ଏସ. ଜାନକୀ
ଏସ. ଜାନକୀ | |
---|---|
ଜନ୍ମ | ସିସ୍ତଳା ଜାନକୀ ୨୩ ଅପ୍ରେଲ ୧୯୩୮ ପଲ୍ଲପଟ୍ଟଲା, ଗୁଣ୍ଟୁର, ଆନ୍ଧ୍ର ପ୍ରଦେଶ |
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ଦକ୍ଷିଣ ଭାରତର କୋକିଳ |
ବୃତ୍ତି | ପ୍ରଚ୍ଛଦପଟ୍ଟ ଗାୟିକା |
ବୈବାହିକ-ସାଥୀ |
ଭି ରାମପ୍ରସାଦ
(m. ୧୯୫୯; ସ୍ୱାମୀଙ୍କ ମୃତ୍ୟୁ ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।) |
ସନ୍ତାନ | ମୁରଲୀ କୃଷ୍ଣା (ଜନ୍ମ : ୧୯୬୦) |
ୱେବସାଇଟ | sjanaki |
ଏସ. ଜାନକୀ ( ସିସ୍ତଳା ଜାନକୀ ) (ଜନ୍ମ : ୨୩ ଅପ୍ରେଲ ୧୯୩୮), ଜଣେ ଭାରତୀୟ ପ୍ରଚ୍ଛଦପଟ୍ଟ ଗାୟିକା ଓ ସଙ୍ଗୀତ ନିର୍ଦ୍ଦେଶିକା ଅଟନ୍ତି । ସେ ଦକ୍ଷିଣ ଭାରତର ବୁଲବୁଲ, ଜାନକୀଆମ୍ମା ଆଦି ନାମରେ ମଧ୍ୟ ପରିଚିତ । ତାଙ୍କ କଣ୍ଠରେ ୪୫୦୦୦ରୁ ଅଧିକ ଗୀତ ରେକଡ଼ିଂ ହୋଇ ସାରିଛି ।[୧] ସେ ତେଲୁଗୁ, ତାମିଲ, ମାଲୟାଲାମ, ହିନ୍ଦୀ ଓ ଓଡ଼ିଆ ଆଦି ୨୫ଟି ଭାଷାରେ ଗୀତ ରେକଡ଼ିଂ କରିଛନ୍ତି ।[୨][୩] ୧୯୫୭ ମସିହାରେ ତାମିଲ ଚଳଚ୍ଚିତ୍ର ବିଧିଇନ ବିଲାୟତୁରୁ ସେ ପ୍ରଚ୍ଛଦପଟ୍ଟ ଗାୟନ ଆରମ୍ଭ କରିଥିଲେ ।[୪]
"ଦକ୍ଷିଣ ଭାରତର ବୁଲବୁଲ" ଭାବରେ ପରିଚିତ ଜାନକୀ [୫] ଚାରିଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ୩୩ଟି ଭିନ୍ନ ଭିନ୍ନ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜିତିଛନ୍ତି ।[୬] ସେ ମହିଶୂର ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ , ତାମିଲନାଡୁ ସରକାରଙ୍କ ତରଫରୁ କଲାଇମ୍ମାମଣି ପୁରସ୍କାର ଏବଂ କର୍ଣ୍ଣାଟକ ସରକାରଙ୍କ କର୍ଣ୍ଣାଟକ ରାଜୋତ୍ସବ ପୁରସ୍କାର ପାଇଛନ୍ତି । ୨୦୧୩ ମସିହାରେ ତାଙ୍କୁ ପଦ୍ମ ଭୂଷଣ ପୁରସ୍କାର ମିଳିଥିଲେ ମଧ୍ୟ ସେ ତାକୁ ଅଗ୍ରାହ୍ୟ କରି ଦେଇଥିଲେ ।[୭]
ପ୍ରାରମ୍ଭିକ ଜୀବନ ଏବଂ ପରିବାର
