ସୁକନ୍ୟା ସମୃଦ୍ଧି ଯୋଜନା
ଭାରତର କନ୍ୟାମାନଙ୍କ ସମୃଦ୍ଧି ଯଥା କନ୍ୟାର ଶିକ୍ଷା ଏବଂ ବିବାହ ଖର୍ଚ୍ଚ ଭରଣା ପାଇଁ ଏକ ସଞ୍ଚୟ ଯୋଜନା । [୧][୨] ସୁକନ୍ୟା ସମୃଦ୍ଧି ଯୋଜନା (SUKANYA SAMRIDDHI YOJANA)(SSY) ଅନ୍ତର୍ଗତ ପିତାମାତା କିମ୍ବା ଆଇନଗତ ଅଭିଭାବକମାନେ ୧୦ ବର୍ଷରୁ କମ ଝିଅମାନଙ୍କ ପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ସୁଯୋଗ ପାଇବେ । ଏହି ଯୋଜନା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ଜାନୁଆରୀ ୨୨ ତାରିଖରେ ଉଦ୍ଘାଟନ କରିଥିଲେ । ଏହା ନରେନ୍ଦ୍ର ମୋଦୀଙ୍କର ବେଟି ବଚାଓ ବେଟି ପଢ଼ାଓ ପ୍ରଚାରର କାର୍ଯ୍ୟକ୍ରମର ଅଂଶବିଶେଷ ଅଟେ । ଏହା ବିତ୍ତ ମନ୍ତ୍ରଣାଳୟ ଅଧିସୂଚନା ସଂଖ୍ୟା G.S.R.୮୬୩ (E) ତା ୨/୧୨/୨୦୧୪ ରିଖ ଏହି ଯୋଜନା ସୁକନ୍ୟା ସମୃଦ୍ଧି ଯୋଜନା ନିୟମ,୨୦୧୪ ଅଧିନରେ ଅଛି ।
ସୁକନ୍ୟା ସମୃଦ୍ଧି ଆକାଉଣ୍ଟ
[ସମ୍ପାଦନା]ବୈଶିଷ୍ଟ୍ୟ
[ସମ୍ପାଦନା]ଏହି ଯୋଜନା କନ୍ୟା ସନ୍ତାନକୁ ପରିବାରର ସମ୍ପତି ଏବଂ ମୋଟ ସଞ୍ଚୟରେ ଯଥାର୍ଥ ଅଂଶ ପାଇବାରେ ସହାୟକ ହେବ । ଯେଉଁଠାରେ ସାଧାରଣତଃ ସେ ଏକ ପୁତ୍ର ସନ୍ତାନ ସହ ଭେଦଭାବର ଶିକାର ହୋଇପରେ । ୧୦ ବର୍ଷରୁ କମ କନ୍ୟାମାନଙ୍କ ପାଇଁ ଅଭିଭାବକମାନେ ଆକାଉଣ୍ଟ ଖୋଲିବା ଯୋଗ୍ୟ ହେବେ ।
- ଗୋଟିଏ କନ୍ୟା ପାଇଁ ଗୋଟିଏ ଏକକ (ସିଙ୍ଗଲ) ଆକାଉଣ୍ଟକୁ ଅନୁମତି ମିଳିବ । ଅଭିଭାବକମାନେ ଏହି ଆକାଉଣ୍ଟ ଅତିବେଶୀରେ ୨ କନ୍ୟା ସନ୍ତାନଙ୍କ ପାଇଁ ଖୋଲିପାରିବେ । ଦ୍ୱିତୀୟ ପ୍ରସବରେ ଜମଜ କନ୍ୟା ସନ୍ତାନ ସ୍ଥଳେ କିମ୍ବା ପ୍ରଥମ ପ୍ରସବରେ ୩ଟି କନ୍ୟା ସନ୍ତାନ ଜାତ ହେଲେ ଏହି ଯୋଜନା ତୃତୀୟ କନ୍ୟା ପାଇଁ ମଧ୍ୟ ପ୍ରଯୁଜ୍ୟ ରହିବ ।[୩][୪]
- ପାସବୁକ ସୁବିଧା ।
- ନୋମିନେସନ ସୁବିଧା ନାହିଁ ।
- ଏହି ଆକାଉଣ୍ଟ ବାର୍ଷିକ ଶତକଡ଼ା ୯.୧ (୨୦୦୪-୧୫ ବର୍ଷ ପାଇଁ )ଏବଂ ଶତକଡ଼ା ୯.୨ (୨୦୧୫-୧୬ ବର୍ଷପାଇଁ ) ସୁଧ ପାଇବା ସହ ଆୟକର ଛାଡ଼ ପାଇବ ।
