Jump to content

ଲାହୋର

ଉଇକିପିଡ଼ିଆ‌ରୁ
(Lahoreରୁ ଲେଉଟି ଆସିଛି)
ଲାହୋର
ਲਹੌਰ l لہور l لاہور
ସହର
लाहौर की पंजाब (पाकिस्तान) में स्थिति
लाहौर की पंजाब (पाकिस्तान) में स्थिति
ସହର ଜିଲ୍ଲା ପ୍ରଶାସନ११ सितंबर २००८
ନଗର ପରିଷଦଲାହୋର
ନଗର9
Government
  Typeସହର ଜିଲ୍ଲା
  शहर नाज़िमମିୟାଁ ଆମେର ମେହେମୁଦ
  ନାୟବ ନାଜିମइदरीस हनीफ़
  ଜିଲ୍ଲା ସମନ୍ୱୟ ଅଧିକାରୀमु. अनवर उल हक (D.M.G)
Area
  ସମୁଦାୟ1,772 km2 (684 sq mi)
Elevation
217 m (712 ft)
Population
 (2024)
  Total୧,୪୪,୦୭,୧୦୦
  Density8,100/km2 (21,000/sq mi)
Area code042
Websitehttp://www.lahore.gov.pk

ଲାହୋର (ପଞ୍ଜାବୀ: لہور / لہور, ଉର୍ଦ୍ଦୁ: لاحور) ହେଉଛି ପାକିସ୍ତାନର ପଞ୍ଜାବ ପ୍ରଦେଶର ରାଜଧାନୀ ଏବଂ କରାଚି ପରେ ପାକିସ୍ତାନର ଦ୍ୱିତୀୟ ଜନବହୁଳ ସହର। ପାକିସ୍ତାନର ଇତିହାସ, ସଂସ୍କୃତି ଏବଂ ଶିକ୍ଷା କ୍ଷେତ୍ରରେ ଏହି ସହରର ବିଶେଷ ଅବଦାନ ରହିଥିବାରୁ ଏହା "ହାର୍ଟ ଅଫ୍ ପାକିସ୍ତାନ" ଭାବରେ ମଧ୍ୟ ଜଣାଶୁଣା | ଏହାକୁ ପ୍ରାୟତଃ ପାକିସ୍ତାନର ବଗିଚା ସହର ବୋଲି ମଧ୍ୟ କୁହାଯାଏ | ୧୪ ମିଲିୟନରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଲାହୋର ସହର ଭାରତ-ପାକିସ୍ତାନ ସୀମାରେ ରାବି ନଦୀ କୂଳରେ ଅବସ୍ଥିତ ।[]

ଲାହୋରର ଅଧିକାଂଶ ସ୍ଥାପତ୍ୟ ମୋଗଲ ସମୟ ଏବଂ ଔପନିବେଶିକ ବ୍ରିଟିଶ ସମୟରୁ ଆସିଛି, ଯାହା ମଧ୍ୟରୁ ଅଧିକାଂଶ ଆଜି ମଧ୍ୟ ସୁରକ୍ଷିତ | ଆଜି ବି ବାଦଶାହୀ ମସଜିଦ, ଅଲି ହୁଜୱିରି ଶାଲିମାର ବାଗ ଏବଂ ନୁରଜାହାନ ଏବଂ ଜାହାଙ୍ଗୀରର ସମାଧି ମୋଗଲ ଅବଧି ସ୍ଥାପତ୍ୟର ଉପସ୍ଥିତି ଏବଂ ମହତ୍ତ୍ୱକୁ ଦର୍ଶାଏ । ବ୍ରିଟିଶ ସମୟର ଗୁରୁତ୍ୱପୂର୍ଣ୍ଣ କୋଠାଗୁଡ଼ିକ ମଧ୍ୟରେ ଲାହୋର ହାଇକୋର୍ଟ, ଜେନେରାଲ ଡାକ କାର୍ଯ୍ୟାଳୟ ଇତ୍ୟାଦି ଲାହୋରରେ ମୋଗଲ ଏବଂ ବ୍ରିଟିଶ ସ୍ଥାପତ୍ୟର ମିଶ୍ରିତ ଉଦାହରଣ ଭାବରେ ଉଭା ଏବଂ ସେଗୁଡ଼ିକ ଲାହୋରର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥାନ ଭାବରେ ଲୋକପ୍ରିୟ |

