Jump to content

ନେଲସନ ସୋରେଙ୍ଗ

ଉଇକିପିଡ଼ିଆ‌ରୁ
ନେଲସନ ସୋରେଙ୍ଗ
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦  ୧୯୮୫
ପୂର୍ବ ଅଧିକାରୀରବି ଦେହୁରୀ
ପର ଅଧିକାରୀଫ୍ରିଡା ଟପ୍ନୋ
ନିର୍ବାଚନ ମଣ୍ଡଳୀରଘୁନାଥପାଲୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1946-10-05)୫ ଅକ୍ଟୋବର ୧୯୪୬
ମୃତ୍ୟୁ୨୨ ଜୁଲାଇ ୨୦୨୦(2020-07-22) (ବୟସ ୭୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସୁବାସିନୀ ସୋରେଙ୍ଗ
ବାପା/ବୋଉଷ୍ଟିଫେନ୍ ସୋରେଙ୍ଗ (ବାପା)
ବୃତ୍ତିରାଜନୀତିଜ୍ଞ

ନେଲସନ ସୋରେଙ୍ଗ (୫ ଅକ୍ଟୋବର ୧୯୪୬ - ୨୨ ଜୁଲାଇ ୨୦୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରଘୁନାଥପାଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ନେଲସନ ସୋରେଙ୍ଗ ୧୯୪୬ ମସିହାର ଅକ୍ଟୋବର ମାସ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପାଙ୍କ ନାମ ଷ୍ଟିଫେନ୍ ସୋରେଙ୍ଗ ଓ ପତ୍ନୀଙ୍କ ନାମ ସୁବାସିନୀ ସୋରେଙ୍ଗ ।[] ୧୯୭୪ ମସିହାରେ ସେ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କିମଶନ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶା ମିଲିଟାରି ପୁଲିସରେ ୬ ବର୍ଷ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବରେ କାର୍ଯ୍ୟ କରିଥିଲେ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ନେଲସନ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[]

ମୃତ୍ୟୁ

[ସମ୍ପାଦନା]

ଆଗାପିଲ୍ ଲାକ୍ରା ୨୦୨୦ ମସିହାର ଜୁଲାଇ ୨୨ରେ ୭୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[]

  1. "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Archived from the original (PDF) on 2 October 2020. Retrieved 29 August 2020.
  2. "ପୂର୍ବତନ ବିଧାୟକ ନେଲସନ ସୋରେଙ୍ଗଙ୍କ ପରଲୋକ - Dharitri". Dharitri Odia News. 23 July 2020. Retrieved 29 October 2020.
  3. 1 2 "Shri Nelson Soreng". odishaassembly.nic.in. Odisha Assembly. Retrieved 29 October 2020.
  4. 1 2 "ପୂର୍ବତନ ବିଧାୟକ ନେଲସନ୍ ସୋରେଙ୍ଗଙ୍କ ବିୟୋଗ". ସମ୍ବାଦ. 23 July 2020. Archived from the original on 23 July 2020. Retrieved 29 October 2020.