ନିପା ଭାଇରସ ସଂକ୍ରମଣ

ଉଇକିପିଡ଼ିଆ‌ରୁ

ନିପା ଭାଇରସ ସଂକ୍ରମଣ
ଲକ୍ଷଣକିଛି ନଥାଇପାରେ, ଜ୍ୱର, କାଶ, ମୁଣ୍ଡବିନ୍ଧା, ଦ୍ୱନ୍ଦ[୧]
ଆକ୍ରାନ୍ତ ସମୟସଂକ୍ରମଣର ୫ରୁ ୧୪ ଦିନ[୧]
କାରଣନିପା ଭାଇରସ (ସିଧାସଳଖ ସମ୍ବନ୍ଧରୁ ବ୍ୟାପିବା)[୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ, ପରୀକ୍ଷାଗାରରେ ପରୀକ୍ଷଣଦ୍ୱାରା ସ୍ଥିର[୩]
ପ୍ରତିକାରବାଦୁଡ଼ିଙ୍କ ସଂସ୍ପର୍ଶରେ ନ ଆସିବା, ଘୁଷୁରୀଙ୍କୁ ନ ଛୁଇଁବା, ତାଳସଜ ରସ ସିଧା ନ ପିଇବା[୪]
ଚିକିତ୍ସାସହଯୋଗୀ ସେବା[୫]
ପୁନଃପୌନିକ୭୦ ମଣିଷ କେସ (୨୦୦୧ରୁ ୨୦୧୮ ଯାଏ)[୬]
ମୃତ୍ୟୁ ସାନ୍ଦ୍ରତା~୫୦ରୁ ୭୫% ମୃତ୍ୟୁ ଆଶଙ୍କା[୭][୬]

ନିପା ଭାଇରସ ସଂକ୍ରମଣ (NiV) ନିପା ଭାଇରସ ଯୋଗୁ ହେଉଥିବା ଏକ ଭାଇରାଲ ସଂକ୍ରମଣ[୫] ଏହାର ଲକ୍ଷଣ କୌଣସି ଲକ୍ଷଣ ନ ଥିବାଠାରୁ ଜ୍ୱର, କାଶ, ମୁଣ୍ଡ ବିନ୍ଧା, ଅଣନିଶ୍ୱାସୀ ହେବା, ଓ ଦ୍ୱନ୍ଦ ହୋଇପାରେ ।[୧][୫] ଏହା ବେଶୀ ହେଲେ ଦିନେ ବା ଦୁଇ ଦିନରେ କୋମାରେ ପରିବର୍ତ୍ତିତ ମଧ୍ୟ ହୋଇପାରେ ।[୧] ରୋଗରୁ ମୁକୁଳିବା ସମୟରେ ମସ୍ତିଷ୍କ ପ୍ରଦାହଅପସ୍ମାର ଗ୍ରହଣ ଭଳି ଜଟିଳତା ପରିଲକ୍ଷିତ ହୋଇପାରେ ।[୫]

ନିପା ଭାଇରସ ହେପାନିପାଭାଇରସ ପ୍ରଜାତିର ଏକ ପ୍ରକାରର ଆର.ଏନ.ଏ. ଭାଇରସ[୫] ଏହା ମଣିଷଠାରୁ ମଣିଷକୁ ଓ ଅନ୍ୟ ଜନ୍ତୁମାନଙ୍କଠାରୁ ମଣିଷକୁ ବ୍ୟାପିପାରେ ।[୫] ଏହା ଏକ ସଂକ୍ରମିତ ଉତ୍ସ ସ‌ହ ସମ୍ପର୍ଶରେ ଆସିଲେ ବ୍ୟାପିଥାଏ ।[୨] ଏହି ଭାଇରସ ସାଧାରଣତଃ ବିଭିନ୍ନ ଫଳ ବାଦୁଡ଼ିଦ୍ୱାରା ବ୍ୟାପିଥାଏ ।[୫] ଲକ୍ଷଣ ଦେଖି ଓ ପରୀକ୍ଷାଗାରରେ ପରୀକ୍ଷାକରି ରୋଗ ନିରୂପଣ କରାଯାଏ । [୩]

ରୋଗୀର ସାହାଯ୍ୟକାରୀ ଯତ୍ନ (supportive care) ନିଆଯାଏ ।[୫] ସନ ୨୦୧୮ ସୁଦ୍ଧା ଏହି ଭୂତାଣୁ ନିମନ୍ତେ ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ ବା କୌଣସି ଟିକା ଉଦ୍ଭାବନ ହୋଇନାହିଁ ।[୫] ପ୍ରତିଷେଧ ନିମନ୍ତେ ବାଦୁଡ଼ି ତ‌ଥା ରୋଗା ଘୁଷୁରୀଠାରୁ ଦୂରରେ ରହିବା, ରୋଗୀ ସଂସ୍ପର୍ଶରୁ ଦୂରରେ ରହିବା ଓ କଞ୍ଚା ଖଜୁରୀ ରସ (date palm sap) ନପିଇବାକୁ ପରାମର୍ଶ ଦିଆଯାଏ ।[୪] ସନ ୨୦୧୩ରେ ୫୮୨ ଜଣ ଏହି ରୋଗାକ୍ରାନ୍ତ ହୋଇଥିଲେ ଓ ପ୍ରାୟ ୫୦ରୁ ୭୫% ମୃତ୍ୟୁ ବରଣ କରିଥିଲେ ।[୭][୬] ସନ ୨୦୧୮ରେ ଭାରତର କେରଳ ପ୍ରଦେଶରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । [୮][୯] [୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Signs and Symptoms Nipah Virus (NiV)". CDC (in ଆମେରିକୀୟ ଇଂରାଜୀ). Retrieved 24 ମଇ 2018.
  2. ୨.୦ ୨.୧ "Transmission Nipah Virus (NiV)". CDC (in ଆମେରିକୀୟ ଇଂରାଜୀ). 20 ମାର୍ଚ୍ଚ 2014. Retrieved 24 ମଇ 2018.
  3. ୩.୦ ୩.୧ "Diagnosis Nipah Virus (NiV)". CDC (in ଆମେରିକୀୟ ଇଂରାଜୀ). 20 ମାର୍ଚ୍ଚ 2014. Retrieved 24 ମଇ 2018.
  4. ୪.୦ ୪.୧ "Prevention Nipah Virus (NiV)". CDC (in ଆମେରିକୀୟ ଇଂରାଜୀ). 20 ମାର୍ଚ୍ଚ 2014. Retrieved 24 ମଇ 2018.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ ୫.୭ ୫.୮ "WHO Nipah Virus (NiV) Infection". www.who.int. Archived from the original on 18 ଅପ୍ରେଲ 2018. Retrieved 21 ମଇ 2018.
  6. ୬.୦ ୬.୧ ୬.୨ "Nipah virus outbreaks in the WHO South-East Asia Region". South-East Asia Regional Office. WHO. Retrieved 23 ମଇ 2018.
  7. ୭.୦ ୭.୧ Broder, Christopher C.; Xu, Kai; Nikolov, Dimitar B.; Zhu, Zhongyu; Dimitrov, Dimiter S.; Middleton, Deborah; Pallister, Jackie; Geisbert, Thomas W.; Bossart, Katharine N.; Wang, Lin-Fa (ଅକ୍ଟୋବର 2013). "A treatment for and vaccine against the deadly Hendra and Nipah viruses". Antiviral Research (in ଇଂରାଜୀ). 100 (1): 8–13. doi:10.1016/j.antiviral.2013.06.012. ISSN 0166-3542. Retrieved 21 ମଇ 2018.
  8. CNN, Manveena Suri, (22 ମଇ 2018). "10 confirmed dead from Nipah virus outbreak in India". CNN. Retrieved 25 ମଇ 2018. {{cite news}}: |last1= has generic name (help)CS1 maint: extra punctuation (link) CS1 maint: multiple names: authors list (link)
  9. "Nipah virus outbreak: Death toll rises to 14 in Kerala, two more cases identified". Hindustan Times. 27 ମଇ 2018. Retrieved 28 ମଇ 2018. {{cite web}}: Cite has empty unknown parameter: |dead-url= (help)
  10. "Nipah Virus (NiV) CDC". www.cdc.gov (in ଆମେରିକୀୟ ଇଂରାଜୀ). CDC. Archived from the original on 16 ଡିସେମ୍ବର 2017. Retrieved 21 ମଇ 2018.