ଅମୃତା ରାଓ
ଅମ୍ରିତା ରାଓ | |
---|---|
ଜନ୍ମ | ଅମ୍ରିତା ଦୀପକ ରାଓ ୭ ଜୁନ ୧୯୮୧[୧] |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ |
ସକ୍ରିୟ ବର୍ଷ | ୨୦୦୨–ଏବେଯାଏଁ |
ବୈବାହିକ-ସାଥୀ | ଆର୍ଜେ ଅନ୍ମୋଲ (m. 2016) |
ସମ୍ପର୍କୀୟ | ପ୍ରତୀକା ରାଓ (ଭଉଣୀ) ଦୀପକ ରାଓ (ବାପା) |
ଅମ୍ରିତା ରାଓ (ଜନ୍ମ: ୭ ଜୁନ ୧୯୮୧) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ । ସେ ମୁଖ୍ୟତଃ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ଏଥି ସହ ସେ କିଛି ତେଲୁଗୁ କଥାଚିତ୍ରରେ ଅଭିନୟ କରିଛନ୍ତି । ମୁମ୍ବାଇରେ ଜନ୍ମ ହୋଇଥିବା ଅମ୍ରିତା ୨୦୦୨ ମସିହାରେ ଅବ୍ କେ ବରଷ୍ ଚଳଚ୍ଚିତ୍ର ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ଏବଂ ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଫିଲ୍ମଫେୟାରରେ ଶ୍ରେଷ୍ଠ ନବାଗତା ଭାବରେ ମନୋନୀତ ହୋଇଥିଲେ । ୨୦୦୬ରେ ମୁକ୍ତିଲାଭ କରିଥିବା ବିବାହ ଚଳଚ୍ଚିତ୍ରରେ ଅମ୍ରିତାଙ୍କର ଭୂମିକା ଅଧିକ ଲୋକପ୍ରିୟ ଥିଲା ।[୨]
୨୦୦୮ରେ ମୁକ୍ତିଲାଭ କରିଥିବା ୱେଲକମ୍ ଟୁ ସାଜ୍ଜନପୁର ଏବଂ ୨୦୦୪ର ମେଁ ହୁଁ ନା ପାଇଁ ଅମ୍ରିତାଙ୍କୁ ଷ୍ଟାରଡଷ୍ଟ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ଫିଲ୍ମଫେୟାରରେ ଶ୍ରେଷ୍ଠ ସହକାରୀ ଅଭିନେତ୍ରୀ ଭାବରେ ମନୋନୀତ କରାଯାଇଥିଲା । ଅମ୍ରିତାଙ୍କୁ ବଲିଉଡ୍ର ସର୍ବୋକୃଷ୍ଟ ନାୟିକା ଭାବରେ ଅନେକ ଗଣମାଧ୍ୟମ ସମ୍ବୋଧିତ କରିଛନ୍ତି ।[୩] ୨୦୧୧ରେ ଟାଇମ୍ସ୍ ଅଫ୍ ଇଣ୍ଡିଆ ଅମ୍ରିତାଙ୍କୁ ୨୦୧୧ର ୫୦ ଶ୍ରେଷ୍ଠ ବାଞ୍ଛନୀୟ ମହିଳାଙ୍କ ମଧ୍ୟରେ ସ୍ଥାନୀତ କରିଥିଲା ।[୪]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଅମ୍ରିତା ୭ ଜୁନ ୧୯୮୧ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଦୀପକ ରାଓ ଜଣେ ବିଜ୍ଞାପନ କମ୍ପାନୀର ମାଲିକ ।[୫] ତାଙ୍କ ସାନ ଭଉଣୀ ପ୍ରୀତିକା ରାଓ ଜଣେ ମଡେଲ ଏବଂ ଦକ୍ଷିଣ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ଅମ୍ରିତା କାନୋସ୍ସା କନଭେଣ୍ଟ ଗାର୍ଲସ୍ ସ୍କୁଲରୁ ବିଦ୍ୟାଳୟ ଶିକ୍ଷା ଏବଂ ସୋଫିଆ କଲେଜ, ମୁମ୍ବାଇରୁ ମନସ୍ତତ୍ୱ ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ ।