Jump to content

ମୋଗଲ ସାମ୍ରାଜ୍ୟ

ଉଇକିପିଡ଼ିଆ‌ରୁ
MOGHUL EMPIRE

سَلْطَنَة اَلْهِنْدِيَّة (ଅରବୀ)
ସଲ୍ତନତ-ଅଲ-ହିନ୍ଦୀୟା
بِلادِ هِنْدوسْتان (ଫାର୍ସୀ)
ବିଲାଦ-ଇ-ହିନ୍ଦୋସ୍ତାନ
مُغْلِیَہ سَلْطَنَت (ଉର୍ଦ୍ଦୁ)
ମୁଗଲିୟା ସଲ୍ତନତ
୧୫୨୬ – ୧୫୪୦
୧୫୫୫ – ୧୮୫୭
Flag of ମୋଗଲ୍ ସାମ୍ରାଜ୍ୟ
Flag
ବିସ୍ତୃତ ମୋଗଲ୍ ସାମ୍ରାଜ୍ୟର ଭୌଗୋଳିକ ମାନଚିତ୍ର
ବିସ୍ତୃତ ମୋଗଲ୍ ସାମ୍ରାଜ୍ୟର ଭୌଗୋଳିକ ମାନଚିତ୍ର
ରାଜଧାନୀଆଗ୍ରା
(୧୫୨୬–୧୫୭୧)

ଫତେପୁର ସିକ୍ରି
(୧୫୭୧–୧୫୮୫)
ଲାହୋର୍
(୧୫୮୫–୧୫୯୮)
ଆଗ୍ରା
(୧୫୯୮–୧୬୪୮)

ସାହାଜହାନାବାଦ୍, ଦିଲ୍ଲୀ
(୧୬୪୮–୧୮୫୭)
ସାଧାରଣ ଭାଷାପାର୍ସୀ (ସରକାରୀ ଭାଷା), ଉର୍ଦ୍ଦୁ (ସାର୍ବଜନିକ ଭାଷା)
ଧର୍ମ
ଇସଲାମ୍ (1526–1857) ଦିନ୍-ଏ-ଇଲାହୀ (1582–1605)
Governmentରାଜତନ୍ତ୍ର ଶାସନ, ସଙ୍ଗଠିତ ରାଜ୍ୟ୍, ସଙ୍ଘିୟ ଶାସନ ବ୍ୟବସ୍ଥା
ପ୍ରଥମ ଓ ଶେଷ ସମ୍ରାଟ 
History 
୨୧ ଅପ୍ରିଲ୍ ୧୫୨୬
 ସୂର ସମ୍ରାଟଙ୍କ ଆକ୍ରମଣ
୧୫୪୦-୧୫୫୫ ମଧ୍ୟରେ
୩ ମାର୍ଚ୍ଚ ୧୭୦୭
୨୧ ସେପ୍ଟେମ୍ବର ୧୮୫୭
କ୍ଷେତ୍ରଫଳ
3,200,000 km2 (1,200,000 sq mi)


ମୋଗଲ ସାମ୍ରାଜ୍ୟ(୧୫୨୬-୧୮୫୭) ଏକ ମୁସଲମାନ୍ ତୁର୍କୀ-ମଙ୍ଗୋଲ୍ ସାମ୍ରାଜ୍ୟ ଥିଲା, ଯାହ ୧୫୨୬ରେ ଆରମ୍ଭ ହୋଇଥିଲା । ଯାହା ୧୫୨୬ ଖ୍ରୀ:ଅରେ ଆରମ୍ଭ ହୋଇ ୧୭୦୦ ଶତବ୍ଦୀ ଶେଷ ଓ ୧୮୦୦ଶତବ୍ଦୀ ଆରମ୍ଭ ପର୍ଯ୍ୟନ୍ତ ଭାରତୀୟ ଉପମହାଦ୍ୱୀପରେ ଶାସନ କରି ୧୯୦୦ ଶତବ୍ଦୀ ମଧ୍ୟ ଆଡକୁ ଶେଷ ହୋଇଥିଲା । ଏହି ସମୟରେ ଭାରତୀୟ ଉପମହାଦେଶର ଅଧିକାଂଶ ଭାଗକୁ ନିୟନ୍ତ୍ରଣାଧୀନ କରି ପୂର୍ବରେ ଆଧୁନିକ ବଙ୍ଗଳାଦେଶଠାରୁ ଆରମ୍ଭ କରି ପଶ୍ଚିମରେ ବଲୁଚିସ୍ତାନ ଓ ଉତ୍ତରରେ କାଶ୍ମୀରଠାରୁ ଆରମ୍ଭ କରି ଦକ୍ଷିଣରେ କାବେରୀ ଘାଟି ପର୍ଯ୍ୟନ୍ତ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲେ ।[]