- ଏହା କନ୍ୟାର ଜନ୍ମରୁ ୧୦ ବର୍ଷ ବୟସ ପର୍ଯ୍ୟନ୍ତ(୨୦୧୪-୨୦୧୫ ଆର୍ଥିକ ବର୍ଷ ପାଇଁ ୨ ଡିସେମ୍ବର ୨୦୦୩ ପରେ ଜନ୍ମିତ) ଯେକୌଣସି ସମୟରେ ନିମ୍ନତମ ରାଶି ୧୦୦୦ ଜମାଦେଇ ଖୋଲିପାରିବେ ୧୦୦ ଟଙ୍କା ଆକାରର ଡିନୋମିନେସନ ସହ ଏକ ବିତ୍ତୀୟ ବର୍ଷରେ ସର୍ବୋଚ୍ଚ ଜମା ସୀମା ୧.୫ ଲକ୍ଷ ଜମା କରିପାରିବେ ।
- ଏହା ପୋଷ୍ଟ ଅଫିସ କିମ୍ବା ସ୍ୱୀକୃତ ବାଣିଜ୍ୟିକ ବ୍ୟାଙ୍କର ଶାଖାମାନଙ୍କରେ ଖୋଲାଯାଇପାରିବ ।
- ଏହି ଆକାଉଣ୍ଟ ଖୋଲାଯିବାର ୨୧ ବର୍ଷ ପର୍ଯ୍ୟନ୍ତ କିମ୍ବା ୧୮ ବର୍ଷରେ ପଦାର୍ପଣ କରିବା ପରେ କନ୍ୟାର ବିବାହ ହେବା ପର୍ଯ୍ୟନ୍ତ ବ୍ୟବହାରକ୍ଷମ ହୋଇପାରିବ ।
- କନ୍ୟା ୧୮ ବର୍ଷରେ ପଦାର୍ପଣ ପରେ ଉଚ୍ଚ ଶିକ୍ଷା ଖର୍ଚ୍ଚ ପାଇଁ ଏଥିରୁ ଆଂଶିକ ୫୦ ପ୍ରତିଶତ ପର୍ଯ୍ୟନ୍ତ ଉଠାଣ କରିପାରିବେ ।[୫]
- ଟଙ୍କା ଅନ୍ୟୁନ ୧୪ ବର୍ଷ ପାଇଁ ଜମା ହେବ ।
- ନଗଦ ଏବଂ ଚେକଦ୍ୱାରା ଜମା କରାଯାଇପାରିବ ।
ଆକାଉଣ୍ଟ ଯୋଗାଉଥିବା ବ୍ୟାଙ୍କମାନଙ୍କର ତାଲିକା
[ସମ୍ପାଦନା]ସୁକନ୍ୟା ସମୃଦ୍ଧି ଯୋଜନା ଅନ୍ତର୍ଗତ ଆକାଉଣ୍ଟ ଖୋଲିବାକୁ ସ୍ୱୀକୃତ ବ୍ୟାଙ୍କମାନେ ହେଲେ:[୬]
- ଆଲାହାବାଦ ବ୍ୟାଙ୍କ
- ଆନ୍ଧ୍ର ବ୍ୟାଙ୍କ
- ଏକ୍ସିସ ବ୍ୟାଙ୍କ
- ବ୍ୟାଙ୍କ ଅଫ ବରୋଦା (BoB)
- ବ୍ୟାଙ୍କ ଅଫ ଇଣ୍ଡିଆ (BoI)
- ବ୍ୟାଙ୍କ ଅଫ ମହାରାଷ୍ଟ୍ର (BoM)
- କାନାରା ବ୍ୟାଙ୍କ
- ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ (CBI)
- କର୍ପୋରେସନ ବ୍ୟାଙ୍କ
- ଦେନା ବ୍ୟାଙ୍କ
- ଆଇସିଆଇସିଆଇ ବ୍ୟାଙ୍କ
- ଆଇଡିବିଆଇ ବ୍ୟାଙ୍କ
- ଇଣ୍ଡିଆନ ବ୍ୟାଙ୍କ
- ଇଣ୍ଡିଆନ ଓଭରସିଜ ବ୍ୟାଙ୍କ (IOB)
- ଓରିଏଣ୍ଟଲ ବ୍ୟାଙ୍କ ଅଫ କମର୍ସ (OBC)
- ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କ (PSB)
- ପଞ୍ଜାବ ନାସନାଲ ବ୍ୟାଙ୍କ (PNB)
- ଷ୍ଟେଟ ବ୍ୟାଙ୍କ ଅଫ ବିକାନିର ଏବଂ ଜୟପୁର (SBBJ)
- ଷ୍ଟେଟ ବ୍ୟାଙ୍କ ଅଫ ହଇଦରାବାଦ (SBH)
- ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)
- ଷ୍ଟେଟ ବ୍ୟାଙ୍କ ଅଫ ମହୀଶୂର (SBM)
- ଷ୍ଟେଟ ବ୍ୟାଙ୍କ ଅଫ ପଟିଆଲା (SBP)
- ଷ୍ଟେଟ ବ୍ୟାଙ୍କ ଅଫ ଟ୍ରାଭାନକୋର (SBT)
- ସିଣ୍ଡିକେଟ ବ୍ୟାଙ୍କ
