ସନ୍ତୋଷ ଚୌଧୁରୀ

ଉଇକିପିଡ଼ିଆ‌ରୁ
(Santosh Chowdharyରୁ ଲେଉଟି ଆସିଛି)
ସନ୍ତୋଷ ଚୌଧୁରୀ
ସାଂସଦ: ଲୋକ ସଭା
କାର୍ଯ୍ୟକାଳ
୨୦୦୯-୨୦୧୪
ପର ଅଧିକାରୀବିଜୟ ସମ୍ପଲା
ନିର୍ବାଚନ ମଣ୍ଡଳୀହୁସିଆରପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1944-10-05) ୫ ଅକ୍ଟୋବର ୧୯୪୪ (ବୟସ ୭୯)
ସୋଲନ, ହିମାଚଳ ପ୍ରଦେଶ, ବ୍ରିଟିଶ ରାଜ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଆର୍.ଏଲ୍. ଚୌଧୁରୀ
ସନ୍ତାନ୪ ଝିଅ
୧୪ ଅଗଷ୍ଟ, ୨୦୧୨ ସୁଦ୍ଧା
ଆଧାର: [୧]

ସନ୍ତୋଷ ଚୌଧୁରୀ (ଜନ୍ମ: ୫ ଅକ୍ଟୋବର ୧୯୪୪) ଜଣେ ଭାରତୀୟ ରାଜନୀତିଜ୍ଞ ।[୧] ସେ କଂଗ୍ରେସ ଦଳର ଜଣେ ସଦସ୍ୟା ଭାବରେ ରାଜନୀତିରେ ସକ୍ରିୟ ଅଛନ୍ତି । ସେ ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ହୋସିଆରପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ସଂସଦର ତଳ ସଦନ ଲୋକ ସଭା୧୫ଶ ସଭାକୁ ନିର୍ବାଚିତ ହୋଇଥିଲେ । ପୂର୍ବରୁ ସେ ୧୯୯୨୧୯୯୯ ଭାରତୀୟ ସାଧାରଣ ନିର୍ବାଚନରେ ଫିଲ୍ଲୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ୧୩ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ସଫେଇ କର୍ମଚାରୀଙ୍କର ରାଷ୍ଟ୍ରୀୟ ସଂଘର ସଭାପତି ଥିଲେ ।[୨][୩][୪][୫] ୨୦୦୯ ସାଧାରଣ ନିର୍ବାଚନରେ ସନ୍ତୋଷ ଚୌଧୁରୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରତିନିଧି, ସୋମ ପ୍ରକାଶଙ୍କୁ ୩୬୬ ଖଣ୍ଡ ଭୋଟରେ ହରାଇଥିଲେ, ଯାହାକି ସେଠାକାର ଏକ ଇତିହାସ ଥିଲା ।[୬]


ଜନ୍ମ ଓ ପରିବାର[ସମ୍ପାଦନା]

ସନ୍ତୋଷ ଚୌଧୁରୀ ୧୯୪୪ ମସିହା ଅକ୍ଟୋବର ମାସ ୫ ତାରିଖରେ ହିମାଚଳ ପ୍ରଦେଶସୋଲନଠାରେ ଜନ୍ମଗ୍ରହଣ କରିଥିଲେ ।[୭] ତାଙ୍କ ବାପା ରୋଶନ ଲାଲ ହେଉଛନ୍ତି ହିମାଚଳ ପ୍ରଦେଶର ପୂର୍ବତନ ସାଂସଦ ଏବଂ ତାଙ୍କ ମାଆ ହେଉଛନ୍ତି ଦୌପତି ଦେବୀ ।[୭] ସେ ୨୩ ନଭେମ୍ବର ୧୯୬୮ରେ ଆର୍. ଏଲ୍. ଚୌଧୁରୀଙ୍କୁ ବିବାହ କରିଥିଲେ ।[୮] ଶ୍ରୀଯୁକ୍ତ ଚୌଧୁରୀ ପୂର୍ବରୁ ବିଧାୟକ ଥିଲେ । ଏହି ଦମ୍ପତିଙ୍କର ଚାରି ଜଣ ଝିଅ ଅଛନ୍ତି । ସନ୍ତୋଷ ଚୌଧୁରୀଙ୍କର ଶ୍ୱଶୁର ଚୌଧୁରୀ ସୁନ୍ଦର ସିଂହ ପୂର୍ବତନ ସାଂସଦ ଏବଂ ପଞ୍ଜାବର ପୂର୍ବତନ ମନ୍ତ୍ରୀ ଥିଲେ ।