[୬] ଅମ୍ରିତା ତାଙ୍କ ପରିବାରକୁ ଏକ ସମ୍ଭ୍ରାନ୍ତ ପରିବାର ଭାବରେ ବର୍ଣ୍ଣନା କରିଛନ୍ତି । ତାଙ୍କ ପରିବାର ଏକ ପାରମ୍ପାରିକ, ହିନ୍ଦୁ ଭାରତୀୟ ପରିବାର ଏବଂ ସେ ଜଣେ ଉଦାରବାଦୀ ବୋଲି କହିଛନ୍ତି ।[୭] ତାଙ୍କ ମାତୃଭାଷା ହେଉଛି ତେଲୁଗୁ । ସେ ତେଲୁଗୁ ସହ ମାରାଠୀ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ କଥାବାର୍ତ୍ତା କରିପାରନ୍ତି ।[୫]
ଅଭିନୟ ଜୀବନ
[ସମ୍ପାଦନା]୨୦୦୨-୨୦୦୬
[ସମ୍ପାଦନା]ଅମ୍ରିତା ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ ତାଙ୍କ କଲେଜ ପଢ଼ିବା ସମୟରେ ପ୍ରଥମେ କିଛି ବିଜ୍ଞାପନରେ ଅଭିନୟ କରିଥିଲେ । ସେ ୨୦୦୨ରେ ୧୭ ବର୍ଷ ବୟସରେ ଏକ ଆଲବମ୍ ୱୋଃ ପ୍ୟାର ମେରା ଜରିଆରେ ଦର୍ଶକଙ୍କ ସମ୍ମୁଖକୁ ଆସିଥିଲେ । [୮]
୨୦୦୨ରେ ଅମ୍ରିତା ହିନ୍ଦୀ କଥାଚିତ୍ର ଅବ୍ କେ ବରଷ୍ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।[୯][୧୦] ଏହି ଚଳଚ୍ଚିତ୍ରରେ ଅମ୍ରିତାଙ୍କର ଭୂମିକା ପାଇଁ ତାଙ୍କୁ ସମୀକ୍ଷକମାନେ ପ୍ରଶଂସା କରିଥିଲେ ।[୧୧] ୨୦୦୩ରେ ଅମ୍ରିତା ଶାହିଦ କପୁରଙ୍କ ସହ ଇସ୍କ ଭିସ୍କ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଫିଲ୍ମଫେୟାର ଏବଂ ଆଇଆଇଫାରେ ଶ୍ରେଷ୍ଠ ନବାଗତା ମନୋନୀତ କରାଯାଇଥିଲା ।[୧୨]
୨୦୦୪ରେ ଅମ୍ରିତା ମସ୍ତି ଚଳଚ୍ଚିତ୍ରରେ ବିବେକ ଓବାରାଏ, ରିତେଶ ଦେଶମୁଖ, ଅଜୟ ଦେବଗନଙ୍କ ସହ ଅହବିନୟ କରିଥିଲେ ।[୧୩] ଏହି ଭୂମିକାଙ୍କୁ ସମୀକ୍ଷକମାନେ ପସନ୍ଦ କରିଥିଲେ ।[୧୪] ଏହାପରେ ସେ ଫାରା ଖାନ୍ଙ୍କ ଚଳଚ୍ଚିତ୍ର ମେଁ ହୁଁ ନାରେ ଅଭିନେତା ଶାହାରୁଖ ଖାଁ, ସୁନୀଲ ସେଟ୍ଟୀ, ସୁସ୍ମିତା ସେନ, ଜାୟେଦ୍ ଅଖତାର୍ଙ୍କ ସହ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଫିଲ୍ମଫେୟାରରେ ଶ୍ରେଷ୍ଠ ସହକାରୀ ଅଭିନେତ୍ରୀ ମନୋନୀତ କରାଯାଇଥିଲା । ୨୦୦୫ରେ ସେ ଶାହିଦ କପୁର ଏବଂ ସଞ୍ଜୟ ଦତ୍ତଙ୍କ ସହ ୱାଃ ଲାଇଫ୍ ହୋ ତୋ ୟେସି! ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧୫] ସେହି ବର୍ଷ ସେ ଶିକାର ଏବଂ ପ୍ୟାରେ ମୋହନ ଭଳି କଥାଚିତ୍ରରେ ଅଭିନୟ କରିଥିଲେ ।[୧୬]
୨୦୦୬ରେ ଅମ୍ରିତା ବିବାହ ଚଳଚ୍ଚିତ୍ର ଜରିଆରେ ଅଧିକ ଲୋକପ୍ରିୟ ହୋଇଥିଲେ । ଏହି ଚଳଚ୍ଚିତ୍ରରେ ଅମ୍ରିତାଙ୍କ ସହ ଶାହିଦ କପୁର, ଆଲୋକ ନାଥ, ଅନୁପମ ଖେର ଆଦି ଅଭିନୟ କରିଥିଲେ ।[୧୭] ୧୩ତମ ଷ୍ଟାରସ୍କ୍ରିନ୍ ଆୱାର୍ଡ଼ରେ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ କରାଯାଇଥିଲା ।[୧୮]