୧୯୫୬ ମସିହାରେ ଜଲାଲୁଦ୍ଦୀନ୍ ମୋହମଦ୍ ଆକବର୍, ଯିଏ ମହାନ୍ ଆକବର ନାମରେ ପ୍ରସିଦ୍ଧ, ତାଙ୍କର ପଦଗ୍ରହଣ ସହିତ ଏହି ସାମ୍ରାଜ୍ୟର ଉକ୍ତୃଷ୍ଟ ସମୟ ଆରମ୍ଭ ହେଲା ଓ ସମ୍ରାଟ୍ ଆଉରଙ୍ଗଜେବଙ୍କ ନିଦ୍ଧନ ସହିତ ଶେଷ ହେଲା ।[]

ନାମଗୁଡିକ

[ସମ୍ପାଦନା]
1788ର ଏକ ବ୍ରିଟିଶ ମାନଚିତ୍ର A MAP of HINDOOSTAN, or the MOGUL EMPIRE

ସମସାମୟିକ ବ୍ୟକ୍ତିମାନେ ବାବୁରଙ୍କଦ୍ୱାରା ପ୍ରତିଷ୍ଠିତ ସାମ୍ରାଜ୍ୟକୁ ତୈମୁରୀ ବା ତୈମୁରିୟାନ ସାମ୍ରାଜ୍ୟ ବୋଲି କହିଥିଲେ, ଯାହା ନିଜେ ମୋଗଲମାନଙ୍କଦ୍ୱାରା ବ୍ୟବହୃତ ହୋଇଥିଲା|[] 

ମୋଗଲ ସାମ୍ରାଜ୍ୟର ଆଉ ଏକ ନାମ ହିନ୍ଦୋସ୍ତାନ هِنْدوسْتان ଥିଲା, ଯାହା ଆଇନ୍-ଇ-ଆକବରୀରେ ରେକର୍ଡ କରାୟାଇଥିଲା, ଯାହା ସାମ୍ରାଜ୍ୟର ନିକଟତମ ନାମ ବୋଲି ବିବେଚନା କରାଯାଏ |[] ସାମ୍ରାଜ୍ୟ ପାଇଁ ମୋଗଲ ପ୍ରଶାସନିକ କାଗଜପତ୍ର ବିଲାଦ-ଇ-ହିନ୍ଦୋସ୍ତାନ بِلادِ هِنْدوسْتان କିମ୍ବା ହିନ୍ଦୋସ୍ତାନ ଦେଶ, ଏବଂ ବିଲାୟତ-ଇ-ହିନ୍ଦୋସ୍ତାନ وِلایتِ هِنْدوسْتان କିମ୍ବା ହିନ୍ଦୋସ୍ତାନ ଆଧିପତ୍ୟ ଭାବରେ ଉଲ୍ଲେଖ କରାୟାଇଛି |[] ସପ୍ତଦଶ ଶତକରେ ୟୁରୋପୀୟ ଯାତ୍ରୀମାନେ ମୋଗୁଲ Mogul ଶବ୍ଦକୁ ସମ୍ରାଟ ବା ସାମ୍ରାଜ୍ୟ ପାଇଁ ବ୍ୟବହାର କରୁଥିଲେ ।[]

ମୋଗୁଲ, କିମ୍ବା ମୁଗଲ କିମ୍ବା ମୁଘଲ ଶବ୍ଦ, ଏହା ମଙ୍ଗୋଲ ଶବ୍ଦର ଆରବୀୟ ଏବଂ ପାର୍ସୀ ଦୁର୍ନୀତିରୁ ଉତ୍ପନ୍ନ ବୋଲି ବିଶ୍ୱାସ କରାଯାଏ | ବାବରଙ୍କ ପରିବାର କିନ୍ତୁ ମଙ୍ଗୋଲମାନଙ୍କ ଅପେକ୍ଷା ପାରସୀ ସଂସ୍କୃତିରେ ଅଧିକ ଅଭ୍ୟସ୍ତ ଥିଲେ |

