ଶୈରିନ୍ଦ୍ରୀ ନାୟକ

ଉଇକିପିଡ଼ିଆ‌ରୁ
(Sairindri Nayakରୁ ଲେଉଟି ଆସିଛି)
ଶୈରିନ୍ଦ୍ରୀ ନାୟକ
ବିଧାୟିକା: ୬ଷ୍ଠ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୮୦
ପୂର୍ବ ଅଧିକାରୀଝାସକେତନ ସାହୁ
ପର ଅଧିକାରୀବୀରେନ୍ଦ୍ର ପାଣ୍ଡେ
ନିର୍ବାଚନ ମଣ୍ଡଳୀଝାରସୁଗୁଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1929-07-01)୧ ଜୁଲାଇ ୧୯୨୯
ମୃତ୍ୟୁ୨୯ ଜୁଲାଇ ୧୯୯୫(1995-07-29) (ବୟସ ୬୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଦୁର୍ଗାପ୍ରସାଦ ନାୟକ
ବାପା/ବୋଉବୃନ୍ଦାବନ ପଣ୍ଡା (ବାପା)
ବୃତ୍ତିରାଜନୀତିଜ୍ଞ

ଶୈରିନ୍ଦ୍ରୀ ନାୟକ (୧ ଜୁଲାଇ ୧୯୨୯ - ୨୯ ଜୁଲାଇ ୧୯୯୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ଶୈରିନ୍ଦ୍ରୀ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୯୭୪ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶା ବିଧାନ ସଭାର ୬ଷ୍ଠ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ୧୯୭୭ ମସିହାରେ ୨ୟ ଥର ପାଇଁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ବିଧାନ ସଭାକୁ ନିର୍ବାଚିତ ହେବା ଆଗରୁ ସେ ସମ୍ବଲପୁର ପୌରପାଳିକାର ଜଣେ କାଉନ୍‌ସିଲର୍ ଭାବରେ ୧୯୫୮ ମସିହାରୁ ୧୯୬୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୨]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ଶୈରିନ୍ଦ୍ରୀ ନାୟକ ୧୯୨୯ ମସିହାର ଜୁଲାଇ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଥିଲା ବୃନ୍ଦାପଣ୍ଡ ପଣ୍ଡା । ଶୈରିନ୍ଦ୍ରୀ ଶିକ୍ଷାରେ ସ୍ନାତକ କରିନଥିଲେ ଏବଂ ସେ ଜଣେ ସମାଜସେବୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଦୁର୍ଗାପ୍ରସାଦ ନାୟକଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ଶୈରିନ୍ଦ୍ରୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ୧୯୫୮ ମସିହାରେ ସମ୍ବଲପୁର ପୌରପାଳିକାର କାଉନ୍‌ସିଲର୍ ଭାବରେ ନିର୍ବାଚିତ ହୋଇଥିଲେ । ଏହି ପଦବୀରେ ସେ ୧୯୬୯ ମସିହାଯାଏଁ କାର୍ଯ୍ୟ କରିଥିଲେ । ସେ ସମ୍ବଲପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ମହାସଂଘର ସଭାପତି ଭାବରେ ୧୩ ବର୍ଷ କାର୍ଯ୍ୟ କରିଥିଲେ ।[୧] ଏଥି ସହ ସେ ବୁର୍ଲା ମେଡିକାଲ କଲେଜ, ଲକ୍ଷ୍ମୀନାରାୟଣ କଲେଜ, ଝାରସୁଗୁଡ଼ା ଆଦିରେ ଜଣେ କାର୍ଯ୍ୟକାରୀ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ ।[୧]

ଶୈରିନ୍ଦ୍ରୀ ୧୯୪୭ ମସିହାରେ ହୀରାକୁଦ ଡ୍ୟାମ ଆନ୍ଦୋଳନରେ ଜଣେ ସକ୍ରିୟ କର୍ମୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରଦେଶ କମିଟିର ସାଧାରଣ ସମ୍ପାଦକ ଏବଂ ସଭାପତି ଭାବରେ କାର୍ଯ୍ୟ କରିଥିଲେ ।[୧]

ଶୈରିନ୍ଦ୍ରୀ ଦୁଇଥର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୪ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ଭାବରେ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ ଏବଂ ଜଣେ ବିଧାୟିକା ଭାବରେ ସେ ଏହି ସଭାରେ ୧୯୭୪ ମସିହାରୁ ୧୯୭୭ ମସିହାରେ ବିଧାନ ସଭା ଭଙ୍ଗ ହେବାଯାଏଁ କାର୍ଯ୍ୟ କରିଥିଲେ ।[୩]

ଏହାପରେ ୧୯୭୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୭୭ ମସିହାରୁ ୧୯୮୦ ମସିହାରେ ବିଧାନ ସଭା ଭଙ୍ଗ ହେବାଯାଏଁ କାର୍ଯ୍ୟ କରିଥିଲେ । ୧୯୮୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଶୈରିନ୍ଦ୍ରୀ ଜନତା ପାର୍ଟିରେ ଯୋଗ ଦେଇ ନିର୍ବାଚନ ଲଢ଼ିଥିଲେ, ମାତ୍ର ଏହି ନିର୍ବାଚନରେ ସେ ପରାଜିତ ହୋଇଥିଲେ ।[୪]

ମୃତ୍ୟୁ[ସମ୍ପାଦନା]

ଶୈରିନ୍ଦ୍ରୀ ନାୟକ ୧୯୯୫ ମସିହାର ଜୁଲାଇ ମାସ ୨୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Late Sairindri Nayak". odishaassembly.nic.in. Odisha Assembly. Retrieved 7 March 2019.
  2. ୨.୦ ୨.୧ ୨.୨ "MLA Sairindri Nayak Profile | JHARSUGUDA Constituency". naveenpatnaik.com. Archived from the original on 2017-10-29. Retrieved 2019-03-07.
  3. "MLA Sairindri Nayak Profile | JHARSUGUDA Constituency". odishahelpline.com. Retrieved 2019-03-07.
  4. "General Elections 2004 - Partywise Comparision for 17-Sambalpur Constituency of ORISSA". affidavitarchive.nic.in. Retrieved 2019-03-07.