ପ୍ରାୟାପିଜ୍ମ

ଉଇକିପିଡ଼ିଆ‌ରୁ
(Priapismରୁ ଲେଉଟି ଆସିଛି)
ପ୍ରାୟାପିଜ୍ମ
Fresco in Pompeii depicting Priapus
ଉଚ୍ଚାରଣ
ବିଭାଗUrology, emergency medicine
ଲକ୍ଷଣPenis remains erect for hours[୩]
କାରଣSickle cell disease, antipsychotics, SSRIs, blood thinners, cocaine, cannabis, trauma[୩]
ଚିକିତ୍ସାIschemic: Removal of blood from the corpus cavernosum with a needle[୩]
Non-ischemic: Cold packs and compression[୩]
ପୁନଃପୌନିକ1 in 60,000 males per year[୩]

ପ୍ରାୟାପିଜ୍ମ (ଇଂରାଜୀ ଭାଷାରେ Priapism) ଏକ ଅବସ୍ଥା ଯେଉଁଥିରେ ବିନା ଉତ୍ତେଜନାରେ ବା ଉତ୍ତେଜନା ଶେଷରେ ପୁରୁଷ ଲିଙ୍ଗ (penis) ଉଦ୍ଧତ (erect) ହୋଇ ରହେ ।[୩] ତିନୋଟି କାରଣ ଯୋଗୁ ଏହା ହୋଇପାରେ, ଯଥା:- ରକ୍ତ ଅଭାବ (ischemic ବା low-flow), ଅଧିକ ରକ୍ତ ପ୍ରବାହ (nonischemic ବା high-flow) ଓ ପୁନଃପୌନିକ ରକ୍ତାଭାବ ।[୩] ଅଧିକାଂଶ କେଶ୍‌ ରକ୍ତାଭାବ ଯୋଗୁ ହୁଏ ।[୩] ରକ୍ତାଭାବ ପ୍ରାୟାପିଜ୍ମ ହେଲେ କଷ୍ଟ ହୁଏ ଓ ରକ୍ତାଭାବ ନ ହେଲେ କଷ୍ଟ ହୁଏନି ।[୩] ରକ୍ତାଭାବ ଅବସ୍ଥାରେ ଲିଙ୍ଗର ଅଧିକାଂଶ ଅଂଶ କଠିନ ହୋଇଯାଏ କିନ୍ତୁ ଲିଙ୍ଗ ମୁଣ୍ଡି (glans penis) କଠିନ ହୁଏନି ।[୩] ଅଣରକ୍ତାଭାବ କେଶ୍‌ରେ ସମୁଦାୟ ଲିଙ୍ଗ କିଛି ପରିମାଣରେ କଠିନ ହୋଇଯାଏ । [୩]

ସିକ୍ଲ ସେଲ୍ ରୋଗ ଏହାର ଏକ ଅତି ସାଧାରଣ କାରଣ ।[୩] ଅନ୍ୟାନ୍ୟ କାରଣମାନ ଯଥାକ୍ରମେ ଆଣ୍ଟିସାଇକୋଟିକ (antipsychotics), ଏସଏସଆରଆଇ (SSRIs), ଆଣ୍ଟିକୋଆଗୁଲାଣ୍ଟ (blood thinners) ଓ କୋକେନ (cocaine) ତ‌ଥା ଗଞ୍ଜେଇ (cannabis) ଭଳି କେତେକ ଦ୍ରବ୍ୟ ।[୩] ମେରୁଦଣ୍ଡ ଆଘାତ (spinal cord injury) ଓ ଲିଙ୍ଗରେ ଆଘାତ ହେଲେ ଅଣରକ୍ତାଭାବ ପ୍ରାୟାପିଜ୍ମ ହୋଇପାରେ ।[୩] ଲିଙ୍ଗରୁ ରକ୍ତ ନିଷ୍କାସନ ନ ହୋଇପାରିଲେ ରକ୍ତାଭାବ ପ୍ରାୟାପିଜ୍ମ ହୋଇପାରେ । [୩] ଧମନୀ ସ‌ହିତ କର୍ପସ କାଭେର୍ନୋସମ (corpus cavernosum) ସଂଯୁକ୍ତ ହେଲେ ବା ପାରାସିମ୍ପାଥେଟିକ ସ୍ନାୟୁ ମଣ୍ଡଳରେ କିଛି କଟିଗଲେ ଅଧିକ ଧମନୀ (artery) ରକ୍ତ ସରବରାହ ହୁଏ । [୩] ଅଲଟ୍ରାସାଉଣ୍ଡ (ultrasound) ବା ଲିଙ୍ଗର ରକ୍ତ ନେଇ ବ୍ଲଡ ଗ୍ୟାସ (blood gas) ଆନାଲିସିସ କରି ରୋଗ ନିର୍ଣ୍ଣୟ କରାଯାଏ । [୩]

