Jump to content

ପ୍ରଶାନ୍ତି ଏକ୍ସପ୍ରେସ

ଉଇକିପିଡ଼ିଆ‌ରୁ
(Prashanti Expressରୁ ଲେଉଟି ଆସିଛି)
ପ୍ରଶାନ୍ତି ଏକ୍ସପ୍ରେସ
ଭୁବନେଶ୍ୱର ଆଡ଼କୁ ଆସୁଥିବା ସମୟରେ ପିଠାପୁରମଠାରେ ପ୍ରଶାନ୍ତି ଏକ୍ସପ୍ରେସ
Overview
Service typeଏକ୍ସପ୍ରେସ
Localeଓଡ଼ିଶା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ
First service୨୨ ନଭେମ୍ବର ୨୦୦୦ (ଭୁବନେଶ୍ୱରକୁ ୨୦ ଫେବୃୟାରୀ ୨୦୦୭ରୁ)
Current operator(s)ପୂର୍ବତଟ ରେଳ ବିଭାଗ
Route
Startଭୁବନେଶ୍ୱର
Stops୪୩
Endବେଙ୍ଗାଳୁରୁ
Distance travelled1,547 km (961 mi)
Average journey time୩୦ ଘଣ୍ଟା ୩୫ ମିନିଟ
Service frequencyଦୈନିକ
Train number(s)୧୮୪୬୩ / ୧୮୪୬୪
On-board services
Class(es)2A-1(A-1);3A-4(B-1, B-2, B-3, B-4);SL-11(S-1 to S-11);PC-1;GENL-4;SLR-;
Seating arrangementsଅଛି
Sleeping arrangementsଅଛି
Catering facilitiesପାଣ୍ଟ୍ରି କୋଚ ଅଛି
Technical
Operating speedମଝିରେ ରହିବା ସହିତ ହାରାହାରି 50 km/h (31 mph)
Route map

ପ୍ରଶାନ୍ତି ଏକ୍ସପ୍ରେସ, ଭୁବନେଶ୍ୱରରୁ ବେଙ୍ଗାଳୁରୁ ମଧ୍ୟରେ ଚାଲୁଥିବା ଏକ ଦୈନିକ ରେଳଗାଡ଼ି ଅଟେ । ଏହା ସକାଳ ୦୫:୩୦ରେ ଭୁବନେଶ୍ୱର ରେଳ ଷ୍ଟେସନରୁ ଛାଡ଼ିଥାଏ ଏବଂ ଆଗାମୀ ଦିନ ଦ୍ୱିପ୍ରହର ୧୨:୦୫ ସମୟରେ ବେଙ୍ଗାଳୁରୁ ସହର ରେଳ ଷ୍ଟେସନ (ମ୍ୟାଜେଷ୍ଟିକ)ରେ ପହଞ୍ଚିଥାଏ । ଯାତାୟତ ସମୟ ପାଖାପାଖି ୩୦ ଘଣ୍ଟା ଅଟେ । ଏହା ଭୁବନେଶ୍ୱରରୁ ବେଙ୍ଗାଳୁରୁକୁ ଗାଡ଼ି କ୍ରମାଙ୍କ ୧୮୪୬୩ରେ ଏବଂ ଫେରିଲାବେଳେ ବେଙ୍ଗାଳୁରୁରୁ ଗାଡ଼ି କ୍ରମାଙ୍କ ୧୮୪୬୪ରେ ଆସିଥାଏ ।

ଇତିହାସ

[ସମ୍ପାଦନା]

ପ୍ରଶାନ୍ତି ଏକ୍ସପ୍ରେସ ୨୨ ନଭେମ୍ବର ୨୦୦୦ ମସିହାରେ ବେଙ୍ଗାଳୁରୁରୁ ବିଶାଖାପଟନମ ପର୍ଯ୍ୟନ୍ତ ଦୈନିକ ଚାଲିବା ଆରମ୍ଭ କରିଥିଲା । ପରେ ୨୦ ଫେବୃୟାରୀ ୨୦୦୭ ମସିହାରେ ଏହି ରେଳଗାଡ଼ିଟିର ଗତିପଥ ଭୁବନେଶ୍ୱର ଯାଏଁ ବଢ଼େଇ ଦିଆଯାଇଥିଲା ।[]

ଗତିପଥ

[ସମ୍ପାଦନା]

ଏହି ରେଳଗାଡ଼ିଟି ତିନୋଟି ରାଜ୍ୟ ଦେଇକି ଅତିକ୍ରମ କରିଥାଏ: ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଏବଂ କର୍ଣ୍ଣାଟକ । ଏହି ବାଟରେ ପଡୁଥିବା କିଛି ବିଶିଷ୍ଟ ଷ୍ଟେସନଗୁଡ଼ିକ ହେଲା ଖୋର୍ଦ୍ଧା ରୋଡ଼ ଜଙ୍କ୍ସନ, ବ୍ରହ୍ମପୁର, ବିଶାଖାପଟନମ, ବିଜୟୱାଡା ଜଙ୍କ୍ସନ, ଗୁଣ୍ଟୁର ଜଙ୍କ୍ସନ, ଗୁଣ୍ଟକାଲ ଜଙ୍କ୍ସନ ଏବଂ ଧର୍ମାବରଂ ଜଙ୍କ୍ସନ ।[]

କୋଚ ସଂଯୋଜନା

[ସମ୍ପାଦନା]

ଏହି ଟ୍ରେନରେ ଗୋଟିଏ ଏସି ଦ୍ୱିତୀୟ ଶ୍ରେଣୀ, ଚାରୋଟି ଏସି ତୃତୀୟ ଶ୍ରେଣୀ, ଏଗାରଟି ସ୍ଲିପର, ଚାରୋଟି ସାଧାରଣ ଏବଂ ଦୁଇଟି ଏସଏଲଆର (ବସିବା ସହିତ ସାମଗ୍ରୀ ରଖିବା) ବଗି ରହିଛି । ଯାତ୍ରୀମାନଙ୍କ ସୁବିଧା ପାଇଁ ଗୋଟିଏ ଖାଦ୍ୟ ଭଣ୍ଡାର ଘର (ପାଣ୍ଟ୍ରି) ବଗି ମଧ୍ୟ ଅଛି ।

ଦୁର୍ଘଟଣା

[ସମ୍ପାଦନା]

୨୯ ଅଗଷ୍ଟ ୨୦୧୫ ମସିହା ଦ୍ୱିପ୍ରହର ୧୨ଟା ୧୫ ମିନିଟ ସମୟରେ ବେଙ୍ଗାଳୁରୁ ସହରର ରେଳ ଷ୍ଟେସନରେ ପ୍ରବେଶ ସମୟରେ ଟ୍ରେନର ଇଂଜିନ ଏବଂ ଏହାକୁ ପଛକୁ ପଛ ଲାଗିରହିଥିବା ଦୁଇଟି ବଗି ରେଳ ଲାଇନଚ୍ୟୁତ ହୋଇଥିଲା । ଏଥିରେ କୌଣସି ଯାତ୍ରୀ ଆହତ ହୋଇନଥିଲେ ।[]

ବାହାର ଆଧାର

[ସମ୍ପାଦନା]