ପ୍ରୀତିକା ରାଓ

ଉଇକିପିଡ଼ିଆ‌ରୁ
(Preetika Raoରୁ ଲେଉଟି ଆସିଛି)
ପ୍ରୀତିକା ରାଓ
୨୦୧୫ରେ ପ୍ରୀତିକା
ଜନ୍ମ
ପ୍ରୀତିକା ରାଓ

ଜାତୀୟତାଭାରତୀୟ
ଶିକ୍ଷାସୋଫିଆ କଲେଜ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ, ପ୍ରଚ୍ଛଦପଟ ଗାୟିକା, ବ୍ଲଗ୍‌ର୍, ପତ୍ରକାର
ସକ୍ରିୟ ବର୍ଷ୨୦୧୨–ଏବେଯାଏଁ
ଉଚ୍ଚତା୫ ଫୁଟ ୩ ଇଞ୍ଚ
ସମ୍ପର୍କୀୟଅମ୍ରିତା ରାଓ (sister)

ପ୍ରୀତିକା ରାଓ ଜଣେ ଭାରତୀୟ ଦୂରଦର୍ଶନ ଏବଂ କଥାଚିତ୍ର ଅଭିନେତ୍ରୀ, ମଡେଲ, ଲେଖକ, ପ୍ରଚ୍ଛଦପଟ ଗାୟିକା । ସେ ହିନ୍ଦୀ ଦୂରଦର୍ଶନ ଧାରାବାହିକ ବେଇନ୍ତେହା ପାଇଁ ଲୋକପ୍ରିୟ ହୋଇଥିଲେ ।[୧][୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ପ୍ରୀତିକାଙ୍କ ବାପାଙ୍କର ଏକ ବିଜ୍ଞାପନ ନିର୍ମାଣ ସଂସ୍ଥା ମୁମ୍ବାଇରେ ଅଛି । ସେ ଅଭିନେତ୍ରୀ ଅମ୍ରିତା ରାଓଙ୍କ ସାନ ଭଉଣୀ । ପ୍ରୀତିକା ସୋଫିଆ କଲେଜରୁ ଇତିହାସରେ ସ୍ନାତକ ହାସଲ କରିଥିଲେ । ଏହିସ‌ହ ସେ ବିଜ୍ଞାପନ ଏବଂ ସାମ୍ବାଦିକତାରେ ଡିପ୍ଲୋମା କରିଥିଲେ ।[୨][୩]

ଅଭିନୟ ଜୀବନ[ସମ୍ପାଦନା]

ଜଣେ କିଶୋରୀ ମଡେଲ ଭାବରେ ପ୍ରୀତିକା କ୍ୟାଡାବରି ଡେରୀ ମିଲ୍କ ଚକୋଲେଟ୍‌ ପାଇଁ ବିଜ୍ଞାପନରେ ଅମିତାଭ ବଚ୍ଚନଙ୍କ ସ‌ହ ଅଭିନୟ କରିଥିଲେ । ସେ ଜଣେ ମଡେଲ ଭାବରେ ଫୋର୍ଟି ପ୍ଲସ୍ ଏବଂ ପେପର କ୍ୟାମ୍ପେନ୍ ସ‌ହ କାର୍ଯ୍ୟ କରିଥିଲେ ।[୪] ମଡେଲିଂରେ ସଫଳ ହେବା ପରେ ପ୍ରୀତିକା ସାମ୍ବାଦିକତାରେ କିଛି ଚଳଚ୍ଚିତ୍ର ନିର୍ମାଣ କରିବା ଆରମ୍ଭ କରିଥିଲେ । ସେ ଚେନ୍ନାଇ ଟାଇମ୍‌ସ୍, ମୁମ୍ବାଇ ମିରର୍, ବାଙ୍ଗାଲୋର ମିରର୍, ଇଣ୍ଡିଆନ ଫରମ୍‌ସ୍, ଡେକାନ କ୍ରୋନିକଲ୍ ଏବଂ ଏସିଆନ୍ ଏଜ୍ ଭଳି ସମ୍ବାଦପତ୍ର ପାଇଁ କାର୍ଯ୍ୟକରିଥିଲେ ।

