ପ୍ରଶାନ୍ତି ଏକ୍ସପ୍ରେସ
ଭୁବନେଶ୍ୱର ଆଡ଼କୁ ଆସୁଥିବା ସମୟରେ ପିଠାପୁରମଠାରେ ପ୍ରଶାନ୍ତି ଏକ୍ସପ୍ରେସ | |||||
| Overview | |||||
|---|---|---|---|---|---|
| Service type | ଏକ୍ସପ୍ରେସ | ||||
| Locale | ଓଡ଼ିଶା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ | ||||
| First service | ୨୨ ନଭେମ୍ବର ୨୦୦୦ (ଭୁବନେଶ୍ୱରକୁ ୨୦ ଫେବୃୟାରୀ ୨୦୦୭ରୁ) | ||||
| Current operator(s) | ପୂର୍ବତଟ ରେଳ ବିଭାଗ | ||||
| Route | |||||
| Start | ଭୁବନେଶ୍ୱର | ||||
| Stops | ୪୩ | ||||
| End | ବେଙ୍ଗାଳୁରୁ | ||||
| Distance travelled | 1,547 km (961 mi) | ||||
| Average journey time | ୩୦ ଘଣ୍ଟା ୩୫ ମିନିଟ | ||||
| Service frequency | ଦୈନିକ | ||||
| Train number(s) | ୧୮୪୬୩ / ୧୮୪୬୪ | ||||
| On-board services | |||||
| Class(es) | 2A-1(A-1);3A-4(B-1, B-2, B-3, B-4);SL-11(S-1 to S-11);PC-1;GENL-4;SLR-; | ||||
| Seating arrangements | ଅଛି | ||||
| Sleeping arrangements | ଅଛି | ||||
| Catering facilities | ପାଣ୍ଟ୍ରି କୋଚ ଅଛି | ||||
| Technical | |||||
| Operating speed | ମଝିରେ ରହିବା ସହିତ ହାରାହାରି 50 km/h (31 mph) | ||||
| |||||
ପ୍ରଶାନ୍ତି ଏକ୍ସପ୍ରେସ, ଭୁବନେଶ୍ୱରରୁ ବେଙ୍ଗାଳୁରୁ ମଧ୍ୟରେ ଚାଲୁଥିବା ଏକ ଦୈନିକ ରେଳଗାଡ଼ି ଅଟେ । ଏହା ସକାଳ ୦୫:୩୦ରେ ଭୁବନେଶ୍ୱର ରେଳ ଷ୍ଟେସନରୁ ଛାଡ଼ିଥାଏ ଏବଂ ଆଗାମୀ ଦିନ ଦ୍ୱିପ୍ରହର ୧୨:୦୫ ସମୟରେ ବେଙ୍ଗାଳୁରୁ ସହର ରେଳ ଷ୍ଟେସନ (ମ୍ୟାଜେଷ୍ଟିକ)ରେ ପହଞ୍ଚିଥାଏ । ଯାତାୟତ ସମୟ ପାଖାପାଖି ୩୦ ଘଣ୍ଟା ଅଟେ । ଏହା ଭୁବନେଶ୍ୱରରୁ ବେଙ୍ଗାଳୁରୁକୁ ଗାଡ଼ି କ୍ରମାଙ୍କ ୧୮୪୬୩ରେ ଏବଂ ଫେରିଲାବେଳେ ବେଙ୍ଗାଳୁରୁରୁ ଗାଡ଼ି କ୍ରମାଙ୍କ ୧୮୪୬୪ରେ ଆସିଥାଏ ।
ଇତିହାସ
[ସମ୍ପାଦନା]ପ୍ରଶାନ୍ତି ଏକ୍ସପ୍ରେସ ୨୨ ନଭେମ୍ବର ୨୦୦୦ ମସିହାରେ ବେଙ୍ଗାଳୁରୁରୁ ବିଶାଖାପଟନମ ପର୍ଯ୍ୟନ୍ତ ଦୈନିକ ଚାଲିବା ଆରମ୍ଭ କରିଥିଲା । ପରେ ୨୦ ଫେବୃୟାରୀ ୨୦୦୭ ମସିହାରେ ଏହି ରେଳଗାଡ଼ିଟିର ଗତିପଥ ଭୁବନେଶ୍ୱର ଯାଏଁ ବଢ଼େଇ ଦିଆଯାଇଥିଲା ।[୧]
ଗତିପଥ
[ସମ୍ପାଦନା]ଏହି ରେଳଗାଡ଼ିଟି ତିନୋଟି ରାଜ୍ୟ ଦେଇକି ଅତିକ୍ରମ କରିଥାଏ: ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଏବଂ କର୍ଣ୍ଣାଟକ । ଏହି ବାଟରେ ପଡୁଥିବା କିଛି ବିଶିଷ୍ଟ ଷ୍ଟେସନଗୁଡ଼ିକ ହେଲା ଖୋର୍ଦ୍ଧା ରୋଡ଼ ଜଙ୍କ୍ସନ, ବ୍ରହ୍ମପୁର, ବିଶାଖାପଟନମ, ବିଜୟୱାଡା ଜଙ୍କ୍ସନ, ଗୁଣ୍ଟୁର ଜଙ୍କ୍ସନ, ଗୁଣ୍ଟକାଲ ଜଙ୍କ୍ସନ ଏବଂ ଧର୍ମାବରଂ ଜଙ୍କ୍ସନ ।[୨]
କୋଚ ସଂଯୋଜନା
[ସମ୍ପାଦନା]ଏହି ଟ୍ରେନରେ ଗୋଟିଏ ଏସି ଦ୍ୱିତୀୟ ଶ୍ରେଣୀ, ଚାରୋଟି ଏସି ତୃତୀୟ ଶ୍ରେଣୀ, ଏଗାରଟି ସ୍ଲିପର, ଚାରୋଟି ସାଧାରଣ ଏବଂ ଦୁଇଟି ଏସଏଲଆର (ବସିବା ସହିତ ସାମଗ୍ରୀ ରଖିବା) ବଗି ରହିଛି । ଯାତ୍ରୀମାନଙ୍କ ସୁବିଧା ପାଇଁ ଗୋଟିଏ ଖାଦ୍ୟ ଭଣ୍ଡାର ଘର (ପାଣ୍ଟ୍ରି) ବଗି ମଧ୍ୟ ଅଛି ।
ଦୁର୍ଘଟଣା
[ସମ୍ପାଦନା]୨୯ ଅଗଷ୍ଟ ୨୦୧୫ ମସିହା ଦ୍ୱିପ୍ରହର ୧୨ଟା ୧୫ ମିନିଟ ସମୟରେ ବେଙ୍ଗାଳୁରୁ ସହରର ରେଳ ଷ୍ଟେସନରେ ପ୍ରବେଶ ସମୟରେ ଟ୍ରେନର ଇଂଜିନ ଏବଂ ଏହାକୁ ପଛକୁ ପଛ ଲାଗିରହିଥିବା ଦୁଇଟି ବଗି ରେଳ ଲାଇନଚ୍ୟୁତ ହୋଇଥିଲା । ଏଥିରେ କୌଣସି ଯାତ୍ରୀ ଆହତ ହୋଇନଥିଲେ ।[୩]