ରାଧାରାଣୀ ପଣ୍ଡା
ରାଧାରାଣୀ ପଣ୍ଡା | |
|---|---|
| ବିଧାୟିକା: ୧୫ଶ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୨୦୧୪ – ୨୦୧୯ | |
| ପୂର୍ବ ଅଧିକାରୀ | ଅନୁପ କୁମାର ସାଏ |
| ପର ଅଧିକାରୀ | କେ. କୁମାର ମହାନ୍ତି |
| ନିର୍ବାଚନ ମଣ୍ଡଳୀ | ବ୍ରଜରାଜନଗର |
| ସାଂସଦ: ପଞ୍ଚଦଶଲୋକସଭା | |
| କାର୍ଯ୍ୟକାଳ ୨୦୦୯ – ୨୦୧୪ | |
| ପୂର୍ବ ଅଧିକାରୀ | ପୂର୍ବରୁ ଆସନଟି ନଥିଲା, (ରାଧାରାଣୀ ପଣ୍ଡା ବରଗଡ଼ର ପ୍ରଥମ ସାଂସଦ) |
| ପର ଅଧିକାରୀ | ପ୍ରଭାସ କୁମାର ସିଂ |
| ନିର୍ବାଚନ ମଣ୍ଡଳୀ | ବରଗଡ଼ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୨୧ ଜୁନ ୧୯୬୧ |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ବିଜୁ ଜନତା ଦଳ |
| ଜୀବନ ସାଥୀ | ସୁଧାଂଶୁ ପୁରୋହିତ |
| ସନ୍ତାନ | ୧ ଝିଅ |
| ବାପା/ବୋଉ | ଜୟକୃଷ୍ଣ ପଣ୍ଡା (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ରାଧାରାଣୀ ପଣ୍ଡା (ଜନ୍ମ: ୨୧ ଜୁନ ୧୯୬୧) ଜଣେ ଓଡ଼ିଆ ରାଜନୀତିଜ୍ଞ ।[୧] ସେ ଭାରତୀୟ ଜନତା ପାର୍ଟିର ଜଣେ ପ୍ରତିନିଧି ଭାବରେ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ବରଗଡ଼ ଲୋକସଭା ଆସନରୁ ୨୦୦୯ ରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।[୨] ସେ ରାଜ୍ୟ ବିଜେପିର ଝାରସୁଗୁଡ଼ା ଜିଲ୍ଲାର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ରାଧାରାଣୀ ପଣ୍ଡା ୧୯୬୧ ମସିହାର ଜୁନ ମାସ ୨୧ ତାରିଖରେ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପା ଥିଲେ ଜୟକୃଷ୍ଣ ପଣ୍ଡା । ରାଧାରାଣୀ କଳାରେ ସ୍ନାତକ କରିବାପରେ ଓକିଲାତି ପଢ଼ିଥିଲେ ।[୧] ରାଧାରାଣୀ ସୁଧାଂଶୁ ପୁରୋହିତଙ୍କୁ ବିବାହ କରିଥିଲେ ।[୩] ଏହି ଦମ୍ପତିଙ୍କର ଗୋଟିଏ ଝିଅ ଅଛି । ରାଧାରାଣୀ ପେଶାରେ ଜଣେ ଓକିଲ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ରାଧାରାଣୀ ପଣ୍ଡା ଭାରତୀୟ ଜନତା ପାର୍ଟିର ଜଣେ ସଦସ୍ୟା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ସେ ୨୦୦୯ ରେ ଲୋକସଭା ନିର୍ବାଚନରେ ବରଗଡ଼ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହେଇଥିଲେ । ୨୦୦୯ ରେ ବରଗଡ଼ ନୂଆ କରି ପ୍ରତିଷ୍ଠା ହେଇଥିଲା , ଅତଏବ ପଣ୍ଡା ହେଉଛନ୍ତି ପ୍ରଥମ ସାଂସଦ । ସେ ୨୦୦୯ ରେ ବିଜେପିର ଏକମାତ୍ର ଓଡ଼ିଆ ସାଂସଦ ଥିଲେ । ସେ ୨୦୧୪ ରେ ଓଡ଼ିଶା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୪] ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ରାଧାରାଣୀ ବିଜୁ ଜନତା ଦଳର ପ୍ରତିନିଧି ଅନୁପ କୁମାର ସାଏଙ୍କୁ ହରାଇଥିଲେ ।[୬] ଅନୁପ ପୂର୍ବରୁ ଚାରିଥର କଂଗ୍ରେସ ଦଳର ପ୍ରତିନିଧି ଭାବରେ ବ୍ରଜରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ କଂଗ୍ରେସ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ଏବଂ ବ୍ରଜରାଜନଗର ଆସନରୁ ନିର୍ବାଚନ ଲଢ଼ିଥିଲେ, ମାତ୍ର ପରାଜିତ ହୋଇଥିଲେ ।[୬] ଏହି ନିର୍ବାଚନରେ ରାଧାରାଣୀଙ୍କୁ ସମୁଦାୟ ୫୦୭୩୬ ଖଣ୍ଡ ଭୋଟ ପାଇଥିଲେ[୭] ଏବଂ ବିଜୁ ଜନତା ଦଳର ପ୍ରତିନିଧି ଅନୁପ ସମୁଦାୟ ୪୩୯୪୬ ଖଣ୍ଡ ଭୋଟ ପାଇଥିଲେ ।[୮]
ରାଧାରାଣୀ ପଣ୍ଡା ୨୦୧୬ ମସିହାରେ ଭାରତୀୟ ଜନତା ପାର୍ଟିର ଝାରସୁଗୁଡ଼ା ଜିଲ୍ଲାର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।[୯] ରାଧାରାଣୀ ଝାରସୁଗୁଡ଼ା ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠି କମିଟିର ସଦସ୍ୟ ଭାବରେ କାର୍ଯ୍ୟ କରୁଥିଲେ ।[୧୦] ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠିକୁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ପ୍ରଶାସନ ବ୍ୟର୍ଥ ଉପଯୋଗ କରୁଥିବା କଥା ଅଭିଯୋଗ କରି ରାଧାରାଣୀ ଏହି ପଦରୁ ଇସ୍ତଫା ଦେଇଥିଲେ ।[୧୦]
