ମୋଗଲ ସାମ୍ରାଜ୍ୟ

ଉଇକିପିଡ଼ିଆ ରୁ
Jump to navigation Jump to search
ମୋଗଲ୍ ସାମ୍ରାଜ୍ୟ
MOGHUL EMPIRE
୧୫୨୬ – ୧୫୪୦
୧୫୫୫ – ୧୮୫୭

Flag

ବିସ୍ତୃତ ମୋଗଲ୍ ସାମ୍ରାଜ୍ୟର ଭୌଗୋଳିକ ମାନଚିତ୍ର
ରାଜଧାନୀ ଆଗ୍ରା
(୧୫୨୬–୧୫୭୧)

ଫତେପୁର ସିକ୍ରି
(୧୫୭୧–୧୫୮୫)
ଲାହୋର୍
(୧୫୮୫–୧୫୯୮)
ଆଗ୍ରା
(୧୫୯୮–୧୬୪୮)
ସାହାଜହାନାବାଦ୍, ଦିଲ୍ଲୀ
(୧୬୪୮–୧୮୫୭)

ଭାଷା ପାର୍ସୀ (ସରକାରୀ ଭାଷା), ଉର୍ଦ୍ଦୁ (ସାର୍ବଜନିକ ଭାଷା)
ଧର୍ମ ଇସଲାମ୍ (1526–1857)

ଦିନ୍-ଏ-ଇଲାହୀ (1582–1605)

Government ରାଜତନ୍ତ୍ର ଶାସନ, ସଙ୍ଗଠିତ ରାଜ୍ୟ୍, ସଙ୍ଘିୟ ଶାସନ ବ୍ୟବସ୍ଥା
ପ୍ରଥମ ଓ ଶେଷ ସମ୍ରାଟ ବାବର୍ (ପ୍ରଥମ ସମ୍ରାଟ) (୧୫୨୬–୧୫୩୦)
ବାହାଦୂର୍ ଶାହା ୨ (ଶେଷ ସମ୍ରାଟ) (୧୮୩୭–୧୮୫୭)
ଇତିହାସ
 - ପ୍ରଥମ ପାନୀପଥ ଯୁଦ୍ଧ ୨୧ ଅପ୍ରିଲ୍ ୧୫୨୬
 - ସୂର ସମ୍ରାଟଙ୍କ ଆକ୍ରମଣ ୧୫୪୦-୧୫୫୫ ମଧ୍ୟରେ
 - ଆଉରଙ୍ଗଜେବ୍ଙ୍କ ମୃତ୍ୟୁ ୩ ମାର୍ଚ୍ଚ ୧୭୦୭
 - ଦିଲ୍ଲୀ ଅବରୋଧ ୨୧ ସେପ୍ଟେମ୍ବର ୧୮୫୭
Area ୩୨,୦୦,୦୦୦ km2 (୧୨,୩୫,୫୨୭ sq mi)
Warning: Value not specified for "continent"


ମୋଗଲ ସାମ୍ରାଜ୍ୟ(୧୫୨୬-୧୮୫୭) ଏକ ମୁସଲମାନ୍ ତୁର୍କୀ-ମଙ୍ଗୋଲ୍ ସାମ୍ରାଜ୍ୟ ଥିଲା, ଯାହ ୧୫୨୬ରେ ଆରମ୍ଭ ହୋଇଥିଲା । ଯାହା ୧୫୨୬ ଖ୍ରୀ:ଅରେ ଆରମ୍ଭ ହୋଇ ୧୭୦୦ ଶତବ୍ଦୀ ଶେଷ ଓ ୧୮୦୦ଶତବ୍ଦୀ ଆରମ୍ଭ ପର୍ଯ୍ୟନ୍ତ ଭାରତୀୟ ଉପମହାଦ୍ଵୀପରେ ଶାସନ କରି ୧୯୦୦ ଶତବ୍ଦୀ ମଧ୍ୟ ଆଡକୁ ଶେଷ ହୋଇଥିଲା । ଏହି ସମୟରେ ଭାରତୀୟ ଉପମହାଦେଶର ଅଧିକାଂଶ ଭାଗକୁ ନିୟନ୍ତ୍ରଣାଧୀନ କରି ପୂର୍ବରେ ଆଧୁନିକ ବଙ୍ଗଳାଦେଶ ଠାରୁ ଆରମ୍ଭ କରି ପଶ୍ଚିମରେ ବଲୁଚିସ୍ତାନ ଓ ଉତ୍ତରରେ କାଶ୍ମୀର ଠାରୁ ଆରମ୍ଭ କରି ଦକ୍ଷିଣରେ କାବେରୀ ଘାଟି ପର୍ଯ୍ୟନ୍ତ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲେ ।[୧]

