ସନାତନ ବିଶି
ସନାତନ ବିଶି | |
---|---|
ବିଧାୟକ: ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୨ – ୨୦୦୯ | |
ପୂର୍ବ ଅଧିକାରୀ | ଦୂର୍ଯ୍ୟୋଧନ ସୋହେଲ |
ପର ଅଧିକାରୀ | ପ୍ରସନ୍ନ ଆଚାର୍ଯ୍ୟ |
ନିର୍ବାଚନ ମଣ୍ଡଳୀ | ରେଢ଼ାଖୋଲ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୬ ନଭେମ୍ବର ୧୯୪୧ |
ମୃତ୍ୟୁ | ୧୪ ଅପ୍ରେଲ ୨୦୨୦ | (ବୟସ ୭୮)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଯାଜ୍ଞସିନି ବିଶି |
ବାପା/ବୋଉ | ଖଗେଶ୍ୱର ବିଶି (ବାପା) |
ବୃତ୍ତି | ରାଜନୀତିଜ୍ଞ |
ସନାତନ ବିଶି (୧୬ ନଭେମ୍ବର ୧୯୪୧ - ୧୪ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୦୨ ଉପ-ନିର୍ବାଚନ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରେଢ଼ାଖୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସନାତନ ବିଶି ୧୯୪୧ ମସିହାର ନଭେମ୍ବର ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଖଗେଶ୍ୱର ବିଶି ଓ ପତ୍ନୀଙ୍କ ନାମ ଯାଜ୍ଞସିନି ବିଶି । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ବାଣିଜ୍ୟରେ ସ୍ନାତକ ଓ ପରେ ସେ ଓକିଲାତି ପଢ଼ିଥିଲେ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ସନାତନ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ସେ ୨୦୦୮ ମସିହାରୁ ୨୦୦୯ ମସିହାଯାଏଁ ଓଡ଼ିଶା ରାଜ୍ୟ ସରକାରଙ୍କର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ସନାତନ ବିଶି ୨୦୨୦ ମସିହାର ଅପ୍ରେଲ ମାସ ୧୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Sanatan Bisi". odishaassembly.nic.in. Odisha Assembly. Retrieved 6 September 2020.
- ↑ "Ex-Odisha minister Sanatan Bisi dies at 78". Out Look India. 14 April 2020. Retrieved 6 September 2020.