ନର୍ମଦା କର

ଉଇକିପିଡ଼ିଆ‌ରୁ
(Narmada Karରୁ ଲେଉଟି ଆସିଛି)
ନର୍ମଦା କର
Born(1893-10-12)୧୨ ଅକ୍ଟୋବର ୧୮୯୩
Died୧୩ ସେପ୍ଟେମ୍ବର ୧୯୮୦(1980-09-13) (ବୟସ ୮୬)
କଲିକତା, ଭାରତ
Other namesନର୍ମଦା କର
Known forପ୍ରଥମ ମହିଳା ଓଡ଼ିଆ ସ୍ନାତକ
Spouseଜିତେନ୍ଦ୍ର କୁମାର ବିଶ୍ୱାସ

ନର୍ମଦା କର (୧୮୯୩ - ୧୯୮୦) ଓଡ଼ିଶାର ପ୍ରଥମ ମହିଳା ସ୍ନାତକ [୧]

ପିଲାଦିନ[ସମ୍ପାଦନା]

୧୮୯୩ ମସିହା ଅକ୍ଟୋବର ମାସ ୧୨ ତାରିଖରେ ତତ୍କାଳୀନ ବିଟ୍ରିଶ ଶାସନାଧୀନ ଭାରତର କଟକଠାରେ ସେ ଜନ୍ମ ଗ୍ରହଣ କରିଥିଲେ । ପିତା ବାଗ୍ମୀ ବିଶ୍ୱନାଥ କର ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ଏବଂ ଉତ୍କଳ ସାହିତ୍ୟର ପ୍ରତିଷ୍ଠାତା ସମ୍ପାଦକ । ୧୯୧୦ ମସିହାରେ କଲିକତା ବିଶ୍ୱବିଧ୍ୟାଳୟରୁ ଏଣ୍ଟ୍ରାନ୍‌ସ ପାସ୍‌ କରି ସେ ଐତିହାସିକ ବେଥୁନ୍‌ କଲେଜରେ ପଢ଼ିଲେ ଏବଂ ୧୯୧୪ ମସିହାରେ ପ୍ରଥମ ଓଡ଼ିଆ ମହିଳା ଭାବେ ସ୍ନାତକ ଡିଗ୍ରୀ(ସମ୍ମାନ ଓ ଡିଷ୍ଟିଂସନ୍ ସହ)[୨] ହାସଲ କଲେ । ୨୬ ବର୍ଷ ବୟସରେ ସେ ଜଣେ ବଙ୍ଗାଳୀ ଓକିଲ ଜିତେନ୍ଦ୍ର କୁମାର ବିଶ୍ୱାସଙ୍କୁ ବାହାହେଲେ । ଜିତେନ୍ଦ୍ର ପରବର୍ତ୍ତୀ ସମୟରେ ମୁନ୍‌ସିଫ୍ ଓ ସବ୍‌ ଜଜ୍‌ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ପିଲାମାନଙ୍କର ଶିକ୍ଷା ଦୃଷ୍ଟିରୁ ନର୍ମଦା କଲିକତାଠାରେ ବାସ କଲେ । ଜୀବନର ଶେଷ ପର୍ଯ୍ୟାୟରେ କଟକ ଫେରିବାର ପ୍ରବଳ ଇଚ୍ଛା ସତ୍ତ୍ୱେ ତାହା ଫଳବତୀ ହୋଇପାରି ନ ଥିଲା । ଶେଷରେ ସେ ୧୯୮୦ ମସିହା ସେପ୍ଟେମ୍ବର ୧୩ ତାରିଖ ଦିନ ମୃତ୍ୟୁବରଣ କରିଥିଲେ[୩]

କୃତି[ସମ୍ପାଦନା]

ନର୍ମଦା ମହିଳାମାନଙ୍କୁ ଶିକ୍ଷିତ ହେବାକୁ ଉତ୍ସାହିତ କରୁଥିଲେ[୪] । ତାଙ୍କରି ଉତ୍ସାହରେ ତାଙ୍କ ପୁତ୍ର ବଧୁ ଭାରତି ବିଶ୍ୱାସ ଏମ୍‌.ଏ. ପାସ୍‌ କରିଥିଲେ । ଅନୁବାଦ ସାହିତ୍ୟରେ ତାଙ୍କରି ବ୍ୟୁତ୍ପତ୍ତି ଥିଲା[୫]। ୧୯୨୬ ମସିହାରେ ତାଙ୍କଦ୍ୱାରା ଟଲଷ୍ଟୟଙ୍କ ସାହିତ୍ୟର ଗୁଡିଏ ଅନୁବାଦ ପ୍ରସାଦ ନାମରେ ପ୍ରକାଶିତ ହୋଇଛି ।

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]