ରିଚା ଆହୁଜା

ଉଇକିପିଡ଼ିଆ‌ରୁ
ରିଚା ଆହୁଜା
ଜନ୍ମ (1973-10-16) ୧୬ ଅକ୍ଟୋବର ୧୯୭୩ (ବୟସ ୫୦)
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୨–୨୦୦୧
ବୈବାହିକ-ସାଥୀକାଶ ବାଦାମୀ
ସନ୍ତାନ
ପିତାମାତାସୁଷମା ଆହୁଜା

ରିଚା ଆହୁଜା (ଜନ୍ମ: ୧୬ ସେପ୍ଟେମ୍ବର ୧୯୭୩) ଜଣେ ପୂର୍ବତନ ଭାରତୀୟ ଅଭିନେତ୍ରୀ । ସେ ହିନ୍ଦୀ, ତାମିଲ, ଇଂରାଜୀ ଏବଂ ଫରାସୀ କଥାଚିତ୍ର ଓ ନାଟକରେ ଅଭିନୟ କରିଛନ୍ତି ।

ଅଭିନୟ ଜୀବନ[ସମ୍ପାଦନା]

ରିଚା ନୂଆଦିଲ୍ଲୀର କଣ୍ଠଶିଳ୍ପୀ ତଥା ନାଟ୍ୟକାର ସୁଷମା ଅହୁଜା ଏବଂ ଜଣେ ପାକିସ୍ତାନୀ ହିନ୍ଦୁ ପିତାଙ୍କ ଝିଅ । ସେ ବଡ଼ ପରଦାରେ ଅଭିନୟ କରିବା ଆଗରୁ ପିଲାଦିନରୁ ଅନେକ ମଞ୍ଚ ନାଟକରେ ଅଭିନୟ କରିଥିଲେ । ସେ ୧୯୯୧ ମସିହାରେ ଏକ ପରୀକ୍ଷାମୂଳକ ଇଂରାଜୀ କଥାଚିତ୍ର ପ୍ରେୟିଂ ଉଇଥ୍ ଏଙ୍ଗର୍ ଜରିଆରେ ବଡ଼ ପରଦାରେ ଅଭିନୟ କରିବା ଆରମ୍ଭ କରିଥିଲେ । ତା’ପରେ ସେ ହିନ୍ଦୀ ଓ ଇଂରାଜୀ ଥିଏଟରରେ ଅଭିନୟ କରିବା ସହିତ ଚେନ୍ନାଇରେ ବିଭିନ୍ନ ପ୍ରକଳ୍ପରେ କାମ କରିଥିଲେ । ସେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା, ନୂଆଦିଲ୍ଲୀର ପ୍ରତିଷ୍ଠାତା ଇବ୍ରାହିମ ଅଲକାଜୀଙ୍କ ଅଧୀନରେ ପ୍ରଶିକ୍ଷଣ ନେଇଥିଲେ ଯେତେବେଳେ ସେ ଲିଭିଙ୍ଗ ଥିଏଟର ଏକାଡେମୀ ଅଫ୍ ଡ୍ରାମା ଗଠନ କରିଥିଲେ ଏବଂ ତାଙ୍କର ୬ଟି ନଟକରେ ଆହୁଜା ଅଭିନୟ କରିଥିଲେ । ଏଥିସହିତ ସେ ପ୍ଲସ୍ ଚ୍ୟାନେଲର ମିର୍ଚ ମାସାଲା କାର୍ଯ୍ୟକ୍ରମରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ[୧] ଯେଉଁଠି ସେ ଚିରଞ୍ଜୀବୀ ଓ ନାଗାର୍ଜୁନଙ୍କ ପରି ଜଣାଶୁଣା କଳାକାରଙ୍କର ସାକ୍ଷାତକାର ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରିବା ଆରମ୍ଭ କରିଥିଲେ; ପରମ୍ପରା, ସଫର୍, ସାଥୀ ଏବଂ ଶାନ୍ତି ଭଳି ଧାରାବାହିକରେ ସେ ଅଭିନୟ କରିଥିଲେ । ତା’ପରେ ସେ ଏକ ତାମିଲ ସିରିଏଲ ସୁଜାଲରେ କାମ କରିବା ପାଇଁ ଚେନ୍ନାଇକୁ ସ୍ଥାନାନ୍ତରିତ ହୋଇଥିଲେ । ଏହାପରେ ସେ ଓଭିୟାମ ଏବଂ ପାନାମ ପେନ୍ ପାସାମରେ ମଧ୍ୟ ଅଭିନୟ କରିଥିଲେ ।[୨]