୧୯୫୬ ମସିହାରେ ଜଲାଲୁଦ୍ଦୀନ୍ ମୋହମଦ୍ ଆକବର୍, ଯିଏ ମହାନ୍ ଆକବର ନାମରେ ପ୍ରସିଦ୍ଧ, ତାଙ୍କର ପଦଗ୍ରହଣ ସହିତ ଏହି ସାମ୍ରାଜ୍ୟର ଉକ୍ତୃଷ୍ଟ ସମୟ ଆରମ୍ଭ ହେଲା ଓ ସମ୍ରାଟ୍ ଆଉରଙ୍ଗଜେବଙ୍କ ନିଦ୍ଧନ ସହିତ ଶେଷ ହେଲା ।[୨]

ପ୍ରାରମ୍ଭିକ ଇତିହାସ[ସମ୍ପାଦନା]

୧୫୦୦ ଶତାବ୍ଦୀ ପ୍ରାରମ୍ଭ କାଳରେ ତୈମୂରୀ ରାଜବଂଶର ରାଜକୁମାର ବାବରଙ୍କଦ୍ଵାରା ଉମୈରିଡସ୍ ସାମ୍ରାଜ୍ୟର ସ୍ଥାପନା ହୋଇଥିଲା । ବାବର, ଦିଲ୍ଲୀ ସୁଲତାନ୍ ଇବ୍ରାହିମ୍ ଶାହା ଲୋଢିଙ୍କୁ ପ୍ରଥମ ପାନୀପଥ ଯୁଦ୍ଧରେ ପରାସ୍ତ କରି ୧୫୨୬ ଖ୍ରୀଷ୍ଟାବ୍ଦରେ ମୋଗଲ୍ ସାମ୍ରାଜ୍ୟର ପ୍ରତିଷ୍ଠା କରିଥିଲେ । ୧୫୩୦ରେ ବାବରଙ୍କ ପୁତ୍ର ହୁମାୟୁନ୍ ଉକ୍ତ ସାମ୍ରାଜ୍ୟର ଅଧିକାରୀ ହୋଇଥିଲେ, କିନ୍ତୁ ପଶତୁନ୍ ଶେର୍ ଶାହ ସୂରୀଙ୍କଦ୍ଵାରା ପରାସ୍ତ ହୋଇଯାଇଥିଲେ। ୧୫୪୦ରେ ସେ ନିର୍ବାସିତ ଶାସକ ହୋଇ ରହିଥିଲେ । ପଶତୁନ୍ ଶେର୍ ଶାହ ସୂରୀଙ୍କ ମୃତ୍ୟୁ ପରେ, ହୁମାୟୁନ୍ ୧୯୫୫ ମସିହାରେ ଦିଲ୍ଲୀକୁ ପୁନଃ ଅଧିଗ୍ରହଣ କରିଥିଲେ । ମୋଗଲ ସାମ୍ରାଜ୍ୟ ବିସ୍ତାରର ଗୋଟିଏ ବଡ ଅଧ୍ୟାୟ ଆକବରଙ୍କ ଶାସନ କାଳ(୧୫୫୬-୧୬୦୫) ମଧ୍ୟରେ ନିପୁଣ ହୋଇଥିଲା । ବର୍ତ୍ତମାନର ଭାରତୀୟ ଉପମହାଦ୍ଵୀପର ଉତ୍ତରାଧିକାରୀ ଜାହାଙ୍ଗୀର,ଶାହଜହାଁନ୍ ଏବଂ ଔରଙ୍ଗଜେବ ଏହି ସାମ୍ରାଜ୍ୟକୁ ଗୋଟିଏ ପ୍ରମୁଖ ଶକ୍ତି ରୂପେ ରଖିପାରିଥିଲେ । ଆକବରଙ୍କ ରାଜତ୍ଵ କାଳରେ ଦେଶରେ ଧାର୍ମିକ ସଦ୍ ଭାବନା,ଭାଇଚାରା,ସାମଜିକ ସଂହତି ସହ ଅର୍ଥନୈତିକ ପ୍ରଗତି ହୋଇଥିଲା ।[୩]

