ରସିକା ଯୋଶୀ
ରସିକା ଯୋଶୀ | |
---|---|
ଜନ୍ମ | |
ମୃତ୍ୟୁ | ୭ ଜୁଲାଇ ୨୦୧୧ ମୁମ୍ବାଇ, ମହାରାଷ୍ଟ୍ର, ଭାରତ | (ବୟସ ୩୮)
ବୃତ୍ତି(ସମୂହ) | ଅଭିନେତ୍ରୀ ଲେଖିକା ନିର୍ଦ୍ଦେଶିକା |
ରସିକା ଯୋଶୀ (୧୨ ସେପ୍ଟେମ୍ବର ୧୯୭୨ – ୭ ଜୁଲାଇ ୨୦୧୧) ଜଣେ ଭାରତୀୟ ଅଭିନେତ୍ରୀ ଥିଲେ, ଯିଏକି ମୁଖ୍ୟତଃ ମରାଠୀ ଏବଂ ହିନ୍ଦୀ କଥାଚିତ୍ର ଜଗତରେ କାମ କରୁଥିଲେ । ସେ ମରାଠୀ ଥିଏଟର ଏବଂ ଭାରତୀୟ ଦୂରଦର୍ଶନ ଜଗତରେ କାମ କରିବା ସହିତ ହନ୍ଦୀ କଥାଚିତ୍ରରେ ମରାଠୀ ବ୍ୟକ୍ତିତ୍ୱ ଅଭିନୟ ପାଇଁ ଜଣାଶୁଣା ଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ରସିକା ୧୯୭୨ ମସିହାର ସେପ୍ଟେମ୍ବର ୧୨ ତାରିଖରେ ମୁମ୍ବାଇରେ ଏକ ମରାଠୀ ହିନ୍ଦୁ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ନିର୍ଦ୍ଦେଶକ ତଥା ଅଭିନେତା ଗିରିଶ ଯୋଶୀଙ୍କୁ ବିବାହ କରିଥିଲେ ।[୧]
ପେଷା
[ସମ୍ପାଦନା]ସେ ଲତା ନାଭେଦକରଙ୍କଦ୍ୱାରା ନିର୍ମିତ ମରାଠୀ ନାଟକ ଉଞ୍ଚା ମାଝା ଜୋକା ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ଅବିନାଶ ମସୁରେକର ଓ ସ୍ମିତା ତଲୱାଲକରଙ୍କ ସହିତ କାମ କରିଥିଲେ । ତାଙ୍କ ଅଭିନୀତ ଶେଷ କଥାଚିତ୍ର ଥିଲା ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ନଟ୍ ଏ ଲଭ୍ ଷ୍ଟୋରୀ । ସେ ହ୍ୱାଇଟ୍ ଲିଲି ଆଣ୍ଡ୍ ନାଇଟ୍ ରାଇଡର୍ ନାଟକରେ ଲେଖିକା, ନିର୍ଦ୍ଦେଶିକା ଏବଂ ଅଭିନେତ୍ରୀ ଭାବରେ କାମ କରିଥିଲେ ।
ଅଭିନୀତ କଥାଚିତ୍ର
[ସମ୍ପାଦନା]ହିନ୍ଦୀ
[ସମ୍ପାଦନା]- ଗାୟବ (୨୦୦୪)
- ଏକ ହାସିନା ଥି (୨୦୦୪)
- ବାସ୍ତୁ ଶାସ୍ତ୍ର (୨୦୦୪)
- ଡର୍ନା ଜରୁରୀ ହୈ (୨୦୦୬)
- ମାଲାମାଲ୍ ଉଇକ୍ଲି (୨୦୦୬)
- ଡାର୍ଲିଂ (୨୦୦୭)
- ଜନି ଗଦ୍ଦାର୍ (୨୦୦୭)
- ଢୋଲ୍ (୨୦୦୭)
- ଭୁଲ୍ ଭୁଲୈୟା (୨୦୦୭)
- ଦେ ତାଲି (୨୦୦୮)
- ବିଲୁ (୨୦୦୯)
- ନଟ୍ ଏ ଲଭ୍ ଷ୍ଟୋରୀ (୨୦୧୧)
ଦୂରଦର୍ଶନ
[ସମ୍ପାଦନା]ପ୍ରପଞ୍ଚ (ମରାଠୀ)
ଘାଡ଼ଲେ ବିଘଡ଼ଲେ (ମରାଠୀ)
ବୁଆ ଆଲା (ମରାଠୀ)
ୟେ ଦୁନିୟା ହୈ ରଙ୍ଗୀନ (ମରାଠୀ; ୧୯୯୯)
ବନ୍ଦିନୀ (ହିନ୍ଦୀ; ୨୦୦୯-୨୦୧୧)
ମୃତ୍ୟୁ
[ସମ୍ପାଦନା]ଲିଉକେମିଆରେ ପୀଡ଼ିତ ହୋଇ ୨୦୧୧ ମସିହାର ଜୁଲାଇ ୭ ତାରିଖରେ ସେ ମୁମ୍ବାଇର ଏକ ନରସିଂହୋମ୍ରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୩୮ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ "चतुरस्र अभिनेत्री रसिका जोशी यांचे निधन". Lokasatta Marathi. Lokasatta. Retrieved 9 July 2011.
- ↑ "Rasika Joshi passes away". From Mumbai Mirror. TOI. 9 July 2011. Retrieved 9 July 2011.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରସିକା ଯୋଶୀ