୨୦୦୭-୨୦୧୧
[ସମ୍ପାଦନା]୨୦୦୭ରେ ଅମ୍ରିତା ତେଲୁଗୁ ଚଳଚ୍ଚିତ୍ର ଅତିଦୀରେ ଅଭିନେତା ମହେଶ ବାବୁଙ୍କ ସହ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ସମୀକ୍ଷକମାନେ ପ୍ରଶଂସା କରିଥିଲେ ।[୧୯] ୨୦୦୮ରେ ଅମ୍ରିତା ମାଇଁ ନେମ୍ ଇସ୍ ଆନ୍ଥୋନୀ ଗୋନ୍ସାଲ୍ଭସ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ନାକାରତ୍ମକ ମନ୍ତବ୍ୟ ମିଳିଥିଲା ଏବଂ ଚଳଚ୍ଚିତ୍ରଟୀ ସେତେ ସଫଳ ବ୍ୟବସାୟ କରିପାରିନଥିଲା ।[୨୦] ଅମ୍ରିତାଙ୍କ ଭୂମିକାକୁ କିଛି ସମୀକ୍ଷକମାନେ ମଧ୍ୟ ପସନ୍ଦ କରିଥିଲେ ।[୨୧] ସେହି ବର୍ଷ ସେ ସୌର୍ଯ୍ୟ ଚଳଚ୍ଚିତ୍ରରେ ଏକ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ।[୨୨]
୨୦୦୮ରେ ସେ ଅନ୍ୟ ଏକ ସଫଳ ଚଳଚ୍ଚିତ୍ର ୱେଲକମ୍ ଟୁ ସାଜ୍ଜନ୍ପୁରରେ ଅଭିନୟ କରିଥିଲେ ।[୨୩] ଏହି ଚଳଚ୍ଚିତ୍ର ପାଇଁ ସେ ଷ୍ଟାରଡଷ୍ଟରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ୨୦୦୯ରେ ସେ କ୍ରିକେଟ ଉପରେ ପର୍ଯ୍ୟବସିତ ଚଳଚ୍ଚିତ୍ର ଭିକ୍ଟ୍ରିରେ ଅଭିନୟ କରିଥିଲେ ।[୨୪] ସେହି ବର୍ଷ ସେ ନିରଜ ଭୋରାଙ୍କ କମେଡ଼ି ଚଳଚ୍ଚିତ୍ର ସର୍ଟକଟ୍ରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ସହ ଅଭିନୟ କରିଥିଲେ ।[୨୫] ୨୦୧୧ରେ ଅମ୍ରିତା ଲଭ୍ ୟୁ ମିଷ୍ଟ କଲାକାରରେ ଅଭିନୟ କରିଥିଲେ ।[୨୬] ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ବିଫଳ ହୋଇଥିଲା ।[୨୭]
୨୦୧୩-ଏବେଯାଏଁ
[ସମ୍ପାଦନା]ଚଳଚ୍ଚିତ୍ର ଜଗତରୁ ଦୁଇ ବର୍ଷ ଦୂରେଇ ରହିବା ପରେ ଅମ୍ରିତା ୨୦୧୩ରେ ଜଲି ଏଲ୍ଏଲ୍ବିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ।[୨୮] ଏହି ଚଳଚ୍ଚିତ୍ରରେ ଅମ୍ରିତାଙ୍କର ଅଭିନୟକୁ ସମସ୍ତେ ପସନ୍ଦ କରିଥିଲେ ।[୨୯][୩୦][୩୧] ଏହାପରେ ୨୦୧୩ରେ ସେ ସନି ଦେଓଲଙ୍କ ସହ ସିଂ ସାହବ ଦ ଗ୍ରେଟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୩୨][୩୩]
ବୈବାହିକ ଜୀବନ
[ସମ୍ପାଦନା]ଅମ୍ରିତା ତାଙ୍କ ୭ବର୍ଷର ପ୍ରେମିକ ଆର୍ଜେ ଅନ୍ମୋଲଙ୍କୁ ୧୫ ମ)ଇ ୨୦୧୬ରେ ମୁମ୍ବାଇରେ ବିବାହ କରିଥିଲେ ।[୩୪]
ଅଭିନୀତ କଥାଚିତ୍ର
[ସମ୍ପାଦନା]- ୨୦୦୨: ଅବ୍ କେ ବରଷ୍