[ସମ୍ପାଦନା]ଜାନକୀ ୧୯୩୮ ମସିହା ଅପ୍ରେଲ ମାସ ୨୩ ତାରିଖରେ ବ୍ରିଟିଶ ଶାସିତ ଭାରତର ମାନ୍ଦ୍ରାଜ ରାଜ୍ୟର ଗୁଣ୍ଟୁର ଜିଲ୍ଲାର ପଲ୍ଲପଟ୍ଟଲାଠାରେ (ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ) ଜନ୍ମଗ୍ରହଣ କରିଥିଲେ ।[୮] ତାଙ୍କ ପିତା ଶ୍ରୀରାମମୂର୍ତ୍ତୀ ସିସ୍ତଲା ଜଣେ ଆୟୁର୍ବେଦିକ ଡାକ୍ତର ଏବଂ ଶିକ୍ଷକ ଥିଲେ । ସେ ପିଲାଦିନର ଅଧିକାଂଶ ସମୟ ସିର୍ସିଲାରେ ଅତିବାହିତ କରିଥିଲେ ଓ ନଅ ବର୍ଷ ବୟସରେ ମଞ୍ଚରେ ସଙ୍ଗୀତ ପରିବେଷଣର ସୁଯୋଗ ପାଇଥିଲେ । ଶାସ୍ତ୍ରୀୟ ସଙ୍ଗୀତରେ ସେ କୌଣସି ଆନୁଷ୍ଠାନିକ ତାଲିମ ଗ୍ରହଣ କରିନଥିଲେ ।[୯]
୧୯୫୯ ମସିହାରେ ଜାନକୀ ଭି ରାମପ୍ରସାଦଙ୍କୁ ବିବାହ କରିଥିଲେ । ରାମପ୍ରସାଦ ଜାନକୀଙ୍କୁ ସଙ୍ଗୀତକ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିଥିଲେ । ୧୯୯୭ ମସିହାରେ ହୃଦ୍ଘାତ ହେତୁ ରାମପ୍ରସାଦଙ୍କର ମୃତ୍ୟୁ ହୋଇଥିଲା ।[୧୦] ସେମାନଙ୍କର ଏକମାତ୍ର ପୁଅ ମୁରଲୀକୃଷ୍ଣ ହାଇଦ୍ରାବାଦରେ ରହନ୍ତି ଏବଂ ତାଙ୍କ ପତ୍ନୀ ଉମା ମୁରଲୀକୃଷ୍ଣ ଜଣେ ଭାରତନାଟ୍ୟମ୍ ଏବଂ କୁଚିପୁଡି ନୃତ୍ୟଶିଳ୍ପୀ । ସେମାନଙ୍କର ବର୍ଷା ଏବଂ ଅପସରା ନାମରେ ଦୁଇଟି ଝିଅ ଅଛନ୍ତି ।
ଜାନକୀ ୫ଟି ଭାରତୀୟ ଭାଷା, ଯଥା ତେଲୁଗୁ, କନ୍ନଡ, ମାଲାୟାଲମ୍, ତାମିଲ ଏବଂ ହିନ୍ଦୀରେ କଥାବାର୍ତ୍ତା କରିପାରନ୍ତି ଏବଂ ୧୫ଟିରୁ ଅଧିକ ଭାଷା ଲେଖିପାରନ୍ତି | ସେ ଜଣେ ବହୁଭାଷୀ ଭାବେ ପରିଚିତ ।[୧୧][୧୨][୧୩][୧୪][୧୫]
ଓଡ଼ିଆ ଚଳଚ୍ଚିତ୍ରରେ ଅବଦାନ
[ସମ୍ପାଦନା]ଜାନକୀଙ୍କର କିଛି ଲୋକପ୍ରିୟ ଗୀତ :
- ମା ଲୋ ମହିମାମୟୀ ଆଶିଷ ଦାୟିନୀ
- ସେ ତ ଭକତ ଭାବରେ ବନ୍ଧା
- ଦେଖି ସେ ବଣ ମଲ୍ଲୀ ରାଧା ହେଲେ ବାତୁଳୀ
- ଏଇ ଝିଅଟିର ପାଦ ଟଳମଳ
- ହୋ ଖିଆଲି ଜହ୍ନ ହୋ ମନୁଆ ଜହ୍ନ
- କାଗଜ ଫୁଲ ମୁଁ ସୁରଭି ବିହିନ
- କାଉ ଧାନ ଖାଇଲା ବୋଲି
- ମମତାର ମଧୁମତୀ ସରମି ଲତିକା
- ମନର ମଣିଷ ଯଦି
- ମୋ ମନର ଚଢ଼େଇ
- ନେଇଯାରେ ମେଘ ମତେ
- ନିଝୁମ ରାତିର ସାଥି
- ରଜନୀ ଗୋ ମୋ ପ୍ରିୟ ନୟନେ
ପୁରସ୍କାର ଏବଂ ସମ୍ମାନ
[ସମ୍ପାଦନା]ପୁରସ୍କାର | କେତେ ଥର | |
---|---|---|
|
୪ଟି | |
|
୧ଟି | |
|
୧୦ଟି | |
|
୮ଟି | |
|
୧ଟି | |
୧ଟି | ||
|
୩୫ଟି |
ବିଶେଷ ସମ୍ମାନ
[ସମ୍ପାଦନା]- ୧୯୮୬ - ତାମିଲନାଡୁ ସରକାରଙ୍କଠାରୁ କଳାଇମ୍ମମଣି
- ୧୯୮୭ - ମୟୂରୀ ପାଇଁ ସୁରସିଙ୍ଗର ପୁରସ୍କାର (ହିନ୍ଦୀ ସଂସ୍କରଣ)