ମୋଗଲ ସମ୍ରାଟଙ୍କ ତାଲିକା[ସମ୍ପାଦନା]

ସମ୍ରାଟ ଜନ୍ମ ରାଜତ୍ଵ ମୃତ୍ୟୁ କୀର୍ତି
ବାବର ୨୩ ଫେବୃଆରୀ ୧୪୮୩ ୧୫୨୬–୧୫୩୦ ଡିସେମ୍ବର ୧୫୩୦ ଦିଲ୍ଲୀ ସୁଲତାନ୍ ଇବ୍ରାହିମ୍ ଶାହା ଲୋଢିଙ୍କୁ ପ୍ରଥମ ପାନୀପଥ ଯୁଦ୍ଧରେ ପରାସ୍ତ କରି ୧୫୨୬ ଖ୍ରୀଷ୍ଟାବ୍ଦରେ ମୋଗଲ୍ ସାମ୍ରାଜ୍ୟର ପ୍ରତିଷ୍ଠା କରିଥିଲେ ।
ନସୀରୂଦ୍ଦୀନ୍ ମୋହମ୍ମଦ୍ ହୁମାୟୁନ୍ ୦୬ ମାର୍ଚ୍ଚ ୧୫୦୮ ୧୫୩୦-୧୫୪୦ ଜନୁଆରୀ ୧୫୫୬ ଜଣେ ଯୁବକ ଓ ପ୍ରଶାସନିକ ଅନୁଭବ ନଥିବା ଯୋଗୁଁ ସେ ସୂରୀ ରାଜବଂଶୀୟ ସମ୍ରାଟ ଶେର୍ ଶାହା ସୂରୀଙ୍କଦ୍ଵାରା ପରାସ୍ତ ହୋଇ ଗାଦିଚ୍ୟୁତ ହୋଇଥିଲେ ।
ଶେର୍ ଶାହା ସୂରୀ ୧୪୭୨ ୧୫୪୦-୧୫୪୫ ମଈ ୧୫୪୫ ହୁମାୟୁନ୍ଙ୍କୁ ଗାଦିଚ୍ୟୁତ କରି ସୂର ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ
ଇସଲାମ୍ ଶାହା ସୂରୀ ୧୫୦୦ ୧୫୪୫-୧୫୫୪ ଜୁନ୍ ୧୫୫୪ ସୂର ସାମ୍ରାଜ୍ୟର ଦ୍ଵିତୀୟ ଓ ଶେଷ ସମ୍ରାଟ ଭାବେ ପରିଚିତ
ନସୀରୂଦ୍ଦୀନ୍ ମୋହମ୍ମଦ୍ ହୁମାୟୁନ୍ ୦୬ ମାର୍ଚ୍ଚ ୧୫୦୮ ୧୫୫୫-୧୫୫୬ ଜନୁଆରୀ ୧୫୫୬ ମୋଗଲ୍ ସାମ୍ରାଜ୍ୟକୁ ପୁନଃସଙ୍ଗଠିତ କରିଥିଲେ ଏବଂ ତାଙ୍କ ମୃତ୍ୟୁ ପରେ ପୁତ୍ର ଆକବର ଉକ୍ତ ସାମ୍ରାଜ୍ୟର ଉତ୍ତରାଧିକାରୀ ହୋଇଥିଲେ ।
ଜଲାଲୁଦ୍ଦୀନ ମୋହମ୍ମଦ ଆକବର ୧୪ ନଭେମ୍ବର ୧୫୪୨ ୧୫୫୬-୧୬୦୫ ୨୭ ଅକ୍ଟୋବର ୧୬୦୫ ମୋଗଲ୍ ସାମ୍ରାଜ୍ୟର ଜଣେ ପ୍ରସିଦ୍ଧ ଓ ଉତ୍କୃଷ୍ଟ ସମ୍ରାଟ ଭାବେ ପରିଚିତ । ୨ୟ ପାନୀପଥ ଯୁଦ୍ଧରେ ହେମୁଙ୍କୁ ପରାସ୍ତ କରି ସେ ଚିତ୍ତୋଗଡ ଓ ରନ୍ଥାମ୍ବୋର୍ ଦୁର୍ଗକୁ ନିଜ ସାମ୍ରାଜ୍ୟ ଅଧିକୃତ କାରିଥିଲେ, ଓ ମୋଗଲ ସାମ୍ରାଜ୍ୟରେ ଅଧିକା ଅଞ୍ଚଳ ଯୋଡି ପାରିଥିଲେ । ସେ ଯୋଧାବାଇ ନାମକ ହିନ୍ଦୁ ରାଜପୂତ କନ୍ୟଙ୍କୁ ବିବାହ କରିଥିଲେ ।
ନୁରୂଦ୍ଦୀନ ମୋହମ୍ମଦ ଜହାଙ୍ଗୀର ଅକ୍ଟୋବର ୧୫୬୯ ୧୬୦୫-୧୬୨୭ ୧୬୨୭ ପ୍ରଥମ ମୋଗଲ୍ ସମ୍ରାଟ ଯିଏ ବ୍ରିଟିଶ୍ ଇଷ୍ଟ୍ ଇଣ୍ଡିଆ କମ୍ପାନି ସହ ଖୋଲା ସମ୍ପର୍କ ରଖିଥିଲେ । ସେ ସର୍ବଦା ମଦ ନିଶାଗ୍ରସ୍ତ ହୋଇ ରହୁଥିଲେ, ତେଣୁ ତାଙ୍କ ବେଗମ୍ ନୂର୍ ଜହାନ୍ ସାମ୍ରାଜ୍ୟକୁ ସମ୍ଭାଳି ଶାସନ କରୁଥିଲେ ।