- ୨୦୦୨: ଦ ଲିଜେଣ୍ଡ ଅଫ୍ ଭଗତ୍ ସିଂହ
- ୨୦୦୩: ଇସ୍କ ଭିସ୍କ
- ୨୦୦୪: ମସ୍ତି
- ୨୦୦୪: ମେଁ ହୁଁ ନା
- ୨୦୦୪: ଦିୱାର
- ୨୦୦୫: ୱା! ଲାଇଫ୍ ହୋ ତୋ ୟେସି!
- ୨୦୦୫: ଶିଖର
- ୨୦୦୬: ପ୍ୟାରେ ମୋହନ
- ୨୦୦୬: ବିବାହ
- ୨୦୦୭: ହୈ ବେବି
- ୨୦୦୭: ଅତିଦୀ (ତେଲୁଗୁ)
- ୨୦୦୮: ମାଇଁ ନେମ୍ ଇସ୍ ଆନ୍ଥୋନୀ ଗୋନ୍ସାଲ୍ଭସ୍
- ୨୦୦୮: ସୌର୍ଯ୍ୟ
- ୨୦୦୮: ୱେଲକମ୍ ଟୁ ସାଜନ୍ପୁର୍
- ୨୦୦୯: ଭିକ୍ଟ୍ରି
- ୨୦୦୯: ସର୍ଟକଟ୍
- ୨୦୦୯: ଲାଇଫ୍ ପାର୍ଟନର୍
- ୨୦୧୦: ଜାନେ କାହାଁ ସେ ଆୟି ହୈ
- ୨୦୧୧: ଲଭ୍ ୟୁ ମିଷ୍ଟର କଲାକାର୍
- ୨୦୧୩: ଜଲି ଏଲ୍ଏଲ୍ବି
- ୨୦୧୩: ସିଂ ସାହାବ ଦ ଗ୍ରେଟ୍
- ୨୦୧୩: ସତ୍ୟାଗ୍ରହ
ଦୂରଦର୍ଶନ
[ସମ୍ପାଦନା]- ୨୦୦୯: ପରଫେକ୍ଟ ବ୍ରାଇଡ୍
- ୨୦୧୬: ମେରି ଆୱାଜ୍ ହି ପେହଚାନ ହୈ
ଆଧାର
[ସମ୍ପାଦନା]- ↑ "Ekta, Amrita Rao share birthday". Sify. IBNS. 7 June 2012. Retrieved 27 May 2017.
- ↑ "Want to work in films which remain memorable: Amrita Rao". The Indian Express. 30 August 2015. Retrieved 27 May 2017.
- ↑ "I don't intend to change the 'Girl-next-door' image: Amrita Rao". Dainik Jagran. Dainik Bhaskar. 22 July 2013. Retrieved 27 May 2017.
- ↑ "Times 50 Most Desirable Women of 2011 : The Winners". The Times of India. Times Group. 4 February 2012. Retrieved 27 May 2017.
- ↑ ୫.୦ ୫.୧ "Amrita Rao biography". oneindia.in. One India Entertainment. Archived from the original on 10 August 2014. Retrieved 27 May 2017.
- ↑ Saran, Renu (25 February 2014). Encyclopedia of Bollywood–Film Actresses. Diamond Pocket Books Pvt Ltd. p. 12. ISBN 978-93-5083-691-0.
- ↑ Wilkins, Sandra (February 2012). The Celebrity 411: Spotlight on Amrita Rao, Including Her Personal Life, Famous Blockbusters Such as Mein Hoon Na, Vivah, Heyy Babyy, Her. Webster's Digital Services. ISBN 978-1-276-23340-8.
