ରଥ ଦାସ

ଉଇକିପିଡ଼ିଆ‌ରୁ
(Ratha Dasରୁ ଲେଉଟି ଆସିଛି)
ରଥ ଦାସ
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀଅର୍ଜୁନ ଚରଣ ସେଠୀ
ପର ଅଧିକାରୀଅନନ୍ତ ସେଠୀ
ନିର୍ବାଚନ ମଣ୍ଡଳୀଭଣ୍ଡାରିପୋଖରୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1958-03-13) ୧୩ ମାର୍ଚ୍ଚ ୧୯୫୮ (ବୟସ ୬୬)
ବନ୍ତ, ଭଦ୍ରକ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ବିଜୁ ଜନତା ଦଳ
ଜନତା ଦଳ
ଜୀବନ ସାଥୀବାସନ୍ତୀଲତା ଦାସ
ସନ୍ତାନ୧ ପୁଅ ଓ ୨ ଝିଅ
ବାପା/ବୋଉଚୈତନ୍ୟ ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ରଥ ଦାସ (ଜନ୍ମ: ୧୩ ମାର୍ଚ୍ଚ ୧୯୫୮) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ୨୦୦୦ ମସିହାରେ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ । ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଭଣ୍ଡାରୀପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ରଥ ଦାସ ୧୯୫୮ ମସିହାର ମାର୍ଚ୍ଚ ମାସ ୧୩ ତାରିଖରେ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ୍‌ର ଟିଲ୍ଲୋଠାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଥିଲା ଚୈତନ୍ୟ ଦାସ ।[୩] ସେ ବାଣିଜ୍ୟରେ ସ୍ନାତକ କରିବା ପରେ ଅର୍ଥନୀତିରେ ସ୍ନାତକୋତ୍ତର କରିଥିଲେ ଏବଂ ପରେ ସେ କେନ୍ଦ୍ର ସରକାରଙ୍କ ଅଧିନରେ ସରକାରୀ ଚାକିରୀ କରୁଥିଲେ ।[୧] ରଥ ଦାନ ବାସନ୍ତୀଲତା ଦାସଙ୍କୁ ବିବାହ କରିଥିଲେ ।[୨] ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ଦୁଇଟି ଝିଅ ଅଛନ୍ତି ।[୪]


ରାଜନୈତିକ ଜୀବନ[ସମ୍ପାଦନା]

ରଥ ଦାସ ରାଜନୀତିରେ ଯୋଗ ଦେବାପାଇଁ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ।[୧] ସେ ପ୍ରଥମେ ଜନତା ଦଳରେ ଯୋଗ ଦେଇଥିଲେ ଏବଂ ପରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୧] ରଥ ଦାସ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ ।


୧୯୯୬ ମସିହାରେ ହୋଇଥିବା ଭାରତୀୟ ସାଧାରଣ ନିର୍ବାଚନରେ ସେ ଜନତା ଦଳର ପ୍ରତିନିଧି ଭାବରେ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୨,୭୧,୬୯୩ ଖଣ୍ଡ ଭୋଟ ପାଇବା ସହ ପରାସ୍ତ ହୋଇଥିଲେ ।[୫]

୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୪] ଏହି ନିର୍ବାଚନରେ ସେ ସମୁଦାୟ ୫୯,୪୪୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୬][୭][୮] ଏହି ବିଧାନ ସଭାରେ ସେ ୨୦୦୦ ମସିହାରୁ ୨୦୦୪ ମସିହାରେ ନବୀନ ପଟ୍ଟନାୟକଙ୍କର ପ୍ରଥମ ସରକାର ଭଙ୍ଗ ହେବାଯାଏଁ କାର୍ଯ୍ୟ କରିଥିଲେ ।[୧]


ଏହାପରେ ୨୦୦୪ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ମାତ୍ର ଏହି ନିର୍ବାଚନରେ ସେ ପରାସ୍ତ ହୋଇଥିଲେ ଏବଂ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ଅନନ୍ତ ସେଠୀ ବିଜୟୀ ହୋଇ ୧୩ଶ ଓଡ଼ିଶା ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

୨୦୦୯ ମସିହାରେ ହୋଇଥିବା ଭାରତୀୟ ସାଧାରଣ ନିର୍ବାଚନରେ ତାକୁ ବିଜୁ ଜନତା ଦଳରୁ ନିର୍ବାଚନ ଲଢ଼ିବାକୁ ଟିକେଟ୍ ମିଳିନଥିଲା, ଫଳରେ ସେ ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ[୯] ଏବଂ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଲୋକ ସଭା ପାଇଁ ନିର୍ବାଚନ ଲଢ଼ିଥିଲେ, ମାତ୍ର ବିଜୁ ଜନତା ଦଳର ପ୍ରାର୍ଥୀ ଅର୍ଜୁନ ଚରଣ ସେଠୀଙ୍କଠାରୁ ପରାସ୍ତ ହୋଇଥିଲେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Ratha Das". odishaassembly.nic.in. Odisha Assembly. Retrieved 1 April 2019.
  2. ୨.୦ ୨.୧ "MLA Ratha Das Profile | BHANDARIPOKHARI Constituency". naveenpatnaik.com. Archived from the original on 2019-04-04. Retrieved 2019-04-04.
  3. "Ratha Das : Biju Janata Dal , MLA , Bhandaripokhari Constituency". Janpratinidhi. Archived from the original on 2019-04-05. Retrieved 2019-04-04.
  4. ୪.୦ ୪.୧ "MLA Ratha Das Profile | BHANDARIPOKHARI Constituency". www.odishahelpline.com. Retrieved 2019-04-04.
  5. "Bhadrak Parliamentary Constituency Map, Election Results and Winning MP". www.mapsofindia.com. Retrieved 2019-04-04.
  6. "Bhandaripokhari Assembly Constituency Election Result - Legislative Assembly Constituency". resultuniversity.com. Retrieved 2019-04-04.
  7. Prakash, M. "Entranceindia | Bhandaripokhari 2000 Assembly MLA Election Odisha | Entranceindia" (in ଆମେରିକୀୟ ଇଂରାଜୀ). Archived from the original on 2019-04-04. Retrieved 2019-04-04.
  8. "Ratha Das, Bhandaripokhari Assembly Elections 2000 LIVE Results | Election Dates, Exit Polls, Leading Candidates & Parties | Latest News, Articles & Statistics | LatestLY.com". Latestly (in ଇଂରାଜୀ). Retrieved 2019-04-04.
  9. "BJD leaders rebel, join BJP - Times of India". The Times of India. Retrieved 2019-04-04.