ମୁଖ୍ୟତଃ ପଞ୍ଜାବୀ ଲାହୋରରେ ମାତୃଭାଷା ଭାବରେ ବ୍ୟବହୃତ ହୁଏ, ତଥାପି ଉର୍ଦ୍ଦୁ ଏବଂ ଇଂରାଜୀ ଭାଷା ଏଠାରେ ପ୍ରଚଳିତ ଏବଂ ଯୁବକମାନଙ୍କ ମଧ୍ୟରେ ଲୋକପ୍ରିୟ | ମୁଖ୍ୟତଃ କାଲରା ସମ୍ପ୍ରଦାୟର ଲୋକମାନେ ଏଠାରେ ରହୁଥିଲେ। ସ୍ୱାଧୀନତା ପରେ କାଲରା ସମ୍ପ୍ରଦାୟ ଲାହୋରରୁ ପଳାଇ ଦିଲ୍ଲୀ ଆସିଥିଲେ। ଲାହୋରର ପଞ୍ଜାବୀ ଶୈଳୀକୁ ଲାହୋରୀ ପଞ୍ଜାବୀ ମଧ୍ୟ କୁହାଯାଏ, ଯାହା ପଞ୍ଜାବୀ ଏବଂ ଉର୍ଦ୍ଦୁର ଏକ ସୁନ୍ଦର ମିଶ୍ରଣ | 1998 ଜନଗଣନା ଅନୁଯାୟୀ, ସହରର ଜନସଂଖ୍ୟା ପ୍ରାୟ 7 ଲକ୍ଷ ହେବ, ଯାହା ୨୦୨୪ ମସିହାରେ ୧୪ ମିଲିୟନ ପାର କରିଛି।[]

ଇତିହାସ

[ସମ୍ପାଦନା]

ଷୋଡଶ ଶତାବ୍ଦୀରେ ପ୍ରତିଷ୍ଠିତ ଏହି ସହରର ନାମର ଉତ୍ପତ୍ତି ସମ୍ପର୍କରେ ନିର୍ଦ୍ଦିଷ୍ଟ ପ୍ରାମାଣିକ ତଥ୍ୟ ଉପଲବ୍ଧ ନାହିଁ । ପ୍ରାଚୀନ ମୁସଲିମ ଐତିହାସିକମାନେ ଏହି ସହରର ନାମକୁ Luhawar (ଲୁହାବର), Lūhār (ଲୁହାର) ଏବଂ Rahwar (ରହବାର) ଭାବରେ ମଧ୍ୟ ଲିପିବଦ୍ଧ କରିଛନ୍ତି । ଅମୀର ଖୁସୃ ଯିଏକି ଦିଲ୍ଲୀ ସୁଲତାନଙ୍କ ସମସାମୟିକ ଏହି ସହରକୁ ଲୁହାନୁର ବୋଲି କହିଥିଲେ ।[]

ଅନ୍ୟ ଏକ କୀମ୍ବଦନ୍ତି ଅନୁସାରେ ବିଶ୍ୱାସ କରାଯାଏ ଯେ ଲାହୋର ସହର ପ୍ରଭୁ ରାମଙ୍କ ପୁତ୍ର ଲବଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଲାହୋରରେ ଆଜି ବି, ଏପରି କିଛି ପୂରାତନ ତଥ୍ୟ ଦେଖିବାକୁ ମିଳେ ଯାହାକି ପ୍ରଭୁ ରାମଙ୍କ ସମୟର ସ୍ମ୍ରୁତିକୁ ସତେଜ କରିଥାଏ | ଲବପୁର, ଯେଉଁଥିରୁ ଲାହୋର ଶବ୍ଦର ଉତ୍ପତ୍ତି ବୋଲି ବିଶ୍ୱାସ କରାଯାଏ |[] []

