ରାଧାନାଥ ରଥ (ମନସ୍ତତ୍ତ୍ୱବିଦ)

ଉଇକିପିଡ଼ିଆ‌ରୁ
(Radhanath Rath (Psychologist)ରୁ ଲେଉଟି ଆସିଛି)


ରାଧାନାଥ ରଥ
Born
ରାଧାନାଥ ରଥ

(1920-02-08)୮ ଫେବୃଆରୀ ୧୯୨୦
Died୨୯ ଅକ୍ଟୋବର ୨୦୧୪(2014-10-29) (ବୟସ ୯୪)
ଭୁବନେଶ୍ୱର
Cause of deathସେପ୍ଟିସେମିଆ ରୋଗରେ[୧]
Resting placeସାଆନ୍ତସାହି, ଭୁବନେଶ୍ୱର
Nationalityଭାରତୀୟ
Spouseଶାନ୍ତିଦେବୀ ରଥ
Parent(s)ସକଳେଶ୍ୱର ରଥ
ତିଳୋତ୍ତମା ରଥ
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ରାଧାନାଥ ରଥ (୮ ଫେବୃଆରୀ ୧୯୨୦ - ୨୯ ଅକ୍ଟୋବର ୨୦୧୪[୨]) ଓଡ଼ିଶାର ଜଣେ ମନସ୍ତତ୍ତ୍ୱବିଦ । ସେ ରେଭେନ୍ସା କଲେଜରେ ଅଧ୍ୟାପକଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ତାଙ୍କ ଉଦ୍ୟମକ୍ରମେ ସେଠାରେ ମନସ୍ତତ୍ତ୍ୱ ବିଭାଗ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ବିଭାଗ ଖୋଲାଯାଇଥିଲା । ୧୯୪୯ ମସିହାରେ ପ୍ରଥମ ଓଡ଼ିଆ ଭାବେ ସେ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ମନସ୍ତତ୍ତ୍ୱରେ ଡକ୍ଟରେଟ ଡିଗ୍ରୀ ଲାଭ କରିଥିଲେ । ୧୯୮୪ ମସିହାରେ ତାଙ୍କ ଉଦ୍ୟମରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତୀୟ ମନସ୍ତତ୍ତ୍ୱବିତ ସମ୍ମିଳନୀ, ଭୁବନେଶ୍ୱର ଅନୁଷ୍ଠିତ ହୋଇଥିଲା । ସେ ବିଶ୍ୱବିଦ୍ୟାଳୟ ଆୟୋଗର ମନୋବିଜ୍ଞାନ ପ୍ୟାନେଲର ଅଧ୍ୟକ୍ଷ, ଚୟନ ଏବଂ ପରିଦର୍ଶନ କମିଟିର ସଦସ୍ୟ, ଆଇସିଏସଏସଆରର ସଦସ୍ୟ, ଏନ୍ସିଇଆରଟିର ସଭ୍ୟ, ଓଡ଼ିଶା ଚାଇଲଡ଼ କେୟାର ଅରଗାନାଇଜେସନର ଅଧ୍ୟକ୍ଷ ରୂପେ ଅବସ୍ଥାପିତ ଥିଲେ । ୨୦୧୪ ମସିହା ସେପ୍ଟେମ୍ବର ୨୯ ତାରିଖ ଦିନ ଭୁବନେଶ୍ୱରଠାରେ ତାଙ୍କର ଦେହାନ୍ତ ହୋଇଥିଲା ।[୧][୩]

ଜୀବନୀ[ସମ୍ପାଦନା]

ପାରିବାରିକ ଜୀବନ[ସମ୍ପାଦନା]

ରାଧାନାଥ ରଥ ୧୯୨୦ ମସିହା, ଫେବୃଆରୀ ୮ତାରିଖରେ ଗଞ୍ଜାମ ଜିଲ୍ଲାର ତଳରାମପଲ୍ଲୀ ଗ୍ରାମରେ ବାପା ସକଳେଶ୍ୱର ରଥଙ୍କ ଔରସ୍ୟରୁ ଓ ମାତା ତିଳୋତ୍ତମା ରଥଙ୍କଠାରୁ ଜନ୍ମ ନେଇଥିଲେ ।[୩]

ଶିକ୍ଷା[ସମ୍ପାଦନା]

ସେ ମନସ୍ତତ୍ତ୍ୱ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ୧୯୪୯ ମସିହାରେ ପ୍ରଥମ ଓଡ଼ିଆଭାବେ ସେ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ମନସ୍ତତ୍ତ୍ୱରେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ ।[୩]

ଚାକିରି[ସମ୍ପାଦନା]