ଶାହାବୁଦ୍ଦୀନ ମୋହମ୍ମଦ ଶାହଜହାନ୍ ୫ ଜାନୁଆରୀ ୧୫୯୨ ୧୬୨୭-୧୬୫୮ ୧୬୬୬ ଶାହାଜହାନଙ୍କ ରାଜତ୍ଵ କାଳରେ ମୋଗଲ୍ କଳା ଓ ସ୍ଥାପତ୍ୟ ଚରମ ବିନ୍ଦୁରେ ପହଞ୍ଚିଥିଲା । ଅନେକ ମୋଗଲ୍ ସ୍ଥାପତ୍ୟ ଯଥା:- ତାଜ୍ ମହଲ୍, ଜମ୍ମା ମସଜିଦ୍, ଲାଲ୍ କିଲ୍ଲା, ଜାହାଙ୍ଗୀର୍ ମ୍ୟୁଜିୟମ୍ ଓ ଶଲିମାର୍ ଗାର୍ଡନ୍(ଲହୋର୍)ଇତ୍ୟାଦି ମୋଗଲ୍ କଳା ଓ ସ୍ଥାପତ୍ୟର ଏକ ନିଦର୍ଶନ ଓ ପ୍ରତୀକ । ସେ ନିଜ ପୁତ୍ର ଆଉରଙ୍ଗଜେବଙ୍କଦ୍ଵାରା ଗାଦିଚ୍ୟୁତ ହୋଇଥିଲେ ।
ମୋଇନୁଦ୍ଦୀନ ମୋହମ୍ମଦ ଔରଙ୍ଗଜେବ ଆଲମଗୀର ୨୧ ଅକ୍ଟୋବର ୧୬୧୮ ୧୬୫୮-୧୭୦୭ ୩ ମାର୍ଚ୍ଚ ୧୭୦୭ ସେ ଇସଲାମିକ ଆଇନର ପୁନ୍ଃବ୍ୟାଖ୍ୟା କରି ଶରିଆ ଆଇନ ବଳରେ ଫତ୍ଵା-ଏ-ଅଲମଗିର ପ୍ରଥାକୁ ପ୍ରଚଳନ କରିଥିଲେ ।ସେ ଗୋଲକୋଣ୍ଡା ସୁଲତାନଙ୍କ ହୀରାପଥର ଖଣିକୁ ଅଧିକୃତ କରିଥିଲେ । ନିଜ ଜୀବନର ଶେଷ ୨୭ ବର୍ଷ ସେ ମରାଠା ମାନଙ୍କ ବିରିଧରେ ଯୁଦ୍ଧ ଲଢି ନିଜ ସାମ୍ରାଜ୍ୟକୁ ବିସ୍ତାର କରିଥିଲେ । ନିଜ ପୂର୍ବବର୍ତିଙ୍କ ତୁଳନାରେ ସେ ଅନେକ ହିନ୍ଦୁ ମନ୍ଦିର ଓ ଅନୁଷ୍ଠାନ ଉପରେ ଆକ୍ରମଣ କରି, ଲୋକଙ୍କୁ ଧର୍ମାନ୍ତରଣ କରୁଥିଲେ ।[୪] ଡେକନ୍ ଅଭିଯାନ ସମୟରେ ସେ ମୃତ୍ୟୁବରଣ କରିଥିଲେ ।[୫]
ବହାଦୁରଶାହା ଜଫର୍ ୧୪ ଅକ୍ଟୋବର ୧୬୪୩ ୧୭୦୭-୧୭୧୨ ଫେବୃଆରୀ ୧୭୧୨ ପ୍ରଥମ ମୋଗଲ ସମ୍ରାଟ ଯିଏ ବିଦ୍ରୋହ ଓ ଅସଜଡା ସାମ୍ରାଜ୍ୟକୁ ସଫଳତାର ସହ ଶାସନ କରିଥିଲେ । ତାଙ୍କ ରାଜ୍ଜତ୍ଵ ପରେ ନେତୃତ୍ଵର ଅଭାବ ଯୋଗୁଁ ମୋଗଲ ସାମ୍ରାଜ୍ୟର କ୍ଷୟ ଘଟିବା ଆରମ୍ଭ ହେଲା ।
ଜହାନ୍ଦର୍ ଶାହା ୧୬୬୪ ୧୭୧୨-୧୭୧୩ ଫେବୃଆରୀ ୧୭୧୩ ସେ କେବଳ ନିଜର ମୁଖ୍ୟମନ୍ତ୍ରୀ ଜୁଲ୍ଫିକର ଖାଁଙ୍କଦ୍ଵାରା ସାମ୍ରାଜ୍ୟକୁ ପରିଚାଳିତ କରୁଥିଲେ । ଜହାନ୍ଦର୍ ଶାହାଙ୍କ ଅପାରଗ ଶାସନ ମୋଗଲ ସାମ୍ରାଜ୍ୟର ପ୍ରତିଷ୍ଠାକୁ ଅତି ନିଚସ୍ତରକୁ ନେଇଯାଇଥିଲା
