ମିଖାଇଲ ଗୋର୍ବାଚୋଭ

ଉଇକିପିଡ଼ିଆ‌ରୁ
ମିଖାଇଲ ଗୋର୍ବାଚୋଭ
୧୯୮୭ରେ ମିଖାଇଲ ଗୋର୍ବାଚୋଭ
Born (1931-03-02) ୨ ମାର୍ଚ୍ଚ ୧୯୩୧ (ବୟସ ୯୩)
ପ୍ରିଭୋଲନୋୟେ, ଷ୍ଟାଭ୍ରୋପୋଲ କ୍ରାଇ
Nationalityଋଷୀୟ
Spouseରାଇଜା ଗୋର୍ବାଚୋଭା
Signature

ମିଖାଇଲ ସର୍ଗେଇଭିଚ ଗୋର୍ବାଚୋଭ (ଜନ୍ମ: ୨ ମାର୍ଚ୍ଚ ୧୯୩୧)ପୂର୍ବତନ ସୋଭିଏତ ଋଷିଆର ଜଣେ ପୁରୁଖା ନେତା ତଥା କମ୍ୟୁନିଷ୍ଟ ପାର୍ଟି ଅଫ ସୋଭିଏତ ୟୁନିୟନର ସାଧାରଣ ସଚିବ ଭାବେ ୧୯୮୫ରୁ ୧୯୯୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସେ ମଧ୍ୟ ସୋଭିଏତ ରାଷ୍ଟ୍ରସଙ୍ଘର ଶେଷ ରାଷ୍ଟ୍ରପତି ଭାବେ ୧୯୮୮ରୁ ୧୯୯୧ ପର୍ଯ୍ୟନ୍ତ ନିର୍ବାଚିତ ହୋଇଥିଲେ ।

ଗୋର୍ବାଚୋଭଙ୍କର ଜନ୍ମ ଷ୍ଟାଭ୍ରୋପୋଲ କ୍ରାଇରେ ଏକ ଋଷୀୟ-ୟୁକ୍ରେନୀୟ କୃଷକ ପରିବାରରେ ହୋଇଥିଲା । ସେ ୧୯୫୫ ମସିହାରେ ମସ୍କୋ ଷ୍ଟେଟ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ପ୍ରାପ୍ତ କରିଥିଲେ । ବିଶ୍ୱବିଦ୍ୟାଳୟରେ ପଢ଼ିବା ସମୟରେ ସେ ସୋଭିଏତ ରାଷ୍ଟ୍ରସଙ୍ଗର କମ୍ୟୁନିଷ୍ଟ ଦଳରେ ଯୋଗ ଦେଇଥିଲେ । ୧୯୭୦ ମସିହାରେ ଷ୍ଟାଭ୍ରୋପୋଲ କ୍ରାଇକୋମର ପ୍ରଥମ ଦଳୀୟ ସଚିବ ତଥା ୧୯୭୪ ମସିହାରେ ସୁପ୍ରିମ ସୋଭିଏତର ପ୍ରଥମ ଦଳୀୟ ସଚିବ, ଏବଂ ପରେ ୧୯୭୯ରେ ପଲିଟିବ୍ୟୁରୋ ( ଏକାଧିକ କମ୍ୟୁନିଷ୍ଟ ରାଜନୈତିକ ଦଳର କାର୍ଯ୍ୟକାରିଣୀ ସଂସ୍ଥା)ର ସଦସ୍ୟ ଭାବେ ମନୋନୀତ ହୋଇଥିଲେ । ସୋଭିଏତ ରାଷ୍ଟ୍ରସଙ୍ଗର ତିନି ଜଣ ପ୍ରମୁଖ ନେତା ଲେଓନିଡ଼ ବ୍ରେଜନେଭ, ୟୁରି ଆଣ୍ଦ୍ରୋପୋଭ, ଏବଂ କନଷ୍ଟାଣ୍ଟିନ ଚେର୍ଣ୍ଣେଙ୍କୋଙ୍କ ଲଗାତର ତିନି ବର୍ଷ ମଧ୍ୟରେ ମୃତ୍ୟୁ ହେବା ଫଳରେ ୧୯୮୫ ମସିହାରେ ପଲିଟିବ୍ୟୁରୋର ସାଧାରଣ ସଚିବ ଭାବେ ନିର୍ବାଚିତ ହେଲେ ।

