ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ

ଉଇକିପିଡ଼ିଆ ରୁ
Jump to navigation Jump to search
ପ୍ଲାନ ଇଣ୍ଟରନାସନଲଦ୍ଵାରା ବିଶ୍ଵସମୁଦାୟକୁ ଶିଶୁକନ୍ୟାମାନଙ୍କ ଉଦ୍ଦେଶ୍ୟରେ ଧ୍ୟାନ ଆକର୍ଷଣ ପାଇଁ (ପ୍ଲାନେଟାରିଅମ ହମବର୍ଗ ବିଲଡିଂ) ଗୋଲାପି ଆଲୋକରେ ସୁସଜ୍ଜିତ କରାଯାଇଛି ।

ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ ସଂଯୁକ୍ତ ଗଣରାଜ୍ୟଦ୍ଵାରା ଘୋଷିତ ଏକ ଆନ୍ତର୍ଜାତିକ ପାଳନ ଦିବସ । ଏହା କନ୍ୟା ଦିବସ (Day of the Girl) ଭାବେ ମଧ୍ୟ ଜଣା । ସମଗ୍ର ବିଶ୍ଵରେ ଝିଅମାନେ ସାମନା କରୁଥିବା ଲିଂଗଗତ ଅସମାନତା ସଚେତନତା ବୃଦ୍ଧିର ଏକ ସୁଯୋଗ ଶିକ୍ଷା ଅଧିକାର, ପୁଷ୍ଟି, ଆଇନ ଅଧିକାର, ସ୍ଵାସ୍ଥ୍ୟସେବା, ହିଂସା, ଭେଦଭାବ ଏବଂ ଅପରିପକ୍ଵ ବୟସରେ ବିବାହ ଭଳି ଅସମାନତା ବିରୁଦ୍ଧରେ ଏକ ସଚେତନତା ଦିବସ ।

ଉତ୍ପତି[ସମ୍ପାଦନା]

ଏହି ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ, ପ୍ଲାନ ଇଣ୍ଟରନାସନାଲ (ଏକ ବିଶ୍ଵସ୍ତରୀୟ ଅଣସରକାରୀ ସଂଗଠନ) ତରଫରୁ ଏକ ପ୍ରକଳ୍ପ ଭାବେ ଆରମ୍ଭ ହୋଇଥିଲା । ପ୍ଲାନ ଇଣ୍ଟରନାସନାଲର କାରଣ ମୁଁ ଜଣେ ଝିଅ Because I Am a Girl ପ୍ରଚାରରୁ ଏହାର ଆନ୍ତର୍ଜାତିକ ଦିବସ ଭାବେ ପାଳନର ଚିନ୍ତାଧାରା ଉତ୍ପତି ହୋଇଥିଲା । ପ୍ରକାଶ ଥାଉ କି ଏହି ପ୍ରଚାର ପ୍ରଗତିଶୀଳ ଦେଶମାନଙ୍କରେ ଶିଶୁ କନ୍ୟାଙ୍କ ପୁଷ୍ଟିକରଣ ସଚେତନତା ବୃଦ୍ଧି ପାଇଁ କାର୍ଯ୍ୟ କରୁଥିଲା କାନାଡାରେ ଥିବା ପ୍ଲାନ ଇଣ୍ଟରନାସନଲଙ୍କ ପ୍ରତିନିଧି କାନାଡ଼ାର ଫେଡେରାଲ ଗଭାର୍ଣମେଣ୍ଟକୁ ଏହି କାର୍ଯ୍ୟରେ ସହାୟତା ଲୋଡିଥିଲେ [୧] ସମର୍ଥକମାନଙ୍କ ଏକ ମିଳିତ ଅଭିଯାନ ଆନ୍ତର୍ଜାତିକ ସ୍ତରରେ ଏକ ଆଲୋଡନ ସୃଷ୍ଟି କରି ପାରିଥିଲା । ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ ୟୁନାଇଟେଡ ନେସନସ ଆସେମ୍ଲିରେ କାନାଡ଼ାଦ୍ଵାରା ପ୍ରଥମେ ଏକ ସଂକଳ୍ପ (ରିଜୋଲ୍ୟୁସନ) ଭାବେ ପ୍ରସ୍ତାବିତ ହୋଇଥିଲା । ରୋନା ଅମ୍ବରୋସ କାନାଡାର ଜଣେ ମନ୍ତ୍ରୀ ମହିଳାଙ୍କର ଏହି ସ୍ଥିତି ପାଇଁ ଏହି ସଂକଳ୍ପକୁ ପ୍ରଯୋଜନା କରିଥିଲେ । ୫୫ତମ ୟୁନାଇଟେଡ ନେସନସ କମିସନ ଅନ ଦ ଷ୍ଟାଟସ ଅଫ ଓମେନ ସମ୍ମୁଖରେ ଏକ ମହିଳା ଏବଂ ଶିଶୁ କନ୍ୟାଙ୍କ ପ୍ରତିନିଧିମଣ୍ଡଳ ଏହାକୁ ସମର୍ଥନ କରି ଏକ ଉପସ୍ଥାପନ କଲେ । ଡିସେମ୍ବର ୧୯ , ୨୦୧୧ରେ ୟୁନାଇଟେଡ ନେସନସ ଜେନେରାଲ ଆସେମ୍ଲି ଅକ୍ଟୋବର ୧୧, ୨୦୧୨କୁ ଉଦ୍ଘାଟନୀ ଦିବସ ଭାବେ ପାଳନ ପାଇଁ ଏକ ସଂକଳ୍ପ ଆପଣେଇବାକୁ ଭୋଟ କଲା ।

