ରିଚା ଆହୁଜା
ରିଚା ଆହୁଜା | |
---|---|
ଜନ୍ମ | |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୯୨–୨୦୦୧ |
ବୈବାହିକ-ସାଥୀ | କାଶ ବାଦାମୀ |
ସନ୍ତାନ | ୩ |
ପିତାମାତା | ସୁଷମା ଆହୁଜା |
ରିଚା ଆହୁଜା (ଜନ୍ମ: ୧୬ ସେପ୍ଟେମ୍ବର ୧୯୭୩) ଜଣେ ପୂର୍ବତନ ଭାରତୀୟ ଅଭିନେତ୍ରୀ । ସେ ହିନ୍ଦୀ, ତାମିଲ, ଇଂରାଜୀ ଏବଂ ଫରାସୀ କଥାଚିତ୍ର ଓ ନାଟକରେ ଅଭିନୟ କରିଛନ୍ତି ।
ଅଭିନୟ ଜୀବନ
[ସମ୍ପାଦନା]ରିଚା ନୂଆଦିଲ୍ଲୀର କଣ୍ଠଶିଳ୍ପୀ ତଥା ନାଟ୍ୟକାର ସୁଷମା ଅହୁଜା ଏବଂ ଜଣେ ପାକିସ୍ତାନୀ ହିନ୍ଦୁ ପିତାଙ୍କ ଝିଅ । ସେ ବଡ଼ ପରଦାରେ ଅଭିନୟ କରିବା ଆଗରୁ ପିଲାଦିନରୁ ଅନେକ ମଞ୍ଚ ନାଟକରେ ଅଭିନୟ କରିଥିଲେ । ସେ ୧୯୯୧ ମସିହାରେ ଏକ ପରୀକ୍ଷାମୂଳକ ଇଂରାଜୀ କଥାଚିତ୍ର ପ୍ରେୟିଂ ଉଇଥ୍ ଏଙ୍ଗର୍ ଜରିଆରେ ବଡ଼ ପରଦାରେ ଅଭିନୟ କରିବା ଆରମ୍ଭ କରିଥିଲେ । ତା’ପରେ ସେ ହିନ୍ଦୀ ଓ ଇଂରାଜୀ ଥିଏଟରରେ ଅଭିନୟ କରିବା ସହିତ ଚେନ୍ନାଇରେ ବିଭିନ୍ନ ପ୍ରକଳ୍ପରେ କାମ କରିଥିଲେ । ସେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା, ନୂଆଦିଲ୍ଲୀର ପ୍ରତିଷ୍ଠାତା ଇବ୍ରାହିମ ଅଲକାଜୀଙ୍କ ଅଧୀନରେ ପ୍ରଶିକ୍ଷଣ ନେଇଥିଲେ ଯେତେବେଳେ ସେ ଲିଭିଙ୍ଗ ଥିଏଟର ଏକାଡେମୀ ଅଫ୍ ଡ୍ରାମା ଗଠନ କରିଥିଲେ ଏବଂ ତାଙ୍କର ୬ଟି ନଟକରେ ଆହୁଜା ଅଭିନୟ କରିଥିଲେ । ଏଥିସହିତ ସେ ପ୍ଲସ୍ ଚ୍ୟାନେଲର ମିର୍ଚ ମାସାଲା କାର୍ଯ୍ୟକ୍ରମରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ[୧] ଯେଉଁଠି ସେ ଚିରଞ୍ଜୀବୀ ଓ ନାଗାର୍ଜୁନଙ୍କ ପରି ଜଣାଶୁଣା କଳାକାରଙ୍କର ସାକ୍ଷାତକାର ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରିବା ଆରମ୍ଭ କରିଥିଲେ; ପରମ୍ପରା, ସଫର୍, ସାଥୀ ଏବଂ ଶାନ୍ତି ଭଳି ଧାରାବାହିକରେ ସେ ଅଭିନୟ କରିଥିଲେ । ତା’ପରେ ସେ ଏକ ତାମିଲ ସିରିଏଲ ସୁଜାଲରେ କାମ କରିବା ପାଇଁ ଚେନ୍ନାଇକୁ ସ୍ଥାନାନ୍ତରିତ ହୋଇଥିଲେ । ଏହାପରେ ସେ ଓଭିୟାମ ଏବଂ ପାନାମ ପେନ୍ ପାସାମରେ ମଧ୍ୟ ଅଭିନୟ କରିଥିଲେ ।[୨]
୧୯୯୮ ମସିହାରେ, ସେ ତାଙ୍କ ମାଆ ସୁଷମା ଆହୁଜାଙ୍କ ନିର୍ଦ୍ଦେଶିତ କଥାଚିତ୍ର ଉଇରୋଡୁ ଉଇରାଗାରେ ଅଜିତ କୁମାରଙ୍କ ସହ ଅଭିନୟ କରିଥିଲେ ।[୩] ଏହି କଥାଚିତ୍ରଟିର ଏକ ପ୍ରକୃତ ଘଟଣା ଉପରେ ଆଧାରିତ ଥିଲା, ଯାହାକି ୧୯୯୦ ଦଶକ ପୂର୍ବରୁ ଘଟିଥିଲା ।[୪] କଥାଚିତ୍ର ସମାଲୋଚକମାନଙ୍କ ସକରାତ୍ମକ ସମୀକ୍ଷା ପାଇଁ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା, ମାତ୍ର ଏହାର ଚିତ୍ରନାଟ୍ୟ ଓ କାହାଣୀର ଦୁର୍ବଳତା ବିଷୟରେ ଆଲୋଚନା କରାଯାଇଥିଲେ ।