ଗୋର୍ବାଚୋଭଙ୍କ ଉଦ୍ୟମ ଫଳରେ ତତ୍କାଳୀନ ଆମେରିକୀର ରାଷ୍ଟ୍ରପତି ରୋନାଲ୍ଡ ରିଗାନଙ୍କ ସହ ବହୁ ଦ୍ୱିପାକ୍ଷିକ ଆଲୋଚନା ହୋଇପାରିଥିଲା ଓ ସୋଭିଏତ ଋଷିଆରେ ବହୁ ଗଠନ ମୂଳକ ସାମାଜିକ ପରିବର୍ତ୍ତନ ଆସିବା ସହ ଶୀତଳ ଯୁଦ୍ଧର ଅବସାନ ହୋଇ ପାରିଥିଲା । ଯାହା ଫଳରେ ସୋଭିଏତ ରାଷ୍ଟ୍ରସଙ୍ଘ କମ୍ୟୁନିଷ୍ଟ ଦଳର ପ୍ରଭୁତ୍ୱ ଶେଷ ହୋଇ ସୋଭିଏତ ଋଷିଆର ବିଭାଜନ ସମ୍ଭବ ହୋଇପାରିଥିଲା । ଏହିସବୁ ଉଦ୍ୟମ ନିମନ୍ତେ ୧୯୯୦ ମସିହାରେ ବିଶ୍ୱ ଶାନ୍ତି ପାଇଁ ତାଙ୍କୁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହା ବ୍ୟତୀତ ସେ ୧୯୯୨ ମସିହାରେ ହାର୍ଭେ ପୁରସ୍କାର ତଥା ୧୯୯୫ ମସିହାରେ ଡରହାମ ବିଶ୍ୱବିଦ୍ୟାଳୟ[୧], ୨୦୦୨ ମସିହାରେ ଟ୍ରିନିଟି କଲେଜ[୨], ୨୦୦୫ରେ ମୁନଷ୍ଟର ବିଶ୍ୱବିଦ୍ୟାଳୟ[୩], ୨୦୦୯ରେ ୟୁରେକା କଲେଜରୁ ସମ୍ମାନସୂଚକ ଡକ୍ଟରେଟ ଉପାଧିରେ ସମ୍ମାନିତ ।