ଆରବୀରେ ମଧ୍ୟ ସାମ୍ରାଜ୍ୟର ନାମ ସଲ୍ତନତ-ଅଲ-ହିନ୍ଦୀୟା (ଆରବୀ: سَلْطَنَة الْهِنْدِيَّة) ଥିଲା, ଯାହା ସମ୍ରାଟ ରଙ୍ଗଜେବଙ୍କ ରାଜକୀୟ ଆଖ୍ୟା ବୋଲି ପ୍ରମାଣିତ ହୋଇଥିଲା |[]

ପ୍ରାରମ୍ଭିକ ଇତିହାସ

[ସମ୍ପାଦନା]

୧୫୦୦ ଶତାବ୍ଦୀ ପ୍ରାରମ୍ଭ କାଳରେ ତୈମୂରୀ ରାଜବଂଶର ରାଜକୁମାର ବାବରଙ୍କଦ୍ୱାରା ଉମୈରିଡସ୍ ସାମ୍ରାଜ୍ୟର ସ୍ଥାପନା ହୋଇଥିଲା । ବାବର, ଦିଲ୍ଲୀ ସୁଲତାନ୍ ଇବ୍ରାହିମ୍ ଶାହା ଲୋଢିଙ୍କୁ ପ୍ରଥମ ପାନୀପଥ ଯୁଦ୍ଧରେ ପରାସ୍ତ କରି ୧୫୨୬ ଖ୍ରୀଷ୍ଟାବ୍ଦରେ ମୋଗଲ୍ ସାମ୍ରାଜ୍ୟର ପ୍ରତିଷ୍ଠା କରିଥିଲେ । ୧୫୩୦ରେ ବାବରଙ୍କ ପୁତ୍ର ହୁମାୟୁନ୍ ଉକ୍ତ ସାମ୍ରାଜ୍ୟର ଅଧିକାରୀ ହୋଇଥିଲେ, କିନ୍ତୁ ପଶତୁନ୍ ଶେର୍ ଶାହ ସୂରୀଙ୍କଦ୍ୱାରା ପରାସ୍ତ ହୋଇଯାଇଥିଲେ। ୧୫୪୦ରେ ସେ ନିର୍ବାସିତ ଶାସକ ହୋଇ ରହିଥିଲେ । ପଶତୁନ୍ ଶେର୍ ଶାହ ସୂରୀଙ୍କ ମୃତ୍ୟୁ ପରେ, ହୁମାୟୁନ୍ ୧୯୫୫ ମସିହାରେ ଦିଲ୍ଲୀକୁ ପୁନଃ ଅଧିଗ୍ରହଣ କରିଥିଲେ । ମୋଗଲ ସାମ୍ରାଜ୍ୟ ବିସ୍ତାରର ଗୋଟିଏ ବଡ଼ ଅଧ୍ୟାୟ ଆକବରଙ୍କ ଶାସନ କାଳ(୧୫୫୬-୧୬୦୫) ମଧ୍ୟରେ ନିପୁଣ ହୋଇଥିଲା । ବର୍ତ୍ତମାନର ଭାରତୀୟ ଉପମହାଦ୍ୱୀପର ଉତ୍ତରାଧିକାରୀ ଜାହାଙ୍ଗୀର,ଶାହଜହାଁନ୍ ଏବଂ ଔରଙ୍ଗଜେବ ଏହି ସାମ୍ରାଜ୍ୟକୁ ଗୋଟିଏ ପ୍ରମୁଖ ଶକ୍ତି ରୂପେ ରଖିପାରିଥିଲେ । ଆକବରଙ୍କ ରାଜତ୍ୱ କାଳରେ ଦେଶରେ ଧାର୍ମିକ ସଦ୍ ଭାବନା,ଭାଇଚାରା,ସାମଜିକ ସଂହତି ସହ ଅର୍ଥନୈତିକ ପ୍ରଗତି ହୋଇଥିଲା ।[]