- ↑ "Amrita Rao's Debut Hit". YouTube. Retrieved 27 May 2017.
- ↑ "Ab Ke Baras- review, responses". bollywoodhungama.com/. Bollywood Hungama. Retrieved 27 May 2017.
- ↑ "Movie review- Ab Ke Baras". rediff.com/. Rediff.com. Retrieved 27 May 2017.
- ↑ "Ab Ke Baras- Movie review (Planet Bollywood )". planetbollywood.com/. Planet Bollywood. Retrieved 27 May 2017.
- ↑ "IIFA Through the Years : Singapore". International Indian Film Academy Awards. Retrieved 27 May 2017.
- ↑ "Masti (2004) – Full Cast & Crew". Box Office India. Retrieved 27 May 2017.
- ↑ "Amrita Rao is the Prettiest Woman Alive". rediff.com/. Rediff.com. Retrieved 27 May 2017.
- ↑ "Vaah! Life Ho Toh Aisi failed to impress". Glamsham. Archived from the original on 12 August 2014. Retrieved 27 May 2017.
- ↑ "Pyare Mohan: Masand's verdict". CNN-IBN. CNN. 29 April 2010. Archived from the original on 10 August 2014. Retrieved 27 May 2017.
- ↑ "Vivah review- Bollywood Hungama". bollywoodhungama.com. Bollywood Hungama. Retrieved 27 May 2017.
- ↑ "13th Annual Star Screen Awards Nominations". Asian Outlook. Archived from the original on 8 August 2014. Retrieved 27 May 2017.
- ↑ "Glamorous girl charms Telugu audiences". sify.com/. Sify. Retrieved 27 May 2017.
- ↑ "Victory failed to perform well". boxofficeindia.com. Boxoffice India. Retrieved 27 May 2017.
- ↑ "Rao justifies her role". oneindia.in. Archived from the original on 10 August 2014. Retrieved 27 May 2017.
- ↑ Tuteja, Joginder (2 May 2008). "Box Office Analysis". indiaglitz.com. India Glitz. Archived from the original on 5 May 2008. Retrieved 27 May 2017.
- ↑ "Review- Welcome to Sajjanpur". Hindustan Times. HT Media Ltd. 19 September 2008. Archived from the original on 8 August 2014. Retrieved 27 May 2017.
- ↑ "Victory failed to perform well". boxofficeindia.com. Boxoffice India. Archived from the original on 4 February 2015. Retrieved 27 May 2017.
- ↑ "Victory failed to perform well". boxofficeindia.com. Boxoffice India. Archived from the original on 1 February 2014. Retrieved 27 May 2017.
- ↑ "Love U... Mr. Kalakaar: Movie Review". The Times of India. The Times Group. 13 May 2011. Retrieved 27 May 2017.
- ↑ "61st National Film Awards For 2013" (PDF). Directorate of Film Festivals. 16 ଅପ୍ରେଲ 2014. Archived from the original (PDF) on 16 April 2014. Retrieved 27 May 2017.
- ↑ K Jha, Subhash (16 March 2013). "Review: 'Jolly LLB'—An engaging courtroom drama enlivened by sparkling performances". Daily News and Analysis. Deepak Rathi. Dainik Bhaskar. Retrieved 27 May 2017.
- ↑ Chopra, Anupama (15 March 2013). "Anupama Chopra's review: Jolly LLB". Hindustan Times. HT Media Ltd. Archived from the original on 15 March 2013. Retrieved 27 May 2017.
- ↑ Kamath, Sudhish (21 May 2014). "Jolly LLB: Emotional, not legal". The Hindu. N. Ram. The Hindu Group. Retrieved 27 May 2017.
- ↑ "Amrita pairs with Sunny Deol in next". The Times of India. 8 October 2012. Retrieved 27 May 2017.
- ↑ "Singh Saab the Great runs into trouble". The Indian Express. ndian Express Group. Indian Express Group. 13 September 2013. Retrieved 27 May 2017.
- ↑ Amrita Rao’s husband RJ Anmol announces their marriage on Facebook; read here. The Indian Express (15 May 2016). Retrieved on 27 May 2017.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅମୃତା ରାଓ