ସେପ୍ଟେମ୍ବର ୨୦୦୮ ମସିହାରେ ଗୋର୍ବାଚୋଭ ଏବଂ ଆଲେକଜାଣ୍ଡାର ଲେବେଡେଭ ଘୋଷଣା କରିଥିଲେ ଯେ ଇଣ୍ଡିପେଣ୍ଡେଣ୍ଟ ଡେମୋକ୍ରାଟିକ ପାର୍ଟି ଅଫ ଋଷିଆ[୪]ର ଗଠନ କରିବେ ଓ ମେ, ୨୦୦୯ ମସିହାରେ ଗୋର୍ବାଚୋଭ ପୁନର୍ବାର ଏଥିପାଇଁ ଯୋର ଦେଇଥିଲେ ।[୫] ୨୦୦୧ ମସିହାରେ ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଋଷିଆ ଏବଂ ୨୦୦୭ ମସିହାରେ ୟୁନିୟନ ଅଫ ସୋସିଆଲ-ଡେମୋକ୍ରାଟ ଗଠନ ପରେ, ଏହା ମିଖାଇଲଙ୍କର ଏକ ରାଜନୈତିକ ଦଳ ଗଠନ ପାଇଁ ତୃତୀୟ ପ୍ରଚେଷ୍ଟାଥିଲା ।[୬]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଗୋର୍ବାଚୋଭଙ୍କର ଜନ୍ମ ମାର୍ଚ୍ଚ ୨, ୧୯୩୧ ମସିହାରେ ଷ୍ଟାଭ୍ରୋପୋଲ, ସୋଭିଏତ ରାଷ୍ଟ୍ରସଙ୍ଘରେ ଏକ ମିଶ୍ରିତ ଋଷୀୟ-ୟୁକ୍ରେନୀୟ ପରିବାରରେ ( ଯେଉଁମାନେ ଭୋରୋନେଜ ଏବଂ ଚେର୍ଣ୍ଣିଗୋଭ ଗଭର୍ଣ୍ଣରେଟ୍ସରୁ ବିସ୍ଥାପିତ ହୋଇଥିଲେ) ହୋଇଥିଲା ।[୭] ଶିଶୁ ଥିବା ବେଳେ ସେ ସୋଭିଏତ ଦୁର୍ଭିକ୍ଷ ୧୯୩୨-୩୩ର ସେ ପ୍ରପୀଡ଼ିତ ହୋଇଥିଲେ । ଏକ ସ୍ମରଣିକାରେ ଗୋର୍ବାଚୋଭ କହିଛନ୍ତି " ସେହି ଭୟଙ୍କର ବର୍ଷରେ(୧୯୩୩) ମୁଁ ଜନ୍ମ ହୋଇଥିବା ଗ୍ରାମ ପ୍ରିଭୋଲନୋୟେରେ ଅର୍ଦ୍ଧାଧିକ ଗ୍ରାମବାସୀ, ମୋ ବାପାଙ୍କ ଦୁଇଜଣ ଭଉଣୀ ଏବଂ ଜଣେ ଭାଇଙ୍କ ସମେତ ମୃତ୍ୟୁବରଣ କରିଥିଲେ ।" [୮] ୧୯୩୦ ମସିହାରେ ତାଙ୍କ ଦୁଇ ଜେଜେବାପାଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯାଇଥିଲା ଏବଂ ପୈତୃକ ଜେଜେବାପାଙ୍କୁ ସାଇବେରିଆକୁ ନିର୍ବାସିତ କରାଯାଇଥିଲା ।[୯][୧୦]

ତାଙ୍କ ବାପା ସର୍ଗେ ଆଣ୍ଡ୍ରେୟେଭିଚ ଗୋର୍ବାଚୋଭ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ କମ୍ବାଇନଡ ହାର୍ଭେଷ୍ଟର ପରିଚାଳକ ଥିଲେ । ତାଙ୍କ ମା, ମାରିଆ ପାଣ୍ଟେଲେୟେଭନା ଗୋର୍ବାଚେଭା, ଜଣେ କୋଲଖୋଜ କର୍ମୀ ଥିଲେ ।[୧୦] ଯୁବାବସ୍ଥାରେ ସେ ମଧ୍ୟ ଚାଷଜମିରେ କମ୍ବାଇନଡ ହାର୍ଭେଷ୍ଟର ଚଲାଉଥିଲେ। ସେ ୧୯୫୫ ମସିହାରେ ମସ୍କୋ ଷ୍ଟେଟ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ପ୍ରାପ୍ତ କରିଥିଲେ ଏବଂ ୧୯୬୭ ମସିହାରେ ଷ୍ଟାଭ୍ରୋପୋଲ ଇନଷ୍ଟିଚ୍ୟୁଟ ଅଫ ଆଗ୍ରିକଲଚରରୁ କୃଷି ଅର୍ଥନୀତିଜ୍ଞ ଭାବେ ସ୍ନାତକୋତ୍ତର ହାସଲ କରିଥିଲେ। ଆଇନ ପଢ଼ିବା ସମୟରୁହିଁ ସେ କମ୍ୟୁନିଷ୍ଟ ପାର୍ଟି ଅଫ ସୋଭିଏତ ୟୁନିୟନର ସଦସ୍ୟ ହୋଇ ଦଳୀୟ କାର୍ଯ୍ୟକଳାପରେ ବହୁ ସଂପୃକ୍ତ ଥିଲେ ।

ବିବାହ ଏବଂ ପରିବାର[ସମ୍ପାଦନା]