ମୋଗଲ ସମ୍ରାଟଙ୍କ ତାଲିକା

[ସମ୍ପାଦନା]
ସମ୍ରାଟଜନ୍ମରାଜତ୍ୱମୃତ୍ୟୁକୀର୍ତ୍ତି
ବାବର୨୩ ଫେବୃଆରୀ ୧୪୮୩୧୫୨୬–୧୫୩୦ଡିସେମ୍ବର ୧୫୩୦ଦିଲ୍ଲୀ ସୁଲତାନ୍ ଇବ୍ରାହିମ୍ ଶାହା ଲୋଢିଙ୍କୁ ପ୍ରଥମ ପାନୀପଥ ଯୁଦ୍ଧରେ ପରାସ୍ତ କରି ୧୫୨୬ ଖ୍ରୀଷ୍ଟାବ୍ଦରେ ମୋଗଲ୍ ସାମ୍ରାଜ୍ୟର ପ୍ରତିଷ୍ଠା କରିଥିଲେ ।
ନସୀରୂଦ୍ଦୀନ୍ ମୋହମ୍ମଦ୍ ହୁମାୟୁନ୍୦୬ ମାର୍ଚ୍ଚ ୧୫୦୮୧୫୩୦-୧୫୪୦ଜନୁଆରୀ ୧୫୫୬ଜଣେ ଯୁବକ ଓ ପ୍ରଶାସନିକ ଅନୁଭବ ନଥିବା ଯୋଗୁଁ ସେ ସୂରୀ ରାଜବଂଶୀୟ ସମ୍ରାଟ ଶେର୍ ଶାହା ସୂରୀଙ୍କଦ୍ୱାରା ପରାସ୍ତ ହୋଇ ଗାଦିଚ୍ୟୁତ ହୋଇଥିଲେ ।
ଶେର୍ ଶାହା ସୂରୀ୧୪୭୨୧୫୪୦-୧୫୪୫ମଈ ୧୫୪୫ହୁମାୟୁନ୍ଙ୍କୁ ଗାଦିଚ୍ୟୁତ କରି ସୂର ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ
ଇସଲାମ୍ ଶାହା ସୂରୀ୧୫୦୦୧୫୪୫-୧୫୫୪ଜୁନ୍ ୧୫୫୪ସୂର ସାମ୍ରାଜ୍ୟର ଦ୍ୱିତୀୟ ଓ ଶେଷ ସମ୍ରାଟ ଭାବେ ପରିଚିତ
ନସୀରୂଦ୍ଦୀନ୍ ମୋହମ୍ମଦ୍ ହୁମାୟୁନ୍୦୬ ମାର୍ଚ୍ଚ ୧୫୦୮୧୫୫୫-୧୫୫୬ଜନୁଆରୀ ୧୫୫୬ମୋଗଲ୍ ସାମ୍ରାଜ୍ୟକୁ ପୁନଃସଙ୍ଗଠିତ କରିଥିଲେ ଏବଂ ତାଙ୍କ ମୃତ୍ୟୁ ପରେ ପୁତ୍ର ଆକବର ଉକ୍ତ ସାମ୍ରାଜ୍ୟର ଉତ୍ତରାଧିକାରୀ ହୋଇଥିଲେ ।
ଜଲାଲୁଦ୍ଦୀନ ମୋହମ୍ମଦ ଆକବର୧୪ ନଭେମ୍ବର ୧୫୪୨୧୫୫୬-୧୬୦୫୨୭ ଅକ୍ଟୋବର ୧୬୦୫ମୋଗଲ୍ ସାମ୍ରାଜ୍ୟର ଜଣେ ପ୍ରସିଦ୍ଧ ଓ ଉତ୍କୃଷ୍ଟ ସମ୍ରାଟ ଭାବେ ପରିଚିତ । ୨ୟ ପାନୀପଥ ଯୁଦ୍ଧରେ ହେମୁଙ୍କୁ ପରାସ୍ତ କରି ସେ ଚିତ୍ତୋଗଡ ଓ ରନ୍ଥାମ୍ବୋର୍ ଦୁର୍ଗକୁ ନିଜ ସାମ୍ରାଜ୍ୟ ଅଧିକୃତ କାରିଥିଲେ, ଓ ମୋଗଲ ସାମ୍ରାଜ୍ୟରେ ଅଧିକା ଅଞ୍ଚଳ ଯୋଡି ପାରିଥିଲେ । ସେ ଯୋଧାବାଇ ନାମକ ହିନ୍ଦୁ ରାଜପୂତ କନ୍ୟଙ୍କୁ ବିବାହ କରିଥିଲେ ।
ନୁରୂଦ୍ଦୀନ ମୋହମ୍ମଦ ଜହାଙ୍ଗୀରଅକ୍ଟୋବର ୧୫୬୯୧୬୦୫-୧୬୨୭୧୬୨୭ପ୍ରଥମ ମୋଗଲ୍ ସମ୍ରାଟ ଯିଏ ବ୍ରିଟିଶ୍ ଇଷ୍ଟ୍ ଇଣ୍ଡିଆ କମ୍ପାନି ସହ ଖୋଲା ସମ୍ପର୍କ ରଖିଥିଲେ । ସେ ସର୍ବଦା ମଦ ନିଶାଗ୍ରସ୍ତ ହୋଇ ରହୁଥିଲେ, ତେଣୁ ତାଙ୍କ ବେଗମ୍ ନୂର୍ ଜହାନ୍ ସାମ୍ରାଜ୍ୟକୁ ସମ୍ଭାଳି ଶାସନ କରୁଥିଲେ ।
