ସୁକନ୍ୟା ସମୃଦ୍ଧି ଯୋଜନା

ଉଇକିପିଡ଼ିଆ‌ରୁ

ଭାରତର କନ୍ୟାମାନଙ୍କ ସମୃଦ୍ଧି ଯଥା କନ୍ୟାର ଶିକ୍ଷା ଏବଂ ବିବାହ ଖର୍ଚ୍ଚ ଭରଣା ପାଇଁ ଏକ ସଞ୍ଚୟ ଯୋଜନା । [୧][୨] ସୁକନ୍ୟା ସମୃଦ୍ଧି ଯୋଜନା (SUKANYA SAMRIDDHI YOJANA)(SSY) ଅନ୍ତର୍ଗତ ପିତାମାତା କିମ୍ବା ଆଇନଗତ ଅଭିଭାବକମାନେ ୧୦ ବର୍ଷରୁ କମ ଝିଅମାନଙ୍କ ପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ସୁଯୋଗ ପାଇବେ । ଏହି ଯୋଜନା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ଜାନୁଆରୀ ୨୨ ତାରିଖରେ ଉଦ୍ଘାଟନ କରିଥିଲେ । ଏହା ନରେନ୍ଦ୍ର ମୋଦୀଙ୍କର ବେଟି ବଚାଓ ବେଟି ପଢ଼ାଓ ପ୍ରଚାରର କାର୍ଯ୍ୟକ୍ରମର ଅଂଶବିଶେଷ ଅଟେ । ଏହା ବିତ୍ତ ମନ୍ତ୍ରଣାଳୟ ଅଧିସୂଚନା ସଂଖ୍ୟା G.S.R.୮୬୩ (E) ତା ୨/୧୨/୨୦୧୪ ରିଖ ଏହି ଯୋଜନା ସୁକନ୍ୟା ସମୃଦ୍ଧି ଯୋଜନା ନିୟମ,୨୦୧୪ ଅଧିନରେ ଅଛି ।

ସୁକନ୍ୟା ସମୃଦ୍ଧି ଆକାଉଣ୍ଟ[ସମ୍ପାଦନା]

ବୈଶିଷ୍ଟ୍ୟ[ସମ୍ପାଦନା]

ଏହି ଯୋଜନା କନ୍ୟା ସନ୍ତାନକୁ ପରିବାରର ସମ୍ପତି ଏବଂ ମୋଟ ସଞ୍ଚୟରେ ଯଥାର୍ଥ ଅଂଶ ପାଇବାରେ ସହାୟକ ହେବ । ଯେଉଁଠାରେ ସାଧାରଣତଃ ସେ ଏକ ପୁତ୍ର ସନ୍ତାନ ସହ ଭେଦଭାବର ଶିକାର ହୋଇପରେ । ୧୦ ବର୍ଷରୁ କମ କନ୍ୟାମାନଙ୍କ ପାଇଁ ଅଭିଭାବକମାନେ ଆକାଉଣ୍ଟ ଖୋଲିବା ଯୋଗ୍ୟ ହେବେ ।

