ରବି ଦେହୁରୀ

ଉଇକିପିଡ଼ିଆ‌ରୁ
ରବି ଦେହୁରୀ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଫ୍ରିଡା ଟପ୍ନୋ
ପର ଅଧିକାରୀମନସିଦ ଏକ୍କା
ନିର୍ବାଚନ ମଣ୍ଡଳୀରଘୁନାଥପାଲୀ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀଆଗାପିଲ୍‍ ଲାକ୍ରା
ପର ଅଧିକାରୀନେଲସନ ସୋରେଙ୍ଗ
ନିର୍ବାଚନ ମଣ୍ଡଳୀରଘୁନାଥପାଲୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1944-04-01) ୧ ଅପ୍ରେଲ ୧୯୪୪ (ବୟସ ୭୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ପାର୍ଟି
ଜୀବନ ସାଥୀମନମଞ୍ଜରୀ ଦେବୀ
ବାପା/ବୋଉଲକ୍ଷ୍ମଣ ଦେହୁରୀ (ବାପା)
ବୃତ୍ତିରାଜନୀତିଜ୍ଞ

ରବି ଦେହୁରୀ (ଜନ୍ମ: ୧ ଅପ୍ରେଲ ୧୯୪୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ପାର୍ଟି ଓ ପରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୧୯୭୭ ଓ ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରଘୁନାଥପାଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ରବି ଦେହୁରୀ ୧୯୪୪ ମସିହାର ଅପ୍ରେଲ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଲକ୍ଷ୍ମଣ ଦେହୁରୀ ଓ ପତ୍ନୀଙ୍କ ନାମ ମନମଞ୍ଜରୀ ଦେବୀ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ରବି ପ୍ରଥମେ ଜନତା ପାର୍ଟିରେ ଏବଂ ପରେ ଜନତା ଦଳର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Rabi Dehury". odishaassembly.nic.in. Odisha Assembly. Retrieved 19 November 2020.