ଶାହାବୁଦ୍ଦୀନ ମୋହମ୍ମଦ ଶାହଜହାନ୍୫ ଜାନୁଆରୀ ୧୫୯୨୧୬୨୭-୧୬୫୮୧୬୬୬ଶାହାଜହାନଙ୍କ ରାଜତ୍ୱ କାଳରେ ମୋଗଲ୍ କଳା ଓ ସ୍ଥାପତ୍ୟ ଚରମ ବିନ୍ଦୁରେ ପହଞ୍ଚିଥିଲା । ଅନେକ ମୋଗଲ୍ ସ୍ଥାପତ୍ୟ ଯଥା:- ତାଜ୍ ମହଲ୍, ଜମ୍ମା ମସଜିଦ୍, ଲାଲ୍ କିଲ୍ଲା, ଜାହାଙ୍ଗୀର୍ ମ୍ୟୁଜିୟମ୍ ଓ ଶଲିମାର୍ ଗାର୍ଡନ୍(ଲହୋର୍)ଇତ୍ୟାଦି ମୋଗଲ୍ କଳା ଓ ସ୍ଥାପତ୍ୟର ଏକ ନିଦର୍ଶନ ଓ ପ୍ରତୀକ । ସେ ନିଜ ପୁତ୍ର ଆଉରଙ୍ଗଜେବଙ୍କଦ୍ୱାରା ଗାଦିଚ୍ୟୁତ ହୋଇଥିଲେ ।
ମୋଇନୁଦ୍ଦୀନ ମୋହମ୍ମଦ ଔରଙ୍ଗଜେବ ଆଲମଗୀର୨୧ ଅକ୍ଟୋବର ୧୬୧୮୧୬୫୮-୧୭୦୭୩ ମାର୍ଚ୍ଚ ୧୭୦୭ସେ ଇସଲାମିକ ଆଇନର ପୁନ୍ଃବ୍ୟାଖ୍ୟା କରି ଶରିଆ ଆଇନ ବଳରେ ଫତ୍ୱା-ଏ-ଅଲମଗିର ପ୍ରଥାକୁ ପ୍ରଚଳନ କରିଥିଲେ ।ସେ ଗୋଲକୋଣ୍ଡା ସୁଲତାନଙ୍କ ହୀରାପଥର ଖଣିକୁ ଅଧିକୃତ କରିଥିଲେ । ନିଜ ଜୀବନର ଶେଷ ୨୭ ବର୍ଷ ସେ ମରାଠାମାନଙ୍କ ବିରିଧରେ ଯୁଦ୍ଧ ଲଢି ନିଜ ସାମ୍ରାଜ୍ୟକୁ ବିସ୍ତାର କରିଥିଲେ । ନିଜ ପୂର୍ବବର୍ତିଙ୍କ ତୁଳନାରେ ସେ ଅନେକ ହିନ୍ଦୁ ମନ୍ଦିର ଓ ଅନୁଷ୍ଠାନ ଉପରେ ଆକ୍ରମଣ କରି, ଲୋକଙ୍କୁ ଧର୍ମାନ୍ତରଣ କରୁଥିଲେ ।[] ଡେକନ୍ ଅଭିଯାନ ସମୟରେ ସେ ମୃତ୍ୟୁବରଣ କରିଥିଲେ ।[୧୦]
ବହାଦୁରଶାହା ଜଫର୍୧୪ ଅକ୍ଟୋବର ୧୬୪୩୧୭୦୭-୧୭୧୨ଫେବୃଆରୀ ୧୭୧୨ପ୍ରଥମ ମୋଗଲ ସମ୍ରାଟ ଯିଏ ବିଦ୍ରୋହ ଓ ଅସଜଡା ସାମ୍ରାଜ୍ୟକୁ ସଫଳତାର ସହ ଶାସନ କରିଥିଲେ । ତାଙ୍କ ରାଜ୍ଜତ୍ୱ ପରେ ନେତୃତ୍ୱର ଅଭାବ ଯୋଗୁଁ ମୋଗଲ ସାମ୍ରାଜ୍ୟର କ୍ଷୟ ଘଟିବା ଆରମ୍ଭ ହେଲା ।
ଜହାନ୍ଦର୍ ଶାହା୧୬୬୪୧୭୧୨-୧୭୧୩ଫେବୃଆରୀ ୧୭୧୩ସେ କେବଳ ନିଜର ମୁଖ୍ୟମନ୍ତ୍ରୀ ଜୁଲ୍ଫିକର ଖାଁଙ୍କଦ୍ୱାରା ସାମ୍ରାଜ୍ୟକୁ ପରିଚାଳିତ କରୁଥିଲେ । ଜହାନ୍ଦର୍ ଶାହାଙ୍କ ଅପାରଗ ଶାସନ ମୋଗଲ ସାମ୍ରାଜ୍ୟର ପ୍ରତିଷ୍ଠାକୁ ଅତି ନିଚସ୍ତରକୁ ନେଇଯାଇଥିଲା