- ୧୯୯୭ - ଫିଲ୍ମଫେୟାର ଆଜୀବନ ସଫଳତା ପୁରସ୍କାର - ଦକ୍ଷିଣ
- ୨୦୦୨ - କେରଳ ସରକାରଙ୍କ ସିନେମା 'ଆଚିଭର ଆୱାର୍ଡ'
- ୨୦୦୧ - ସଙ୍ଗୀତରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସ୍ୱତନ୍ତ୍ର ଜୁରି ସ୍ୱରାଲାୟା ୟେସୁଦାସ ପୁରସ୍କାର
- ୨୦୦୬ - ପ୍ରିୟ ମହିଳା ପ୍ରଚ୍ଛଦପଟ୍ଟ ଗାୟକ ବିଜୟ ପୁରସ୍କାର
- ୨୦୦୯ - କନ୍ନଡ ସିନେମାରେ ଅବଦାନ ପାଇଁ ମହିଶୂର ବିଶ୍ୱବିଦ୍ୟାଳୟର ସମ୍ମାନଜନକ ଡକ୍ଟରେଟ
- ୨୦୧୧ - କର୍ଣ୍ଣାଟକର "ବାସଭା ଭୂଷଣ" ପୁରସ୍କାର
- ୨୦୧୨ - ଭାରତୀୟ ସିନେମା ବିଜୟ ସଙ୍ଗୀତ ପୁରସ୍କାରର ଏଭରଗ୍ରୀନ୍ ଭଏସ୍
- ୨୦୧୩ - ମା ସଙ୍ଗୀତ ଜୀବନବ୍ୟାପି ସାଫଳ୍ୟ ପୁରସ୍କାର
- ୨୦୧୩ - ପଦ୍ମ ଭୂଷଣ
- ୨୦୧୩ - ଉଦୟ ଚଳଚ୍ଚିତ୍ର ପୁରସ୍କାର
- ୨୦୧୪ - କର୍ଣ୍ଣାଟକ ରାଜ୍ୟୋତ୍ସବ ପୁରସ୍କାର
- ୨୦୧୫ - ସମସ୍ତ ଦକ୍ଷିଣ ଭାରତୀୟ ଭାଷାରେ ଉଲ୍ଲେଖନୀୟ ଅବଦାନ ପାଇଁ ରେଡିଓ ମିର୍ଚିରୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ
- ୨୦୧୬ - ସମସ୍ତ ଦକ୍ଷିଣ ଭାରତୀୟ ଭାଷାରେ ଉଲ୍ଲେଖନୀୟ ଅବଦାନ ପାଇଁ ସୀମା ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ
- ୨୦୧୮ - ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ |
- ୨୦୧୯- ତାମିଲନାଡୁ ରାଜ୍ୟ ସରକାର ସଂଗୀତ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଏମଏସ ସବବୁଲକ୍ଷ୍ମୀ ଜାତୀୟ ପୁରସ୍କାରର ପ୍ରଥମ ପ୍ରାପକ
ଅନ୍ୟାନ୍ୟ ପୁରସ୍କାର
[ସମ୍ପାଦନା]- ଏମଏସ ବାବୁରାଜ ପୁରସ୍କାରର ପ୍ରଥମ ପ୍ରାପକ
- ପି ସୁଶିଳା ଟ୍ରଷ୍ଟ ଜାତୀୟ ପୁରସ୍କାରର ପ୍ରଥମ ପ୍ରାପକ
- ଭି ଡାକସିନାମୋର୍ଥୀ ପୁରସ୍କାରର ପ୍ରଥମ ପ୍ରାପକ
- ମାଧବପେଡି ସାଥିମ୍ ପୁରସ୍କାର
- ମାଲାୟାଲମ୍ ଚଳଚ୍ଚିତ୍ର ସଙ୍ଗୀତରେ ଅବଦାନ ପାଇଁ ଭାୟାଲର୍ ପୁରସ୍କାର
- ଆନ୍ଧ୍ରପ୍ରଦେଶ ସରକାରଙ୍କ ତରଫରୁ ଗୀତା ଦତ୍ତ ପୁରସ୍କାର
- ଚି ଉଦୟଶଙ୍କର ପୁରସ୍କାର
- ସଂଗୀତ ଗଙ୍ଗା ଗୟାନା ପୁରସ୍କାର
- ସଂଗୀତା କାଲେବେଦିକାଙ୍କଦ୍ୱାରା ସଂଗୀତ ରଥନା
- ଶତାବ୍ଦୀର ଗାୟକ ପୁରସ୍କାର