ଏହି ରୋଗର ପ୍ରକାର ଉପରେ ଚିକିତ୍ସା ନିର୍ଭର କରେ ।[୩] ରକ୍ତାଭାବ ଥିଲେ ସ୍ନାୟୁ ଅବରୋଧ କରି ଲିଙ୍ଗର କର୍ପସ କାଭେର୍ନୋସମରୁ ସିରିଞ୍ଜ ସାହାଯ୍ୟରେ ରକ୍ତ କାଢ଼ିନିଆଯାଏ ।[୩] ଏହା ଫଳପ୍ରଦ ନହେଲେ କର୍ପସ କାଭେର୍ନୋସମକୁ ଥଣ୍ଡା ନର୍ମାଲ ସାଲାଇନ (normal saline) ସାହାଯ୍ୟରେ ସେଚନ କରାଯାଏ ବା ଫିନାଇଲେଫ୍ରିନ (phenylephrine) ଇଞ୍ଜେକସନ ଦିଆଯାଏ ।[୩] ଅଣରକ୍ତାଭାବ ଥିଲେ ଥଣ୍ଡା ପ୍ୟାକ ଦିଆଯାଏ ।[୩] ଏହି ସବୁ ଉପାୟ ଯଥେଷ୍ଟ ନହେଲେ ଅପରେଶନ କରାଯାଏ ।[୩] ରକ୍ତାଭାବ ପ୍ରାୟାପିଜ୍ମ ହେବାର ୪ ଘଣ୍ଟା ପରେ ସ୍ଥାୟୀ ସ୍କାର ହେବା ଆରମ୍ଭ ହୋଇଯାଏ ୪୮ ଘଣ୍ଟା ପରେ ନିଧାର୍ଯ୍ୟ ଭାବରେ ଏହା ସଂଘଟିତ ହୁଏ । [୩][୪] ପ୍ରତି ବର୍ଷ ୨୦,୦୦୦ଲୋକରେ ଜଣେରୁ ଆରମ୍ଭ ହୋଇ ୧୦୦,୦୦୦ରେ ଜଣକୁ ଏହି ବେମାରୀ ହୁଏ । [୩]

ଆଧାର[ସମ୍ପାଦନା]

  1. OED 2nd edition, 1989 as /ˈpraɪəpɪz(ə)m/.
  2. "Definition of PRIAPISM". www.merriam-webster.com (in ଇଂରାଜୀ). Retrieved 7 March 2017.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ ୩.୧୬ ୩.୧୭ ୩.୧୮ ୩.୧୯ ୩.୨୦ ୩.୨୧ ୩.୨୨ ୩.୨୩ Podolej, GS; Babcock, C (January 2017). "Emergency Department Management Of Priapism". Emergency medicine practice. 19 (1): 1–16. PMID 28027457.
  4. Salam, Muhammad A. (2003). Principles & Practice of Urology: A Comprehensive Text (in ଇଂରାଜୀ). Universal-Publishers. p. 342. ISBN 9781581124118.