ରୁବେଲା ଟିକା

ଉଇକିପିଡ଼ିଆ‌ରୁ
ରୁବେଲା ଟିକା
Vaccine description
Target diseaseRubella
TypeAttenuated virus
Clinical data
Trade namesMeruvax, other
MedlinePlusa601176
ATC code
Identifiers
ChemSpider
  • none
 ☒NcheckY (what is this?)  (verify)

ରୁବେଲା ଟିକା, ଏକ ପ୍ରକାର ଟିକା ଦିଆଯାଏ ରୁବେଲା ବା ଜର୍ମାନ ମିଳିମିଳା ରୋଗ ପ୍ରତିରୋଧ ନିମନ୍ତେ ।[୧] ଗୋଟିଏ ଡୋଜ ଦେବାର ୨ ସପ୍ତାହ ପରେ ଏହାର ପ୍ରଭାବ ୯୫% କେଶରେ ଆରମ୍ଭ ହୁଏ । ଉଚ୍ଚ ହାରରେ ଏହି ଟିକା ଦିଆଯାଉଥିବା ଦେଶମାନଙ୍କରେ ରୁବେଲା ବା ଜନ୍ମଗତ ରୁବେଲା ସିଣ୍ଡ୍ରୋମ ଆଉ ଦେଖାଯାଉ ନାହିଁ । ପିଲାମାନଙ୍କୁ ଏହି ଟିକା ଦିଆ ନ ଯାଉଥିବା ସ୍ଥାନମାନଙ୍କରେ ରୁବେଲା ରୋଗ ହେବା ସମ୍ଭାବନା ଅଧିକ ହୁଏ ବିଶେଷତଃ ଟିକା ନ ନେଇଥିଲେ ବା ରୋଗୀ ସଂସ୍ପର୍ଶରେ ନ ଆସିଥିଲେ । ଏଥି ନିମନ୍ତେ ୮୦ %ରୁ ଅଧିକ ଲୋକ ଏହି ଟିକା ନେବା ଆବଶ୍ୟକ । [୧]

ରୁଟିନ ଟିକାକରଣରେ ଏହି ଟିକା ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁ.ଏଚ.ଓ) ସୁପାରିସ କରୁଛି । ସମସ୍ତ ଲୋକଙ୍କୁ ଟିକା ଦିଆଯାଇ ନ ପାରିଲେ ଅତି କମରେ ଗର୍ଭସମ୍ପନ୍ନ ବୟସରେ ଏହି ଦେବା ଉଚିତ । ଏହା ଗର୍ଭାବସ୍ଥାରେ ଓ ଇମ୍ମ୍ୟୁନିଟି ଅଭାବ ଥିବା ଲୋକଙ୍କୁ ଦେବା ଉଚିତ ନୁହେ । ଜୀବନବ୍ୟାପି ସୁରକ୍ଷା ନିମନ୍ତେ ଗୋଟିଏ ଡୋଜ ଯଥେଷ୍ଟ ହେଲେ ମଧ୍ୟ ୨ ଡୋଜ ଦିଆଯାଉଛି । [୧]

ଏହାର ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ସାମାନ୍ୟ ହୁଏ । ସାମାନ୍ୟ ଜ୍ୱର, ରାସ ଓ ଇଞ୍ଜେକସନ ନେଇଥିବା ସ୍ଥାନରେ ଫୁଲା ଓ ଲାଲ ଦେଖାଯାଏ । ମହିଳାମାନଙ୍କର ଟିକା ନେବାର ଏକରୁ ତିନି ସପ୍ତାହ ପରେ ଗଣ୍ଠି ଯନ୍ତ୍ରଣା ହୁଏ । ଅତ୍ୟଧିକ ଆଲର୍ଜି କ୍ୱଚିତ ହୁଏ । ଏହି ଟିକା ଏକ‌କ ଭାବରେ ମିଳେ ଓ ମିଶ୍ରିତ ଭାବରେ ମଧ୍ୟ ମିଳେ । ମିଶ୍ରିତ ଟିକାରେ ଏହା ସ‌ହିତ ମିଳିମିଳା ଟିକା, ଏମଏମଆର ଟିକାମମ୍ପ୍‌ସ୍ ଟିକା ଥାଏ ବା ମିଳିମିଳା, ମମ୍ପ୍‌ସ୍, ଭାରିସେଲାଏମଏମଆରଭି ଟିକା ଥାଏ । [୧]

ସନ ୧୯୬୯ରେ ରୁବେଲ ଟିକା ପ୍ରଥମେ ଲାଇସେନ୍‌ସ ପାଇଥଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ୨୦୦୯ ସୁଦ୍ଧା ୧୩୦ଟି ଦେଶ ଏହାକୁ ରୁଟିନ ଟିକାକରଣ ଅନ୍ତର୍ଭୁକ୍ତ କରିସାରିଲେଣି ।[୧] ଏମଏମଅର ଟିକାର ହୋଲସେଲ ମୂଲ୍ୟ ସନ ୨୦୧୪ରେ ୦.୨୪ ଆମେରିକୀୟ ଡଲାର ଥିଲା ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଟିକାର ମୂଲ୍ୟ ୫୦ରୁ ୧୦୦ ଡଲାର ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Rubella vaccines: WHO position paper" (PDF). Releve epidemiologique hebdomadaire / Section d'hygiene du Secretariat de la Societe des Nations = Weekly epidemiological record / Health Section of the Secretariat of the League of Nations. 86 (29): 301–16. 15 July 2011. PMID 21766537.
  2. Atkinson, William (2011). Epidemiology and Prevention of Vaccine-Preventable Diseases (12 ed.). Public Health Foundation. pp. 301–323. ISBN 9780983263135. Retrieved Mar 2015. {{cite book}}: Check date values in: |accessdate= (help)
  3. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  4. "Vaccine, Measles-Mumps-rubella". International Drug Price Indicator Guide. Archived from the original on 16 January 2016. Retrieved 8 December 2015.
  5. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 315. ISBN 9781284057560.