  • ଗୋଟିଏ କନ୍ୟା ପାଇଁ ଗୋଟିଏ ଏକକ (ସିଙ୍ଗଲ) ଆକାଉଣ୍ଟକୁ ଅନୁମତି ମିଳିବ । ଅଭିଭାବକମାନେ ଏହି ଆକାଉଣ୍ଟ ଅତିବେଶୀରେ ୨ କନ୍ୟା ସନ୍ତାନଙ୍କ ପାଇଁ ଖୋଲିପାରିବେ । ଦ୍ୱିତୀୟ ପ୍ରସବରେ ଜମଜ କନ୍ୟା ସନ୍ତାନ ସ୍ଥଳେ କିମ୍ବା ପ୍ରଥମ ପ୍ରସବରେ ୩ଟି କନ୍ୟା ସନ୍ତାନ ଜାତ ହେଲେ ଏହି ଯୋଜନା ତୃତୀୟ କନ୍ୟା ପାଇଁ ମଧ୍ୟ ପ୍ରଯୁଜ୍ୟ ରହିବ ।[୩][୪]
  • ପାସବୁକ ସୁବିଧା ।
  • ନୋମିନେସନ ସୁବିଧା ନାହିଁ ।
  • ଏହି ଆକାଉଣ୍ଟ ବାର୍ଷିକ ଶତକଡ଼ା ୯.୧ (୨୦୦୪-୧୫ ବର୍ଷ ପାଇଁ )ଏବଂ ଶତକଡ଼ା ୯.୨ (୨୦୧୫-୧୬ ବର୍ଷପାଇଁ ) ସୁଧ ପାଇବା ସହ ଆୟକର ଛାଡ଼ ପାଇବ ।
  • ଏହା କନ୍ୟାର ଜନ୍ମରୁ ୧୦ ବର୍ଷ ବୟସ ପର୍ଯ୍ୟନ୍ତ(୨୦୧୪-୨୦୧୫ ଆର୍ଥିକ ବର୍ଷ ପାଇଁ ୨ ଡିସେମ୍ବର ୨୦୦୩ ପରେ ଜନ୍ମିତ) ଯେକୌଣସି ସମୟରେ ନିମ୍ନତମ ରାଶି ୧୦୦୦ ଜମାଦେଇ ଖୋଲିପାରିବେ ୧୦୦ ଟଙ୍କା ଆକାରର ଡିନୋମିନେସନ ସହ ଏକ ବିତ୍ତୀୟ ବର୍ଷରେ ସର୍ବୋଚ୍ଚ ଜମା ସୀମା ୧.୫ ଲକ୍ଷ ଜମା କରିପାରିବେ ।
  • ଏହା ପୋଷ୍ଟ ଅଫିସ କିମ୍ବା ସ୍ୱୀକୃତ ବାଣିଜ୍ୟିକ ବ୍ୟାଙ୍କର ଶାଖାମାନଙ୍କରେ ଖୋଲାଯାଇପାରିବ ।
  • ଏହି ଆକାଉଣ୍ଟ ଖୋଲାଯିବାର ୨୧ ବର୍ଷ ପର୍ଯ୍ୟନ୍ତ କିମ୍ବା ୧୮ ବର୍ଷରେ ପଦାର୍ପଣ କରିବା ପରେ କନ୍ୟାର ବିବାହ ହେବା ପର୍ଯ୍ୟନ୍ତ ବ୍ୟବହାରକ୍ଷମ ହୋଇପାରିବ ।
  • କନ୍ୟା ୧୮ ବର୍ଷରେ ପଦାର୍ପଣ ପରେ ଉଚ୍ଚ ଶିକ୍ଷା ଖର୍ଚ୍ଚ ପାଇଁ ଏଥିରୁ ଆଂଶିକ ୫୦ ପ୍ରତିଶତ ପର୍ଯ୍ୟନ୍ତ ଉଠାଣ କରିପାରିବେ ।[୫]
  • ଟଙ୍କା ଅନ୍ୟୁନ ୧୪ ବର୍ଷ ପାଇଁ ଜମା ହେବ ।
  • ନଗଦ ଏବଂ ଚେକଦ୍ୱାରା ଜମା କରାଯାଇପାରିବ ।

ଆକାଉଣ୍ଟ ଯୋଗାଉଥିବା ବ୍ୟାଙ୍କମାନଙ୍କର ତାଲିକା[ସମ୍ପାଦନା]

ସୁକନ୍ୟା ସମୃଦ୍ଧି ଯୋଜନା ଅନ୍ତର୍ଗତ ଆକାଉଣ୍ଟ ଖୋଲିବାକୁ ସ୍ୱୀକୃତ ବ୍ୟାଙ୍କମାନେ ହେଲେ:[୬]

ସମସ୍ତ ଭାରତରେ ଥିବା ପୋଷ୍ଟ ଅଫିସଗୁଡ଼ିକ ସୁକନ୍ୟା ସମୃଦ୍ଧି ଯୋଜନାରେ ଆକାଉଣ୍ଟ ଖୋଲିବାରେ ସ୍ୱୀକୃତ ଅଟନ୍ତି । [୭]

ଆକାଉଣ୍ଟ ଖୋଲିବା ପାଇଁ ଦରକାରଥିବା ଦସ୍ତାବିଜ (ଡକୁମେଣ୍ଟ)[ସମ୍ପାଦନା]

ସୁଧହାର[ସମ୍ପାଦନା]

ଏହି ଯୋଜନାରେ ୨୦୧୫-୧୬ ଆର୍ଥିକ ବର୍ଷ ପାଇଁ ଭାରତ ସରକାର ସୁଧହାର ୯.୨ ପ୍ରତିଶତ ଘୋଷଣା କରିଛନ୍ତି ଏହା ୨୦୧୪-୧୫ ଆର୍ଥିକ ବର୍ଷରେ ୯.୧ ପ୍ରତିଶତ ଥିଲା [୮] ବାର୍ଷିକ ହିସାବ କରାଯାଏ ଏବଂ ବାର୍ଷିକ ସମୂଳ ସୁଧ ମିଶିଥାଏ ।

  • ସୁଧହାର ୧୦ ବର୍ଷ ପାଇଁ ଭାରତ ସରକାରଙ୍କ ବଣ୍ଡ ଇଲ୍ଡ ପରିସରଭୁକ୍ତ ଅଟେ ଏବଂ ସେହି ବର୍ଷର ବଣ୍ଡ ଇଲ୍ଡଠାରୁ ୭୫ ସାଧାରଣ ପଏଣ୍ଟ ଅଧିକ ଅଟେ ।

