Jump to content

ସ୍କ୍ଲେରୋଡର୍ମା

ଉଇକିପିଡ଼ିଆ‌ରୁ
(Sclerodermaରୁ ଲେଉଟି ଆସିଛି)
ସ୍କ୍ଲେରୋଡର୍ମା (Scleroderma)
ଏକ ପ୍ରକାର ସ୍ଥାନୀୟ ସ୍କ୍ଲେରୋଡର୍ମା ଯାହାର ନାମ ମର୍ଫିଆ (morphea)
ବିଭାଗରିଉମାଟୋଲୋଜି (Rheumatology)
ଆକ୍ରାନ୍ତ ସମୟମଧ୍ୟ ବୟସ[]
କାରଣଅଜ୍ଞାତ[]
ବିପଦ କାରକପାରିବାରିକ ଇତିହାସ, ଜେନେଟିକ (genetic) କାରକ, ସିଲିକା (silica) ସଂସ୍ପର୍ଷ [][][]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ, ଚର୍ମ ବାୟୋପ୍ସି (skin biopsy), ରକ୍ତ ପରୀକ୍ଷା []
ସଠିକ ରୋଗ ନିର୍ଣ୍ଣୟମିଳିତ କନେକ୍ଟିଭ ତନ୍ତୁ ରୋଗ (Mixed connective tissue disease), ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍, ପଲିମାୟୋସାଇଟିସ (polymyositis), ଡର୍ମାଟୋମାୟୋସାଇଟିସ[]
ଔଷଧକର୍ଟିକୋସ୍ଟରଏଡ (Corticosteroids), ମେଥୋଟ୍ରେକ୍ସେଟ, ନନ୍-ସ୍ଟିରଏଡାଲ ଆଣ୍ଟିଇନଫ୍ଲାମେଟରି ଡ୍ରଗସ (non-steroidal anti-inflammatory drugs) (NSAIDs)[]
ଚିକିତ୍ସାସ‌ହ‌ଯୋଗୀ ଯତ୍ନ (Supportive care)[]
Prognosisସ୍ଥାନୀୟ: ସାଧାରଣ ଆୟୁଷ []
ଶାରୀରିକ: କମ୍ ଆୟୁଷ[]
ପୁନଃପୌନିକପ୍ରତି ୧୦୦,୦୦୦ ଲୋକରେ ବର୍ଷକୁ ୩ ଜଣ (systemic)[]

ସ୍କ୍ଲେରୋଡର୍ମା (ଇଂରାଜୀ ଭାଷାରେ Scleroderma) ଏକ ଅଟୋଇମ୍ମ୍ୟୁନ ରୋଗ (autoimmune disease) ଦଳକୁ ବୁଝାଏ ଯେଉଁଥିରେ ଚର୍ମ (skin), ରକ୍ତ ନଳୀ (blood vessels), ମାଂସପେଶୀ (muscles) ଓ ଶରୀର ଅଭ୍ୟନ୍ତରସ୍ଥ ଅଙ୍ଗମାନଙ୍କରେ (internal organ) ପରିବର୍ତ୍ତନ ଆଣିପାରେ ।[][] ଏହି ରୋଗ କେବଳ ଚର୍ମରେ ବା ଚର୍ମା ସ‌ହିତ ଦେହ ଭିତର ଅଙ୍ଗ ମାନଙ୍କରେ ହୋଇପାରେ ।[] ଏହି ରୋଗରେ ଚମ ମୋଟା ଓ ଶକ୍ତ ହୁଏ, ଥକ୍କା ଲାଗେ ଓ ଥଣ୍ଡା ପାଗରେ ଗୋଡ଼ ହାତର ଆଙ୍ଗୁଠିକୁ ରକ୍ତ ସରବରାହ କମିଯାଏ । [] ଏହି ଦଳର ଏକ ରୋଗ କ୍ରେସ୍ଟ ସିଣ୍ଡ୍ରୋମରେ (CREST syndrome), କ୍ୟାଲସିନୋସିସ (calcium deposits), ରେନ‌ଡ ସିଣ୍ଡ୍ରୋମ (Raynaud's syndrome), ଏସୋଫେଗସ ସମସ୍ୟା (esophageal), ସ୍କ୍ଲେରୋଡାକ୍ଟିଲି (thickening of the skin of the fingers and toes) ଓ ଟେଲାଞ୍ଜିଏକ୍ଟାସିସ (areas of small dilated blood vessels) ହୋଇପାରେ । []

ଏହାର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[] ଏହି ରୋଗର ସଙ୍କଟ କାରକ ମଧ୍ୟରେ ପାରିବାରିକ ଇତିହାସ, ଜେନେଟିକ (genetic) କାରକ, ସିଲିକା (silica) ସଂସ୍ପର୍ଷ ଉଲ୍ଲେଖ‌ଯୋଗ୍ୟ ।[][][] ଇମ୍ମ୍ୟୁନ ସିସ୍ଟମ ନିଜ ଦେହର ସୁସ୍ଥ ତନ୍ତୁକୁ ଆକ୍ରମଣ କରିବାରୁ କନେକ୍ଟିଭ ତନ୍ତୁ (connective tissue) ଅସାଧାରଣ ଭାବରେ ବଢ଼ିଯାଏ ।[] ଲକ୍ଷଣ, ଚର୍ମ ବାୟୋପ୍ସି (skin biopsy), ରକ୍ତ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । []

ସ୍କ୍ଲେରୋଡର୍ମା ରୋଗ ଆରୋଗ୍ୟସାଧ୍ୟ ନହେଲେ ମଧ୍ୟ ଚିକିତ୍ସା କଲେ ଲକ୍ଷଣରେ ଉନ୍ନତି ହୁଏ ।[] କର୍ଟିକୋସ୍ଟରଏଡ (Corticosteroids), ମେଥୋଟ୍ରେକ୍ସେଟ, ନନ୍-ସ୍ଟିରଏଡାଲ ଆଣ୍ଟିଇନଫ୍ଲାମେଟରି ଡ୍ରଗସ (non-steroidal anti-inflammatory drugs) (NSAIDs) ଇତ୍ୟାଦି ଦେଇ ଚିକିତ୍ସା କରାଯାଏ ।[] ରୋଗର ଅଗ୍ରଗତି ଉପରେ ଫଳାଫଳ ନିର୍ଭର କରେ । [] ରୋଗଟି ସ୍ଥାନୀୟ ହୋଇଥିଲେ ସାଧାରଣ ଆୟୁଷ (life expectancy) ରହେ ।[] ଶାରୀରିକ ରୋଗ ଥିଲେ ଆରମ୍ଭ ପର ପ୍ରାୟ ୧୧ ବର୍ଷ ଆୟୁଷ ରହେ ।[] ଫୁସଫୁସ, ପାକଅନ୍ତନଳୀ ବା ହୃତ୍‌ପିଣ୍ଡ ଜଟିଳତା ଯୋଗୁ ମୃତ୍ୟୁ ହୁଏ । []

ବର୍ଷକୁ ପ୍ରତି ୧୦୦,୦୦୦ ଲୋକରେ ୩ ଜଣ ସ୍କ୍ଲେରୋଡର୍ମା ରୋଗରେ ଆକ୍ରନ୍ତ ହୁଅନ୍ତି ।[] ମଧ୍ୟ ବୟସରେ ଏ ରୋଗ ଆରମ୍ଭ ହୁଏ ।[] ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଆକ୍ରାନ୍ତ ହୁଅନ୍ତି ।[] ସନ ୧୭୫୩ରେ କାର୍ଲୋ କୁର୍ଜିଓ ପ୍ରଥମେ ସ୍କ୍ଲେରୋଡର୍ମା ବିଷୟ ଉପସ୍ଥାପନ କରିଥିଲେ,[] ଓ ସନ ୧୮୪୨ରେ ଲିପିବଦ୍ଧ କରିଥିଲେ ।[] ସ୍କ୍ଲେରୋଡର୍ମା ଶବ୍ଦଟି ଗ୍ରୀକ ଭାଷାରୁ ନିଆଯାଇଛି; ସ୍କ୍ଲେରୋସିସ ଅର୍ଥାତ୍ ଶକ୍ତ ଓ ଡର୍ମା ଅର୍ଥ ଚର୍ମ । []

ଏହ ମଧ୍ୟ ଦେଖନ୍ତୁ

[ସମ୍ପାଦନା]
  1. 1 2 3 4 5 6 7 "Scleroderma". NORD (National Organization for Rare Disorders). 2007. Archived from the original on 8 September 2016. Retrieved 14 July 2017.
  2. 1 2 3 4 5 6 7 "Scleroderma". GARD (in ଇଂରାଜୀ). 2017. Archived from the original on 25 January 2017. Retrieved 14 July 2017.
  3. 1 2 3 4 5 6 7 8 Jameson, Larry (2018). Harrison's Principles of Internal Medicine, 20e (20th ed.). McGraw Hill. p. Chapter 353.
  4. 1 2 Barnes J, Mayes MD (March 2012). "Epidemiology of systemic sclerosis: incidence, prevalence, survival, risk factors, malignancy, and environmental triggers". Current Opinion in Rheumatology. 24 (2): 165–70. doi:10.1097/BOR.0b013e32834ff2e8. PMID 22269658.
  5. 1 2 Greenblatt MB, Aliprantis AO (January 2013). "The immune pathogenesis of scleroderma: context is everything" (PDF). Current Rheumatology Reports. 15 (1): 297. doi:10.1007/s11926-012-0297-8. PMC 3539168. PMID 23288576. Archived (PDF) from the original on 2017-09-08.
  6. 1 2 3 4 5 "Handout on Health: Scleroderma". NIAMS. August 2016. Archived from the original on 4 July 2017. Retrieved 15 July 2017.
  7. 1 2 Unsal, Erbil (2006). Current Opinions in Pediatric Rheumatology (in ଇଂରାଜୀ). Nova Publishers. p. 302. ISBN 9781594548710. Archived from the original on 2017-09-06.
  8. Mackay, Ian R.; Rose, Noel R. (2006). The Autoimmune Diseases (in ଇଂରାଜୀ). Academic Press. p. 369. ISBN 9780080454740.
  9. Firestein, Gary S.; Kelley, William N.; Budd, Ralph C. (2012). Kelley's Textbook of Rheumatology (in ଇଂରାଜୀ). Elsevier Health Sciences. p. 1366. ISBN 1437717381. Archived from the original on 2017-08-04.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