ରୁବେଲା

ଉଇକିପିଡ଼ିଆ‌ରୁ
ରୁବେଲା
ପିଲାର ପିଠିରେ ରାସ ଦେଖାଯାଉଛି । ଏହା ମିଳିମିଳା ରାସ ଭଳି ଦେଖିବାକୁ ହେଲେ ମଧ୍ୟ ଇଷତ୍ ଲାଲ ଦେଖାଯାଏ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିInfectious disease
ଆଇସିଡ଼ି-୧୦B06.
ଆଇସିଡ଼ି-୯-ସିଏମ୍056
ରୋଗ ଡାଟାବେସ11719
ମେଡ଼ିସିନ-ପ୍ଲସ001574
ଇ-ମେଡ଼ିସିନemerg/388 peds/2025 derm/259
Patient UKରୁବେଲା
MeSHD012409

ରୁବେଲା, ବା ଜର୍ମାନ ମିଳିମିଳା ବା ତିନି ଦିନିଆ ମିଳିମିଳା,[୧] ରୋଗ ରୁବେଲା ଭୁତାଣୁର ଏକ ସଂକ୍ରମଣର ନାମ । [୨] ଏହି ରୋଗ ଅତି ସାମାନ୍ୟ ଧରଣର ହୁଏ ଓ ଅର୍ଦ୍ଧେକ ଲୋକ ନିଜେ ଅସୁସ୍ଥ ଥିବା ଅନୁଭବ କରିପାରନ୍ତି ନାହିଁ । [୩][୪] ସଂସ୍ପର୍ଶରେ ଆସିବାର ଦୁଇ ସପ୍ତାହ ପରେ ରାସ ବାହାରେ ଓ ୩ ଦିନ ମାତ୍ର ରହେ । ମୁହଁରେ ଆରମ୍ଭ ହୋଇ ସାରା ଦେହକୁ ବ୍ୟାପିଯାଏ । ମିଳିମିଳା ରାସ ଭଳି ଏହାର ରାସ ଉଜ୍ଜ୍ୱଳ ନୁହେଁ ଓ ବେଳେ ବେଳେ ଗଲୁ ହୁଏ । ଲସିକା ଗ୍ରନ୍ଥି ସାଧାରଣତଃ ଫୁଲିଯାଏ ଓ କିଛି ସପ୍ତାହ ରହେ । [୪] ଜ୍ୱର, ତଣ୍ଟି ଘାଆଥକ୍କାଣ ମଧ୍ୟ ହୋଇପାରେ । [୪][୫] ବୟଃପ୍ରାପ୍ତ ଲୋକଙ୍କର ଗଣ୍ଠି ଯନ୍ତ୍ରଣା ଏକ ସାଧାରଣ ଲକ୍ଷଣ । ଜଟିଳତା ମଧ୍ୟରେ ମୁଷ୍କ ବା ଟେସ୍ଟିସ ଫୁଲା, ରକ୍ରସ୍ରାବ ଓ ସ୍ନାୟୁ ପ୍ରଦାହ ଦେଖାଯାଏ । [୪] ପ୍ରାକ ଗର୍ଭାବସ୍ଥାରେ ଏହି ରୋଗ ହେଲେ ଗର୍ଭପାତ ଓ ଶିଶୁ ବିକୃତି (ସି.ଆର.ଏସ.) ହୋଇପାରେ । ଏହି ସି.ଆର.ଏସ.ର ଲକ୍ଷଣ: କାଟାରାକ୍ଟ, ବଧୀର ଦୋଷ, ହୃତ୍‌ପିଣ୍ଡ ଓ ମସ୍ତିଷ୍କ ଦୋଷ ବାହାରିପାରେ । କୋଡ଼ିଏ ସପ୍ତାହ ଗର୍ଭ ପରେ କ୍ୱଚିତ ଅସୁବିଧା ହୁଏ । [୨]

ସଂକ୍ରମିତ ଲୋକର କାଶରୁ ବାୟୁବାହିତ ହୋଇ ଏହି ରୋଗ ବ୍ୟାପେ । [୨][୬] ରାସ ବାହାରିବାର ଏକ ସପ୍ତାହ ପୂର୍ବ ଓ ପର ପର୍ଯ୍ୟନ୍ତ ସଂକ୍ରମଣ କ୍ଷମତା ରହେ । ସି.ଆର.ଏସ. ଶିଶୁ ଏକ ବର୍ଷ ଧରି ଜୀବାଣୁ ବାଣ୍ଟିପାରେ । [୪] ଏହି ରୋଗ କେବଳ ମାନବଙ୍କୁ ହୁଏ । [୨] କୌଣସି କୀଟ ବା ପୋକଦ୍ୱାରା ଏହା ବ୍ୟାପେନାହିଁ । [୪] ଥରେ ରୋଗମୁକ୍ତ ହେଲେ ଆଜୀବନ ଇମ୍ମ୍ୟୁନିଟି ରହେ । ଇମ୍ମ୍ୟୁନିଟି ଉପସ୍ଥିତି ପରୀକ୍ଷା କରି ଜାଣିହୁଏ । [୨] ରକ୍ତ, ତଣ୍ଟି ଓ ପରିସ୍ରା ପରୀକ୍ଷା କରି ଭୁତାଣୁ ଦେଖିଲେ ରୋଗ ନିର୍ଣ୍ଣୟ ହୁଏ । ଆଣ୍ଟିବଡି ନିମନ୍ତେ ରକ୍ତ ପରୀକ୍ଷା ଉପ‌ଯୋଗୀ ହୁଏ । [୪]