ଫାରୁଖସିଆର୍ ୧୬୮୩ ୧୭୧୩-୧୭୧୯ ୧୭୧୯ ୧୭୧୭ରେ ସେ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ବଙ୍ଗ ଅଞ୍ଚଳରେ ଶୁଳ୍କମୁକ୍ତ ବ୍ୟାପାର କରିବା ପାଇଁ ଅନୁମତି ଦେଇ ଭାରତରେ ବ୍ରିଟିଶ ଶାସନର ମୂଳଦୁଆ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥିଲେ
ନିକୁସିଆର୍ ଅଜଣା ୧୭୧୯ ୧୭୪୩ --
ମୋହମ୍ମଦ୍ ଇବ୍ରାହିମ୍ ଅଜଣା ୧୭୨୦ ୧୭୪୪ --
ମୋହମ୍ମଦ୍ ଶାହା ୧୭୦୨ ୧୭୨୦-୧୭୪୮ ୧୭୪୮ ୧୭୩୯ରେ ପାର୍ସୀର ନାଦୀର-ଶାହଙ୍କଦ୍ଵାରା ଆକ୍ରମିତ ହୋଇଥିଲେ
ଅହମ୍ମଦ୍ ଶାହା ବାହାଦୁର୍ ୧୭୨୫ ୧୭୪୮-୧୭୫୪ ୧୭୭୫ --
ଆଲମଗିର୍ ୨ ୧୬୯୯ ୧୭୫୪-୧୭୫୯ ୧୭୫୯ ମରଠା ସମ୍ରାଟ ସଦାଶିବରାଓ ଭାଓଙ୍କଦ୍ଵାରା ମୃତ୍ୟୁବରଣ କରିଥିଲେ
ଶାହାଜହାନ୍ ତୃତୀୟ ଅଜଣା ୧୭୫୯ ମଧ୍ୟରେ ୧୭୭୨ ମରାଠା ସର୍ଦ୍ଦାରଙ୍କଦ୍ଵାରା ପଦଚ୍ୟୁତ ହୋଇଥିଲେ [୬]
ଶାହା ଅଲାମ୍ ୨ ୧୭୨୮ ୧୭୫୯-୧୮୦୬ ୧୮୦୬ ବକ୍ସାର୍ ଯୁଦ୍ଧରେ ବ୍ରିଟିଶ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ଠାରୁ ପରାସ୍ତ ହୋଇ ଆଲ୍ଲାହାବାଦ୍ ଚୁକ୍ତି ଦାରା ଦିଲ୍ଲୀ ତ୍ୟାଗ କରିଥିଲେ । ତାଙ୍କ ରାଜତ୍ଵ କାଳରେ ୧୭୯୩ ମସିହାରେ ଇଷ୍ଟ୍ ଇଣ୍ଡିଆ କମ୍ପାନୀ, ନିଜାମତ୍(ମୋଗଲ୍ ଆଧିପତ୍ୟ)କୁ ଖଣ୍ଡନ କରି ବଙ୍ଗ ଅଞ୍ଚଳକୁ ବ୍ରିଟିଶ୍ ସାମ୍ରାଜ୍ୟଭୁକ୍ତ କରିଥିଲା । ୧୮୦୩ରେ ଔପଚରିକ ରୂପେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ସଂରକ୍ଷଣ ସ୍ଵୀକାର କରିଥିଲେ ।
ଆକବର ଶାହା ଦ୍ଵିତୀୟ ୧୭୬୦ ୧୮୦୬-୧୮୩୭ ୧୮୩୭ ବ୍ରିଟିଶ ସାମ୍ରାଜ୍ୟର ସୁରକ୍ଷା ବଳୟରେ ରହି, ନାମକୁ ମାତ୍ର ସମ୍ରାଟ ରୂପେ କାର୍ଯ୍ୟ କରୁଥିଲେ
ବାହାଦୁର୍ ଶାହା ୨ ୧୭୭୫ ୧୮୩୭-୧୮୫୭ ୧୮୬୨ ଶେଷ ମୋଗଲ୍ ସମ୍ରାଟ ଭାବେ ଜଣାଶୁଣା,ଯିଏ ବ୍ରିଟିଶ ଇଷ୍ଟ୍ ଇଣ୍ଡିଆ କମ୍ପନୀଦ୍ଵାରା ୧୮୫୮ ମସିହାରେ ଗାଦିଚ୍ୟୁତ ହୋଇଥିଲେ । ତାଙ୍କ ମୃତ୍ୟୁ ସହ ମୋଗଲ ସାମ୍ରାଜ୍ୟର ଅନ୍ତ ଘଟିଥିଲା