ପର୍ବ ପର୍ବାଣି

[ସମ୍ପାଦନା]

ଲାହୋରର ଲୋକମାନେ ଇସଲାମିକ, ପାରମ୍ପାରିକ ପଞ୍ଜାବୀ, ଖ୍ରୀଷ୍ଟିଆନ ଏବଂ ଜାତୀୟ ପର୍ବ ସମେତ ବର୍ଷସାରା ଅନେକ ପର୍ବ ଏବଂ କାର୍ଯ୍ୟକ୍ରମ ପାଳନ କରନ୍ତି |

ଅନେକ ଲୋକ ପର୍ବପର୍ବାଣି ଦିନରେ ରାସ୍ତା ଏବଂ ଘରଗୁଡ଼ିକୁ ଆଲୋକିତ କରିବା ପାଇଁ ନିଜ ଘରକୁ ମହମବତୀ ଜଳାଇ ସଜାନ୍ତି | ଲାହୋରର ହଜାର ହଜାର ସୁଫି ଶ୍ରଦ୍ଧାଳୁ ନିଜ ନିଜ ସାଧୁମାନଙ୍କୁ ସମ୍ମାନ ଦେବା ପାଇଁ ବାର୍ଷିକ ଉର୍ସ ଉତ୍ସବ ପାଳନ କରନ୍ତି |[] ଲାହୋରରେ ଲୋକପ୍ରିୟ ମେଳା ଚିରାଗାନ୍ ମହୋତ୍ସବ ମଧୁ ଲାଲ ହୁସେନ ମନ୍ଦିରରେ ଅନୁଷ୍ଠିତ ହୋଇଥିବାବେଳେ ଅନ୍ୟ ବଡ଼ ମହୋତ୍ସବ ଉର୍ସ ବିବି ପାକ୍ ଦାମନଙ୍କ ମନ୍ଦିରରେ ଏବଂ ମିଲାନ୍ ମିରର ମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ସହରରେ ସର୍ବସାଧାରଣ କୋଠା ଏବଂ ବାଣିଜ୍ୟିକ କେନ୍ଦ୍ର ଆଲୋକରେ ସଜାଯାଇ ଇଦ୍ ଉଲ୍-ଫିତ୍ର ଏବଂ ଇଦ୍ ଉଲ୍-ଅଧା ସହରରେ ପାଳନ କରାଯାଏ | ଲାହୋରର ଲୋକମାନେ ମଧ୍ୟ କରବାଲା ଉତ୍ସବରେ ଇମାମ ହୁସେନ୍‌ଙ୍କ ତିରୋଧାନକୁ ସ୍ମରଣ କରନ୍ତି ଯାହା ମହରମ ମାସର ପ୍ରଥମ ଦଶ ଦିନରେ ପଡିଥାଏ ।[]

ବସନ୍ତ ହେଉଛି ଏକ ପାରମ୍ପାରିକ ପଞ୍ଜାବୀ ପର୍ବ ଯାହାକି ବସନ୍ତର ଆଗମନକୁ ସୂଚାଏ | ପାକିସ୍ତାନରେ ବସନ୍ତ-ଉତ୍ସବ ମୁଖ୍ୟତଃ ଲାହୋରରେ ବିଶେଷ ଭାବରେ ପାଳିତ ହୁଏ, ତେଣୁ ଦେଶ ତଥା ବିଦେଶର ଲୋକମାନେ ଏହି ବାର୍ଷିକ ଉତ୍ସବ ପାଇଁ ଲାହୋର ସହରକୁ ଆଗମନ କରନ୍ତି | ଏହି ଅବସରରେ ଗୁଡି ଉଡାଇବା ପ୍ରତିଯୋଗିତା ପାରମ୍ପାରିକ ଭାବରେ ପ୍ରତି ଘରର ଛାତ ଉପରେ କୋଳାହଳ ସୃଷ୍ଟି କରୁଥିବାବେଳେ ଲାହୋର କେନାଲରେକୁ ଭାସମାନ ଅଲୋକର ଲଣ୍ଠନ ଶୋଭାପାଏ |