[୫] ଫ୍ରାନ୍ସକୁ ଛୁଟିରେ ଯାଇଥିବାବେଳେ ସେ ଗିରୀଶ କର୍ଣ୍ଣାଡ଼ଙ୍କ ନାଟକ ହାୟବଦନାର ଫରାସୀ ଆଡାପ୍ଟେସନ୍ରେ କାମ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଫରାସୀ ଭାଷା ଶିଖି ଏହି ନାଟକରେ ୪୫ ଥର କାମ କରିଥିଲେ । ଏହା ପରେ, ୨୦୦୦ ମସିହାରେ ଲେ ମିଷ୍ଟ୍ରିରେ ପରଶୁରାମ ନାମକ ଏକ ଫରାସୀ କଥାଚିତ୍ରରେ ଅଭିନୟ କରିବାକୁ ଫ୍ରାନ୍ସ ଯାଇଥିଲେ ଏବଂ ସେଠାରେ ପ୍ରାୟ ଦୁଇବର୍ଷରୁ ଅଧିକ ରହିଥିଲେ ।[୬]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
---|---|---|---|---|
୧୯୯୨ | ପ୍ରେଇଂ ଉଇଥ୍ ଏଙ୍ଗର୍ | ରୁପାଲ ମୋହନ | ଇଂରାଜୀ | |
୧୯୯୭ | ଜିଦ୍ଦି | ଗୁଡ୍ଡି | ହିନ୍ଦୀ | |
୧୯୯୮ | ଉଇରୋଡୁ ଉଇରାଗା | ଅଞ୍ଜଳି | ତାମିଲ୍ | |
୨୦୦୦ | ଲେ ମିଷ୍ଟ୍ରିରେ ପରଶୁରାମ | ଇନ୍ଦ୍ର ହାମସା | ଫରାସୀ | |
୨୦୦୧ | ଦମ୍ ଦମ୍ ଦମ୍ | ଆଶା | ତାମିଲ୍ |
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ରିଚା ୧୪ ଫେବୃଆରୀ ୨୦୦୨ରେ କାଶ ବାଦାମୀଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ୩ ଜଣ ସନ୍ତାନ ଅଛନ୍ତି ।
ଆଧାର
[ସମ୍ପାଦନା]- ↑ Aarkay (29 April 2000). "Oscar spurned, but not burned". Rediff.com. Retrieved 7 September 2023.
- ↑ Kumar, S. R. Ashok. "Looking beyond stardom". The Hindu. Archived from the original on 12 July 2012. Retrieved 7 September 2023.
{{cite web}}
: CS1 maint: unfit URL (link) - ↑ Mahesh, Chitra. "The Hindu : Fame from many quarters". The Hindu. Archived from the original on 10 November 2012. Retrieved 17 January 2022.
- ↑ "1997-98 Kodambakkam babies Page: Part 2". Archived from the original on 24 July 2012. Retrieved 12 November 2012.
{{cite web}}
: CS1 maint: unfit URL (link) - ↑ "Uyirodu Uyiraaga: Movie Review". www.indolink.com. Archived from the original on 2000-12-11.
{{cite web}}
: CS1 maint: unfit URL (link) - ↑ Pescheux, Viviane (2000). "Le Mystère Parasuram". Télé 7 Jours (in ଫରାସୀ). Retrieved 7 September 2023.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରିଚା ଆହୁଜା