ପ୍ରଶାନ୍ତ ମହାପାତ୍ର

ଉଇକିପିଡ଼ିଆ‌ରୁ
ପ୍ରଶାନ୍ତ ମହାପାତ୍ର
ବ୍ୟକ୍ତିଗତ ତଥ୍ୟ
ଜନ୍ମ(1973-09-01)୧ ସେପ୍ଟେମ୍ବର ୧୯୭୩
ମୃତ୍ୟୁ୧୯ ମଇ ୨୦୨୧(2021-05-19) (ବୟସ ୪୭)
ଭୁବନେଶ୍ୱର
ଡାକ ନାମମୁନା
ବ୍ୟାଟିଂ ପ୍ରକାରଡାହାଣହାତୀ
ବୋଲିଂ ପ୍ରକାରଡାହାଣହାତୀ ମିଡିଅମ୍
ଘରୋଇ ଦଳ ତଥ୍ୟ
YearsTeam
୧୯୯୦–୨୦୦୩ଓଡ଼ିଶା
ପ୍ରଥମ ଶ୍ରେଣୀ କ୍ରିକେଟ୍ debut୧୯୯୦ ଓଡ଼ିଶା v ବିହାର
ଅମ୍ପାୟାରିଂ ତଥ୍ୟ
ପ୍ରଥମଶ୍ରେଣୀ ଅମ୍ପାୟାରିଂ48
ଲିଷ୍ଟ ଏ ଅମ୍ପାୟାରିଂ45
Career statistics
ପ୍ରତିଯୋଗିତା ପ୍ରଥମ ଶ୍ରେଣୀ କ୍ରିକେଟ୍ ଲିଷ୍ଟ୍ ଏ କ୍ରିକେଟ୍
ମ୍ୟାଚ ସଂଖ୍ୟା ୪୫ ୧୭
ମୋଟ ରନ ୨୧୯୬ ୨୬୧
ବ୍ୟାଟିଂ ହାର ୩୦.୦୮ ୧୬.୩୧
ଶତକ/ଅର୍ଦ୍ଧଶତକ ୫/୧୧ -/-
ସର୍ବାଧିକ ରନ ୧୫୭* ୪୯*
ବଲ ସଂଖ୍ୟା
ଉଇକେଟ
ବୋଲିଂ ହାର
ଇନିଙ୍ଗସରେ ୫ଟି ଉଇକେଟ
ମ୍ୟାଚରେ ୧୦ଟି ଉଇକେଟ
ସବୁଠୁ ଭଲ ବୋଲିଂ
କ୍ୟାଚ/ଷ୍ଟମ୍ପିଙ୍ଗ ୪୪/– ୪/–
Source: ESPNcricinfo, 19 May 2021

ପ୍ରଶାନ୍ତ ମହାପାତ୍ର (୧ ସେପ୍ଟେମ୍ବର ୧୯୭୩ - ୧୯ ମଇ ୨୦୨୧) ଜଣେ ଓଡ଼ିଆ କ୍ରିକେଟ ଖେଳାଳୀ ଏବଂ ଅମ୍ପାୟାର୍ ଥିଲେ । ୧୯୯୦ ମସିହାରେ ସେ ବିହାର ବିରୁଦ୍ଧରେ ତାଙ୍କର ପ୍ରଥମ ରଜଣୀ ମ୍ୟାଚ୍ ଖେଳିଥିଲେ ଏବଂ ୧୯୯୩ ମସିହାରେ ସେ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିଲେ । ପରବର୍ତ୍ତୀ ସମୟରେ ସେ ଅମ୍ପାୟାର ଭାବରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ଼ଦ୍ୱାରା ନିଯୁକ୍ତ ହୋଇଥିଲେ ।

ଜନ୍ମ ଓ ପରିବାର[ସମ୍ପାଦନା]

ପ୍ରଶାନ୍ତ ମହାପାତ୍ର ୧୯୭୩ ମସିହାର ସେପ୍ଟେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପା ରଘୁନାଥ ମହାପାତ୍ର ଜଣେ ପଥର ଶିଳ୍ପୀ ଓ ସ୍ଥପତି ଥିଲେ, ଯିଏକି ଭାରତ ସରକାରଙ୍କଦ୍ୱାରା ପଦ୍ମ ବିଭୁଷଣ ପୁରସ୍କାର ପାଇଥିଲେ ଏବଂ ଭାରତୀୟ ସଂସଦର ଉପର ସଦନ ରାଜ୍ୟ ସଭାର ସାଂସଦ ଭାବରେ କାର୍ଯ୍ୟ କରିଥିଲେ ।[୨]