ଖ୍ରୀଷ୍ଟିଆନମାନେ ଲାହୋରର ମୋଟ ଜନସଂଖ୍ୟାର ଏକ ବୃହତ ଅଂଶ ନ ହେଲେ ମଧ୍ୟ ଖ୍ରୀଷ୍ଟମାସ ଏବଂ ଇଷ୍ଟର ଉତ୍ସବ ବେଳେ ଲାହୋରର ଚର୍ଚ୍ଚଗୁଡିକ ସୁନ୍ଦର ଭାବେ ସଜାଯାଏ ଏବଂ ଏହି ପର୍ବକୁ ସେମାନେ ପାରମ୍ପରିକ ରୀତିରେ ପାଳନ କରନ୍ତି ।[]

ପ୍ରମୁଖ ଆକର୍ଷଣ

[ସମ୍ପାଦନା]

ପାକିସ୍ତାନର ଦ୍ୱିତୀୟ ବୃହତ୍ତମ ସହର ଲାହୋର ଏହି ସ୍ଥାନର ସାଂସ୍କୃତିକ ରାଜଧାନୀ ଭାବରେ ପ୍ରସିଦ୍ଧ | ଏହି ସହରଟି ଗତ ଶତାବ୍ଦୀ ଧରି ବୁଦ୍ଧିଜୀବୀ ଏବଂ ସାଂସ୍କୃତିକ କାର୍ଯ୍ୟକଳାପର ଏକ କେନ୍ଦ୍ର ଭାବେ ବିବେଚିତ | ରାବି ନଦୀ କୂଳରେ ଅବସ୍ଥିତ ଏହି ସହର ପଞ୍ଜାବ ପ୍ରଦେଶର ବ୍ୟବସାୟିକ କାର୍ଯ୍ୟକଳାପର କେନ୍ଦ୍ର ଅଟେ। ପର୍ଯ୍ୟଟକମାନେ ପରିଦର୍ଶନ କରିବା ପାଇଁ ଏଠାରେ ବହୁ ଲୋକପ୍ରିୟ ଏବଂ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ଅଛି | ଲାହୋର ଦୁର୍ଗ, ବାଦଶାହୀ ମସଜିଦ, ଆକବରୀ ଫାଟକ, କାଶ୍ମୀରୀ ଫାଟକ, ପ୍ରାଣୀ ଉଦ୍ୟାନ, ଶାଲିମାର ଉଦ୍ୟାନ, ୱାଜିର ଖାନ ମସଜିଦ ଇତ୍ୟାଦି ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ଏହି ସହରର ପ୍ରମୁଖ ଆକର୍ଷଣ |

  1. 1 2 "Lahore, Pakistan Population 2024". worldpopulationreview.com. Retrieved 2024-11-18.
  2. Suvorova, Anna (2004-07-22). Muslim Saints of South Asia: The Eleventh to Fifteenth Centuries (in ଇଂରାଜୀ). Routledge. ISBN 978-1-134-37005-4.
  3. Baqir, Muhammad (1985). Lahore, Past and Present: Being an Account of Lahore Compiled from Original Sources (in ଇଂରାଜୀ). B.R. Publishing Corporation.
  4. Naqoosh, Lahore Number 1976
  5. Dandekar, Deepra; Tschacher, Torsten (2016-09-13). Islam, Sufism and Everyday Politics of Belonging in South Asia (in ଇଂରାଜୀ). Routledge. ISBN 978-1-317-43596-9.
  6. Shahid, QAM | Sheharyar Rizwan | Kalbe Ali | Shakeel Ahmed | Mohammad Hussain Khan | Zulfiqar Ali | Saleem (2019-09-08). "MUHARRAM: WALKING THE MOURNERS' PATH". DAWN.COM (in ଇଂରାଜୀ). Retrieved 2024-11-18.
  7. "Largest Christian Community of Pakistan resides in Lahore District". web.archive.org. 2016-09-18. Archived from the original on 2016-09-18. Retrieved 2024-11-18.