ଭାରତୀୟ ଉପମହାଦ୍ଵୀପରେ ମୋଗଲ୍ ପ୍ରଭାବ[ସମ୍ପାଦନା]

ଭାରତୀୟ ଉପମହାଦ୍ଵୀପରେ ମୋଗଲ୍ ମାନଙ୍କ ବାସ୍ତୁକଳା ଓ ସ୍ଥାପତ୍ୟ ଏକ ପ୍ରମୁଖ ଯୋଗଦାନ ଏବଂ ନିଦର୍ଶନ ଆଟେ । ଏହି ସମୟରେ ମୁସଲିମ୍ ସମ୍ରାଟ୍ ମାନଙ୍କଦ୍ଵାରା ଅନେକ ଐତିହାସିକ ସ୍ମାରକ ସବୁ ସ୍ଥାପନ କରାଯାଇଛି । ମୋଗଲ୍ ସମ୍ରାଟ ମାନେ ଭବ୍ୟ ମହଲ୍, କବ୍ର୍, ମୀନାର୍ ଓ ଦୁର୍ଗ ସବୁ ତିଆରି ହୋଇ ଆଜି ଦିଲ୍ଲୀ, ଢାକା, ଆଗରା, ଜୟପୁର, ଲାହୋର, ଶେଖପୁରା ଏବଂ ଭାରତ, ପାକିସ୍ତାନ ଓ ବଙ୍ଗଳାଦେଶର ଅନେକ ସ୍ଥାନରେ ମୋଗଲ୍ କଳା ଓ ସ୍ଥାପତ୍ୟର ମୁକସାକ୍ଷି ରୂପେ ପ୍ରମାଣ ଦେଉଅଛି । ସେମାନଙ୍କଦ୍ଵାରା ନିର୍ମିତ ତାଜମହଲ୍, ଜମ୍ମାମସଜିଦ୍, ଲାଲ୍ କିଲ୍ଲା ମୋଗଲ୍ କଳା ଓ ସ୍ଥାପତ୍ୟର ଏକ ନିଦର୍ଶନ । [୭] ଭାରତୀୟ ଇତିହାସରେ ଅନ୍ୟ ସାମ୍ରାଜ୍ୟ ତୁଳନାରେ ମୋଗଲ୍ ସାମ୍ରାଜ୍ୟ ଭାରତୀୟ,ଈରନୀ ଓ ମଧ୍ୟ ଏସିଆର କଳାତ୍ମକ,ସାହିତ୍ୟିକ ଓ ବୌଦ୍ଧିକ ପରମ୍ପରାର ଏକ ସମିଶ୍ରଣ ଅଟେ । ଭାରତର ଉଭୟ ହିନ୍ଦୁ ଓ ମୁସଲମାନ୍ ପରମ୍ପରା, ସଂସ୍କୃତି, ଅଦଲତ ଶୈଳୀ ଉପରେ ସେମାନଙ୍କର ଭାରୀ ପ୍ରଭାବ ଥିଲା । ତଥାପି ଭାରତୀୟ ସାମାଜ ଓ ସଂସ୍କୃତି ପାଇଁ ମୋଗଲ୍ ମାନେ ଅନେକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିଲେ ।[୮] ସେଥି ମଧ୍ୟରୁ:-

