ରାଧାନାଥ ରଥ (ମନସ୍ତତ୍ତ୍ୱବିଦ)
ରାଧାନାଥ ରଥ | |
---|---|
ଜନ୍ମ | ରାଧାନାଥ ରଥ ୮ ଫେବୃଆରୀ ୧୯୨୦ |
ମୃତ୍ୟୁ | ୨୯ ଅକ୍ଟୋବର ୨୦୧୪ ଭୁବନେଶ୍ୱର | (ବୟସ ୯୪)
ମୃତ୍ୟୁର କାରଣ | ସେପ୍ଟିସେମିଆ ରୋଗରେ[୧] |
ସାଆନ୍ତସାହି, ଭୁବନେଶ୍ୱର | |
ଜାତୀୟତା | ଭାରତୀୟ |
ବୈବାହିକ-ସାଥୀ | ଶାନ୍ତିଦେବୀ ରଥ |
ପିତାମାତା(s) | ସକଳେଶ୍ୱର ରଥ ତିଳୋତ୍ତମା ରଥ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ରାଧାନାଥ ରଥ (୮ ଫେବୃଆରୀ ୧୯୨୦ - ୨୯ ଅକ୍ଟୋବର ୨୦୧୪[୨]) ଓଡ଼ିଶାର ଜଣେ ମନସ୍ତତ୍ତ୍ୱବିଦ । ସେ ରେଭେନ୍ସା କଲେଜରେ ଅଧ୍ୟାପକଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ତାଙ୍କ ଉଦ୍ୟମକ୍ରମେ ସେଠାରେ ମନସ୍ତତ୍ତ୍ୱ ବିଭାଗ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ବିଭାଗ ଖୋଲାଯାଇଥିଲା । ୧୯୪୯ ମସିହାରେ ପ୍ରଥମ ଓଡ଼ିଆ ଭାବେ ସେ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ମନସ୍ତତ୍ତ୍ୱରେ ଡକ୍ଟରେଟ ଡିଗ୍ରୀ ଲାଭ କରିଥିଲେ । ୧୯୮୪ ମସିହାରେ ତାଙ୍କ ଉଦ୍ୟମରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତୀୟ ମନସ୍ତତ୍ତ୍ୱବିତ ସମ୍ମିଳନୀ, ଭୁବନେଶ୍ୱର ଅନୁଷ୍ଠିତ ହୋଇଥିଲା । ସେ ବିଶ୍ୱବିଦ୍ୟାଳୟ ଆୟୋଗର ମନୋବିଜ୍ଞାନ ପ୍ୟାନେଲର ଅଧ୍ୟକ୍ଷ, ଚୟନ ଏବଂ ପରିଦର୍ଶନ କମିଟିର ସଦସ୍ୟ, ଆଇସିଏସଏସଆରର ସଦସ୍ୟ, ଏନ୍ସିଇଆରଟିର ସଭ୍ୟ, ଓଡ଼ିଶା ଚାଇଲଡ଼ କେୟାର ଅରଗାନାଇଜେସନର ଅଧ୍ୟକ୍ଷ ରୂପେ ଅବସ୍ଥାପିତ ଥିଲେ । ୨୦୧୪ ମସିହା ସେପ୍ଟେମ୍ବର ୨୯ ତାରିଖ ଦିନ ଭୁବନେଶ୍ୱରଠାରେ ତାଙ୍କର ଦେହାନ୍ତ ହୋଇଥିଲା ।[୧][୩]
ଜୀବନୀ
[ସମ୍ପାଦନା]ପାରିବାରିକ ଜୀବନ
[ସମ୍ପାଦନା]ରାଧାନାଥ ରଥ ୧୯୨୦ ମସିହା, ଫେବୃଆରୀ ୮ତାରିଖରେ ଗଞ୍ଜାମ ଜିଲ୍ଲାର ତଳରାମପଲ୍ଲୀ ଗ୍ରାମରେ ବାପା ସକଳେଶ୍ୱର ରଥଙ୍କ ଔରସ୍ୟରୁ ଓ ମାତା ତିଳୋତ୍ତମା ରଥଙ୍କଠାରୁ ଜନ୍ମ ନେଇଥିଲେ ।[୩]
ଶିକ୍ଷା
[ସମ୍ପାଦନା]ସେ ମନସ୍ତତ୍ତ୍ୱ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ୧୯୪୯ ମସିହାରେ ପ୍ରଥମ ଓଡ଼ିଆଭାବେ ସେ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ମନସ୍ତତ୍ତ୍ୱରେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ ।[୩]
ଚାକିରି