ଫାରୁଖସିଆର୍୧୬୮୩୧୭୧୩-୧୭୧୯୧୭୧୯୧୭୧୭ରେ ସେ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ବଙ୍ଗ ଅଞ୍ଚଳରେ ଶୁଳ୍କମୁକ୍ତ ବ୍ୟାପାର କରିବା ପାଇଁ ଅନୁମତି ଦେଇ ଭାରତରେ ବ୍ରିଟିଶ ଶାସନର ମୂଳଦୁଆ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥିଲେ
ନିକୁସିଆର୍ଅଜଣା୧୭୧୯୧୭୪୩--
ମୋହମ୍ମଦ୍ ଇବ୍ରାହିମ୍ଅଜଣା୧୭୨୦୧୭୪୪--
ମୋହମ୍ମଦ୍ ଶାହା୧୭୦୨୧୭୨୦-୧୭୪୮୧୭୪୮୧୭୩୯ରେ ପାର୍ସୀର ନାଦୀର-ଶାହଙ୍କଦ୍ୱାରା ଆକ୍ରମିତ ହୋଇଥିଲେ
ଅହମ୍ମଦ୍ ଶାହା ବାହାଦୁର୍୧୭୨୫୧୭୪୮-୧୭୫୪୧୭୭୫--
ଆଲମଗିର୍ ୨୧୬୯୯୧୭୫୪-୧୭୫୯୧୭୫୯ମରଠା ସମ୍ରାଟ ସଦାଶିବରାଓ ଭାଓଙ୍କଦ୍ୱାରା ମୃତ୍ୟୁବରଣ କରିଥିଲେ
ଶାହାଜହାନ୍ ତୃତୀୟଅଜଣା୧୭୫୯ ମଧ୍ୟରେ୧୭୭୨ମରାଠା ସର୍ଦ୍ଦାରଙ୍କଦ୍ୱାରା ପଦଚ୍ୟୁତ ହୋଇଥିଲେ [୧୧]
ଶାହା ଅଲାମ୍ ୨୧୭୨୮୧୭୫୯-୧୮୦୬୧୮୦୬ବକ୍ସାର୍ ଯୁଦ୍ଧରେ ବ୍ରିଟିଶ ଇଷ୍ଟ୍ ଇଣ୍ଡିଆ କମ୍ପାନୀଠାରୁ ପରାସ୍ତ ହୋଇ ଆଲ୍ଲାହାବାଦ୍ ଚୁକ୍ତି ଦାରା ଦିଲ୍ଲୀ ତ୍ୟାଗ କରିଥିଲେ । ତାଙ୍କ ରାଜତ୍ୱ କାଳରେ ୧୭୯୩ ମସିହାରେ ଇଷ୍ଟ୍ ଇଣ୍ଡିଆ କମ୍ପାନୀ, ନିଜାମତ୍(ମୋଗଲ୍ ଆଧିପତ୍ୟ)କୁ ଖଣ୍ଡନ କରି ବଙ୍ଗ ଅଞ୍ଚଳକୁ ବ୍ରିଟିଶ୍ ସାମ୍ରାଜ୍ୟଭୁକ୍ତ କରିଥିଲା । ୧୮୦୩ରେ ଔପଚରିକ ରୂପେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ସଂରକ୍ଷଣ ସ୍ୱୀକାର କରିଥିଲେ ।
ଆକବର ଶାହା ଦ୍ୱିତୀୟ୧୭୬୦୧୮୦୬-୧୮୩୭୧୮୩୭ବ୍ରିଟିଶ ସାମ୍ରାଜ୍ୟର ସୁରକ୍ଷା ବଳୟରେ ରହି, ନାମକୁ ମାତ୍ର ସମ୍ରାଟ ରୂପେ କାର୍ଯ୍ୟ କରୁଥିଲେ
ବାହାଦୁର୍ ଶାହା ୨୧୭୭୫୧୮୩୭-୧୮୫୭୧୮୬୨ଶେଷ ମୋଗଲ୍ ସମ୍ରାଟ ଭାବେ ଜଣାଶୁଣା,ଯିଏ ବ୍ରିଟିଶ ଇଷ୍ଟ୍ ଇଣ୍ଡିଆ କମ୍ପନୀଦ୍ୱାରା ୧୮୫୮ ମସିହାରେ ଗାଦିଚ୍ୟୁତ ହୋଇଥିଲେ । ତାଙ୍କ ମୃତ୍ୟୁ ସହ ମୋଗଲ ସାମ୍ରାଜ୍ୟର ଅନ୍ତ ଘଟିଥିଲା