ପ୍ରୀତିକା ତାଙ୍କର ପାଠପଢ଼ା ପାଇଁ ହିନ୍ଦୀ କଥାଚିତ୍ର ଜଗତରୁ ଅସିଥିବା ବଡ଼ ବଡ଼ ଚଳଚ୍ଚିତ୍ରର ସୁଯୋଗ ଛାଡ଼ିଥିଲେ । ତାଙ୍କୁ ଯାନେ ତୁ ୟା ଯାନେନା ଏବଂ ଆଶିକ୍ ୨ ଭଳି ଚଳଚ୍ଚିତ୍ରରେ କାମ କରିବାକୁ ମନା କରିଥିଲେ ।[୫]

ପ୍ରତୀକା ୨୦୧୧ରେ ତାମିଲ କଥାଚିତ୍ର ଚିକୁ ବକୁ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।[୩] ମାତ୍ର ସେ ନିଉ ୟର୍କ ଫିଲ୍ମ ଆକାଡେମୀରେ ବ୍ରଡକାଷ୍ଟ ଜର୍ଣ୍ଣାଲିଜିମ୍‌ରେ ଡିପ୍ଲୋମା କରିବା ପାଇଁ ଦକ୍ଷିଣ ଭାରତୀୟ କଥାଚିତ୍ରରୁ ବିରାମ ନେଇଥିଲେ ।[୬]

୨୦୧୪ରେ ପ୍ରୀତିକା କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ବେଇନ୍ତେହା ଜରିଆରେ ଚଳଚ୍ଚିତ୍ର ଦୁନିଆରୁ ଦୂରଦର୍ଶନ ଜଗତରେ ପ୍ରବେଶ କରିଥିଲେ । ଏହି ଧାରାବାହିକ ପାଇଁ ତାଙ୍କୁ କଳାକର ଆୱାର୍ଡ଼ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା ।[୭] ଏଥି ସ‌ହ ସେ ଜୀ ଗୋଲ୍ଡ ଶ୍ରେଷ୍ଠ ନବାଗତା ପୁରସ୍କାର ପାଇଥିଲେ ।[୮]

ଅଭିନୀତ କଥାଚିତ୍ର[ସମ୍ପାଦନା]

ଅଭିନୀତ ଦୂରଦର୍ଶନ କାର୍ଯ୍ୟକ୍ରମ[ସମ୍ପାଦନା]

  • ୨୦୦୬: ଝଲକ୍ ଦିଖ୍‌ଲା ଜା (ଅତିଥି)
  • ୨୦୧୩: ବିଗ୍ ବସ୍ ୭ (ଅତିଥି)
  • ୨୦୧୩: ବେଇନ୍ତେହା
  • ୨୦୧୪: ବକ୍ସ କ୍ରିକେଟ ଲିଗ୍

ଆଧାର[ସମ୍ପାଦନା]

  1. Moviebuzz (2010). "Preetika on her debut and her dreams". Sify. Retrieved 6 June 2017.
  2. ୨.୦ ୨.୧ Raghavan, Nikhil (1 December 2010). "A journey begins..." Chennai, India: The Hindu. Retrieved 6 June 2017.
  3. ୩.୦ ୩.୧ Rajamani, Radhika (29 November 2010). "'I'm a strong believer in karma'". Rediff. Retrieved 6 June 2017.
  4. Rajamani, Radhika (2010). "Meet Arya's new heroine in Chikku Bukku". Rediff. Retrieved 6 June 2017.
  5. Preetika Rao: I don’t repent refusing Aashiqui 2 – Times of India. Timesofindia.indiatimes.com (11 July 2014). Retrieved on 6 June 2017.
  6. Kavirayani, Suresh (6 May 2012). "Preetika goes back to School!". The Times Of India. Archived from the original on 19 December 2013. Retrieved 6 June 2017.
  7. ‘Kolkata was a well planned spiritual trip’ – Preetika Rao. TheTellyTimes.com (19 January 2015). Retrieved on 6 June 2017.
  8. Narayan, Girija. (21 May 2014) Zee Gold Awards 2014 Complete List Of Winners – Filmibeat Archived 2014-06-13 at the Wayback Machine.. Entertainment.oneindia.in. Retrieved on 6 June 2017.

ଅଧିକ ତ‌ଥ୍ୟ[ସମ୍ପାଦନା]