ନରଏଥିସ୍ଟିରୋନ ଏନାନଥେଟ

ଉଇକିପିଡ଼ିଆ‌ରୁ
(Norethisterone enanthateରୁ ଲେଉଟି ଆସିଛି)
ନରଏଥିସ୍ଟିରୋନ ଏନାନଥେଟ
Clinical data
Trade namesNoristerat, Norigest, others
SynonymsSH-393
AHFS/Drugs.comInternational Drug Names
Routes of
administration
intramuscular injection
Legal status
Legal status
  • AU: S4 (Prescription only)
Identifiers
  • [(9S,10R,13S,14S,17R)-17-ethynyl-13-methyl-3-oxo-1,2,6,7,8,9,10,11,12,14,15,16-dodecahydrocyclopenta[a]phenanthren-17-yl] heptanoate
CAS Number
PubChem CID
ChemSpider
ChEMBL
ECHA InfoCard100.021.207 Edit this at Wikidata
Chemical and physical data
FormulaC27H38O3
Molar mass410.588 g/mol
 ☒NcheckY (what is this?)  (verify)

ନରଏଥିସ୍ଟିରୋନ ଏନାନଥେଟ (ଇଂରାଜୀ ଭାଷାରେ Norethisterone enanthate ବା NET-EN, ଅନ୍ୟ ନାମ ନରଏଥିଣ୍ଡ୍ରୋନ ଏନାନଥେଟ/norethindrone enanthate) ଏକ କେବଳ-ପ୍ରୋଜେସ୍ଟୋଜେନ ଇଞ୍ଜେକସନ ଗର୍ଭ ନିରୋଧକ (progestogen-only injectable birth control) ଔଷଧ । ପ୍ରସବଗର୍ଭପାତ ପରେ ଏହା ଦିଆଯାଏ ।[୧] ପ୍ରତି ଶହେ ଜଣ ମହିଳାଙ୍କ ମଧ୍ୟରୁ ୨ଜଣଙ୍କଠାରେ ଏହି ଔଷଧ ଫେଲ ହୁଏ । [୨] ପ୍ରତ୍ୟେକ ଡୋଜର କାର୍ଯ୍ୟକାଳ ପ୍ରାୟ ୨ ମାସ ଓ ଦୁଇ ଡୋଜ ଦିଆଯାଇପାରେ ।[୩][୧]

ନରଏଥିସ୍ଟିରୋନ ଏନାନଥେଟର ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ତନ ଯନ୍ତ୍ରଣା, ମୁଣ୍ଡବଥା, ଅବସାଦ, ଅନିୟମିତ ଋତୁସ୍ରାବ ଓ ଇଞ୍ଜେକସନ ନେଇଥିବା ସ୍ଥାନରେ କଷ୍ଟ ହୁଏ ।[୩] ଯକୃତ ରୋଗ (liver disease) ଓ ଗର୍ଭାବସ୍ଥା ଥିଲେ ଏହା ଦିଆଯାଏନାହିଁ । ସ୍ତନ୍ୟପାନ ସମୟରେ ଏହା ଅସୁବିଧା କରେନି । ଯୌନ କ୍ରିୟା ସଞ୍ଚାରିତ ରୋଗ ଥିଲେ ଏହା କାମ କରେନି ।[୧] ନରଏଥିସ୍ଟିରୋନ ଏନାନଥେଟ ଔଷଧ ନରଏଥିସ୍ଟିରୋନର (norethisterone) ଏକ ଇସ୍ଟର (ester)[୪] ଯାହାଦ୍ୱାରା ଏହା କାର୍ଯ୍ୟକ୍ଷମ ହୁଏ । [୧] ଏହି ଔଷଧଦ୍ୱାରା ଡିମ୍ବକ୍ଷରଣ (ovulation) ହୁଏନାହିଁ ।[୧]

ସନ ୧୯୫୧ରେ ଏହା ପେଟେଣ୍ଟ ହେବାପରେ ସନ ୧୯୫୭ରୁ ଡାକ୍ତରୀ ବ୍ୟବ‌ହାରରେ ଲାଗିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୬] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୨୦୦ମି:ଗ୍ରା: ଭାଏଲର ମୂଲ୍ୟ ୧.୦୪ରୁ ୭.୯୯ ଆମେରିକୀୟ ଡଲାର ।[୭] ବ୍ରିଟେନ, କେତେକ ୟୁରୋପ ରାଷ୍ଟ୍ର, ମଧ୍ୟ ଆମେରିକା (Central America) ଓ ଆଫ୍ରିକା ଦେଶମାନଙ୍କରେ ଏହି ଔଷଧ ସ୍ୱୀକୃତ ହୋଇଛି ।[୨][୮] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ମିଳେନାହିଁ ।[୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Noristerat 200mg, solution for intramuscular injection - Summary of Product Characteristics (SPC) - (eMC)". www.medicines.org.uk. Archived from the original on 31 December 2016. Retrieved 31 December 2016.
  2. ୨.୦ ୨.୧ Committee on Contraceptive Development (U.S.) (1 January 1990). Luigi Mastroianni; Peter J. Donaldson; Thomas T. Kane (eds.). Developing New Contraceptives: Obstacles and Opportunities. National Academies. pp. 38–. NAP:14119.
  3. ୩.୦ ୩.୧ WHO Model Formulary 2008 (PDF). World Health Organization. 2009. p. 370. ISBN 9789241547659. Retrieved 8 December 2016.
  4. Wu L, Janagam DR, Mandrell TD, Johnson JR, Lowe TL (2015). "Long-acting injectable hormonal dosage forms for contraception". Pharmaceutical Research. 32 (7): 2180–91. doi:10.1007/s11095-015-1686-2. PMID 25899076.
  5. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 478. ISBN 9783527607495.
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. "Norethisterone". International Drug Price Indicator Guide. Retrieved 8 December 2016.[permanent dead link]
  8. ୮.୦ ୮.୧ Amy Whitaker; Melissa Gilliam (27 June 2014). Contraception for Adolescent and Young Adult Women. Springer. p. 96. ISBN 978-1-4614-6579-9.