ସନାତନ ବିଶି

ଉଇକିପିଡ଼ିଆ‌ରୁ
ସନାତନ ବିଶି
ବିଧାୟକ: ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୨ – ୨୦୦୯
ପୂର୍ବ ଅଧିକାରୀଦୂର୍ଯ୍ୟୋଧନ ସୋହେଲ
ପର ଅଧିକାରୀପ୍ରସନ୍ନ ଆଚାର୍ଯ୍ୟ
ନିର୍ବାଚନ ମଣ୍ଡଳୀରେଢ଼ାଖୋଲ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1941-11-16)୧୬ ନଭେମ୍ବର ୧୯୪୧
ମୃତ୍ୟୁ୧୪ ଅପ୍ରେଲ ୨୦୨୦(2020-04-14) (ବୟସ ୭୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଯାଜ୍ଞସିନି ବିଶି
ବାପା/ବୋଉଖଗେଶ୍ୱର ବିଶି (ବାପା)
ବୃତ୍ତିରାଜନୀତିଜ୍ଞ

ସନାତନ ବିଶି (୧୬ ନଭେମ୍ବର ୧୯୪୧ - ୧୪ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୦୨ ଉପ-ନିର୍ବାଚନ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରେଢ଼ାଖୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସନାତନ ବିଶି ୧୯୪୧ ମସିହାର ନଭେମ୍ବର ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଖଗେଶ୍ୱର ବିଶି ଓ ପତ୍ନୀଙ୍କ ନାମ ଯାଜ୍ଞସିନି ବିଶି । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ବାଣିଜ୍ୟରେ ସ୍ନାତକ ଓ ପରେ ସେ ଓକିଲାତି ପଢ଼ିଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ସନାତନ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ସେ ୨୦୦୮ ମସିହାରୁ ୨୦୦୯ ମସିହାଯାଏଁ ଓଡ଼ିଶା ରାଜ୍ୟ ସରକାରଙ୍କର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ସନାତନ ବିଶି ୨୦୨୦ ମସିହାର ଅପ୍ରେଲ ମାସ ୧୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Sanatan Bisi". odishaassembly.nic.in. Odisha Assembly. Retrieved 6 September 2020.
  2. "Ex-Odisha minister Sanatan Bisi dies at 78". Out Look India. 14 April 2020. Retrieved 6 September 2020.