ଭାରତୀୟ ଉପମହାଦ୍ୱୀପରେ ମୋଗଲ୍ ପ୍ରଭାବ

[ସମ୍ପାଦନା]

ଭାରତୀୟ ଉପମହାଦ୍ୱୀପରେ ମୋଗଲ୍ ମାନଙ୍କ ବାସ୍ତୁକଳା ଓ ସ୍ଥାପତ୍ୟ ଏକ ପ୍ରମୁଖ ଯୋଗଦାନ ଏବଂ ନିଦର୍ଶନ ଆଟେ । ଏହି ସମୟରେ ମୁସଲିମ୍ ସମ୍ରାଟ୍ ମାନଙ୍କଦ୍ୱାରା ଅନେକ ଐତିହାସିକ ସ୍ମାରକ ସବୁ ସ୍ଥାପନ କରାଯାଇଛି । ମୋଗଲ୍ ସମ୍ରାଟମାନେ ଭବ୍ୟ ମହଲ୍, କବ୍ର୍, ମୀନାର୍ ଓ ଦୁର୍ଗ ସବୁ ତିଆରି ହୋଇ ଆଜି ଦିଲ୍ଲୀ, ଢାକା, ଆଗରା, ଜୟପୁର, ଲାହୋର, ଶେଖପୁରା ଏବଂ ଭାରତ, ପାକିସ୍ତାନ ଓ ବଙ୍ଗଳାଦେଶର ଅନେକ ସ୍ଥାନରେ ମୋଗଲ୍ କଳା ଓ ସ୍ଥାପତ୍ୟର ମୁକସାକ୍ଷି ରୂପେ ପ୍ରମାଣ ଦେଉଅଛି । ସେମାନଙ୍କଦ୍ୱାରା ନିର୍ମିତ ତାଜମହଲ୍, ଜମ୍ମାମସଜିଦ୍, ଲାଲ୍ କିଲ୍ଲା ମୋଗଲ୍ କଳା ଓ ସ୍ଥାପତ୍ୟର ଏକ ନିଦର୍ଶନ । [୧୨] ଭାରତୀୟ ଇତିହାସରେ ଅନ୍ୟ ସାମ୍ରାଜ୍ୟ ତୁଳନାରେ ମୋଗଲ୍ ସାମ୍ରାଜ୍ୟ ଭାରତୀୟ,ଈରନୀ ଓ ମଧ୍ୟ ଏସିଆର କଳାତ୍ମକ,ସାହିତ୍ୟିକ ଓ ବୌଦ୍ଧିକ ପରମ୍ପରାର ଏକ ସମିଶ୍ରଣ ଅଟେ । ଭାରତର ଉଭୟ ହିନ୍ଦୁ ଓ ମୁସଲମାନ୍ ପରମ୍ପରା, ସଂସ୍କୃତି, ଅଦଲତ ଶୈଳୀ ଉପରେ ସେମାନଙ୍କର ଭାରୀ ପ୍ରଭାବ ଥିଲା । ତଥାପି ଭାରତୀୟ ସାମାଜ ଓ ସଂସ୍କୃତି ପାଇଁ ମୋଗଲ‌ମାନେ ଅନେକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିଲେ ।[୧୩] ସେଥି ମଧ୍ୟରୁ:-

