Jump to content

ଗିରୀଶ କର୍ଣ୍ଣାଡ଼

ଉଇକିପିଡ଼ିଆ‌ରୁ
ଗିରୀଶ କର୍ଣ୍ଣାଡ଼
୨୦୦୯ ମସିହାରେ କର୍ଣ୍ଣ୍ୱେଲ ବିଶ୍ୱବିଦ୍ୟାଳୟରେ ଗିରୀଶ କର୍ଣ୍ଣାଡ଼
୨୦୦୯ ମସିହାରେ କର୍ଣ୍ଣ୍ୱେଲ ବିଶ୍ୱବିଦ୍ୟାଳୟରେ ଗିରୀଶ କର୍ଣ୍ଣାଡ଼
ଜନ୍ମ ଓ ଜନ୍ମସ୍ଥାନଗିରୀଶ ରଘୁନାଥ କର୍ଣ୍ଣାଡ଼
(1938-05-19)୧୯ ମଇ ୧୯୩୮
ମଥେରାନ, ବମ୍ବେ ପ୍ରେସିଡେନ୍ସୀ, ବ୍ରିଟିଶ ଭାରତ
(ବର୍ତ୍ତମାନର ମହାରାଷ୍ଟ୍ର, ଭାରତ)
ମୃତ୍ୟୁ୧୦ ଜୁନ ୨୦୧୯(2019-06-10) (ବୟସ ୮୧)[୧]
ବେଙ୍ଗାଳୁରୁ, କର୍ଣ୍ଣାଟକ, ଭାରତ
ବୃତ୍ତିସଂଳାପକାର, ଚଳଚ୍ଚିତ୍ର ନିର୍ଦ୍ଦେଶକ, ଚଳଚ୍ଚିତ୍ର ଅଭିନେତା
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନକର୍ଣ୍ଣାଟକ ବିଶ୍ୱବିଦ୍ୟାଳୟ, ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ
ସମୟ୧୯୩୯-୨୦୧୯
ଶୈଳୀକଳ୍ପନାପ୍ରସୂତ
ସାହିତ୍ୟର ଆନ୍ଦୋଳନନବ୍ୟ
ସାହିତ୍ୟ କୃତିତୁଗଲକ ୧୯୬୪
ତଳେଦଣ୍ଡ
ଜୀବନସାଥୀସରସ୍ୱତୀ ଗଣପତି
ସନ୍ତାନରଘୁ କର୍ଣ୍ଣାଡ଼

ଗିରୀଶ ରଘୁନାଥ କର୍ଣ୍ଣାଡ଼ (୧୯ ମଇ ୧୯୩୮ – ୧୦ ଜୁନ ୨୦୧୯)[୨] ଜଣେ ଭାରତୀୟ ଅଭିନେତା, ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ, କନ୍ନଡ଼ ଲେଖକ,[୩] ସଂଳାପକାର ଓ ରୋଡ୍ସ ସ୍କଲାର ଥିଲେ ଓ ମୁଖ୍ୟତଃ ଦକ୍ଷିଣ ଭାରତୀୟ ଓ ବଲିଉଡ଼ ସିନେମାରେ କାମ କରିଥିଲେ । ୧୯୬୦ ଦଶକରେ ସଂଳାପକାର ଭାବେ ତାଙ୍କର ଉତ୍ଥାନ କନ୍ନଡ଼ରେ ଆଧୁନିକ ସଂଳାପ ରଚନା ବଙ୍ଗଳାରେ ବାଦଲ ସରକାର, ମରାଠୀରେ ବିଜୟ ତେନ୍ଦୁଲକର ଓ ହିନ୍ଦୀରେ ମୋହନ ରାକେଶଙ୍କ ସହ ତୁଳନୀୟ ।[୪] ସେ ୧୯୯୮ରେ ଭାରତର ସର୍ବଶ୍ରେଷ୍ଠ ସାହିତ୍ୟିକ ପୁରସ୍କାର ଜ୍ଞାନପୀଠ ସମ୍ମାନରେ ସମ୍ମାନୀତ ।[୫]