ସ୍ନାତକୋତ୍ତର ଶିକ୍ଷା ସମାପନ ପରେ ସେ ରଥ ୧୯୪୪ ମସିହାରେ ରେଭେନ୍ସା କଲେଜରେ ଜଣେ ମନସ୍ତତ୍ତ୍ୱ ଅଧ୍ୟାପକଭାବେ ଚାକିରି ଆରମ୍ଭ କରିଥିଲେ । ସେ ଅଧ୍ୟାପକ ଥିବା ସମୟରେ ସେଠାରେ ୧୯୫୩ ମସିହାରେ ମନସ୍ତତ୍ତ୍ୱ ବିଭାଗ ଖୋଲାଇବା ପାଇଁ ଉଦ୍ୟମ କରିଥିଲେ ଓ ଖୋଲାଇଥିଲେ । ଏହା ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ମନସ୍ତତ୍ତ୍ୱ ବିଭାଗରେ ଯୋଗ ଦେଇଥିଲେ । ସେଠାରେ ତାଙ୍କ ଉଦ୍ୟମରେ ୧୯୫୮ମସିହାରେ ମନସ୍ତତ୍ତ୍ୱରେ ସ୍ନାତକୋତ୍ତର ଶିକ୍ଷା ଆରମ୍ଭ କରାଯାଇଥିଲା । [୩] ସେ୧୯୮୧ ମସିହାରେ ସରକାରୀ ଚାକିରିରୁ ଅବସର ନେଇଥିଲେ । ଏକାଧିକ ବିଶ୍ୱବିଦ୍ୟାଳୟରେ ଭିଜିଟିଂ ପ୍ରଫେସର ଭାବେ ପାଠ ପଢ଼ାଇଛନ୍ତି । ୧୯୮୧ରୁ ୧୯୮୩ ମସିହା ଯାଏଁ ଆଇସିଏସଏସଆର ପକ୍ଷରୁ ତାଙ୍କୁ "ନ୍ୟାସନାଲ ଫେଲୋ' ସମ୍ମାନ ପ୍ରଦାନ କରାଯାଇଥିଲା ।[୧]

ରଚନା[ସମ୍ପାଦନା]

ରାଧାନାଥ ରଥ ୨୮ଟି ଉପନ୍ୟାସ ଲେଖିଥିବା ବେଳେ ନିଜର ଭ୍ରମଣ ଅନୁଭୂତିକୁ ନେଇ ବହି, ନିଜର ଆତ୍ମଜୀବନୀ, ମନସ୍ତତ୍ତ୍ୱ ସମ୍ବନ୍ଧିତ ପୁସ୍ତକମାନ ରଚନା କରିଛନ୍ତି ।[୧]

ତାଙ୍କର କିଛି ରଚନାବଳୀ[୪] :-

ଉପନ୍ୟାସ

  • ପାଇ ନ ପାଇବାର ସ୍ୱପ୍ନ
  • ଭଲ ପାଇବାର ଆଦିକଥା
  • ସାଗର ସେପାରେ
  • ହଜିଲା ହଜିଲା ଛାଇ

ଆତ୍ମ ଜୀବନୀ

  • ମୋ ସ୍ୱପ୍ନ ମୋ ଜୀବନ

ଭ୍ରମଣ କାହାଣୀ

  • ଇଂଲଣ୍ଡ ଅନୁଭୂତି
  • ଆମେରିକା ଡାଏରୀ
  • ସୋଭିଏତ୍ ରୁଷ ଅନୁଭୂତି
  • ନାନା ଦେଶ ନାନା କଥା

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ରାଧାନାଥଙ୍କୁ ତାଙ୍କର ଆତ୍ମ ଜୀବନୀ "ମୋ ସ୍ୱପ୍ନ ମୋ ଜୀବନ" ପାଇଁ ୧୯୯୧ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "ପ୍ରଫେସର ରାଧାନାଥ ରଥଙ୍କ ପରଲୋକ" (PDF). ସମ୍ବାଦ. ୩୦ ସେପ୍ଟେମ୍ବର ୨୦୧୪. Retrieved ୧ ଅକ୍ଟୋବର ୨୦୧୪. {{cite news}}: Check date values in: |accessdate= and |date= (help)[permanent dead link]
  2. "Father of Odisha Psychology studies Prof Radhanath Rath dies". ଓଡ଼ିଶା ସନ୍ ଟାଇମସ୍. ୨୯-୦୯=୨୦୧୪. Retrieved 3 December 2016. {{cite news}}: Check date values in: |date= (help)
  3. ୩.୦ ୩.୧ ୩.୨ ୩.୩ "ବିଶିଷ୍ଟ ମନସ୍ତତ୍ତ୍ୱବିତ ପ୍ରଫେସର ରାଧାନାଥ ରଥଙ୍କ ପରଲୋକ". ସମାଜ. ୨୯ ସେପ୍ଟେମ୍ବର ୨୦୧୪. {{cite news}}: |access-date= requires |url= (help); Check date values in: |accessdate= and |date= (help)
  4. ସିଂହ, ସମ୍ପାଦନା: ବିଜୟାନନ୍ଦ (2015). ଓଡ଼ିଆ ଭ୍ରମଣ କାହାଣୀ. ନୂଆ ଦିଲ୍ଲୀ: ନ୍ୟାସନାଲ ବୁକ ଟ୍ରଷ୍ଟ ଇଣ୍ଡିଆ. p. ୪୪୪. ISBN 978-81-237-7388-9.
  5. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 16 February 2020. Retrieved 8 March 2017.