  • କେନ୍ଦ୍ରୀକୃତ ସରକାର ଓ ସଙ୍ଘୀୟ ଶାସନ ବ୍ୟବସ୍ଥାର ପ୍ରଚଳନ
  • ପାର୍ସୀ କଳା ଓ ସଂସ୍କୃତିର ଭାରତୀୟ କଳା ଓ ସଂସ୍କୃତି ସହ ସମ୍ମୀଳନ
  • ଉର୍ଦ୍ଦୁ ଭଷା ଯାହା ସ୍ଥାନୀୟ ହିନ୍ଦୀ ଭାଷାରୁ ଉଦ୍ଭବ ହୋଇ ପରବତ୍ତୀ ସମୟରେ ପାର୍ସୀ,ତୁର୍କୀ ଓ ଆରବୀ ଭାଷାର ସମିଶ୍ରଣରେ ବିକଶିତ ହୋଇଥିଲା । ଆଧୁନୀକ ହିନ୍ଦୀ ଭାଷାରେ,ସଂସ୍କୃତ ଆଧାରିତ ଶବ୍ଦାବଳୀ ଏବଂ ପାର୍ସୀ,ଆରବୀ ଓ ତୁର୍କୀର ଋଣଶବ୍ଦର ବ୍ୟବହାର କରାଯାଉଛି ।
  • ବାସ୍ତୁ କଳା ଓ ସ୍ଥାପତ୍ୟର ଏକ ନୂତନ ଶୈଳୀ

ଆଧାର[ସମ୍ପାଦନା]

  1. "ମୋଗଲ ସାମ୍ରାଜ୍ୟ ଇତିହାସ". Historyworld. Retrieved 26 September 2015. 
  2. "ଭାରତରେ ମୋଗଲ୍ ସାମ୍ରାଜ୍ୟ". About.com. Retrieved 26 September 2015. 
  3. "ମୋଗଲ୍ ସାମ୍ରାଜ୍ୟ-ଆକବରଙ୍କ ରାଜତ୍ଵ". WebIndia123. Retrieved 26 September 2015. 
  4. "History of Aurangzib". Calcutta M.C. Sarkar. Retrieved 26 September 2015. 
  5. "Aurangzeb". Blogger. Retrieved 26 September 2015. 
  6. "ଶାହାଜହାଁ ତୃତୀୟ". google books. Retrieved 26 September 2015. 
  7. "ମୋଗଲ୍ ବାସ୍ତୁକଳା". infoplease. Retrieved 26 September 2015. 
  8. "ମୋଗଲ୍ କଳା ଓ ସ୍ଥାପତ୍ୟ". Google web. Retrieved 26 September 2015.