Jump to content

ପ୍ରଶାନ୍ତ ମହାପାତ୍ର

ଉଇକିପିଡ଼ିଆ‌ରୁ
(Prashant Mohapatraରୁ ଲେଉଟି ଆସିଛି)
ପ୍ରଶାନ୍ତ ମହାପାତ୍ର
ବ୍ୟକ୍ତିଗତ ତଥ୍ୟ
ଜନ୍ମ(1973-09-01)୧ ସେପ୍ଟେମ୍ବର ୧୯୭୩
ମୃତ୍ୟୁ୧୯ ମଇ ୨୦୨୧(2021-05-19) (ବୟସ ୪୭)
ଭୁବନେଶ୍ୱର
ଡାକ ନାମମୁନା
ବ୍ୟାଟିଂ ପ୍ରକାରଡାହାଣହାତୀ
ବୋଲିଂ ପ୍ରକାରଡାହାଣହାତୀ ମିଡିଅମ୍
ଘରୋଇ ଦଳ ତଥ୍ୟ
YearsTeam
୧୯୯୦–୨୦୦୩ଓଡ଼ିଶା
ପ୍ରଥମ ଶ୍ରେଣୀ କ୍ରିକେଟ୍ debut୧୯୯୦ ଓଡ଼ିଶା v ବିହାର
ଅମ୍ପାୟାରିଂ ତଥ୍ୟ
ପ୍ରଥମଶ୍ରେଣୀ ଅମ୍ପାୟାରିଂ48
ଲିଷ୍ଟ ଏ ଅମ୍ପାୟାରିଂ45
Career statistics
ପ୍ରତିଯୋଗିତା ପ୍ରଥମ ଶ୍ରେଣୀ କ୍ରିକେଟ୍ ଲିଷ୍ଟ୍ ଏ କ୍ରିକେଟ୍
ମ୍ୟାଚ ସଂଖ୍ୟା ୪୫ ୧୭
ମୋଟ ରନ ୨୧୯୬ ୨୬୧
ବ୍ୟାଟିଂ ହାର ୩୦.୦୮ ୧୬.୩୧
ଶତକ/ଅର୍ଦ୍ଧଶତକ ୫/୧୧ -/-
ସର୍ବାଧିକ ରନ ୧୫୭* ୪୯*
ବଲ ସଂଖ୍ୟା
ଉଇକେଟ
ବୋଲିଂ ହାର
ଇନିଙ୍ଗସରେ ୫ଟି ଉଇକେଟ
ମ୍ୟାଚରେ ୧୦ଟି ଉଇକେଟ
ସବୁଠୁ ଭଲ ବୋଲିଂ
କ୍ୟାଚ/ଷ୍ଟମ୍ପିଙ୍ଗ ୪୪/– ୪/–
Source: ESPNcricinfo, 19 May 2021

ପ୍ରଶାନ୍ତ ମହାପାତ୍ର (୧ ସେପ୍ଟେମ୍ବର ୧୯୭୩ - ୧୯ ମଇ ୨୦୨୧) ଜଣେ ଓଡ଼ିଆ କ୍ରିକେଟ ଖେଳାଳୀ ଏବଂ ଅମ୍ପାୟାର୍ ଥିଲେ । ୧୯୯୦ ମସିହାରେ ସେ ବିହାର ବିରୁଦ୍ଧରେ ତାଙ୍କର ପ୍ରଥମ ରଜଣୀ ମ୍ୟାଚ୍ ଖେଳିଥିଲେ ଏବଂ ୧୯୯୩ ମସିହାରେ ସେ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିଲେ । ପରବର୍ତ୍ତୀ ସମୟରେ ସେ ଅମ୍ପାୟାର ଭାବରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ଼ଦ୍ୱାରା ନିଯୁକ୍ତ ହୋଇଥିଲେ ।

ଜନ୍ମ ଓ ପରିବାର

[ସମ୍ପାଦନା]

ପ୍ରଶାନ୍ତ ମହାପାତ୍ର ୧୯୭୩ ମସିହାର ସେପ୍ଟେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପା ରଘୁନାଥ ମହାପାତ୍ର ଜଣେ ପଥର ଶିଳ୍ପୀ ଓ ସ୍ଥପତି ଥିଲେ, ଯିଏକି ଭାରତ ସରକାରଙ୍କଦ୍ୱାରା ପଦ୍ମ ବିଭୁଷଣ ପୁରସ୍କାର ପାଇଥିଲେ ଏବଂ ଭାରତୀୟ ସଂସଦର ଉପର ସଦନ ରାଜ୍ୟ ସଭାର ସାଂସଦ ଭାବରେ କାର୍ଯ୍ୟ କରିଥିଲେ ।[]