୨୦୧୫ ମସିହାର ବିଜୁ ଜନତା ଦଳର ବିଧାୟକ ରଣେନ୍ଦ୍ର ପ୍ରତାପ ସିଂହ ରାଧାରାଣୀ ପଣ୍ଡାଙ୍କୁ ବିଧାନ ସଭାର ଶୂନ୍ୟକାଳରେ "ରାଧେ ମାଆ" ବୋଲି ସମ୍ବୋଧନ କରିଥିଲେ, ଫଳରେ ବିବାଦ ଉପୁଜିଥିଲା ।[୧୧][୧୨] ରଣେନ୍ଦ୍ରଙ୍କର ଏହି ମନ୍ତବ୍ୟ ଉପରେ ରାଧାରାଣୀ ଅଭିଯୋଗ କରିବାପରେ ଗୃହର ବିରୋଧୀ ଦଳ(କଂଗ୍ରେସ)ର ନେତା ନରସିଂହ ମିଶ୍ର, ବିଜେଡିର ବରିଷ୍ଠ ବିଧାୟକ ଶଶୀଭୂଷଣ ବେହେରା, ବିଧାୟିକା ରାଜଶ୍ରୀ ମଲ୍ଲିକ ଆଦି ରାଧାରାଣୀଙ୍କୁ ସମର୍ଥନ କରିବା ସହ ରଣେନ୍ଦ୍ରଙ୍କୁ ଭୁଲ ମାଗି ଏହାର ସମାଧାନ କରିବାକୁ ଅନୁରୋଧ କରିଥିଲେ ।[୧୧]
୨୦୨୪ ରେ ସେ ବିଜେଡି ରେ ଯୋଗ ଦେଲେ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Smt. Radharani Panda". odishaassembly.nic.in. Retrieved 19 February 2019.
- ↑ "Every third MLA in house is 'tainted' - Times of India". The Times of India. Retrieved 2019-02-19.
- ↑ "Radharani Panda(Bharatiya Janata Party(BJP)):Constituency- BRAJARAJNAGAR(JHARSUGUDA) - Affidavit Information of Candidate:". www.myneta.info. Retrieved 2019-02-19.
- ↑ "MLA Ms. Radharani Panda Profile | BRAJARAJNAGAR Constituency". odishahelpline.com. Retrieved 2019-02-19.
- ↑ "Brajarajnagar Elections Results 2014, Current MLA, Candidate List of Assembly Elections in Brajarajnagar, Orissa". www.elections.in. Retrieved 2019-02-19.
- ↑ ୬.୦ ୬.୧ Bureau, Odisha Sun Times. "Odisha BJP ponders what went wrong | OdishaSunTimes.com" (in ଆମେରିକୀୟ ଇଂରାଜୀ). Retrieved 2019-02-19.[permanent dead link]
- ↑ "Brajarajnagar Assembly Constituency Election Result - Legislative Assembly Constituency". resultuniversity.com. Retrieved 2019-02-19.
- ↑ "Elections in India - A Comparative Analysis of Parliamentary (Lok Sabha) & State Assembly (Vidhan Sabha) Election". www.electionsinindia.com. Retrieved 2019-02-19.[permanent dead link]
- ↑ "ବିଜେପି ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା: ରାଧାରାଣୀ ପଣ୍ଡା ଝାରସୁଗୁଡ଼ା ଜିଲ୍ଲା ସଭାପତି". Odisha Reporter (in ଆମେରିକୀୟ ଇଂରାଜୀ). 2016-01-10. Archived from the original on 2020-08-13. Retrieved 2019-02-19.
- ↑ ୧୦.୦ ୧୦.୧ "ଝାରସୁଗୁଡ଼ା ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠି କମିଟିର ସଦସ୍ୟ ପଦରୁ ଇସ୍ତପା ଦେଲେ ବ୍ରଜରାଜନଗର ବିଜେପି ବିଧାୟିକା ରାଧାରାଣୀ ପଣ୍ଡା". Prameya News7 (in ଆମେରିକୀୟ ଇଂରାଜୀ). 2019-01-18. Retrieved 2019-02-19.
- ↑ ୧୧.୦ ୧୧.୧ "BJD MLA's idea of insult: Address opposition BJP MLA Radharani Panda as 'Radhe Maa'". Firstpost. Retrieved 2019-02-20.
- ↑ "BJD legislator in Odisha calls BJP woman MLA Radhe Maa". Zee News (in ଇଂରାଜୀ). 2015-08-27. Retrieved 2019-02-20.