ ସମ୍ରାଟ ମୋଗଲ ସାମ୍ରାଜ୍ୟର ସୀମାନ୍ତ ଦୁର୍ଗ କାନ୍ଦାହାର ଦଖଲ କରିନେଇଥିଲେ । [୬] ଏହି ଦୁର୍ଗକୁ ପୁବର୍ବାର ଦଖଲ ପାଇଁ ଜାହାଙ୍ଗୀର ଶାହା ଜାହାନଙ୍କୁ ଆଦେଶ ଦେଇଥିଲେ । ନୂରଜାହାନଙ୍କ ଷଡ଼ଯନ୍ତ୍ର ଆଶଙ୍କା କରି ଶାହା ଜାହାନ ପିତାଙ୍କ ଆଦେଶ ନ ମାନି ବିଦ୍ରୋହ କଲେ । ଫଳରେ କାନ୍ଦାହାର ଚିରଦିନ ପାଇଁ ମୋଗଲ ସାମ୍ରାଜ୍ୟରୁ ଅଲଗା ହୋଇଗଲା । ଏହା ଏକ ଗୁରୁତ୍ଵପୂର୍ଣ୍ଣ ସାମରିକ ଓ ବଣିଜ୍ୟକେନ୍ଦ୍ର ଥିବାରୁ ଏହା ହରାଇବାଦ୍ଵାରା ମୋଗଲ ସାମ୍ରାଜ୍ୟ ପଶ୍ଚିମ ଏସିଆ ସହିତ ବାଣିଜ୍ୟ କାରବାର ବ୍ୟାହତ ହେଲା । ଜାହାଙ୍ଗୀରଙ୍କ ଶାସନ କାଳରେ ଶାହାଜାହାନ ଓ ମହବତ ଖାଁ ବିଦ୍ରୋହ କରିଥିଲେ [୧][୨]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]