ଗୋଟିଏ ଡୋଜ ରୁବେଲା ଟିକା ୯୫ %ରୁ ଅଧିକ ଉପ‌ଯୋଗୀ ହୁଏ । [୨] ଅଧିକାଂଶ ସମୟରେ ଏହି ଟିକା ସ‌ହିତ ମିଳିମିଳା ଟିକା ଓ ଗାଲୁଆ ଟିକା ମିଶେଇ ଏମଏମଆର ଟିକା ନାମରେ ଦିଆଯାଏ । [୪] ଜନସଂଖ୍ୟାର ଟିକାକରଣ ୮୦ %ରୁ କମ ଥିଲେ ଗର୍ଭଧାରଣ ବୟସ ପର୍ଯ୍ୟନ୍ତି ଇମ୍ମ୍ୟୁନିଟି ନ ଥାଇ ମଧ୍ୟ ଅସୁବିଧା ହୁଏ ନାହିଁ । [୨] ଥରେ ସଂକ୍ରମିତ ହେଲେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । [୫]

ପୃଥିବୀର ଅନେକ ସ୍ଥାନରେ ରୁବେଲା ସଂକ୍ରମଣ ଦେଖାଯାଏ । [୫] ବାର୍ଷିକ ପ୍ରାୟ ଏକ ଲକ୍ଷ ସି.ଆର.ଏସ. ଦେଖାଯାଆନ୍ତି । [୨] ଏହି ରୋଗର ହାର ଟିକା ଦିଆଯିବା ଯୋଗୁ ଆମେରିକା ସ‌ହିତ ଅନେକ ଜାଗାରେ କମୁଛି । [୩][୫] ପୃଥିବୀବ୍ୟାପି ଏହି ରୋଗକୁ ନିର୍ମୁଳ କରିବା ଚେଷ୍ଟା ଚାଲିଛି । [୨] ଲାଟିନ ଭାଷାରେ ରୁବେଲା ଅର୍ଥ ଟିକିଏ ଲାଲ । ସନ ୧୮୧୪ରେ ଜର୍ମାନୀ ଚିକିତ୍ସକ ପ୍ରଥମେ ଏହି ରୋଗ ଏକ ସ୍ୱତନ୍ତ୍ର ରୋଗ ବୋଲି ବର୍ଣ୍ଣନା କରିଥିବାରୁ ରୋଗର ନାମ ଜର୍ମାନ ମିଜଲସ ଦିଆଯାଇଥିଲା । [୪] ଏପ୍ରିଲ ୨୯, ୨୦୧୫ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆମେରିକାକୁ ରୁବେଲାମୁକ୍ତ ଘୋଷଣା କଲେ । [୭][୮]

ଆଧାର[ସମ୍ପାଦନା]

  1. Neighbors, M; Tannehill-Jones, R (2010). "Childhood diseases and disorders". Human diseases (3rd ed.). Clifton Park, New York: Delmar, Cengage Learning. pp. 457–79. ISBN 978-1-4354-2751-8.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Lambert, N; Strebel, P; Orenstein, W; Icenogle, J; Poland, GA (7 January 2015). "Rubella". Lancet. PMID 25576992.
  3. ୩.୦ ୩.୧ "Rubella vaccines: WHO position paper" (PDF). Wkly Epidemiol Rec. 86 (29): 301–16. 15 July 2011. PMID 21766537.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ ୪.୮ Atkinson, William (2011). Epidemiology and Prevention of Vaccine-Preventable Diseases (12 ed.). Public Health Foundation. pp. 301–323. ISBN 9780983263135. Retrieved Mar 2015. {{cite book}}: Check date values in: |accessdate= (help)
  5. ୫.୦ ୫.୧ ୫.୨ ୫.୩ Huong McLean (2014). "3 Infectious Diseases Related To Travel". CDC health information for international travel 2014 : the yellow book. ISBN 9780199948499.
  6. "Rubella (German Measles, Three-Day Measles)". cdc.gov. December 17, 2014. Retrieved 30 March 2015.
  7. Donald G. McNeil Jr. (April 29, 2015). "Rubella Has Been Eliminated From the Americas, Health Officials Say". The New York Times. Retrieved April 30, 2015.
  8. "Americas region is declared the world's first to eliminate rubella". PAHO. 29 April 2015. Retrieved 6 May 2015.