ରାଜନୈତିକ ଜୀବନ ଓ ପେଶା[ସମ୍ପାଦନା]

ସନ୍ତୋଷ ପଞ୍ଜାବ ଲୋକ ସେବା ଆୟୋଗରେ ଜଣେ ପ୍ରଶାସକ ଭାବରେ କାର୍ଯ୍ୟରେ ଯୋଗ ଦେଇଥିଲେ ଏବଂ ୧୯୭୫ରେ ସେ ପଞ୍ଜାବ ଲୋକ ସେବା ଆୟୋଗର ଅଧକ୍ଷ ହୋଇଥିଲେ ଏବଂ ୧୯୮୬ ଯାଏଁ ସେ ଏହି ପଦରେ ରହିଥିଲେ ।[୭]୧୯୯୧ ଭାରତୀୟ ସାଧାରଣ ନିର୍ବାଚନରେ ସନ୍ତୋଷ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଫିଲ୍ଲୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ସଂସଦର ତଳ ସଦନ ଲୋକ ସଭା ପାଇଁ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇ ୧୦ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୭] ସେ ଏହି ଲୋକ ସଭାରେ ୧୯୯୧ ମସିହାରୁ ୧୯୯୬ ଯାଏଁ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ୧୯୯୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ପୁଣିଥରେ ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୧୯୯୯ ମସିହାରୁ ୨୦୦୦ ମସିହା ଯାଏଁ ଏଠାରେ କାର୍ଯ୍ୟ କରିଥିଲେ ।

୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ହୋସିଆରପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୯] ଏହି ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ସୋମ ପ୍ରକାଶଙ୍କୁ ମାତ୍ର ୩୬୬ ଖଣ୍ଡ ଭୋଟରେ ହରାଇଥିଲେ ।[୬] ଏହି ଲୋକ ସଭାରେ ସେ ୨୦୦୯ ମସିହାରୁ ୨୦୧୪ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଆଧାର[ସମ୍ପାଦନା]

  1. January 4, A. N. I.; February 23, 2014UPDATED:; Ist, 2014 20:30. "Navjot Singh Sidhu worst among Punjab MPs in utilising MPLAD funds". India Today (in ଇଂରାଜୀ). Retrieved 2019-02-14. {{cite web}}: |first3= has numeric name (help)CS1 maint: extra punctuation (link) CS1 maint: numeric names: authors list (link)
  2. "NATIONAL COMMISSION FOR 'SAFAI KARAMCHARIS' WANTS MINIMUM WAGES FOR TEMPORARY SAFAI KARAMCHARIS". Hindustan Times. 31 May 2007. Archived from the original on 24 September 2015. Retrieved 14 August 2012. – via HighBeam Research (subscription required)
  3. R. C. Rajamani (2000). Portraits of India's Parliamentarians for the New Millennium: Lok Sabha. Gyan Pub. House. ISBN 978-81-212-0692-1.
  4. Mahendra Singh Rana (2006). India Votes: Lok Sabha & Vidhan Sabha Elections 2001-2005. Sarup & Sons. pp. 372–. ISBN 978-81-7625-647-6. Retrieved 31 October 2017.
  5. "PHILLAUR Parliamentary Constituency". Election Commission of India. Retrieved 31 October 2017.
  6. ୬.୦ ୬.୧ "Induction of Hoshiarpur MP Santosh Chaudhary attempt to woo back Dalit Community". www.yespunjab.com (in ବ୍ରିଟିଶ୍‌ ଇଂରାଜୀ). Archived from the original on 2013-06-20. Retrieved 2019-02-14.
  7. ୭.୦ ୭.୧ ୭.୨ ୭.୩ "Santosh Chowdhary of Punjab contact address & email". nocorruption.in (in ଇଂରାଜୀ). Retrieved 2019-02-14.
  8. "Detailed Profile: Smt. Santosh Chowdhary". india.gov.in. Retrieved 14 February 2019.[permanent dead link]
  9. "Hoshiarpur MP inducted into Union cabinet". www.hindustantimes.com/ (in ଇଂରାଜୀ). 2013-06-17. Retrieved 2019-02-14.

ବାହାର ଆଧାର[ସମ୍ପାଦନା]