Jump to content

ନାରାୟଣ ପତି (ଗଣିତ)

ଉଇକିପିଡ଼ିଆ‌ରୁ
(Narayan Pati (Mathematician)ରୁ ଲେଉଟି ଆସିଛି)
ନାରାୟଣ ପତି
ଜାତୀୟତାଭାରତୀୟ
ପ୍ରସିଦ୍ଧିଗଣିତ ଶିକ୍ଷକ

ନାରାୟଣ ପତି ଜଣେ ଓଡ଼ିଆ ଶିକ୍ଷକ ଓ ପାଠ୍ୟପୁସ୍ତକ ପ୍ରଣେତା ।[] ତାଙ୍କ ପ୍ରଣୀତ ଗଣିତ ବହି ବିଦ୍ୟାଳୟ ମାନଙ୍କରେ ବହୁ ବର୍ଷ ଧରି ମାନକ ଥିଲା । ସେ କଟକରେ ଥିବା ଓଡ଼ିଶା ପୋଲିସ ହାଇସ୍କୁଲର ପ୍ରତିଷ୍ଠାତା ପ୍ରଧାନଶିକ୍ଷକ । ୧୯୬୪ ମସିହାରେ ସେ ଏହି ଦାୟିତ୍ୱ ଗ୍ରହଣ କରି ୧୯୬୯ ମସିହାରେ ଅବସର ଗ୍ରହଣ କରିଥିଲେ ।

ପରିବାର

[ସମ୍ପାଦନା]

ନାରାୟଣ ପତିଙ୍କ ସ୍ତ୍ରୀଙ୍କ ନାମ କ୍ଷେତ୍ରମଣି ଦେବୀ । ସେ ବିଶିଷ୍ଟ ଆନିମେସନ ଚଳଚ୍ଚିତ୍ର ନିର୍ମାତା ପ୍ରମୋଦ ପତିଙ୍କ ପିତା ।[]

ଶିକ୍ଷକତା ବୃତ୍ତି

[ସମ୍ପାଦନା]

ସେ ରେଭେନ୍‌ସା କଲିଜିଏଟ ସ୍କୁଲଓଡ଼ିଶା ପୁଲିସ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ ।[] ଜିତେନ୍ଦ୍ର ମହାନ୍ତି, ନରେଶ ଚନ୍ଦ୍ର ନାୟକ ଏବଂ ତ୍ରିବିକ୍ରମ ପତି ଆଦି ବିଶିଷ୍ଟ ବ୍ୟକ୍ତିମାନେ ନାରାୟଣ ପତିଙ୍କ ଛାତ୍ର ।[]

  1. "Pramoda Pati : Father of New Wave Indian Cinema" (PDF). Odisha Review (FEBRUARY-MARCH 2021): 64. Archived from the original (PDF) on 19 January 2025. Retrieved 27 November 2023.
  2. "ଅଭିନବ ଭାରତୀୟ ଚଳଚ୍ଚିତ୍ରର ଜନକ". ପ୍ରମେୟ. ୨୦ଜାନୁଅରୀ ୨୦୨୧. Archived from the original on 20 January 2021. Retrieved 20 January 2021. {{cite news}}: Check date values in: |date= (help)
  3. Srikanta Ghosh (1984). The Light of Other Days. Ashish Publishing House.
  4. ଜଗନ୍ନାଥ ମହାନ୍ତି. ଓଡ଼ିଶାର ସ୍ମରଣୀୟ ଶିକ୍ଷକବୃନ୍ଦ. କଟକ: ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ.