Jump to content

ନିପା ଭାଇରସ ସଂକ୍ରମଣ

ଉଇକିପିଡ଼ିଆ‌ରୁ
(Nipah virus infectionରୁ ଲେଉଟି ଆସିଛି)

ନିପା ଭାଇରସ ସଂକ୍ରମଣ
ଲକ୍ଷଣକିଛି ନଥାଇପାରେ, ଜ୍ୱର, କାଶ, ମୁଣ୍ଡବିନ୍ଧା, ଦ୍ୱନ୍ଦ[]
ଆକ୍ରାନ୍ତ ସମୟସଂକ୍ରମଣର ୫ରୁ ୧୪ ଦିନ[]
କାରଣନିପା ଭାଇରସ (ସିଧାସଳଖ ସମ୍ବନ୍ଧରୁ ବ୍ୟାପିବା)[]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ, ପରୀକ୍ଷାଗାରରେ ପରୀକ୍ଷଣଦ୍ୱାରା ସ୍ଥିର[]
ପ୍ରତିକାରବାଦୁଡ଼ିଙ୍କ ସଂସ୍ପର୍ଶରେ ନ ଆସିବା, ଘୁଷୁରୀଙ୍କୁ ନ ଛୁଇଁବା, ତାଳସଜ ରସ ସିଧା ନ ପିଇବା[]
ଚିକିତ୍ସାସହଯୋଗୀ ସେବା[]
ପୁନଃପୌନିକ୭୦ ମଣିଷ କେସ (୨୦୦୧ରୁ ୨୦୧୮ ଯାଏ)[]
ମୃତ୍ୟୁ ସାନ୍ଦ୍ରତା~୫୦ରୁ ୭୫% ମୃତ୍ୟୁ ଆଶଙ୍କା[][]

ନିପା ଭାଇରସ ସଂକ୍ରମଣ (NiV) ନିପା ଭାଇରସ ଯୋଗୁ ହେଉଥିବା ଏକ ଭାଇରାଲ ସଂକ୍ରମଣ[] ଏହାର ଲକ୍ଷଣ କୌଣସି ଲକ୍ଷଣ ନ ଥିବାଠାରୁ ଜ୍ୱର, କାଶ, ମୁଣ୍ଡ ବିନ୍ଧା, ଅଣନିଶ୍ୱାସୀ ହେବା, ଓ ଦ୍ୱନ୍ଦ ହୋଇପାରେ ।[][] ଏହା ବେଶୀ ହେଲେ ଦିନେ ବା ଦୁଇ ଦିନରେ କୋମାରେ ପରିବର୍ତ୍ତିତ ମଧ୍ୟ ହୋଇପାରେ ।[] ରୋଗରୁ ମୁକୁଳିବା ସମୟରେ ମସ୍ତିଷ୍କ ପ୍ରଦାହଅପସ୍ମାର ଗ୍ରହଣ ଭଳି ଜଟିଳତା ପରିଲକ୍ଷିତ ହୋଇପାରେ ।[]

ନିପା ଭାଇରସ ହେପାନିପାଭାଇରସ ପ୍ରଜାତିର ଏକ ପ୍ରକାରର ଆର.ଏନ.ଏ. ଭାଇରସ[] ଏହା ମଣିଷଠାରୁ ମଣିଷକୁ ଓ ଅନ୍ୟ ଜନ୍ତୁମାନଙ୍କଠାରୁ ମଣିଷକୁ ବ୍ୟାପିପାରେ ।[] ଏହା ଏକ ସଂକ୍ରମିତ ଉତ୍ସ ସ‌ହ ସମ୍ପର୍ଶରେ ଆସିଲେ ବ୍ୟାପିଥାଏ ।[] ଏହି ଭାଇରସ ସାଧାରଣତଃ ବିଭିନ୍ନ ଫଳ ବାଦୁଡ଼ିଦ୍ୱାରା ବ୍ୟାପିଥାଏ ।[] ଲକ୍ଷଣ ଦେଖି ଓ ପରୀକ୍ଷାଗାରରେ ପରୀକ୍ଷାକରି ରୋଗ ନିରୂପଣ କରାଯାଏ । []

ରୋଗୀର ସାହାଯ୍ୟକାରୀ ଯତ୍ନ (supportive care) ନିଆଯାଏ ।[] ସନ ୨୦୧୮ ସୁଦ୍ଧା ଏହି ଭୂତାଣୁ ନିମନ୍ତେ ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ ବା କୌଣସି ଟିକା ଉଦ୍ଭାବନ ହୋଇନାହିଁ ।[] ପ୍ରତିଷେଧ ନିମନ୍ତେ ବାଦୁଡ଼ି ତ‌ଥା ରୋଗା ଘୁଷୁରୀଠାରୁ ଦୂରରେ ରହିବା, ରୋଗୀ ସଂସ୍ପର୍ଶରୁ ଦୂରରେ ରହିବା ଓ କଞ୍ଚା ଖଜୁରୀ ରସ (date palm sap) ନପିଇବାକୁ ପରାମର୍ଶ ଦିଆଯାଏ ।[] ସନ ୨୦୧୩ରେ ୫୮୨ ଜଣ ଏହି ରୋଗାକ୍ରାନ୍ତ ହୋଇଥିଲେ ଓ ପ୍ରାୟ ୫୦ରୁ ୭୫% ମୃତ୍ୟୁ ବରଣ କରିଥିଲେ ।[][] ସନ ୨୦୧୮ରେ ଭାରତର କେରଳ ପ୍ରଦେଶରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । [][] [୧୦]

  1. 1 2 3 4 "Signs and Symptoms Nipah Virus (NiV)". CDC (in ଆମେରିକୀୟ ଇଂରାଜୀ). Retrieved 24 ମଇ 2018.
  2. 1 2 "Transmission Nipah Virus (NiV)". CDC (in ଆମେରିକୀୟ ଇଂରାଜୀ). 20 ମାର୍ଚ୍ଚ 2014. Retrieved 24 ମଇ 2018.
  3. 1 2 "Diagnosis Nipah Virus (NiV)". CDC (in ଆମେରିକୀୟ ଇଂରାଜୀ). 20 ମାର୍ଚ୍ଚ 2014. Retrieved 24 ମଇ 2018.
  4. 1 2 "Prevention Nipah Virus (NiV)". CDC (in ଆମେରିକୀୟ ଇଂରାଜୀ). 20 ମାର୍ଚ୍ଚ 2014. Retrieved 24 ମଇ 2018.
  5. 1 2 3 4 5 6 7 8 9 "WHO Nipah Virus (NiV) Infection". www.who.int. Archived from the original on 18 ଅପ୍ରେଲ 2018. Retrieved 21 ମଇ 2018.
  6. 1 2 3 "Nipah virus outbreaks in the WHO South-East Asia Region". South-East Asia Regional Office. WHO. Retrieved 23 ମଇ 2018.
  7. 1 2 Broder, Christopher C.; Xu, Kai; Nikolov, Dimitar B.; Zhu, Zhongyu; Dimitrov, Dimiter S.; Middleton, Deborah; Pallister, Jackie; Geisbert, Thomas W.; Bossart, Katharine N.; Wang, Lin-Fa (ଅକ୍ଟୋବର 2013). "A treatment for and vaccine against the deadly Hendra and Nipah viruses". Antiviral Research (in ଇଂରାଜୀ). 100 (1): 8–13. doi:10.1016/j.antiviral.2013.06.012. ISSN 0166-3542. Retrieved 21 ମଇ 2018.
  8. CNN, Manveena Suri, (22 ମଇ 2018). "10 confirmed dead from Nipah virus outbreak in India". CNN. Retrieved 25 ମଇ 2018. {{cite news}}: |last1= has generic name (help)CS1 maint: extra punctuation (link) CS1 maint: multiple names: authors list (link)
  9. "Nipah virus outbreak: Death toll rises to 14 in Kerala, two more cases identified". Hindustan Times. 27 ମଇ 2018. Retrieved 28 ମଇ 2018. {{cite web}}: Cite has empty unknown parameter: |dead-url= (help)
  10. "Nipah Virus (NiV) CDC". www.cdc.gov (in ଆମେରିକୀୟ ଇଂରାଜୀ). CDC. Archived from the original on 16 ଡିସେମ୍ବର 2017. Retrieved 21 ମଇ 2018.