କ୍ରିକେଟ[ସମ୍ପାଦନା]

ପ୍ରଶାନ୍ତ ମହାପାତ୍ର ତାମିଲନାଡ଼ୁ ବିରୁଦ୍ଧରେ ୧୯ ବର୍ଷରୁ କମ୍ ରଣଜୀ କ୍ରିକେଟ୍‌ରେ ଖେଳିବା ଆରମ୍ଭ କରିଥିଲେ । ଏହାପରେ ସେ ୧୯୯୦ ମସିହାରେ ବିହାରୁ ବିରୁଦ୍ଧରେ ରଣଜୀ ମ୍ୟାଚ୍ ଖେଳିବା ଆରମ୍ଭ କରିଥିଲେ ।[୩] ୧୯୯୩ ମସିହାରେ ସେ ଲିଷ୍ଟ ଏ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ । ସେ ଇଷ୍ଟ ଜୋନ୍ ତରଫରୁ ଦୁଲୀପ ଟ୍ରଫି ଓ ଦେଓଧର ଟ୍ରଫି ଖେଳିଥିଲେ । ସେ ଓଡ଼ିଶା କ୍ରିକେଟ ଦଳର ଅଧିନାୟକ ଭାବରେ କାର୍ଯ୍ୟ କରିଥିଲେ ।[୧] ସେ ୪୫ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୩୦.୦୮ ହାରାହାରିରେ ୨,୧୯୬ ରନ୍ କରିଥିଲେ, ଯେଉଁଥିରେ ୧୧ଟି ଅର୍ଦ୍ଧଶତ ଓ ୫ଟି ଶତକ କରିଥିଲେ ।[୪]

ପରବର୍ତ୍ତୀ ସମୟରେ ସେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ଼ଦ୍ୱାରା ଅମ୍ପାୟାର ଓ ରେଫେରୀ ଭାବରେ ନିଯୁକ୍ତ ହୋଇଥିଲେ । ସେ ୧୮ଟି ପ୍ରଥମ ଶ୍ରେଣୀ କ୍ରିକେଟ୍, ୪୫ଟି ଲିଷ୍ଟ ଏ କ୍ରିକେଟ୍ ଏବଂ ୪୯ଟି ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚର ରେଫେରୀ ଭାବରେ କାର୍ଯ୍ୟ କରିଥିଲେ ।[୫]

ମୃତ୍ୟୁ[ସମ୍ପାଦନା]

ପ୍ରଶାନ୍ତ ମହାପାତ୍ର ୨୦୨୧ ମସିହାର ମଇ ୧୯ ତାରିଖରେ ୪୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । କରୋନାଭୂତାଣୁ ରୋଗ ୨୦୧୯ରେ ପୀଡ଼ିତ ହୋଇ ସେ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନରେ (AIIMS) ଚିକିତ୍ସିତ ହେଉଥିଲେ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Former Odisha captain Prashant Mohapatra dies of Covid-19". Hindustan Times (in English). Bhubaneswar. 19 May 2021. Retrieved 19 May 2021.{{cite news}}: CS1 maint: unrecognized language (link)
  2. Halder, Aditya (19 May 2021). "BCCI match referee Prashant Mohapatra dies of COVID-19". India TV News (in English). Bhubaneswar. Retrieved 19 May 2021.{{cite news}}: CS1 maint: unrecognized language (link)
  3. Birwadkar, Shubham (19 May 2021). "Who is Prashant Mohapatra? BCCI match referee's latest news shocks Indian cricket fans". Republic World (in English). Retrieved 19 May 2021.{{cite news}}: CS1 maint: unrecognized language (link)
  4. "Former Odisha cricketer and BCCI match referee Prashant Mohapatra dies battling Covid-19 | Off the field News - Times of India". The Times of India (in ଇଂରାଜୀ). 19 May 2021. Retrieved 19 May 2021.
  5. ୫.୦ ୫.୧ JENA, SURYAKANT (19 May 2021). "Former Odisha Cricket Team Captain Prashant Mohapatra Succumbs To COVID-19". Former Odisha Cricket Team Captain Prashant Mohapatra Succumbs To COVID-19 (in English). Bhubaneswar. Archived from the original on 19 May 2021. Retrieved 19 May 2021.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]