ଫ୍ରିଡା ଟପ୍ନୋ

ଉଇକିପିଡ଼ିଆ ରୁ
Jump to navigation Jump to search
ଫ୍ରିଡା ଟପ୍ନୋ
ଫ୍ରିଡା ଟପ୍ନୋ
Member:
ନିର୍ବାଚନ ମଣ୍ଡଳୀସୁନ୍ଦରଗଡ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1925-09-20) September 20, 1925 (age 93)
ସୁନ୍ଦରଗଡ, ଓଡ଼ିଶା
ମୃତ୍ୟୁ୬ ଫେବୃଆରୀ ୨୦୧୮ (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । ବର୍ଷ)
ଭୁବନେଶ୍ୱର
ଜାତୀୟତାଭାରତୀୟ
ଘରଭୁବନେଶ୍ୱର, ଓଡ଼ିଶା
ଧର୍ମହିନ୍ଦୁ

ଫ୍ରିଡା ଟପ୍ନୋ, (୨୦ ସେପ୍ଟେମ୍ବର ୧୯୨୫- ୬ ଫେବୃଆରୀ ୨୦୧୮), ଓଡ଼ିଶା ରାଜ୍ୟରୁ ଜଣେ ଭାରତୀୟ ରାଜନୀତିଜ୍ଞ ।[୧] ସେ ଓଡ଼ିଶାର ପୂର୍ବତନ ସାଂସଦ, ମନ୍ତ୍ରୀ ତଥା ପ୍ରଥମ ମହିଳା ଆଦିବାସୀ ଗ୍ରାଜୁଏଟ୍ ।

ଆଦ୍ୟ ଜୀବନ[ସମ୍ପାଦନା]

ସୁନ୍ଦରଗଡ ଜିଲ୍ଲାର ବଡ଼ଗାଁ ବ୍ଲକର ରୁନ୍ ଗାଁରେ ସେ ଜନ୍ମ ହୋଇଥିଲେ । ସେ ସେଠାରେ ପ୍ରାଥମିକ ଶିକ୍ଷା ଓ ପରେ ସୁନ୍ଦରଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ହାଇସ୍କୁଲ୍ ଶିକ୍ଷା ଲାଭ କରିଥିଲେ । ପରେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ଆଇଏ, ବିଏ ପାସ୍ କରିଥିଲେ । ଚାକିରୀରେ ଓଏଏସ୍ ପାହ୍ୟାକୁ ପଦୋନ୍ନତି ପାଇ ଉପସଚିବ ଭାବେ କାର୍ଯ୍ୟ କରିଥିଲେ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ସରକାରୀ କାର୍ଯ୍ୟରୁ ଅବସର ପରେ ୧୯୮୫ରେ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ହୋଇଥିଲେ । ପରେ ତାଙ୍କୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀପଦ ମିଳିଥିଲା । ସେ ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ ଭାବେ ୧୯୯୧ରେ ୧୦ମ ଲୋକ ସଭା ଓ ୧୯୯୬ରେ ୧୧ତମ ଲୋକ ସଭାକୁ ଓଡ଼ିଶାର ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ସେ ୬ ଫେବୃଆରୀ ୨୦୧୮ରେ ୯୨ ବର୍ଷ ବୟସରେ ମୃତ୍ୟୁଲାଭ କରିଥିଲେ ।[୩][୪]

ସେ ୧୯୯୮-୨୦୦୨ ପର୍ଯ୍ୟନ୍ତ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।[୫]

ଅନ୍ୟାନ୍ୟ[ସମ୍ପାଦନା]

ସେ ଓଡ଼ିଶା ମହିଳା ହକି ଆସୋସିଏସନ୍ ତିଆରି କରି ଆଦିବାସୀ ବାଳିକାଙ୍କୁ ଉତ୍ସାହିତ କରିଥିଲେ । ସେ ସର୍ବଭାରତୀୟ ମହିଳା ହକି ଫେଡ଼େରେସନର ଉପସଭାନେତ୍ରୀ ଥିଲେ । ଧରତୀ ଆବବା ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସଂସଦ ପ୍ରତିଷ୍ଠା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଆଧାର[ସମ୍ପାଦନା]

  1. "Ms. Frida Topno". Oidisha Helpline. Retrieved 13 June 2015.
  2. "ପୂର୍ବତନ ସାଂସଦ ଓ ମନ୍ତ୍ରୀ ଫ୍ରିଡା ଟପ୍ନୋ ଆଉ ନାହାନ୍ତି". Samaj. 7 February 2018. |access-date= requires |url= (help)
  3. "Former Odisha Congress MP Frida Topno dies at 92". Tribuneindia.com. 6 February 2018. Retrieved 6 February 2018.
  4. ANI
  5. "List of Rajya Sabha members Since 1952".