ଗୋର୍ବାଚୋଭ ନିଜର ଭବିଷ୍ୟତ ସ୍ତ୍ରୀ, ରାଇଜା ତିତାରେଙ୍କୋ,ଙ୍କୁ ମସ୍କୋ ଷ୍ଟେଟ ବିଶ୍ୱବିଦ୍ୟାଳୟରେ ଭେଟିଥିଲେ । ସେପ୍ଟେମ୍ବର ୧୯୫୩ରେ ସେମାନଙ୍କର ବିବାହ ହୋଇଥିଲା ଓ ସ୍ନାତକ ଶିକ୍ଷା ସମାପ୍ତ ପରେ ଷ୍ଟାଭ୍ରୋପୋଲରେ ବସବାସ କରୁଥିଲେ। ୧୯୫୭ରେ ତାଙ୍କର ଏକମାତ୍ର କନ୍ୟା ଇରିନା ମିଖାଇଲୋଭନା ଭିରଗାନସ୍କାୟା ଜନ୍ମ ନେଇଥିଲା । ୧୯୯୯ ମସିହାରେ ରାଇଜା ଲିଉକେମିଆ ପୀଡ଼ିତ ହୋଇ ପ୍ରାଣ ହରାଇଥିଲେ ।[୧୧]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ରୋନାଲ୍ଡ ରିଗାନ ପ୍ରଥମ ରୋନାଲ୍ଡ ରିଗାନ ଫ୍ରିଡମ ଆବାଡ଼ ଗୋର୍ବାଚୋଭଙ୍କୁ ପ୍ରଦାନ କରୁଛନ୍ତି, ୧୯୯୨

ସୋଭିଏତ ରାଷ୍ଟ୍ରସଙ୍ଘ ଓ ସହଯୋଗୀ ଦେଶ[ସମ୍ପାଦନା]

  • ଋଷିଆର ସର୍ବୋଚ୍ଚ ସମ୍ମାନ ଅର୍ଡ଼ର ଅଫ ସେଣ୍ଟ ଆଣ୍ଦରିଉ (୨୦୧୧)
  • ଅର୍ଡ଼ର ଅଫ ଅନର (୨୦୦୧)
  • ଅର୍ଡ଼ର ଅଫ ଲେନିନ (୧୯୭୧,୧୯୭୩,୧୯୮୧)
  • ଅର୍ଡ଼ର ଅଫ ଅକ୍ଟୋବର ରିଭୋଲ୍ୟୁସନ (୧୯୭୮)
  • ଅର୍ଡ଼ର ଅଫ ଦି ବ୍ୟାଜ ଅଫ ଅନର (୧୯୬୬)
  • ୧୬ ବର୍ଷ ବୟସରେ ସର୍ବ କନିଷ୍ଠ ଭାବେ ଅର୍ଡ଼ର ଅଫ ଦି ରେଡ଼ ବ୍ୟାନର ଅଫ ଲେବର (୧୯୪୭)
  • ମେଡ଼ାଲ ଫର ଲେବର ଭାଲୋର
  • ମେଡ଼ାଲ ଫର ଷ୍ଟ୍ରେଙ୍ଗଦେନିଙ୍ଗ ମିଲିଟାରୀ କୋ-ଅପରେସନ
  • ମେଡ଼ାଲ ଇନ କମେମୋରେସନ ଅଫ ଦି ଫିଫ୍ଟିନ୍ଥ ହଣ୍ଡ୍ରେଡ଼ ଆନିଭରସାରୀ ଅଫ କିଭ
  • ଜୁବିଲୀ ମେଡ଼ାଲ ଫୋର୍ଟି ଇୟର୍ସ ଅଫ ଭିକ୍ଟୋରୀ ଇନ ଦି ଗ୍ରେଟ ପ୍ୟାଟ୍ରିଓଟିକ ୱାର୧୯୪୧-୧୯୪୫

ବୈଦେଶିକ ତଥା ଆନ୍ତର୍ଜାତିକ ସମ୍ମାନ[ସମ୍ପାଦନା]