କ୍ରିକେଟ

[ସମ୍ପାଦନା]

ପ୍ରଶାନ୍ତ ମହାପାତ୍ର ତାମିଲନାଡ଼ୁ ବିରୁଦ୍ଧରେ ୧୯ ବର୍ଷରୁ କମ୍ ରଣଜୀ କ୍ରିକେଟ୍‌ରେ ଖେଳିବା ଆରମ୍ଭ କରିଥିଲେ । ଏହାପରେ ସେ ୧୯୯୦ ମସିହାରେ ବିହାରୁ ବିରୁଦ୍ଧରେ ରଣଜୀ ମ୍ୟାଚ୍ ଖେଳିବା ଆରମ୍ଭ କରିଥିଲେ ।[] ୧୯୯୩ ମସିହାରେ ସେ ଲିଷ୍ଟ ଏ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ । ସେ ଇଷ୍ଟ ଜୋନ୍ ତରଫରୁ ଦୁଲୀପ ଟ୍ରଫି ଓ ଦେଓଧର ଟ୍ରଫି ଖେଳିଥିଲେ । ସେ ଓଡ଼ିଶା କ୍ରିକେଟ ଦଳର ଅଧିନାୟକ ଭାବରେ କାର୍ଯ୍ୟ କରିଥିଲେ ।[] ସେ ୪୫ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୩୦.୦୮ ହାରାହାରିରେ ୨,୧୯୬ ରନ୍ କରିଥିଲେ, ଯେଉଁଥିରେ ୧୧ଟି ଅର୍ଦ୍ଧଶତ ଓ ୫ଟି ଶତକ କରିଥିଲେ ।[]

ପରବର୍ତ୍ତୀ ସମୟରେ ସେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ଼ଦ୍ୱାରା ଅମ୍ପାୟାର ଓ ରେଫେରୀ ଭାବରେ ନିଯୁକ୍ତ ହୋଇଥିଲେ । ସେ ୧୮ଟି ପ୍ରଥମ ଶ୍ରେଣୀ କ୍ରିକେଟ୍, ୪୫ଟି ଲିଷ୍ଟ ଏ କ୍ରିକେଟ୍ ଏବଂ ୪୯ଟି ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚର ରେଫେରୀ ଭାବରେ କାର୍ଯ୍ୟ କରିଥିଲେ ।[]

ମୃତ୍ୟୁ

[ସମ୍ପାଦନା]

ପ୍ରଶାନ୍ତ ମହାପାତ୍ର ୨୦୨୧ ମସିହାର ମଇ ୧୯ ତାରିଖରେ ୪୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । କରୋନାଭୂତାଣୁ ରୋଗ ୨୦୧୯ରେ ପୀଡ଼ିତ ହୋଇ ସେ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନରେ (AIIMS) ଚିକିତ୍ସିତ ହେଉଥିଲେ ।[]

  1. 1 2 "Former Odisha captain Prashant Mohapatra dies of Covid-19". Hindustan Times (in English). Bhubaneswar. 19 May 2021. Retrieved 19 May 2021.{{cite news}}: CS1 maint: unrecognized language (link)
  2. Halder, Aditya (19 May 2021). "BCCI match referee Prashant Mohapatra dies of COVID-19". India TV News (in English). Bhubaneswar. Retrieved 19 May 2021.{{cite news}}: CS1 maint: unrecognized language (link)
  3. Birwadkar, Shubham (19 May 2021). "Who is Prashant Mohapatra? BCCI match referee's latest news shocks Indian cricket fans". Republic World (in English). Retrieved 19 May 2021.{{cite news}}: CS1 maint: unrecognized language (link)
  4. "Former Odisha cricketer and BCCI match referee Prashant Mohapatra dies battling Covid-19 | Off the field News - Times of India". The Times of India (in ଇଂରାଜୀ). 19 May 2021. Retrieved 19 May 2021.
  5. 1 2 JENA, SURYAKANT (19 May 2021). "Former Odisha Cricket Team Captain Prashant Mohapatra Succumbs To COVID-19". Former Odisha Cricket Team Captain Prashant Mohapatra Succumbs To COVID-19 (in English). Bhubaneswar. Archived from the original on 19 May 2021. Retrieved 19 May 2021.{{cite news}}: CS1 maint: unrecognized language (link)

ବାହାର ଆଧାର

[ସମ୍ପାଦନା]