ରବି ଦେହୁରୀ
ଦେଖଣା
(Rabi Dehuryରୁ ଲେଉଟି ଆସିଛି)
ରବି ଦେହୁରୀ | |
---|---|
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ପୂର୍ବ ଅଧିକାରୀ | ଫ୍ରିଡା ଟପ୍ନୋ |
ପର ଅଧିକାରୀ | ମନସିଦ ଏକ୍କା |
ନିର୍ବାଚନ ମଣ୍ଡଳୀ | ରଘୁନାଥପାଲୀ |
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୦ | |
ପୂର୍ବ ଅଧିକାରୀ | ଆଗାପିଲ୍ ଲାକ୍ରା |
ପର ଅଧିକାରୀ | ନେଲସନ ସୋରେଙ୍ଗ |
ନିର୍ବାଚନ ମଣ୍ଡଳୀ | ରଘୁନାଥପାଲୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଅପ୍ରେଲ ୧୯୪୪ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ପାର୍ଟି |
ଜୀବନ ସାଥୀ | ମନମଞ୍ଜରୀ ଦେବୀ |
ବାପା/ବୋଉ | ଲକ୍ଷ୍ମଣ ଦେହୁରୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ରବି ଦେହୁରୀ (ଜନ୍ମ: ୧ ଅପ୍ରେଲ ୧୯୪୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ପାର୍ଟି ଓ ପରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୧୯୭୭ ଓ ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରଘୁନାଥପାଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ ଓ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ରବି ଦେହୁରୀ ୧୯୪୪ ମସିହାର ଅପ୍ରେଲ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଲକ୍ଷ୍ମଣ ଦେହୁରୀ ଓ ପତ୍ନୀଙ୍କ ନାମ ମନମଞ୍ଜରୀ ଦେବୀ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ରବି ପ୍ରଥମେ ଜନତା ପାର୍ଟିରେ ଏବଂ ପରେ ଜନତା ଦଳର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Rabi Dehury". odishaassembly.nic.in. Odisha Assembly. Retrieved 19 November 2020.