ମେ ୨୦୧୦ରେ ଗୋର୍ବାଚୋଭ
  • ଭାରତ ସରକାରଙ୍କଠାରୁ ୧୯୮୭ ମସିହାରେ ଇନ୍ଦିରା ଗାନ୍ଧୀ ପୁରସ୍କାର
  • ଆନ୍ତର୍ଜାତିକ ଶାନ୍ତି ପ୍ରତିଷ୍ଠା ନିମନ୍ତେ ପ୍ରମୁଖ ଉଦ୍ୟମ ପାଇଁ ୧୯୯୦ ମସିହାରେ ନୋବେଲ ପୁରସ୍କାର ।[୧୨]
  • ୪ ମେ, ୧୯୯୨ ମସିହାରେ ସିମି ଭ୍ୟାଲି, କାଲିଫୋର୍ଣ୍ଣିଆରେ ଥିବା ରୋନାଲ୍ଡ ରିଗାନ ପ୍ରେସିଡ଼େନ୍ସିଆଲ ଲାଇବ୍ରେରୀରୁ ପ୍ରଥମ ରୋନାଲ୍ଡ ରିଗାନ ଫ୍ରିଡମ ଆବାଡ଼ ।[୧୩]
  • ୬ ମେ, ୧୯୯୨ ମସିହାରେ ବେଷ୍ଟମିନଷ୍ଟର କଲେଜ(ମିସୌରୀ)ରୁ ସମ୍ମାନଜନକ ଡକ୍ଟର ଅଫ ଲ ଉପାଧି ।[୧୪]
  • କାର୍ଲଟନ ବିଶ୍ୱବିଦ୍ୟାଳୟ, ଓଟାବା, କାନାଡ଼ାରୁ ୧୯୯୩ ମସିହାରେ ସମ୍ମାନ ସୂଚକ ଲେଜମ ଡକ୍ଟରେଟ ଏବଂ କାଲଗାରି ବିଶ୍ୱବିଦ୍ୟାଳର, ଆଲବର୍ଟା, କାନାଡ଼ାରୁ ମଧ୍ୟ ସମ୍ମାନସୂଚକ ଉପାଧିର ଅଧିକାରୀ
  • ୧୯୯୪ ମସିହାରେ ଲୁଇସଭିଲ୍ଲେ ବିଶ୍ୱବିଦ୍ୟାଳୟ, କେଣ୍ଟୁକିରୁ ଗ୍ରୋଇମେୟେର ପୁରସ୍କାର
  • ୧୯୯୫ ମସିହାରେ ଡରହାମ ବିଶ୍ୱବିଦ୍ୟାଳୟ, ଇଂଲଣ୍ଦରୁ ରାଜନୈତିକ ସ୍ଥିରତା ଓ ଶୀତଳ ଯୁଦ୍ଧର ଅବସାନ ନିମନ୍ତେ ସମ୍ମାନସୂଚକ ଡକ୍ଟରେଟ ।[୧୫]
  • ୨୦ ଅକ୍ଟୋବର, ୧୯୯୬ ମସିହାରେ ରୋନାଲ୍ଡ ରିଗାନଙ୍କ ରାଷ୍ଟ୍ରପତିତ୍ୱ ସମୟରେ ହୋଇଥିବା ଅସ୍ତ୍ର ସମର୍ପଣ ବୁଝାମଣା ନିମନ୍ତେ କରେଜ ଅଫ କନସାଇନ୍ସ ଆବାଡ଼ ।[୧୬]
  • ୨୦୦୨ ମସିହାରେ ଟ୍ରିନିଟି କଲେଜ, ଡବଲିନ, ଆୟାର୍ଲାଣ୍ଡରୁ ରାଜନୈତିକ ସେବା ଓ ଶାନ୍ତି ଉଦ୍ୟମ ପାଇଁ ପ୍ରଚେଷ୍ଟା ନିମନ୍ତେ ଡକ୍ଟର ଅଫ ଲ ଉପାଧି ।[୨]
  • ୨୦୦୪ ମସିହାରେ ବିଲ କ୍ଲିଣ୍ଟନ, ସୋଫିଆ ଲରେନଙ୍କ ସହ ଗୋର୍ବାଚୋଭ ବେଷ୍ଟ ସ୍ପୋକେନ ବାର୍ଡ ଆଲବମ ଫର ଚିଲଡ୍ରେନ ପାଇଁ ଗ୍ରାମୀ ପୁରସ୍କାରରେ ସମ୍ମାନିତ
  • ୨୦୦୫ ମସିହାରେ ଜର୍ମାନୀ ପୁନଃ-ଏକକରଣ ନିମନ୍ତେ ସହଯୋଗ ପାଇଁ ପଏଣ୍ଟ ଆଲଫା ପୁରସ୍କାର ଏବଂ ମୁନଷ୍ଟର ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟରେଟ ଅଧିଗ୍ରହଣ ।[୩]
  • ୨୦୧୧ ମସିହାରେ ଲିଜ ବିଶ୍ୱବିଦ୍ୟାଳୟ, ବେଲଜିୟମ ତରଫରୁ ସମ୍ମାନସୂଚକ ଡକ୍ଟରେଟ