ଚାଳିଶ ବର୍ଷ ଧରି କର୍ଣ୍ଣାଡ଼ ମୁଖ୍ୟତଃ ଇତିହାସ ଓ ପୁରାଣକୁ ନେଇ ତାତ୍କାଳିକ ଅସୁବିଧା ବାବଦରେ ନାଟକ ରଚନା କରିଥିଲେ । ସେ ତାଙ୍କର ନାଟକଗୁଡ଼ିକ ଇଂରାଜୀରେ ଅନୁବାଦ ମଧ୍ୟ କରୁଥିଲେ । ତାଙ୍କର ନାଟକଗୁଡ଼ିକ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୂଦିତ ହୋଇ ଏବ୍ରାହିମ ଆଲକାଜି, ବି.ଭି. କରନ୍ତ, ଆଲିକି ପଦମସୀ, ପ୍ରସନ୍ନ, ଅରବିନ୍ଦ ଗୌର, ସତ୍ୟଦେବ ଦୁବେ, ବିଜୟ ମେହେଟା, ଶ୍ୟାମାନନ୍ଦ ଜଲାନ, ଅମାଲ ଆଲାନା ଓ ଜାଫର ମହିଉଦ୍ଦିନ ଆଦି ନିର୍ଦ୍ଦେଶକଙ୍କଦ୍ୱାରା ନିର୍ଦ୍ଦେଶିତ ହୋଇଛି ।[୬] ସେ ବିଭିନ୍ନ ଭାରତୀୟ ଭାଷାର ସିନେମାରେ ଜଣେ ଅଭିନେତା, ନିର୍ଦ୍ଦେଶକ ଭାବେ କାମ କରିବା ସହ କନ୍ନଡ଼ ଓ ହିନ୍ଦୀ ସିନେମାରେ ପୁରସ୍କୃତ ହୋଇଛନ୍ତି । ସେ ଭାରତ ସରକାରଙ୍କଠାରୁ ପଦ୍ମଶ୍ରୀ ଓ ପଦ୍ମଭୂଷଣ ସମ୍ମାନରେ, ଓ ଚାରିଥର ଫିଲ୍ମଫେୟାର ପୁରସ୍କାରରେ (ତନ୍ମଧ୍ୟରୁ ତିନୋଟି କନ୍ନଡ଼ରେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଓ ଚତୁର୍ଥ ସଂଳାପରଚନା ପାଇଁ) ସମ୍ମାନୀତ । ତାଙ୍କର ପ୍ରସିଦ୍ଧତମ ନାଟକ ଯଯାତି । ସେ ୧୯୯୧ ମସିହାରେ ଦୂରଦର୍ଶନରେ ପ୍ରସାରିତ ସାପ୍ତାହିକ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ଟର୍ଣ୍ଣିଂ ପଏଣ୍ଟର ଉପସ୍ଥାପକ ଥିଲେ ।

କ୍ଷୀଣ ସ୍ୱାସ୍ଥାବସ୍ଥା ହେତୁ ସେ ବେଙ୍ଗାଳୁରୁଠାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଓ ୨୦୧୯ ମସିହା ଜୁନ ୧୦ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।[୭]

  1. ↑ "Veteran playwright Girish Karnad passes away". The Times of India. 09 June 2019. Retrieved 10 June 2019. {{cite web}}: Check date values in: |date= (help)
  2. ↑ "Girish Karnad passes away, end of an era in Indian theatre and cinema". The News Minute. 10 June 2019. Retrieved 10 June 2019.
  3. ↑ "Sahitya Akademi : Who's Who of Indian Writers". Sahitya Akademi. Sahitya Akademi. Retrieved 27 October 2015.
  4. ↑ "Drama between the lines". Financial Express. 28 January 2007.
  5. ↑ "Jnanpith for Dr Girish Karnad". Rediff.com. 21 January 1999. Retrieved 2 May 2014.
  6. ↑ AWARDS: The multi-faceted playwright Frontline, Vol. 16, No. 3, 30 Jan.–12 Feb 1999.
  7. ↑ https://www.ndtv.com/entertainment/girish-karnad-dies-at-81-president-kovind-pm-modi-kamal-haasan-and-others-post-tributes-2050728?News_Trending

ବାହାର ଆଧାର

[ସମ୍ପାଦନା]