ଆୟକର ରିହାତି[ସମ୍ପାଦନା]

୧୯୬୧ ଆୟକର ଆଇନ ଭାଗ ୮୦ସି ଅଧୀନରେ ‘ସୁକନ୍ୟା ସମୃଦ୍ଧି ଯୋଜନା’ ନାମରେ ଏକ ସ୍କିମ ଯୋଡ଼ା ଯାଇଛି । ଏହି ଯୋଜନାରେ ଜମା କଲେ ଆୟକାରୀ ବା ବେତନଭୋଗୀମାନେ ଆୟ କର ପାଇଁ ରିହାତି ପାଇପାରିବେ । ସେହିପରି ଏହି ପାଣ୍ଠିରୁ ମିଳିବାକୁ ଥିବା ସହାୟତା ମଧ୍ୟ ମୋଟ ଆୟରେ ସାମିଲ କରାଯିବ ନାହିଁ । [୯][୧୦]

ଯୋଜନାରେ ହୋଇଥିବା ପରିବର୍ତ୍ତନ[ସମ୍ପାଦନା]

କ୍ରମିକ ସଂଖ୍ୟା ବିତ୍ତୀୟ ବର୍ଷ ସମୟ ଅବଧି ସୁଧ ହାର ସର୍ବନିମ୍ନ ବିନିଯୋଗ ସର୍ବାଧିକ ବିନିଯୋଗ
୨୦୧୪-୧୫ ୧/୪/୨୦୧୪ରୁ ୩୧/୩/୨୦୧୫ ୯.୧% ₹ ୧,୦୦୦/- ₹ ୧,୫୦,୦୦୦/-
୨୦୧୫-୧୬ ୧/୪/୨୦୧୫ରୁ ୩୧/୩/୨୦୧୬ ୯.୨ % ₹ ୧,୦୦୦/- ₹ ୧,୫୦,୦୦୦/-

ଆକାଉଣ୍ଟର ଅପରିପକ୍ୱ ସମାପ୍ତି[ସମ୍ପାଦନା]

କନ୍ୟା ସନ୍ତାନର ମୃତ୍ୟୁ ସ୍ଥଳେ ମୃତ୍ୟୁ ପ୍ରମାଣପତ୍ର ସହ ଆକାଉଣ୍ଟ ଅପରିପକ୍ୱ ଅବସ୍ଥାରେ ସମାପ୍ତି କରାଯାଇପାରିବ । ଅତ୍ୟନ୍ତ ଦାରୁଣ ପରିସ୍ଥିତି ଯଥା ଭୟାନକ ରୋଗବ୍ୟାଧି, ମେଡିକାଲ ସହାୟତା ଆଦିରେ ଅଭିଭାବକଙ୍କ ଲିଖିତ ଅନୁରୋଧ କ୍ରମେ ଯଦି କେନ୍ଦ୍ର ସରକାର ହୃଦବୋଧ କରନ୍ତି ତେବେ ଆକାଉଣ୍ଟ ସମାପ୍ତିକୁ ମଞ୍ଜୁର କରିପାରନ୍ତି ।

ଅହୁରି ଦେଖନ୍ତୁ[ସମ୍ପାଦନା]

ଉଦ୍ଧୃତି[ସମ୍ପାଦନା]

{ଆଧାର}

  1. "PM to unveil Sukanya Samriddhi accounts to incentivise girl child". The Indian Express. 22 January 2015. Retrieved 25 April 2015.
  2. [୧]
  3. http://rbidocs.rbi.org.in/rdocs/content/pdfs/494SSAC110315_A1.pdf
  4. http://rbidocs.rbi.org.in/rdocs/content/pdfs/494SSAC110315_A2.pdf
  5. http://www.jagranjosh.com/current-affairs/pm-narendra-modi-launched-sukanya-samridhi-yojana-under-bbbp-campaign-1421990609-1
  6. "Reserve Bank of India - Notifications". Retrieved 25 April 2015.
  7. "ଆର୍କାଇଭ୍ କପି" (PDF). Archived from the original (PDF) on 2015-09-24. Retrieved 2015-05-05. {{cite web}}: Cite has empty unknown parameter: |1= (help)
  8. "Sukanya Samriddhi Account to Earn 9.2% Interest: 10 Facts". Retrieved 25 April 2015.
  9. http://sarbasadharana.com/?p=1437[permanent dead link]
  10. http://articles.economictimes.indiatimes.com/2015-03-31/news/60682156_1_girl-child-special-deposit-scheme-savings-schemes