ଏହି ସଂକଳ୍ପ ଦର୍ଶାଏ ଯେ ଶିଶୁ କନ୍ୟାଙ୍କ ଏହି ଦିବସ ଶିଶୁଙ୍କ ସଶକ୍ତିକରଣ ଏବଂ ଯେଉଁ ଶିଶୁମାନେ ବିବର୍ଜିତ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛନ୍ତି ସମସ୍ତ ମିଲେନିୟମ ଡେଭଲପମେଣ୍ଟ ଗୋଲ୍(ଦାରିଦ୍ର୍ୟ, ଶିକ୍ଷା, ସେମାନଙ୍କ ଉପରେ ପ୍ରଭାବ ପକାଉଥିବା କାରକଗୁଡ଼ିକ) ହାସଲ କରିବା ପାଇଁ ସେମାନଙ୍କଠାରେ ନିବେଶ ହେବ । ଭେଦଭାବ ଏବଂ ହିଂସାର ବଳୟ ଭାଙ୍ଗି ସେମାନଙ୍କ ମାନବିକ ଅଧିକାରକୁ ସୁରକ୍ଷା ଦିଆଯିବ ଯେପରିକି ସେମାନେ ସ୍ଵାଧୀନ ଭାବେ ସେମାନଙ୍କ ଅଧିକାରକୁ ଉପଭୋଗ କରିପାରିବେ ଏବଂ ସେମାନଙ୍କ ପିତାମାତା, ଅଭିଭାବକ, ପରିବାର, ଯତ୍ନକାରୀ ଏବଂ ପୁରୁଷମାନେ ମଧ୍ୟ ସେମାନଙ୍କୁ ସକ୍ରିୟ ସହାୟତା ପ୍ରଦାନ କରିବେ । [୨]

ପ୍ରତି ବର୍ଷ ଶିଶୁକନ୍ୟା ଦିବସ ପାଇଁ ନିର୍ଦ୍ଦିଷ୍ଟ ପ୍ରଚାର ବିଷୟ ବସ୍ତୁ ନିଆଯାଇଛି । ପ୍ରଥମଟି(୨୦୧୨ରେ) ବାଲ୍ୟ ବିବାହ ବିଲୋପ କରିବା",[୩]ଦ୍ଵିତୀୟଟି (୨୦୧୩ରେ) ଅଭିନବ ବାଳିକା ଶିକ୍ଷା,[୪] ଏବଂ ତୃତୀୟଟି (୨୦୧୪ରେ) କିଶୋରୀ ସଶକ୍ତିକରଣ: ହିଂସାର ବଳୟ ହଟେଇବା" [୫]

ବିଶ୍ଵଯାକରେ କାର୍ଯ୍ୟକ୍ରମମାନ[ସମ୍ପାଦନା]

ଏହି ଦିବସକୁ ପାଳନ କରିବା ପାଇଁ ବିଶ୍ଵର ଅନେକ ଦେଶରେ କାର୍ଯ୍ୟକ୍ରମମାନ ଆଯୋଜନ କରାଯାଉଛି ୟୁନାଇଟେଡ ନେସନସଦ୍ଵାରା ମୁମ୍ବାଇରେ ହୋଇଥିବା ଏକ କନସର୍ଟ ପ୍ରଯୋଜିତ ହୋଇଥିଲା । [୬] ଏନଜିଓ ଯଥା ଗର୍ଲ ଗାଇଡ ଅଷ୍ଟ୍ରେଲିଆ ଏହି ଆବସରରେ କାର୍ଯ୍ୟକ୍ରମମାନ ଆୟୋଜନ କରି ସମର୍ଥନ ଦେଉଛନ୍ତି । [୭] ସଂଗଠନ ଯଥା ଫୁଟବଲ ସାଉଥ ଆଫ୍ରିକା ସେମାନଙ୍କ ନିଜନିଜ କାର୍ଯ୍ୟକ୍ରମମାନ ଆଯୋଜନ(୨୦,୦୦୦ ମହିଳାଙ୍କୁ ନେଇ ୧୯୫୬-ବ୍ଲାକ ସାଶ ପଦଯାତ୍ରା ) କରି ଟି-ସାର୍ଟ ଶିଶୁ କନ୍ୟାମାନଙ୍କୁ ବଣ୍ଟନ କରନ୍ତି । [୮]

ଆଧାର[ସମ୍ପାଦନା]

  1. Ambrose, Rona and Rosemary McCarney (December 29, 2011). "International Day of the Girl Child: girls' rights are human rights". Edmonton Journal. http://blogs.edmontonjournal.com/2011/12/29/international-day-of-the-girl-child-a-canadian-accomplishment/. Retrieved September 26, 2012. 
  2. "Resolution Adopted by the General Assembly: 66/170 International Day of the Girl Child". United Nations. Retrieved September 26, 2012. 
  3. "WHO | Ending child marriage". Who.int. 2012-10-11. Retrieved 2014-08-21. 
  4. International Day of the Girl Child, WHO
  5. "Day of the Girl Child - Gender equality - UNICEF". UNICEF. 17 October 2014. Retrieved 2 December 2014. 
  6. Bhandary, Shreya (September 25, 2012). "'Because I am a Girl Rock Concert' to celebrate first ever 'International Day of the Girl Child'". Times of India. http://m.timesofindia.com/city/mumbai/Because-I-am-a-Girl-Rock-Concert-to-celebrate-first-ever-International-Day-of-the-Girl-Child/articleshow/16548066.cms. Retrieved September 26, 2012. 
  7. "International Day of the Girl Child". Girl Guides Australia. Retrieved September 26, 2012. 
  8. "South Africa: Women, Football and Song". All Africa (orig. in Daily Maverick). September 14, 2012. Retrieved September 26, 2012. 

ବାହ୍ୟ ଲିଙ୍କ[ସମ୍ପାଦନା]