Jump to content

ସାଲିସିଲିକ ଏସିଡ (ଡାକ୍ତରୀ ବ୍ୟବ‌ହାର)

ଉଇକିପିଡ଼ିଆ‌ରୁ
(Salicylic acid (Medical use)ରୁ ଲେଉଟି ଆସିଛି)
ସାଲିସିଲିକ ଏସିଡ
Cotton pads soaked in salicylic acid for medical use
Clinical data
AHFS/Drugs.comMultum Consumer Information
Routes of
administration
topical
ATC code
Identifiers
CAS Number
PubChem CID
DrugBank
ChemSpider
Chemical and physical data
FormulaC7H6O3
Molar mass୧୩୮.୧୨ g·mol−1
3D model (JSmol)
  • c1ccc(c(c1)C(=O)O)O
  • InChI=1S/C7H6O3/c8-6-4-2-1-3-5(6)7(9)10/h1-4,8H,(H,9,10)
  • Key:YGSDEFSMJLZEOE-UHFFFAOYSA-N

ସାଲିସିଲିକ ଏସିଡ (ଡାକ୍ତରୀ ବ୍ୟବ‌ହାର) (ଇଂରାଜୀ ଭାଷାରେ Salicylic acid) ଏକ ଔଷଧ ଯାହା ଏପିଡର୍ମିସ (outer layer) (ଚର୍ମର ବାହ୍ୟ ସ୍ତର) କାଢ଼ିବା ନିମନ୍ତେ ବ୍ୟବ‌ହାର କରାଯାଏ ।[] ଭାତୁଡ଼ି (warts), ସୋରିଆସିସ, ରୂପି (dandruff), ବ୍ରଣ (acne), ରିଙ୍ଗ‌ୱର୍ମ (ringworm) ଓ ଇକଥିଓସିସ (ichthyosis) ଆଦି ରୋଗମାନଙ୍କରେ ଚିକିତ୍ସାରେ ବ୍ୟବ‌ହୃତ ହୁଏ ।[][] ଭାତୁଡ଼ି ବ୍ୟତୀତ ଅନ୍ୟ କ୍ଷେତ୍ରରେ ଅନ୍ୟାନ୍ୟ ଔଷଧ ସ‌ହିତ ଏହା ଦିଆଯାଇପାରେ ।[] ପ୍ରଭାବିତ ଚର୍ମରେ ଏହା ଲଗାଯାଏ । []

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଚମରେ ଜଳାପୋଡ଼ା ଓ ସାଲିସିଲେଟ ବିଷକ୍ରିୟା (salicylate poisoning) ହୋଇପାରେ । ପିଲାଙ୍କ ଦେହରେ ଗୋଟିଏ ବଡ଼ ଆକାରର ସ୍ଥାନରେ ଲଗେଇଲେ ସାଲିସିଲେଟ ବିଷକ୍ରିୟା ହୋଇପାରେ । ଦୁଇ ବର୍ଷ ବୟସରୁ କମ୍ ପିଲାଙ୍କୁ ଏହା ଲଗେଇବାକୁ ମନାକରାଯାଏ ।[] ଏହା ବିଭିନ୍ନ ଭାଗମାପରେ ମିଳେ ।[]

ହିପୋକ୍ରାଟିସଙ୍କ (Hippocrates) ଅମଳରୁ ଚିକିତ୍ସା କ୍ଷେତ୍ରରେ ସାଲିସିଲିକ ଏସିଡ ବ୍ୟ‌ବ‌ହାର ହୋଇଆସୁଛି । .[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ସଂଯୁକ୍ତ ରାଷ୍ଟ୍ରରେ ଏହାର ୧୭%, ୧୦ ମିଲି ବୋତଲର ମୂଲ୍ୟ ପ୍ରାୟ ୧.୭୧ ପାଉଣ୍ଡ । ଏହା ବ୍ୟତୀତ କୋଲ ଟାର, ଜିଙ୍କ ଅକ୍ସାଇଡ (zinc oxide) ବା ବେଞ୍ଜୋଇକ ଏସିଡ (benzoic acid) ସ‌ହିତ ମିଶ୍ରଣ ହୋଇ ଏହା ମିଳିପାରେ ।[]

  1. ୧.୦ ୧.୧ ୧.୨ "Salicylic acid topical medical facts from Drugs.com". www.drugs.com. Retrieved 15 January 2017.
  2. ୨.୦ ୨.୧ ୨.୨ WHO Model Formulary 2008 (PDF). World Health Organization. 2009. p. 310. ISBN 9789241547659. Retrieved 8 January 2017.
  3. ୩.୦ ୩.୧ British national formulary : BNF 69 (69 ed.). British Medical Association. 2015. p. 814-815, 825, 833. ISBN 9780857111562.
  4. Boddice, Robert Gregory (2014). Pain and Emotion in Modern History (in ଇଂରାଜୀ). Springer. p. Chapter 8. ISBN 9781137372437. Retrieved 15 January 2017.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.