ଆଧାର[ସମ୍ପାଦନା]

  1. "କାଉନସିଲ ବୈଠକର ନିଷ୍ପତି". ଡରହାମ ବିଶ୍ୱବିଦ୍ୟାଳୟ. Retrieved 8 September 2011.
  2. ୨.୦ ୨.୧ "ଟ୍ରିନିଟି କଲେଜଦ୍ୱାରା ମିଖାଇଲ ଗୋର୍ବାଚୋଭ ସମ୍ମାନିତ". Tcd.ie. Retrieved 3 November 2010.
  3. ୩.୦ ୩.୧ "Reunification Politicians Accept Prize". Deutsche Welle. Retrieved 22 May 2006.
  4. Gray, Sadie (30 September 2008). "Gorbachev launches political party with Russian billionaire". The Guardian. UK. Retrieved 1 October 2008.
  5. "Mikhail Gorbachev will found new political party". mosnews.com. 13 May 2009. Archived from the original on 16 July 2011. Retrieved 13 June 2009.{{cite news}}: CS1 maint: bot: original URL status unknown (link)
  6. "Gorbachev sets up Russia movement". BBC News. 20 October 2007. Retrieved 20 October 2007.
  7. Mikhail Sergeevich Gorbachev, Daisaku Ikeda (2005). "Moral lessons of twentieth century: Gorbachev and Ikeda on Buddhism and Communism". I.B.Tauris. p. 11. ISBN 1-85043-976-1
  8. Mikhail Sergeevich Gorbachev (2006). "Manifesto for the Earth: action now for peace, global justice and a sustainable future". CLAIRVIEW BOOKS. p.10. ISBN 1-905570-02-3
  9. Mikhail Gorbachev (2000). Gorbachev: On My Country and the World. George Shriver (Translator). New York: Columbia University Press. p. 20. ISBN 978-0-231-11515-5.
  10. ୧୦.୦ ୧୦.୧ "Biography of Mikhail Gorbachev". The Gorbachev Foundation. Retrieved 13 January 2012.
  11. "Raisa Gorbachyova's Biography on the Gorbachyov Foundation website".
  12. "ନୋବେଲ ଶାନ୍ତି ପୁରସ୍କାର ୧୯୯୦". ନୋବେଲପ୍ରାଇଜ.ଅର୍ଗ. 15 October 1990. Retrieved 3 November 2010.
  13. "ରୋନାଲ୍ଡ ରିଗାନ ପ୍ରେସିଡେନ୍ସିଆଲ ଫାଉଣ୍ଡେସନ ଆଣ୍ଡ ଲାଇବ୍ରେରୀ". Archived from the original on 2008-06-10. Retrieved 2008-06-10.
  14. [୧]
  15. ସମ୍ମାନସୂଚକ ଉପାଧି . dur.ac.uk
  16. "The Peace Abbey Courage of Conscience Recipients List". Peaceabbey.org. 20 November 2005. Archived from the original on 16 February 2008. Retrieved 3 November 2010.

ଅଧିକ ତଥ୍ୟ[ସମ୍ପାଦନା]

ସାକ୍ଷାତକାର ଓ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ନିବନ୍ଧ