- ୨୦୧୪ ମସିହାରେ ମାନ୍ନା ଦେ ପୁରସ୍କାର୍
- ୨୦୧୪ ମସିହାରେ ଗାୟକ ଜିକ୍କି ପୁରସ୍କାର
- ୨୦୧୫ ମସିହାରେ ଡକ୍ଟର ରାଜକୁମାର ପୁରସ୍କାର
- ରାମୁ କରିଆଟ୍ ଫାଉଣ୍ଡେସନ୍ ପୁରସ୍କାରର ପ୍ରଥମ ପ୍ରାପକ
- ଗଲ୍ଫ ମାଲାୟାଲମ୍ ସଂଗୀତ ପୁରସ୍କାର
ଆଧାର
[ସମ୍ପାଦନା]- ↑ "S Janaki returns to playback singing". The Times of India. 5 December 2018.
- ↑ "YouTube". www.youtube.com.
- ↑ "Legendary singer S. Janaki ends her illustrious career with soulful lullaby in Pathu Kalpanakal, watch video". Indian Express. 4 October 2016.
- ↑ "I want to stop singing when I am doing well, says S Janaki". Deccan Chronicle. 4 October 2016.
- ↑ Jayakumar, G. (18 April 2008). "Sing in your natural voice". The Hindu. Archived from the original on 21 April 2008. Retrieved 16 February 2021.
- ↑ "Singing straight from the heart". The Hindu. Chennai, India. 5 April 2007. Retrieved 30 December 2010.
- ↑ "Veteran singer S Janaki refuses to accept Padma Awards". CNN-IBN. Archived from the original on 2015-03-03. Retrieved 27 January 2013.
- ↑ "Timeless voice". The Hindu. Chennai, India. 29 June 2007. Archived from the original on 8 November 2012. Retrieved 16 February 2021.
- ↑ "YouTube". www.youtube.com.
- ↑ "Hotstar". www.hotstar.com. Archived from the original on 2019-04-02. Retrieved 2021-02-16.
- ↑ "YouTube". www.youtube.com.
- ↑ "YouTube". www.youtube.com.
- ↑ "Hotstar". www.hotstar.com. Archived from the original on 2019-04-29. Retrieved 2021-02-16.
- ↑ "YouTube". www.youtube.com.
- ↑ "YouTube". www.youtube.com.