- ୟୁକୋ ବ୍ୟାଙ୍କ
- ୟୁନିଆନ ବ୍ୟାଙ୍କ ଅଫ ଇଣ୍ଡିଆ
- ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ
- ବିଜୟା ବ୍ୟାଙ୍କ
ସମସ୍ତ ଭାରତରେ ଥିବା ପୋଷ୍ଟ ଅଫିସଗୁଡ଼ିକ ସୁକନ୍ୟା ସମୃଦ୍ଧି ଯୋଜନାରେ ଆକାଉଣ୍ଟ ଖୋଲିବାରେ ସ୍ୱୀକୃତ ଅଟନ୍ତି । [୭]
ଆକାଉଣ୍ଟ ଖୋଲିବା ପାଇଁ ଦରକାରଥିବା ଦସ୍ତାବିଜ (ଡକୁମେଣ୍ଟ)
[ସମ୍ପାଦନା]- ଜନ୍ମ ପ୍ରମାଣପତ୍ର
- ଠିକଣା ପ୍ରମାଣପତ୍ର/ସତ୍ୟପାଠ (ଯେ କନ୍ୟା ପାଇଁ ଆକାଉଣ୍ଟ ଖୋଲିବେ)
- ପରିଚୟ ପତ୍ର ( ଯେ କନ୍ୟା ପାଇଁ ଆକାଉଣ୍ଟ ଖୋଲିବେ )
- ୩ କିତା ପାସପୋର୍ଟ ସାଇଜ ଫଟୋ କନ୍ୟା ଏବଂ ୩ କିତା ପାସପୋର୍ଟ ସାଇଜ ଫଟୋ ଅଭିଭାବକଙ୍କର
- ଅଭିଭାବକଙ୍କର ପ୍ୟାନ କାର୍ଡ଼ ଏବଂ ଆଧାର କାର୍ଡ଼
- କେବାଇସି ଡକ୍ୟୁମେଣ୍ଟ
- ଯାଆଁଳା କିମ୍ବା ତିନୋଟି କନ୍ୟା ସନ୍ତାନ ଜନ୍ମ ସ୍ଥଳେ ମେଡିକାଲ ବିଭାଗୀୟ କର୍ତୃପକ୍ଷଙ୍କଠାରୁ ଜନ୍ମିତ ସ୍ଥାନ ସହିତ ଜନ୍ମ ପ୍ରମାଣପତ୍ର ।
ସୁଧହାର
[ସମ୍ପାଦନା]ଏହି ଯୋଜନାରେ ୨୦୧୫-୧୬ ଆର୍ଥିକ ବର୍ଷ ପାଇଁ ଭାରତ ସରକାର ସୁଧହାର ୯.୨ ପ୍ରତିଶତ ଘୋଷଣା କରିଛନ୍ତି ଏହା ୨୦୧୪-୧୫ ଆର୍ଥିକ ବର୍ଷରେ ୯.୧ ପ୍ରତିଶତ ଥିଲା [୮] ବାର୍ଷିକ ହିସାବ କରାଯାଏ ଏବଂ ବାର୍ଷିକ ସମୂଳ ସୁଧ ମିଶିଥାଏ ।
- ସୁଧହାର ୧୦ ବର୍ଷ ପାଇଁ ଭାରତ ସରକାରଙ୍କ ବଣ୍ଡ ଇଲ୍ଡ ପରିସରଭୁକ୍ତ ଅଟେ ଏବଂ ସେହି ବର୍ଷର ବଣ୍ଡ ଇଲ୍ଡଠାରୁ ୭୫ ସାଧାରଣ ପଏଣ୍ଟ ଅଧିକ ଅଟେ ।
ଆୟକର ରିହାତି
[ସମ୍ପାଦନା]୧୯୬୧ ଆୟକର ଆଇନ ଭାଗ ୮୦ସି ଅଧୀନରେ ‘ସୁକନ୍ୟା ସମୃଦ୍ଧି ଯୋଜନା’ ନାମରେ ଏକ ସ୍କିମ ଯୋଡ଼ା ଯାଇଛି । ଏହି ଯୋଜନାରେ ଜମା କଲେ ଆୟକାରୀ ବା ବେତନଭୋଗୀମାନେ ଆୟ କର ପାଇଁ ରିହାତି ପାଇପାରିବେ । ସେହିପରି ଏହି ପାଣ୍ଠିରୁ ମିଳିବାକୁ ଥିବା ସହାୟତା ମଧ୍ୟ ମୋଟ ଆୟରେ ସାମିଲ କରାଯିବ ନାହିଁ । [୯][୧୦]
ଯୋଜନାରେ ହୋଇଥିବା ପରିବର୍ତ୍ତନ
[ସମ୍ପାଦନା]କ୍ରମିକ ସଂଖ୍ୟା | ବିତ୍ତୀୟ ବର୍ଷ | ସମୟ ଅବଧି | ସୁଧ ହାର | ସର୍ବନିମ୍ନ ବିନିଯୋଗ | ସର୍ବାଧିକ ବିନିଯୋଗ |
---|---|---|---|---|---|