  • କେନ୍ଦ୍ରୀକୃତ ସରକାର ଓ ସଙ୍ଘୀୟ ଶାସନ ବ୍ୟବସ୍ଥାର ପ୍ରଚଳନ
  • ପାର୍ସୀ କଳା ଓ ସଂସ୍କୃତିର ଭାରତୀୟ କଳା ଓ ସଂସ୍କୃତି ସହ ସମ୍ମୀଳନ
  • ଉର୍ଦ୍ଦୁ ଭଷା ଯାହା ସ୍ଥାନୀୟ ହିନ୍ଦୀ ଭାଷାରୁ ଉଦ୍ଭବ ହୋଇ ପରବତ୍ତୀ ସମୟରେ ପାର୍ସୀ,ତୁର୍କୀ ଓ ଆରବୀ ଭାଷାର ସମିଶ୍ରଣରେ ବିକଶିତ ହୋଇଥିଲା । ଆଧୁନୀକ ହିନ୍ଦୀ ଭାଷାରେ,ସଂସ୍କୃତ ଆଧାରିତ ଶବ୍ଦାବଳୀ ଏବଂ ପାର୍ସୀ,ଆରବୀ ଓ ତୁର୍କୀର ଋଣଶବ୍ଦର ବ୍ୟବହାର କରାଯାଉଛି ।
  • ବାସ୍ତୁ କଳା ଓ ସ୍ଥାପତ୍ୟର ଏକ ନୂତନ ଶୈଳୀ
  1. "ମୋଗଲ ସାମ୍ରାଜ୍ୟ ଇତିହାସ". Historyworld. Retrieved 26 September 2015.
  2. "ଭାରତରେ ମୋଗଲ୍ ସାମ୍ରାଜ୍ୟ". About.com. Archived from the original on 5 September 2015. Retrieved 26 September 2015.
  3. Avari, Burjor (2013). Islamic Civilization in South Asia: A History of Muslim Power and Presence in the Indian Subcontinent (in ଇଂରାଜୀ). Routledge. ISBN 978-0-415-58061-8.
  4. Vanina, Evgenii͡a I͡Urʹevna (2012). Medieval Indian Mindscapes: Space, Time, Society, Man (in ଇଂରାଜୀ). Primus Books. ISBN 978-93-80607-19-1.
  5. Levtzion, Nehemia; Levtsiyon, Neḥemyah, eds. (1979). Conversion to Islam (1. publ ed.). New York, NY: Holmes & Meier. ISBN 978-0-8419-0343-2.
  6. Fontana, Michela; Fontana, Michela (2011). Matteo Ricci: a Jesuit in the Ming Court. Lanham, Md.: Rowman & Littlefield. ISBN 978-1-4422-0588-8.
  7. https://web.archive.org/web/20150923175254/http://www.asiaurangabad.in/pdf/Tourist/Tomb_of_Aurangzeb-_Khulatabad.pdf
  8. "ମୋଗଲ୍ ସାମ୍ରାଜ୍ୟ-ଆକବରଙ୍କ ରାଜତ୍ୱ". WebIndia123. Retrieved 26 September 2015.
  9. "History of Aurangzib". Calcutta M.C. Sarkar. Retrieved 26 September 2015.
  10. "Aurangzeb". Blogger. Retrieved 26 September 2015.
  11. "ଶାହାଜହାଁ ତୃତୀୟ". google books. Retrieved 26 September 2015.
  12. "ମୋଗଲ୍ ବାସ୍ତୁକଳା". infoplease. Retrieved 26 September 2015.
  13. "ମୋଗଲ୍ କଳା ଓ ସ୍ଥାପତ୍ୟ". Google web. Retrieved 26 September 2015.