ସାଲିସିଲିକ ଏସିଡ (ଡାକ୍ତରୀ ବ୍ୟବହାର)
Cotton pads soaked in salicylic acid for medical use | |
| Clinical data | |
|---|---|
| AHFS/Drugs.com | Multum Consumer Information |
| Routes of administration | topical |
| ATC code | |
| Identifiers | |
| CAS Number | |
| PubChem CID | |
| DrugBank | |
| ChemSpider | |
| Chemical and physical data | |
| Formula | C7H6O3 |
| Molar mass | ୧୩୮.୧୨ g·mol−1 |
| 3D model (JSmol) | |
| |
| |
ସାଲିସିଲିକ ଏସିଡ (ଡାକ୍ତରୀ ବ୍ୟବହାର) (ଇଂରାଜୀ ଭାଷାରେ Salicylic acid) ଏକ ଔଷଧ ଯାହା ଏପିଡର୍ମିସ (outer layer) (ଚର୍ମର ବାହ୍ୟ ସ୍ତର) କାଢ଼ିବା ନିମନ୍ତେ ବ୍ୟବହାର କରାଯାଏ ।[୧] ଭାତୁଡ଼ି (warts), ସୋରିଆସିସ, ରୂପି (dandruff), ବ୍ରଣ (acne), ରିଙ୍ଗୱର୍ମ (ringworm) ଓ ଇକଥିଓସିସ (ichthyosis) ଆଦି ରୋଗମାନଙ୍କରେ ଚିକିତ୍ସାରେ ବ୍ୟବହୃତ ହୁଏ ।[୧][୨] ଭାତୁଡ଼ି ବ୍ୟତୀତ ଅନ୍ୟ କ୍ଷେତ୍ରରେ ଅନ୍ୟାନ୍ୟ ଔଷଧ ସହିତ ଏହା ଦିଆଯାଇପାରେ ।[୨] ପ୍ରଭାବିତ ଚର୍ମରେ ଏହା ଲଗାଯାଏ । [୧]
ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଚମରେ ଜଳାପୋଡ଼ା ଓ ସାଲିସିଲେଟ ବିଷକ୍ରିୟା (salicylate poisoning) ହୋଇପାରେ । ପିଲାଙ୍କ ଦେହରେ ଗୋଟିଏ ବଡ଼ ଆକାରର ସ୍ଥାନରେ ଲଗେଇଲେ ସାଲିସିଲେଟ ବିଷକ୍ରିୟା ହୋଇପାରେ । ଦୁଇ ବର୍ଷ ବୟସରୁ କମ୍ ପିଲାଙ୍କୁ ଏହା ଲଗେଇବାକୁ ମନାକରାଯାଏ ।[୨] ଏହା ବିଭିନ୍ନ ଭାଗମାପରେ ମିଳେ ।[୩]
ହିପୋକ୍ରାଟିସଙ୍କ (Hippocrates) ଅମଳରୁ ଚିକିତ୍ସା କ୍ଷେତ୍ରରେ ସାଲିସିଲିକ ଏସିଡ ବ୍ୟବହାର ହୋଇଆସୁଛି । .[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ସଂଯୁକ୍ତ ରାଷ୍ଟ୍ରରେ ଏହାର ୧୭%, ୧୦ ମିଲି ବୋତଲର ମୂଲ୍ୟ ପ୍ରାୟ ୧.୭୧ ପାଉଣ୍ଡ । ଏହା ବ୍ୟତୀତ କୋଲ ଟାର, ଜିଙ୍କ ଅକ୍ସାଇଡ (zinc oxide) ବା ବେଞ୍ଜୋଇକ ଏସିଡ (benzoic acid) ସହିତ ମିଶ୍ରଣ ହୋଇ ଏହା ମିଳିପାରେ ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Salicylic acid topical medical facts from Drugs.com". www.drugs.com. Retrieved 15 January 2017.
- ↑ ୨.୦ ୨.୧ ୨.୨ WHO Model Formulary 2008 (PDF). World Health Organization. 2009. p. 310. ISBN 9789241547659. Retrieved 8 January 2017.
- ↑ ୩.୦ ୩.୧ British national formulary : BNF 69 (69 ed.). British Medical Association. 2015. p. 814-815, 825, 833. ISBN 9780857111562.
- ↑ Boddice, Robert Gregory (2014). Pain and Emotion in Modern History (in ଇଂରାଜୀ). Springer. p. Chapter 8. ISBN 9781137372437. Retrieved 15 January 2017.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.