[ସମ୍ପାଦନା]ସ୍ନାତକୋତ୍ତର ଶିକ୍ଷା ସମାପନ ପରେ ସେ ରଥ ୧୯୪୪ ମସିହାରେ ରେଭେନ୍ସା କଲେଜରେ ଜଣେ ମନସ୍ତତ୍ତ୍ୱ ଅଧ୍ୟାପକଭାବେ ଚାକିରି ଆରମ୍ଭ କରିଥିଲେ । ସେ ଅଧ୍ୟାପକ ଥିବା ସମୟରେ ସେଠାରେ ୧୯୫୩ ମସିହାରେ ମନସ୍ତତ୍ତ୍ୱ ବିଭାଗ ଖୋଲାଇବା ପାଇଁ ଉଦ୍ୟମ କରିଥିଲେ ଓ ଖୋଲାଇଥିଲେ । ଏହା ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ମନସ୍ତତ୍ତ୍ୱ ବିଭାଗରେ ଯୋଗ ଦେଇଥିଲେ । ସେଠାରେ ତାଙ୍କ ଉଦ୍ୟମରେ ୧୯୫୮ମସିହାରେ ମନସ୍ତତ୍ତ୍ୱରେ ସ୍ନାତକୋତ୍ତର ଶିକ୍ଷା ଆରମ୍ଭ କରାଯାଇଥିଲା । [୩] ସେ୧୯୮୧ ମସିହାରେ ସରକାରୀ ଚାକିରିରୁ ଅବସର ନେଇଥିଲେ । ଏକାଧିକ ବିଶ୍ୱବିଦ୍ୟାଳୟରେ ଭିଜିଟିଂ ପ୍ରଫେସର ଭାବେ ପାଠ ପଢ଼ାଇଛନ୍ତି । ୧୯୮୧ରୁ ୧୯୮୩ ମସିହା ଯାଏଁ ଆଇସିଏସଏସଆର ପକ୍ଷରୁ ତାଙ୍କୁ "ନ୍ୟାସନାଲ ଫେଲୋ' ସମ୍ମାନ ପ୍ରଦାନ କରାଯାଇଥିଲା ।[୧]
ରଚନା
[ସମ୍ପାଦନା]ରାଧାନାଥ ରଥ ୨୮ଟି ଉପନ୍ୟାସ ଲେଖିଥିବା ବେଳେ ନିଜର ଭ୍ରମଣ ଅନୁଭୂତିକୁ ନେଇ ବହି, ନିଜର ଆତ୍ମଜୀବନୀ, ମନସ୍ତତ୍ତ୍ୱ ସମ୍ବନ୍ଧିତ ପୁସ୍ତକମାନ ରଚନା କରିଛନ୍ତି ।[୧]
ତାଙ୍କର କିଛି ରଚନାବଳୀ[୪] :-
ଉପନ୍ୟାସ
- ପାଇ ନ ପାଇବାର ସ୍ୱପ୍ନ
- ଭଲ ପାଇବାର ଆଦିକଥା
- ସାଗର ସେପାରେ
- ହଜିଲା ହଜିଲା ଛାଇ
ଆତ୍ମ ଜୀବନୀ
- ମୋ ସ୍ୱପ୍ନ ମୋ ଜୀବନ
ଭ୍ରମଣ କାହାଣୀ
- ଇଂଲଣ୍ଡ ଅନୁଭୂତି
- ଆମେରିକା ଡାଏରୀ
- ସୋଭିଏତ୍ ରୁଷ ଅନୁଭୂତି
- ନାନା ଦେଶ ନାନା କଥା
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]ରାଧାନାଥଙ୍କୁ ତାଙ୍କର ଆତ୍ମ ଜୀବନୀ "ମୋ ସ୍ୱପ୍ନ ମୋ ଜୀବନ" ପାଇଁ ୧୯୯୧ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "ପ୍ରଫେସର ରାଧାନାଥ ରଥଙ୍କ ପରଲୋକ" (PDF). ସମ୍ବାଦ. ୩୦ ସେପ୍ଟେମ୍ବର ୨୦୧୪. Retrieved ୧ ଅକ୍ଟୋବର ୨୦୧୪.
{{cite news}}
: Check date values in:|accessdate=
and|date=
(help)[permanent dead link] - ↑ "Father of Odisha Psychology studies Prof Radhanath Rath dies". ଓଡ଼ିଶା ସନ୍ ଟାଇମସ୍. ୨୯-୦୯=୨୦୧୪. Retrieved 3 December 2016.
{{cite news}}
: Check date values in:|date=
(help) - ↑ ୩.୦ ୩.୧ ୩.୨ ୩.୩ "ବିଶିଷ୍ଟ ମନସ୍ତତ୍ତ୍ୱବିତ ପ୍ରଫେସର ରାଧାନାଥ ରଥଙ୍କ ପରଲୋକ". ସମାଜ. ୨୯ ସେପ୍ଟେମ୍ବର ୨୦୧୪.
{{cite news}}
:|access-date=
requires|url=
(help); Check date values in:|accessdate=
and|date=
(help) - ↑ ସିଂହ, ସମ୍ପାଦନା: ବିଜୟାନନ୍ଦ (2015). ଓଡ଼ିଆ ଭ୍ରମଣ କାହାଣୀ. ନୂଆ ଦିଲ୍ଲୀ: ନ୍ୟାସନାଲ ବୁକ ଟ୍ରଷ୍ଟ ଇଣ୍ଡିଆ. p. ୪୪୪. ISBN 978-81-237-7388-9.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 16 February 2020. Retrieved 8 March 2017.