୧ | ୨୦୧୪-୧୫ | ୧/୪/୨୦୧୪ରୁ ୩୧/୩/୨୦୧୫ | ୯.୧% | ₹ ୧,୦୦୦/- | ₹ ୧,୫୦,୦୦୦/- |
୨ | ୨୦୧୫-୧୬ | ୧/୪/୨୦୧୫ରୁ ୩୧/୩/୨୦୧୬ | ୯.୨ % | ₹ ୧,୦୦୦/- | ₹ ୧,୫୦,୦୦୦/- |
ଆକାଉଣ୍ଟର ଅପରିପକ୍ୱ ସମାପ୍ତି
[ସମ୍ପାଦନା]କନ୍ୟା ସନ୍ତାନର ମୃତ୍ୟୁ ସ୍ଥଳେ ମୃତ୍ୟୁ ପ୍ରମାଣପତ୍ର ସହ ଆକାଉଣ୍ଟ ଅପରିପକ୍ୱ ଅବସ୍ଥାରେ ସମାପ୍ତି କରାଯାଇପାରିବ । ଅତ୍ୟନ୍ତ ଦାରୁଣ ପରିସ୍ଥିତି ଯଥା ଭୟାନକ ରୋଗବ୍ୟାଧି, ମେଡିକାଲ ସହାୟତା ଆଦିରେ ଅଭିଭାବକଙ୍କ ଲିଖିତ ଅନୁରୋଧ କ୍ରମେ ଯଦି କେନ୍ଦ୍ର ସରକାର ହୃଦବୋଧ କରନ୍ତି ତେବେ ଆକାଉଣ୍ଟ ସମାପ୍ତିକୁ ମଞ୍ଜୁର କରିପାରନ୍ତି ।
ଅହୁରି ଦେଖନ୍ତୁ
[ସମ୍ପାଦନା]ଉଦ୍ଧୃତି
[ସମ୍ପାଦନା]{ଆଧାର}
- ↑ "PM to unveil Sukanya Samriddhi accounts to incentivise girl child". The Indian Express. 22 January 2015. Retrieved 25 April 2015.
- ↑ [୧]
- ↑ http://rbidocs.rbi.org.in/rdocs/content/pdfs/494SSAC110315_A1.pdf
- ↑ http://rbidocs.rbi.org.in/rdocs/content/pdfs/494SSAC110315_A2.pdf
- ↑ http://www.jagranjosh.com/current-affairs/pm-narendra-modi-launched-sukanya-samridhi-yojana-under-bbbp-campaign-1421990609-1
- ↑ "Reserve Bank of India - Notifications". Retrieved 25 April 2015.
- ↑ "ଆର୍କାଇଭ୍ କପି" (PDF). Archived from the original (PDF) on 2015-09-24. Retrieved 2015-05-05.
{{cite web}}
: Cite has empty unknown parameter:|1=
(help) - ↑ "Sukanya Samriddhi Account to Earn 9.2% Interest: 10 Facts". Retrieved 25 April 2015.
- ↑ http://sarbasadharana.com/?p=1437[permanent dead link]
- ↑ "ଆର୍କାଇଭ୍ କପି". Archived from the original on 2015-04-24. Retrieved 2015-05-05.
{{cite web}}
: Cite has empty unknown parameter:|1=
(help)