୧୯୯୮ ମସିହାରେ, ସେ ତାଙ୍କ ମାଆ ସୁଷମା ଆହୁଜାଙ୍କ ନିର୍ଦ୍ଦେଶିତ କଥାଚିତ୍ର ଉଇରୋଡୁ ଉଇରାଗାରେ ଅଜିତ କୁମାରଙ୍କ ସହ ଅଭିନୟ କରିଥିଲେ ।[୩] ଏହି କଥାଚିତ୍ରଟିର ଏକ ପ୍ରକୃତ ଘଟଣା ଉପରେ ଆଧାରିତ ଥିଲା, ଯାହାକି ୧୯୯୦ ଦଶକ ପୂର୍ବରୁ ଘଟିଥିଲା ।[୪] କଥାଚିତ୍ର ସମାଲୋଚକମାନଙ୍କ ସକରାତ୍ମକ ସମୀକ୍ଷା ପାଇଁ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା, ମାତ୍ର ଏହାର ଚିତ୍ରନାଟ୍ୟ ଓ କାହାଣୀର ଦୁର୍ବଳତା ବିଷୟରେ ଆଲୋଚନା କରାଯାଇଥିଲେ ।[୫] ଫ୍ରାନ୍ସକୁ ଛୁଟିରେ ଯାଇଥିବାବେଳେ ସେ ଗିରୀଶ କର୍ଣ୍ଣାଡ଼ଙ୍କ ନାଟକ ହାୟବଦନାର ଫରାସୀ ଆଡାପ୍ଟେସନ୍‌ରେ କାମ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଫରାସୀ ଭାଷା ଶିଖି ଏହି ନାଟକରେ ୪୫ ଥର କାମ କରିଥିଲେ । ଏହା ପରେ, ୨୦୦୦ ମସିହାରେ ଲେ ମିଷ୍ଟ୍ରିରେ ପରଶୁରାମ ନାମକ ଏକ ଫରାସୀ କଥାଚିତ୍ରରେ ଅଭିନୟ କରିବାକୁ ଫ୍ରାନ୍ସ ଯାଇଥିଲେ ଏବଂ ସେଠାରେ ପ୍ରାୟ ଦୁଇବର୍ଷରୁ ଅଧିକ ରହିଥିଲେ ।[୬]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ
୧୯୯୨ ପ୍ରେଇଂ ଉଇଥ୍ ଏଙ୍ଗର୍ ରୁପାଲ ମୋହନ ଇଂରାଜୀ
୧୯୯୭ ଜିଦ୍ଦି ଗୁଡ୍ଡି ହିନ୍ଦୀ
୧୯୯୮ ଉଇରୋଡୁ ଉଇରାଗା ଅଞ୍ଜଳି ତାମିଲ୍
୨୦୦୦ ଲେ ମିଷ୍ଟ୍ରିରେ ପରଶୁରାମ ଇନ୍ଦ୍ର ହାମସା ଫରାସୀ
୨୦୦୧ ଦମ୍ ଦମ୍ ଦମ୍ ଆଶା ତାମିଲ୍

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ରିଚା ୧୪ ଫେବୃଆରୀ ୨୦୦୨ରେ କାଶ ବାଦାମୀଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ୩ ଜଣ ସନ୍ତାନ ଅଛନ୍ତି ।

ଆଧାର[ସମ୍ପାଦନା]

  1. Aarkay (29 April 2000). "Oscar spurned, but not burned". Rediff.com. Retrieved 7 September 2023.
  2. Kumar, S. R. Ashok. "Looking beyond stardom". The Hindu. Archived from the original on 12 July 2012. Retrieved 7 September 2023.{{cite web}}: CS1 maint: unfit URL (link)
  3. Mahesh, Chitra. "The Hindu : Fame from many quarters". The Hindu. Archived from the original on 10 November 2012. Retrieved 17 January 2022.
  4. "1997-98 Kodambakkam babies Page: Part 2". Archived from the original on 24 July 2012. Retrieved 12 November 2012.{{cite web}}: CS1 maint: unfit URL (link)
  5. "Uyirodu Uyiraaga: Movie Review". www.indolink.com. Archived from the original on 2000-12-11.{{cite web}}: CS1 maint: unfit URL (link)
  6. Pescheux, Viviane (2000). "Le Mystère Parasuram". Télé 7 Jours (in ଫରାସୀ). Retrieved 7 September 2023.

ବାହାର ଲିଙ୍କ୍[ସମ୍ପାଦନା]